ହରିରାଜପୁର ମେଳଣରେ ଲାଗିଲା ୧୪୪ ଧାରା

ଡେଲାଙ୍ଗ/ ଜଟଣୀ, ୧୭।୩(ଡି.ଏନ୍‌.ଏ): ମହାମାରୀ କରୋନା ବିଶ୍ୱରେ କାୟା ବିସ୍ତାର ଚଳାଇଥିବାବେଳେ ପ୍ରତିଷେଧକ ପାଇଁ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ରହିଛି। ତେବେ ଓଡ଼ିଶା ପ୍ରସିଦ୍ଧ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ହରିରାଜପୁର ମେଳଣ ମଙ୍ଗଳବାର ଉଦ୍‌ଯାପନୀ ହୋଇଥାନ୍ତା। ଏହି ମେଳଣ ଦେଖିବା ଲାଗି ରାଜ୍ୟର କୋଣ ଅନୁକୋଣରୁ ଲକ୍ଷାଧିକ ଶ୍ରଦ୍ଧାଳୁ ସମାଗମ ହୋଇଥାନ୍ତି। କିନ୍ତୁ ଓଡ଼ିଶାରେ କରୋନା ରୋଗୀ ଚିହ୍ନଟ ହେବାପରେ ଜିଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ବ୍ଲକ ପ୍ରଶାସନ ପକ୍ଷରୁ ସୋମବାର ୨ଟା ସମୟରେ ଉକ୍ତ ମେଳଣ ପଡ଼ିଆରେ ୧୪୪ଧାରା ଜାରି କରାଯାଇଛି। ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର କୁମାର ଆଚାରିଆ, ଥାନା ଅଧିକାରୀ ରଶ୍ମିରଞ୍ଜନ ପଟ୍ଟନାୟକ, ହରିରାଜପୁର ଫାଣ୍ଡି ଅଧିକାରୀ ଯୁଗଳ ଚରଣ ପ୍ରଧାନ ସମେତ ୧ ପ୍ଲାଟୁନ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ମେଳଣ ପଡିଆକୁ ଜନସାଧାରଣ ନ ଯିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅନ୍ୟପକ୍ଷେ ମେଳଣରେ ପଡ଼ିଆକୁ ଆସିଥିବା ଦୋକାନୀମାନଙ୍କୁ ଦୋକାନ ଉଠାଇ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ଭୂତାଣୁଠାରୁ ରକ୍ଷା ପାଇବା ପାଇଁ ଜିଲା ଓ ବ୍ଲକ ପ୍ରସାଶନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଯୋଗୁ ଜନସାଧାରଣ ପ୍ରସାଶନିକ ଅଧିକାରୀମାନଙ୍କୁ ସାଧୁବାଦ ଜଣାଇଛନ୍ତି।


All Right Reserved By Dharitri.Com

ଅଜନା ରୋଗ୍‌ରେ ପୀଡ଼ିତ ଅଯୋଧ୍ୟା: ସରକାରୀ ଚିକିଛା ସାହାଯ୍‌ ଆଶ୍‌ରେ ପରିବାର

  ବିନିକା,୧୧।୨ (ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା ପଁଚେତ୍‌ ଖଇରମାଲ ଗଁା ଟିକ୍ରାପଡ଼ାର ମାଞ୍ଜୋ ସୁନାକଁର ମାଏକିନା ଅଯୋଧ୍ୟା ସୁନା(୪୮)। ସେ ଅନେକ...

ରିକଭରି ଏଜେନ୍ସି ପରିଚାଳନା ନିର୍ଦ୍ଦେଶକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ ରୋଡ,୧୩ା୯(ଡି.ଏନ୍‌.ଏ.): ବଡ଼ଗଡ଼ ଥାନା ପୋଲିସ ଗୁରୁବାର ଏକ ଘରୋଇଅର୍ଥ ଲଗାଣକାରୀ ସଂସ୍ଥାର କାର୍ଯ୍ୟାଳୟ ପରିସରରୁ ପରିଚାଳନା ନିର୍ଦ୍ଦେଶକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ସେ...

ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର

ରାୟଗଡ଼ା ଅଫିସ,୨୨।୧: ରାୟଗଡ଼ା ଯୁବ ବିକାଶ ପରିଷଦ ପକ୍ଷରୁ ଏକ ଦାବିପତ୍ର ବୁଧବାର ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ସହରର କସ୍ତୁରୀ ନଗରସ୍ଥିତ...

ଭେଟେରାନ୍‌ ଫୁଟବଲ୍‌ ଟୁର୍ନାମେଣ୍ଟ ରଣପୁର ବିଧାୟକ ଏକାଦଶ ଚାମ୍ପିୟନ

ନୟାଗଡ଼ ଅଫିସ,୧।୧୨- ୭୮୬ ୟୁଥ୍‌ କ୍ଲବ ଓ ଜିଲା ଆଥ୍‌ଲେଟିକ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ଆସନ୍ତା ୨ ତାରିଖରେ ନୟାଗଡ଼ ଖେଳପଡ଼ିଆଠାରେ ସର୍ବଭାରତୀୟ ନୟାଗଡ଼ ଫୁଟବଲ୍‌...

ଫୁଲବାଣୀ ବ୍ଲକ କଲୋନୀରେ ଜବରଦଖଲ ଉଚ୍ଛେଦ

ଫୁଲବାଣୀ ଅଫିସ, ୨୨ା୧୨- ଫୁଲବାଣୀ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ କଲୋନୀରେ ଶନିବାର ଜବରଦଖଲ ଉଚ୍ଛେଦ କରାଯାଇଛି। ନିଜ ଜିନିଷପତ୍ର ନେଇ ଯିବା ପାଇଁ ବିଡିଓ...

ଆୟ ବର୍ହିଭୁତ ସମ୍ପତ୍ତି ଠୁଳ: ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ

ବ୍ରହ୍ମପୁର ଅଫିସ/ଗଞ୍ଜାମ,(ଡି.ଏନ.ଏ.), ୪ା୩-ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ଚନ୍ଦ୍ର ପାଢ଼ୀଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ...

କାଳିଆ ଯୋଜନା: ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୩.୪୧ ଲକ୍ଷ : ୨୦ ହଜାର ସରକାରୀ ଚାକିରିଆ ପାଇଛନ୍ତି ଟଙ୍କା

ଭୁବନେଶ୍ୱର,୧୮ା୯(ବ୍ୟୁରୋ) : ରାଜ୍ୟର ପ୍ରାୟ ୧୨,୦୦୦ ବଡଚାଷୀ, ୯୦୦୦ ନାବାଳିକା/ନାବାଳକ ଏବଂ ପ୍ରାୟ ୨୦,୦୦୦ ସରକାରୀ ଚାକିରିଆ ଚାଷୀ ଭାବେ କାଳିଆ ସୁବିଧା ପାଇଛନ୍ତି। ଅନୁରୂପଭାବେ...

ଭିନ୍ନକ୍ଷମ ସଶକ୍ତୀକରଣ ଯୋଜନା ବାଟବଣା

ଭଦ୍ରକ ଅଫିସ, ୩।୧୨- ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟ କରୁଛି। ମାତ୍ର ତୃଣମୂଳ ସ୍ତରରେ ଏହି ଯୋଜନାର...

Leave a comment

Your email address will not be published. Required fields are marked *