ଧାର୍ମିକ ପୀଠ, ପର୍ଯ୍ୟଟନସ୍ଥଳୀରେ ବଢ଼ିଲା କଟକଣା

ଭୁବନେଶ୍ୱର,୧୭।୩(ବ୍ୟୁରୋ): ରାଜ୍ୟର ପ୍ରଥମ କରୋନା ଭାଇରସ୍‌ ସଂକ୍ରମଣ ଜଣାପଡିବା ପରେ ସବୁଠି କଟକଣା ଲାଗୁ କରାଯାଇଛି। କେଉଁଠି ୧୪୪ ଧାରା ଲାଗୁ ହୋଇଛି ତ ଆଉ କେଉଁଠି ମଲ୍‌ରୁ ଆରମ୍ଭକରି ମନ୍ଦିର, ଧାର୍ମିକ ପୀଠ, ପର୍ଯ୍ୟଟନସ୍ଥଳୀ ପର୍ଯ୍ୟନ୍ତ କଟକଣାକୁ ବଢ଼ାଇ ଦିଆଯାଇଛି। ଏପରିସ୍ଥିତିରେ ଭୟଭୀତ ନ ହୋଇ ସତର୍କ ରହି ପରିସ୍ଥିତିର ସାମ୍ନା କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ସମସ୍ତ ଜିଲା ପ୍ରଶାସନ ପକ୍ଷରୁ ସଚେତନତାମୂଳକ ପଦକ୍ଷେପକୁ ତ୍ୱରାନ୍ବିତ କରାଯାଇଛି। ଅଧିକାଂଶ ଜନଗହଳିପୂର୍ଣ୍ଣ ସ୍ଥାନକୁ ବନ୍ଦ କରିଦିଆଯିବା ସହ ବିଭିନ୍ନ ଉତ୍ସବ, ମହୋତ୍ସବ ଓ ଧାର୍ମିକ କାର୍ଯ୍ୟକୁ ବାତିଲ କରାଯାଇଛି।
କରୋନା ପାଇଁ ସର୍ବାଧିକ ପ୍ରଭାବିତ ହୋଇଛି ପୁରୀ ପର୍ଯ୍ୟଟନ ଶିଳ୍ପ। ଶ୍ରୀମନ୍ଦିରରେ ପ୍ରବେଶ ଲାଗି କଟକଣା ଜାରି କରାଯାଇଥିବାବେଳେ ପୁରୀ ଯାଉଥିବା ସମସ୍ତ ଗାଡ଼ିକୁ ପିପିଲି ଟୋଲ୍‌ଗେଟରେ ଯାଞ୍ଚ କରାଯାଉଛି। ପରିବହନ କର୍ମଚାରୀ, ପୋଲିସ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ନେଇ ଗଠିତ ଟିମ୍‌ ଏହି ଟୋଲ୍‌ଗେଟରେ ଯାଞ୍ଚ କରୁଥିବାବେଳେ ପର୍ଯ୍ୟଟକମାନଙ୍କୁ ନେଇ ପୁରୀ ଯାଉଥିବା ଗାଡ଼ିଗୁଡ଼ିକୁ ଅଟକାଯାଉଛି। ଫଳରେ ସୋମବାର ଶତାଧିକ ଗାଡ଼ି ଟୋଲ୍‌ଗେଟ୍‌ ନିକଟରୁ ଫେରିଥିବା ଜଣାପଡିଛି। ଅନ୍ୟପକ୍ଷରେ ପୁରୀରେ ରହିଯାଇଥିବା ପର୍ଯ୍ୟଟକଙ୍କୁ ହୋଟେଲ ଭିତରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କାକଟପୁର ମଙ୍ଗଳା ମନ୍ଦିରରେ ମଧ୍ୟ କରୋନା କଟକଣା ଜାରି କରାଯାଇଛି। ଶ୍ରଦ୍ଧାଳୁଙ୍କୁ ଗର୍ଭଗୃହକୁ ନ ଛାଡ଼ିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ପ୍ରସିଦ୍ଧ ହରିରାଜପୁର ମେଳଣରେ ମଧ୍ୟ ୧୪୪ ଧାରା ଜାରି କରାଯାଇଛି। ସେହିଭଳି କରୋନାକୁ ଦୃଷ୍ଟିରେ ରଖି ଯାଜପୁର ଜିଲାରେ ୧୪୪ ଧାରା ଜାରି କରାଯାଇଛି। ଜନସମାଗମକୁ ବନ୍ଦ କରିବାକୁ ଏଭଳି ପଦକ୍ଷେପ ନିଆଯାଇଥିବାବେଳେ ଆସନ୍ତା ୨୧ରେ ବୈତରଣୀ ନଦୀ ଦଶାଶ୍ୱମେଧ ଘାଟରେ ହେବାକୁ ଥିବା ବାରୁଣୀ ସ୍ନାନକୁ ବାତିଲ କରି ଦିଆଯାଇଛି। କେବଳ ଏତିକି ନୁହେଁ, ବରାହନାଥ ପୀଠରେ ହେବାକୁ ଥିବା ବାରୁଣୀ ଯାତ୍ରାକୁ ମଧ୍ୟ ଜିଲା ପ୍ରଶାସନ ବାତିଲ କରିଦେଇଛି। ଏଠାରେ ମଧ୍ୟ ଜିଲା ଭିତରକୁ ବାହାର ପର୍ଯ୍ୟଟକଙ୍କ ଗାଡି ପ୍ରବେଶ ନ କରାଇବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ସମ୍ବଲପୁରରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ଶପିଂ ମଲ୍‌ ଓ ଶୋରୁମ୍‌ ବନ୍ଦ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିବାବେଳେ ସମଲେଇ ମନ୍ଦିରରେ କଟକଣା ଜାରି ହୋଇଛି। ଭକ୍ତଙ୍କ ପାଇଁ ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ ହୋଇଛି। କରୋନା ଲାଗି ଗଜପତି ଓ ମୟୂରଭଞ୍ଜ ଜିଲାରେ ସିନେମା ହଲ୍‌ ଓ ମେଳା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ରାଉରକେଲାରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମଲଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଢେଙ୍କାନାଳ ଜିଲାରେ ୧୪୪ ଧାରା ଜାରି ହୋଇଛି। ପ୍ରସିଦ୍ଧ କପିଳାସ ଓ ବଳଦେବଜୀଉ ମନ୍ଦିର ଦର୍ଶନ ପାଇଁ କଟକଣା ଲଗାଯିବା ସହ ଶପିଂ ମଲ ଓ ଡିୟର ପାର୍କକୁ ବନ୍ଦ କରାଯାଇଛି। ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଗଜପତି ଜିଲାର ସମସ୍ତ ମଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି କେନ୍ଦ୍ରାପଡ଼ାରେ ମଧ୍ୟ ଜିଲା ପ୍ରଶାସନ କୋଚିଂ ସେଣ୍ଟର ଓ ଶପିଂ ମଲ ବନ୍ଦ ରଖିବାକୁ ଘୋଷଣା କରିଛି।
ଏପଟେ ରାଜ୍ୟ ରାଜଧାନୀରେ କରୋନାର ପ୍ରଭାବ ସବୁଠାରୁ ଅଧିକ ଅନୁଭୂତ ହୋଇଛି। ସହରର ସମସ୍ତ ପର୍ଯ୍ୟଟନସ୍ଥଳୀ ଖାଁ ଖାଁ ଥିବାବେଳେ ମ୍ୟୁଜିୟମ୍‌ରୁ ଆରମ୍ଭକରି ପ୍ଲାନେଟାରିୟମ୍‌ ପର୍ଯ୍ୟନ୍ତ ସବୁକିଛି ବନ୍ଦ ରହିଛି। ଧଉଳି ଶାନ୍ତିସ୍ତୂପ ସହ ଖଣ୍ଡଗିରି ଓ ଉଦୟଗିରିକୁ ମଧ୍ୟ ବନ୍ଦ କରାଯାଇଛି। ଜିଲା ପ୍ରଶାସନର ନିଷ୍ପତ୍ତିକୁ ପାଳନ ନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।


All Right Reserved By Dharitri.Com

ଆପଣମାନେ ଖୁସି ତ, ମୁଁ ବି ଖୁସି

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ଆପଣମାନେ ଖୁସି ତ। ମୁଁ ବି ଖୁସି। ମୁଖ୍ୟମନ୍ତ୍ରୀଙ୍କ ଏହି ଉକ୍ତିକୁ ନେଇ ବୁଧବାର ବିଧାନସଭାରେ ଏକ ହାସ୍ୟରୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଷୋଡଶ...

ମହାନଦୀ, ପୋଲାଭରମ୍‌ ପ୍ରସଙ୍ଗ ଉଠାଇଲା ବିିଜେଡି

ଭୁବନେଶ୍ୱର,୮ା୨(ବ୍ୟୁରୋ): ଓଡ଼ିଶା ଜଳ ପାଇଁ ସଂଘର୍ଷ କରୁଛି। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ବ୍ୟାରେଜ ନିର୍ମାଣ କରିବା ଦ୍ୱାରା ରାଜ୍ୟରେ ଜଳପ୍ରବାହ ପ୍ରଭାବିତ ହେଉଛି। ଏହା ସିଧାସଳଖ...

୩ ଜଣଙ୍କୁ କଳିଙ୍ଗ ସାହିତ୍ୟ ପୁରସ୍କାର

ଭୁବନେଶ୍ୱର, ୧୬ା୭(ବ୍ୟୁରୋ): ଖ୍ୟାତନାମା ଲେଖକ ପବନ କୁମାର ବର୍ମା, ରାଜେନ୍ଦ୍ର କିଶୋର ପଣ୍ଡା ଓ ପାରୋ ଆନନ୍ଦଙ୍କୁ ଚଳିତବର୍ଷ କଳିଙ୍ଗ ସାହିତ୍ୟ ପୁରସ୍କାର ପ୍ରଦାନ କରାଯିବ।...

୩ ନିର୍ବାଚନମଣ୍ଡଳୀରେ ବିଜେଡି ଆଗୁଆ,୩ଇଭିଏମ୍‌ ଅଚଳ

ଖୋର୍ଦ୍ଧା ଅଫିସ,୨୩।୫: ଖୋର୍ଦ୍ଧା ଜିଲା ସଦରମହକୁମାରେ ଭୋଟ ଗଣତି କେନ୍ଦ୍ରରେ ପ୍ରଥମ ରାଉଣ୍ଡରେ ଖୋର୍ଦ୍ଧା, ଚିଲିକା ଓ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀମାନେ...

ଜଟଣୀ ତହସିଲ ପକ୍ଷରୁ ଜବରଦଖଲ ଉଚ୍ଛେଦ: ପ୍ରଭାବଶାଳୀ ଲୋକଙ୍କ କବ୍‌ଜାରେ ସରକାରୀ ଜମି

ଜଟଣୀ,୧୦ା୮(ଡି.ଏନ.ଏ.): ଜଟଣୀ ତହସିଲ ପକ୍ଷରୁ ଶୁକ୍ରବାର ଜବରଦଖଲ ଉଚ୍ଛେଦ କରାଯାଇଛି। ଏହି ତହସିଲ ଅନ୍ତର୍ଗତ ଷଣ୍ଢପୁର ମୌଜାର ପ୍ଲଟ ନଂ. ୫୮୫ ଓ ୬୧୬ରେ ଥିବା...

ପ୍ରତିଶ୍ରୁତି ପୂରଣ କଲାନି ଏସ୍‌ଆର୍‌ ଷ୍ଟିଲ୍‌ କମ୍ପାନୀ, ଅନଶନରେ ବସିଲେ ବଡକାଳୀମାଟି ଗ୍ରାମବାସୀ

ଚମ୍ପୁଆ ୧୮ା୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡର ଦୁବୁନାଠାରେ ଥିବା ଏସ୍‌ଆର୍‌ ଷ୍ଟିଲ୍‌ କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ପୂରଣ ନ କରିବାରୁ ବଡକାଳୀମାଟି ଗ୍ରାମବାସୀ ଚମ୍ପୁଆ ଉପଜିଲାପାଳ...

ଫେରିଗଲେ ଉପରାଷ୍ଟ୍ରପତି: ରାଜଭବନରେ ୩ ଘଣ୍ଟା ବିତାଇଲେ

ଭୁବନେଶ୍ୱର, ୭।୧୦(ବ୍ୟୁରୋ): ଦିନିକିଆ ଓଡିଶା ଗସ୍ତରେ ଆସିଥିବା ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡ଼ୁ ରବିବାର ସନ୍ଧ୍ୟା ୬ଟା ୧୫ରେ ଦିଲ୍ଲୀ ଫେରିଯାଇଛନ୍ତି। ଉପରାଷ୍ଟ୍ରପତି ସ୍ବତନ୍ତ୍ର ବିମାନ...

ପୂର୍ବତଟ ରେଳପଥର ଭିଜିଲାନ୍ସ ବୁଲେଟିନ୍‌ ଉନ୍ମୋଚିତ

ଭୁବନେଶ୍ୱର, ୨ା୧୧(ବ୍ୟୁରୋ): ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ପୂର୍ବତଟ ରେଳପଥ ପକ୍ଷରୁ ଭିଜିଲାନ୍ସ ବୁଲେଟିନ ଉନ୍ମୋଚନ କରାଯାଇଛି। ଶୁକ୍ରବାର ଚନ୍ଦ୍ରଶେଖରପୁରସ୍ଥିତ ରେଳ ସଦନଠାରେ ଏକ...

Leave a comment

Your email address will not be published. Required fields are marked *