ବେଆଇନ ବାଲି ଉଠାଣକୁ ଗ୍ରାମବାସୀଙ୍କ ବିରୋଧ

କପ୍ତିପଦା,୧୭ା୩(ଡି଼.ଏନ୍‌.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧୀନ ସୋନ ନଦୀର ବିଶୋଳ ପଞ୍ଚାୟତ ନିକଟ ଏକ ବାଲି ଘାଟରୁ ଜେସିବି ଲଗାଇ ବେଆଇନ ଭାବେ ବାଲି ଉତ୍ତୋଳନ ଘଟଣାକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣା ମଧ୍ୟ ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଛି। ଜେସିବି ମାଧ୍ୟମରେ ବାଲି ଉତ୍ତୋଳନ ହୋଇ ପାରିବ ନାହିଁ ବୋଲି ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଅବମାନନା କରି ରବିବାର ରାତି ସମୟରେ ବାଲି ଉତ୍ତୋଳନ ହେଉଥିବା ଖବର ପାଇ ଗ୍ରାମବାସୀ ତହସିଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତହସିଲ ପକ୍ଷରୁ ଏ ସମ୍ପର୍କରେ କପ୍ତିପଦା ଥାନାଧିକାରୀ ସଞ୍ଜୟ ପ୍ରଧାନଙ୍କୁ ଅବଗତ କରାଯିବା ପରେ ପୋଲିସ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଥିଲା। ପୋଲିସକୁ ଦେଖି ଗାଡ଼ି ମାଲିକ ନଦୀ ଉପରକୁ ଗାଡ଼ି ଉଠାଇ ଆଣିଥିଲେ। ଏ ସଂକ୍ରାନ୍ତରେ ଥାନାଧିକାରୀ ତହସିଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ। ମାତ୍ର ତହସିଲ ପକ୍ଷରୁ ଗାଡ଼ିି ମାଲିକଙ୍କୁ ତାଗିଦ କରି ଛାଡ଼ି ଦିଆଯାଇ ଥିବାରୁ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆଗାମୀ ଦିନରେ ପ୍ରଶାସନର ଏଭଳି ପଦକ୍ଷେପକୁ ତୀବ୍ର ବିରୋଧ କରାଯିବ ବୋଲି ସେମାନେ କହିଛନ୍ତି। ଗ୍ରାମବାସୀଙ୍କ ପକ୍ଷରୁ ଅଜୟ କୁମାର ଦାସ, ରବୀନ୍ଦ୍ର କୁମାର ସାହୁ, ରସାନନ୍ଦ ମହାନ୍ତି, ନରେନ୍ଦ୍ର ବେହେରା ଓ ଜଗନ୍ନାଥ ଖଣ୍ଡା ପ୍ରମୁଖ ଅଭିଯୋଗ କରିଛନ୍ତିି ଯେ, ମେଶିନ ଲଗାଇ ବାଲି ଉତ୍ତୋଳନ କରାଯିବାରୁ ନଦୀ ଗର୍ଭ ଅଧିକ ଗଭୀର ହେବାରେ ଲାଗିଛି। ଫଳରେ ଗୋରୁ, ଗାଈ, ଛେଳି, ମେଣ୍ଢା ଆଦି ଗୃହପାଳିତ ପଶୁ ନଦୀକୁ ଓହ୍ଲାଇ ପାଣି ପିଇବାକୁ ସମସ୍ୟାର ସମ୍ମୁଖୀନ ହୋଇ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଟ୍ରକ୍‌, ଡମ୍ଫର ଓ ଟ୍ରାକ୍ଟରରେ ରାତିଦିନ ଗ୍ରାମ ମଧ୍ୟଦେଇ ବାଲି ପରିବହନ କରାଯାଉଥିବାରୁ ଗ୍ରାମ ରାସ୍ତା ମରଣଯନ୍ତା ପାଲଟିଛି । ଟ୍ରକ୍‌ ଚାଳକଙ୍କ ବେପରୁଆ ଗାଡ଼ିଚାଳନା ଦେଖି ଗ୍ରାମବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହାର ପ୍ରତିକାର ନ ହେଲେ ଆଗାମୀ ଦିନରେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


All Right Reserved By Dharitri.Com

କୃଷି ପରିବେଶକୁ ଧ୍ୱଂସ କରୁଛି କର୍ପୋରେଟ୍‌ ଶୈଳ୍ପିକ କୃଷି

ଭୁବନେଶ୍ୱର, ୪ା୧୨(ବ୍ୟୁରୋ):ଗ୍ରୀନ୍‌ପିସ୍‌ ଇଣ୍ଡିଆ ଦ୍ୱାରା ମହିଳା ଶ୍ରମଜୀବୀ ମଞ୍ଚ, ଓଡ଼ିଶା ଏବଂ ଓଡ଼ିଶା ଶ୍ରମଜୀବୀ ମଞ୍ଚ ସହଯୋଗରେ ମାଟି ସ୍ବାସ୍ଥ୍ୟର ସ୍ଥିତି ଏବଂ ଓଡ଼ିଶାରେ କୃଷିର...

ରାସ୍ତା ଉପରେ ପାଣି, ଯୋଗାଯୋଗ ବିଚ୍ଛିନ୍ନ

ଫିରିଙ୍ଗିଆ,୧୩ା୮: ଫିରିଙ୍ଗିଆ ବ୍ଲକ ନେଡିପଦରଠାରୁ ଜାର୍ଗିପଦର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା(ପିଏମ୍‌ଜିଏସ୍‌ୱାଇ)ରେ ହୋଇଥିବା ରାସ୍ତା ପାର୍ଶ୍ୱ ବର୍ଷାରେ ଧୋଇ ଯାଇଥିଲା। ଏବେ ଏହି ରାସ୍ତା...

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ଏମ୍‌କେସିଜି କନିଷ୍ଠ କିରାଣୀ

ବ୍ରହ୍ମପୁର ଅଫିସ,୧୭।୮: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର କନିଷ୍ଠ କିରାଣୀଙ୍କ ଘର ସହ ୫ଟି ସ୍ଥାନରେ ମଙ୍ଗଳବାର ସକାଳୁ...

ପୁରୀ ଛାଡ଼ିଲେ ବିଦେଶୀ ପର୍ଯ୍ୟଟକ: ଜଗନ୍ନାଥଙ୍କ କୃପା ରହିଲେ ଭଲରେ ଘରେ ପହଞ୍ଚିବୁ

ପୁରୀ ଅଫିସ, ୧୭।୩: କରୋନାକୁ ନେଇ ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନ ପକ୍ଷରୁ ଯେଉଁସବୁ କଟକଣା ଓ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ସ୍ବାଗତଯୋଗ୍ୟ।...

ଆଜିଠୁ ପଞ୍ଚୁକ: ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ ଅଫିସ, ୮।୧୧: ଆରମ୍ଭ ହୋଇଛି ମହାକାର୍ତ୍ତିକର ପଞ୍ଚୁକ ବ୍ରତ । ସେଥିପାଇଁ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି ।...

ପାଠ ପଢିବାକୁ ଯାଇ ମନୋରଞ୍ଜନ ପଞ୍ଜାବରେ ନିଖୋଜ, ଆଶା ଆଶଙ୍କାରେ ପରିବାର

ଭଦ୍ରକ ଅଫିସ, ୧୮ା୬- ଭଦ୍ରକ ବ୍ଲକ ଜଗନ୍ନାଥପୁର ଗାଁର ତ୍ରୈଲୋକ୍ୟ ସାହୁଙ୍କ ସାନପୁଅ ମନୋରଞ୍ଜନ ସାହୁ(୨୨) ଉଚ୍ଚଶିକ୍ଷା ଲାଭ କରିବାଲାଗି ଗତବର୍ଷ ପଞ୍ଜାବକୁ ଯାଇ ଭଟିଣ୍ଡା...

ଆଶୀର୍ବାଦ ଗିରଫ ହେବା ପ୍ରସଙ୍ଗ: ରିମାଣ୍ଡରେ ନେବନି ସିବିଆଇ; ପୁଅ ସଞ୍ଜୟ କହିଲେ ‘ଏହା ଷଡ଼ଯନ୍ତ୍ର’

କଟକ ଅଫିସ,୧୯।୯: ଆଗକୁ ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ(ଓସିଏ)ର ନିର୍ବାଚନ ଥିବାବେଳେ ଗୁରୁବାର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କରିବା ଚର୍ଚ୍ଚାର ବିଷୟ ପାଲଟିଛି।...

ପ୍ରାଚୀ ଉପତ୍ୟକାରୁ ଶ୍ରୀକ୍ଷେତ୍ରକୁ ପଠାଗଲା ଫଳ: ଅଣସର ଘରେ ଲାଗିବ ଭୋଗ

କାକଟପୁର, ୨୫।୬(ଡି.ଏନ୍‌.ଏ.)-ସ୍ନାନପୂର୍ଣ୍ଣିମାରେ ସ୍ନାନ କରି ଶ୍ରୀକ୍ଷେତ୍ରର ଶ୍ରୀଜୀଉମାନେ ଜ୍ୱରରେ ପୀଡ଼ିତ ହୋଇ ଏବେ ଅଣସର ଘରେ ବିଶ୍ରାମ ନେଉଛନ୍ତି। ଦଇତାପତି ଏବଂ ପତିମହାପାତ୍ର ସେବକମାନେ ଗୁପ୍ତ...

Leave a comment

Your email address will not be published. Required fields are marked *