ଆଦିବାସୀ ସଂସ୍କୃତିର ନିଆରା ଝଲକ ‘ଚଇତି ବଡ଼ାମ ପୂଜା’

ଔପଦା, ୧୭।୩(ଡି.ଏନ.ଏ.)-ଚଇତି ବଡାମ ପୂଜା ଲାଗି ବାଲେଶ୍ୱର ଜିଲା ଔପଦା ବ୍ଲକର ଆଦିବାସୀ ଅଧ୍ୟ୍ୟୁଷିତ ଗଡ଼ସାହି ଗ୍ରାମ ଉତ୍ସବମୁଖର ହୋଇପଡିଛି। ଏହି ଗ୍ରାମରେ ପାରମ୍ପରିକ ଭାବେ ଗତ ୧୪ ଅପରାହ୍ନରେ ବନଦେବତାଙ୍କୁ ପୂଜା କରାଯାଇ ବଡ଼ାମଙ୍କ ପାଇଁ ଶାଳଗଛର ଡାଳ ଛେଦନ କରି ଶୋଭାଯାତ୍ରାରେ ଚାଙ୍ଗୁ ଓ ମାଦଳ ବାଦ୍ୟର ତାଳେ ତାଳେ ଗାଁ ଆସ୍ଥାନ ମଣ୍ଡପକୁ ଅଣାଯାଇଥିଲା। ପୂଜକ ଦେହୁରି ନଟବର ଗିରି, ଦାସୀ ନରେନ୍ଦ୍ର ବାରିକ, ଶ୍ରୀଧର କୁଅଁର, ଲାଲମୋହନ କୁଅଁର ପାରମ୍ପରିକ ପୂଜାର୍ଚ୍ଚନା କରିଥିଲେ। ଗତ ୧୪ତାରିଖରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ୧୬ ତାରିଖ ରାତିରେ ଉଦ୍‌ଯାପିତ ହେବ।
ଶ୍ରୀକୃଷ୍ଣ ତଥା ଶ୍ରୀଜଗନ୍ନାଥଙ୍କୁ ଆଦିବାସୀମାନେ ବଡ଼ାମ ଦେବତା ରୂପେ ପୂଜା କରନ୍ତି। ବଡ଼ାମ ପୂଜା ପାଇଁ ପୀଠସ୍ଥଳରେ ଗଁା ସମେତ ପଞ୍ଚାୟତର ଆଖପାଖ ଅଞ୍ଚଳରୁ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ବନ୍ଧୁବାନ୍ଧବଙ୍କ ଆଗମନରେ ପରିବେଶ ଚଳଚଞ୍ଚଳ ହୋଇଉଠେ। ସନ୍ଧ୍ୟା ସମୟରୁ ଆରମ୍ଭ ହେଉଥିବା ସାଂସ୍କୃତିକ ଉତ୍ସବ ସାରାରାତି ଚାଲୁଥିଲା। ପାରମ୍ପରିକ, ଚାଙ୍ଗୁ, ମାଦଲ, ଘଣ୍ଟା ଆଦି ଆଦିବାସୀ ବାଦ୍ୟର ତାଳେ ତାଳେ ଦଳ ଦଳ ହୋଇ ଆଦିବାସୀ ଯୁବତୀ ଯୁବକମାନେ ବଡ଼ାମ ଦେବତାଙ୍କ ପୀଠ ଆସ୍ଥାନ ସମ୍ମୁଖରେ ନିଆରା ନୃତ୍ୟ ପରିବେଷଣ କରିଥିଲେ। ‘ଓଡ଼ିଶା ଦେଶରେ ଜଗନ୍ନାଥ, ଝାଡ଼ ବଣ ମୂଲକରେ ବଡ଼ାମ’ ଆଦିବାସୀ ଭଜନ ସଙ୍ଗୀତ ବାଦ୍ୟନୃତ୍ୟ ପରିବେଷଣ ଆଦିବାସୀ ସଂସ୍କୃତିର ନିଆରା ଝଲକ ପ୍ରଦାନ କରିଥିଲା। ଉତ୍ସବର ସକଳ ଆୟୋଜନ ପାଇଁ ଗ୍ରାମ କମିଟି ସଦସ୍ୟ ଦୁର୍ଯ୍ୟୋଧନ ଖେଜୁରିଆ, ପୁରସ୍ତମ ବାରିକ, ରାମ ଚନ୍ଦ୍ର ଦଳେଇ, ଚନ୍ଦ୍ରମଣି ପାତ୍ର, ଜୟନ୍ତ ସେନାପତି, ଦୀନବନ୍ଧୁ ବିଶ୍ୱାଳ, ପ୍ରଫୁଲ୍ଲ ଦଳେଇ, ଶ୍ରୀଧର ମଢ଼େଇ, ଶତ୍ରୁଘ୍ନ ପାତ୍ର, ମାଧବ ଗିରି, ବନମାଳୀ ବଢ଼େଇ, ସରସ୍ବତୀ ସେନାପତି, ନିନି ବୁଢ଼ିଗାୟାଁ, ଜିରା ସେନାପତି ପ୍ରମୁଖ ଅଂଶଗ୍ରହଣ କରିଥିଲେ।


All Right Reserved By Dharitri.Com

ପ୍ରେମକୁ ମିଳିଲା ନାହିଁ ପରିବାରର ସ୍ବୀକୃତି: ଜୀବନ ହାରିଲେ ପ୍ରେମୀଯୁଗଳ

କବିସୂର୍ଯ୍ୟନଗର,୨୧।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ବାଲିଛାଇ ଫାଣ୍ଡି ଅଞ୍ଚଳ ସୁନାପଲ୍ଲୀ ଗ୍ରାମରେ ଶନିବାର ଏକ ପ୍ରେମୀଯୁଗଳ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଗ୍ରାମର ବିଜ୍ଞାନୀ...

ଇନ୍ଦିରା ଆବାସ, ବିଜୁ ପକ୍କାଘର ଯୋଜନାରେ ଘୋଟାଲା: ୮୩୬ କର୍ମଚାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଗତ ୨୦ବର୍ଷ ହେବ ବିଜେଡି ହାତରେ ରାଜ୍ୟ ଶାସନ ଭାର ରହିଛି। ଲୋକମାନଙ୍କୁ ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଦେବା ନେଇ ବିଜେଡି ବାହାବା...

ରାସ୍ତାରେ ଛିଡ଼ା ହୋଇଥିବା ଯାତ୍ରୀଙ୍କ ଉପରେ ମାଡିଗଲା ଟ୍ରକ୍‌: ୨ ମୃତ, ୧ ଗୁରୁତର

ଭୁବନେଶ୍ୱର,୨୫।୫(ବ୍ୟୁରୋ): ନୟାପଲ୍ଲୀ ଥାନା ଫାୟାର ଷ୍ଟେଶନ ଛକରେ ଶନିବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ ରାସ୍ତାରେ ଛିଡ଼ା ହୋଇଯାଇଥିବା ତିନିଜଣ ଯାତ୍ରୀଙ୍କ...

ଚା’ ପିଇ ଗପୁଥିଲେ, ସାପକାମୁଡ଼ା ରୋଗୀଙ୍କୁ ଲାଇନ୍‌ରେ ଆସିବାକୁ କହିଲେ: ଚିକିତ୍ସା ବିଳମ୍ବରୁ ଚାଲିଗଲା ମହିଳାଙ୍କ ଜୀବନ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ସାପ କାମୁଡାରେ ଆହତ ଜଣେ ମହିଳା ଚାଷୀଙ୍କ ମୃତ୍ୟୁକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ସୋମବାର ଅପରାହ୍ନରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଡାକ୍ତରଙ୍କ ଅବହେଳା ଓ...

ଗ୍ରାମ୍ୟ ରାସ୍ତା ନିର୍ମାଣ ନେଇ ବିବାଦ

ଝୁମ୍ପୁରା, ୨୫ା୪(ଡି.ଏନ.ଏ.)- ସଦର ବ୍ଲକ ଅନ୍ତର୍ଗତ ରାଇକଳା ପଞ୍ଚାୟତର ଟାଙ୍ଗରାଣୀ ମୌଜାରେ ଗ୍ରାମ୍ୟରାସ୍ତା ନିର୍ମାଣ ଆଳରେ ଅନୁସୂଚିତ ଜନଜାତି ପ୍ରଜାଙ୍କ ପଟ୍ଟାଭୁକ୍ତ ଜମିରେ ବହୁ ପରିମାଣରେ...

ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ

ରାଜନଗର,୧୯।୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଭିତରକନିକା ଜାତୀୟ ଉଦ୍ୟାନରେ ଗୁରୁବାର ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି। ରାଜନଗର ଡିଏଫ୍‌ଓ ବିକାଶ ରଞ୍ଜନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନତାରେ...

ବେଧଡ଼କ ଚାଲିଛି ବାଲି ଉଠାଣ

ଆରଡ଼ି, ୨।୭ (ଡି.ଏନ.ଏ.) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଓଳଗ ପଞ୍ଚାୟତସ୍ଥିତ ବୋଡ଼କ ଓ ଷାଠିବାଙ୍କୁଡା ନିକଟରେ ବୈତରଣୀ ନଦୀରୁ ଭୁଟୁଭୁଟି ସାହାଯ୍ୟରେ...

ଜରି ତଳେ ଜୀବନ

ଜଳେଶ୍ୱର, ୫।୧୧(ରବି ନାରାୟଣ ପାତ୍ର)-ଆର୍ଥିକ ଅନଗ୍ରସର ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ଲାଗି କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାର ବିଭିନ୍ନ ପ୍ରକାର...

Leave a comment

Your email address will not be published. Required fields are marked *