ମୋବାଇଲ୍‌ ଟର୍ଚ୍ଚରେ ଚିକିତ୍ସା

କାମାକ୍ଷାନଗର, ୧୭।୩(ଡି.ଏନ.ଏ.)

ଢେଙ୍କାନାଳ ଜିଲା କାମାକ୍ଷାନଗର ଚିକିତ୍ସାଳୟରୁ ସମସ୍ୟା ପିଛା ଛାଡୁନି। ଖାଲି ପଡ଼ିଥିବା ଡାକ୍ତର, ବିଶେଷଜ୍ଞ ପଦବୀ ସ୍ବାସ୍ଥ୍ୟସେବାକୁ ପ୍ରଭାବିତ କରୁଥିବାବେଳେ ଆନୁଷଙ୍ଗିକ ଭିତ୍ତିଭୂମିର ଅଭାବ ସମସ୍ୟାକୁ ବହୁଗୁଣିତ କରିଛି। ମରାମତି ନାମରେ ବୈଦ୍ୟୁତିକ ଉପକରଣ ବାହାର କରିଦିଆଯାଇଛି। ଫଳରେ ଦିନରେ ବି ସ୍ବାସ୍ଥ୍ୟକେନ୍ଦ୍ରର ଅନେକ ପ୍ରକୋଷ୍ଠରେ ଅନ୍ଧାର ରାଜୁତି କରୁଛି। ପରିସ୍ଥିତି ଏମିତି ହୋଇଛି ଯେ, ସକାଳ ବେଳା ବି ଟର୍ଚ୍ଚ ଲଗାଇ ଇଞ୍ଜେକ୍ସନ ଦେଉଛନ୍ତି ଫାର୍ମାସିଷ୍ଟ। ଏହାକୁ ନେଇ ରୋଗୀ, ସମ୍ପର୍କୀୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସୋମବାର ଏବଂ ଗୁରୁବାର ଚିକିତ୍ସାଳୟରେ କୁକୁର କାମୁଡ଼ା ଇଞ୍ଜେକ୍ସନ ଦିଆଯାଇଥାଏ। ଫାର୍ମାସିଷ୍ଟ ୪୦ରୁ ଊର୍ଦ୍ଧ୍ୱ ରୋଗୀଙ୍କୁ ଇଞ୍ଜେକ୍ସନ ଦେଇଥାନ୍ତି। ତେବେ ସୋମବାର ବିଦ୍ୟୁତ୍‌ ସଂଯୋଗ ନ ଥିବାରୁ ଫାର୍ମାସିଷ୍ଟଙ୍କ ପ୍ରକୋଷ୍ଠ ଅନ୍ଧକାରମୟ ହୋଇପଡ଼ିଥିଲା। ଫଳରେ ରୋଗୀ ସମ୍ପର୍କୀୟଙ୍କ ମୋବାଇଲ ଟର୍ଚ୍ଚରେ ଫାର୍ମାସିଷ୍ଟ ଇଞ୍ଜେକ୍ସନ ଦେଉଥିବା ଦେଖିବାକୁ ମିଳିଥିଲା। ଏ ନେଇ ଫାର୍ମାସିଷ୍ଟ ଈଶ୍ୱର ଚନ୍ଦ୍ର ସାହୁ କୁହନ୍ତି, ମରାମତି ନାମରେ କାମାକ୍ଷାନଗର ଜିଇଡି କର୍ତ୍ତୃପକ୍ଷ ସ୍ବାସ୍ଥ୍ୟକେନ୍ଦ୍ରର ଏକାଧିକ ପ୍ରକୋଷ୍ଠରୁ ବିଦ୍ୟୁତ୍‌ ତାର, ବଲ୍‌ବ ହୋଲ୍‌ଡର ବାହାର କରିଦେଇଛନ୍ତି। ଫଳରେ ଏପରି ଅସୁବିଧା ଦେଖାଦେଇଛି। ଜିଇଡି କର୍ମଚାରୀଙ୍କୁ କହିଲେ କୌଣସି ସୁଫଳ ମିଳୁନାହିଁ । ବିଦ୍ୟୁତ୍‌ ଉପକରଣ ସଜାଡ଼ିବାକୁ ୨ଜଣ ଜିଇଡି କର୍ମଚାରୀଙ୍କୁ ଡକାଯାଇଥିଲା। ହେଲେ ସେମାନେ ନିଜର ଅକ୍ଷମତା ପ୍ରକାଶ କରିଥିଲେ। ଯନ୍ତ୍ରୀଙ୍କ ଅସହଯୋଗ ଏବଂ ଇଛାଶକ୍ତି ଅଭାବରୁ ଏଭଳି ସମସ୍ୟା ଉପୁଜୁଥିବା ଅଭିଯୋଗ ହେଉଛି।

ଏ ନେଇ ଜିଇଡି କନିଷ୍ଠ ଯନ୍ତ୍ରୀ ସ୍ମିତାପ୍ରଜ୍ଞା ରଥ କୁହନ୍ତି, ମରାମତି ଲାଗି ବଜେଟ କମ୍‌ ଥିଲା। ଠିକାଦାରଙ୍କ ସମସ୍ୟା ଥିବାରୁ କାମ ଶେଷ ହୋଇନାହିଁ। ଅଳ୍ପଦିନ ମଧ୍ୟରେ କାମ ଶେଷ କରିବାକୁ ଚେଷ୍ଟା କରାଯାଉଛି। ବୈଦ୍ୟୁତିକ ଉପକରଣ ସଜାଡ଼ିବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ବଲ୍‌ବ ଲଗାଇବା ବ୍ୟବସ୍ଥା କରିବେ। ଡାକ୍ତରଖାନା ସୁପରେଣ୍ଟେଣ୍ଡେଣ୍ଟ ଡା. ରତ୍ନାକର ସାମଲ କୁହନ୍ତି, ଜିଇଡି ବିଭାଗ ଉପରେ ଭରସା କରି ବଲ୍‌ବ ଲଗାଯାଇ ପାରିନାହିଁ। ତୁରନ୍ତ ସମସ୍ୟା ସମାଧାନ କରିବାକୁ ଉଦ୍ୟମ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।


All Right Reserved By Dharitri.Com

ଅଭିନବ ଢଙ୍ଗରେ ଭାଲେଣ୍ଟାଇନ ପାଳିଲା ସାମ୍‌ସଙ୍ଗ

ଭୁବନେଶ୍ୱର,୧୫।୨ : ପ୍ରମୁଖ କମ୍ପାନୀ ସାମସଙ୍ଗ ଏବଂ ରାମକୃଷ୍ଣ ଏଜେନ୍ସି ମିଳିତ ଭାବେ ଅଭିନବ ଢଙ୍ଗରେ ଭାଲେଣ୍ଟାଇନକୁ ପାଳନ କରିଛନ୍ତି। ସ୍ଥାନୀୟ ଲୁଇ ବ୍ରେଲୀ ଓ...

ବିଇଓଙ୍କ ହସ୍ତକ୍ଷେପ ପରେ ହଟିଲା ଧାରଣା

ଭଣ୍ଡାରିପୋଖରୀ,୧୮।୧୨(ଡି.ଏନ.ଏ.): ଭଣ୍ଡାରିପୋଖରୀ ବ୍ଲକ ଜଗନ୍ନାଥପ୍ରସାଦ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କ ଡେପୁଟେଶନ ବାତିଲ ଦାବିରେ ଗତ ଶନିବାରଠାରୁ ୫ ଦିନ ଧରି ତାଲା ପଡ଼ି...

ଦୁର୍ନୀତିଗ୍ରସ୍ତଙ୍କ ଉପରେ ପୁଣି କାର୍ଯ୍ୟାନୁଷ୍ଠାନ: ୬ ଅଫିସର ବିଦା; ୪ ପୂର୍ବତନ ଅଧିକାରୀଙ୍କ ପେନ୍‌ସନ ବନ୍ଦ

ଭୁବନେଶ୍ୱର,୧ା୯(ବ୍ୟୁରୋ): ରାଜ୍ୟ ପ୍ରଶାସନରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି। ଏହିକ୍ରମରେ ଶନିବାର ମୁଖ୍ୟମନ୍ତ୍ରୀ ୬ ଜଣ ଅଧିକାରୀଙ୍କୁ...

ଶଙ୍କରାଚାର୍ଯ୍ୟଙ୍କୁ ଶ୍ରେଷ୍ଠ ହିନ୍ଦୁ ସମ୍ମାନ

ପୁରୀ ଅଫିସ,୪ା୧: ପୁରୀ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ମିଳିଛି ଶ୍ରେଷ୍ଠ ହିନ୍ଦୁ ସମ୍ମାନ। ଆମେରିକାର ହାୱାଇରୁ ପ୍ରକାଶିତ ଅନ୍ତର୍ଜାତୀୟ ପତ୍ରିକା ‘ହିନ୍ଦୁଜିମ୍‌...

କନିଷ୍ଠ ଯନ୍ତ୍ରୀଙ୍କୁ ବସ୍‌ଉଠ୍‌ କରାଇବା ମାମଲା: ଝାରପଡ଼ା ଜେଲ୍‌ରେ ରହିଲେ ପାଟଣାଗଡ଼ ବିଧାୟକ

ଭୁବନେଶ୍ୱର,୨।୭ (ବ୍ୟୁରୋ): ନିମ୍ନମାନର ରାସ୍ତା କାମକୁ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ (ଜେଇ)ଙ୍କୁ ରାସ୍ତା ଉପରେ ବସ୍‌ଉଠ୍‌ କରାଇବା ମାମଲାରେ ପାଟଣାଗଡ଼ ବିଧାୟକ ସରୋଜ କୁମାର...

ଶପଥ ଗ୍ରହଣ ଉତ୍ସବ ପାଇଁ ସୁରକ୍ଷା, ଟ୍ରାଫିକ୍‌ କଟକଣା

ଭୁବନେଶ୍ୱର, ୨୯ା୫(ବ୍ୟୁରୋ): ସାଧାରଣ ନିର୍ବାଚନରେ ବିପୁଳ ଜନ ସମର୍ଥନ ପାଇଥିବା ବିଜେଡି ପୁଣି ସରକାର ଗଠନ କରିବାକୁ ଯାଉଛି। ବୁଧବାର ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ...

‘ଜଳସମ୍ପଦ ସୁରକ୍ଷା ଲାଗି ସମ୍ମିଳିତ ଲଢ଼େଇ ଲୋଡ଼ା’

ବଡବିଲ,୯।୭(ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ବିଭିନ୍ନ କଳକାରଖାନା ନଦୀରୁ ସ୍ବଚ୍ଛଜଳ ନେଇ ଏହା ମଧ୍ୟକୁ ଦୂଷିତ ଜଳ ଛାଡୁଛନ୍ତି। ଏଭଳି କାର୍ଯ୍ୟ କରି ସେମାନେ ମଣିଷ ଜୀବନ ସହ...

ପ୍ରକୃତିପ୍ରେମୀ ମହାବୀର ବାବାଙ୍କ ପରଲୋକ

ବୋଲଗଡ,୧୪ା୧୨(ଡି.ଏନ.ଏ.): ବୋଲଗଡ ବ୍ଲକ ଜଖଲା ପାହାଡ ଉପରେ ଥିବା ମହାବୀର ମନ୍ଦିରର ପ୍ରତିଷ୍ଠାତା ବାବା ରାମନାରାୟଣ ଦାସ ମହାରାଜ (୬୦)ଙ୍କର ଶୁକ୍ରବାର ପରଲୋକ ହୋଇଛି ।...

Leave a comment

Your email address will not be published. Required fields are marked *