ମଇମୁରା ଜଙ୍ଗଲରେ ମାଫିଆଙ୍କ ଆଖି

ବଇଣ୍ଡା, ୯।୬(ଡି.ଏନ.ଏ.) – ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜର ମଇମୁରା ଗ୍ରାମ ଜଙ୍ଗଲରେ ଏବେ କାଠ ଚୋରଙ୍କ ନଜର। ପ୍ରତିଦିନ ଏଠାରୁ ଚୋରାରେ କାଠ ଚାଲାଣ ହେଉଥିବା ଯୋଗୁ ପଦା ହେବାକୁ ବସିଛି ଜଙ୍ଗଲ। ଏ ନେଇ ବନ ବିଭାଗ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଫଳରେ ଜଙ୍ଗଲ କ୍ଷୟ ହୋଇ ଲୋପ ପାଇଯିବାର ଆଶଙ୍କା ଦେଖାଦେଇଛି। ଏ ନେଇ ମଇମୁରା ଗ୍ରାମବାସୀ ଅନୁଗୋଳ ଜିଲାପାଳଙ୍କୁ ଶୁକ୍ରବାର ଅଭିଯୋଗପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି।
ଗ୍ରାମବାସୀ କହିଛନ୍ତି, ୭୮୩ ହେକ୍ଟର ମଇମୁରା ଗ୍ରାମ୍ୟ ଜଙ୍ଗଲ ବିଭିନ୍ନ ପ୍ରକାର ବୃକ୍ଷରେ ପରିପୂର୍ଣ୍ଣ ରହିଛି। ଜିଲାରେ ଶିଳ୍ପ କଳକାରଖାନା ପାଇଁ ଅନେକ ଜଙ୍ଗଲ ବଳି ପଡ଼ିଥିବାବେଳେ ଆଠମଲ୍ଲିକ ଉପଖଣ୍ଡରେ କିଛି ଜଙ୍ଗଲ ବଳକା ରହିଛି। ହେଲେ ସେଗୁଡ଼ିକ ମଧ୍ୟ ଏବେ ଅସୁରକ୍ଷିତ ହୋଇପଡ଼ିଛି। ଉକ୍ତ ଜଙ୍ଗଲରେ ୧୯୯୫ରେ ବନ ବିଭାଗ ପକ୍ଷରୁ ୧୦,୫୦୦ ଶାଗୁଆନ, ଶାଳ, ଶିଶୁ ଆଦି ଚାରା ରୋପଣ କରାଯାଇଥିଲା। ଏବେ ସେଗୁଡ଼ିକ ବଡ଼ ହୋଇ ଯାଇଥିବାବେଳେ ସେଥିରେ କାଠ ଚୋରଙ୍କ ନଜର ପଡ଼ିଛି। ପ୍ରତିଦିନ ଏହି ଜଙ୍ଗଲରୁ ମୂଲ୍ୟବାନ କାଠ କାଟି ବାହାରକୁ ଚାଲାଣ କରୁଛନ୍ତି। ବିଳମ୍ବିତ ରାତିରେ ଜଙ୍ଗଲରୁ ଗଛ କାଟିବାପରେ ସେଗୁଡ଼ିକୁ ଗୁପ୍ତ ସ୍ଥାନରେ ରଖୁଛନ୍ତି। ପରେ ଏହାକୁ ଗାଡ଼ିରେ ଅନୁଗୋଳ, ବୌଦ୍ଧ, ସମ୍ବଲପୁର, ସୋନପୁର, ବଲାଙ୍ଗୀର ଜିଲା ସମେତ ରାଜ୍ୟ ବାହାରକୁ ପଠାଉଛନ୍ତି। ଜିଲା ବାହାର କାଠ ବ୍ୟବସାୟୀ ସ୍ଥାନୀୟ କାଠ ବ୍ୟବସାୟୀଙ୍କ ସହ ମିଶିବା ସହ ବନ ବିଭାଗର କେତେକ କର୍ମଚାରୀଙ୍କୁ ହାତଗୁଞ୍ଜା ଦେଇ ଏହି ଚୋରା କାରବାର ଚଳାଉଥିବା ଅଭିଯୋଗ ହୋଇଛି। ସେହିପରି ଜଙ୍ଗଲ କ୍ଷୟ ଯୋଗୁ ବନ୍ୟ ଜୀବଜନ୍ତୁ ଗ୍ରାମାଭିମୁଖୀ ହେଉଛନ୍ତି। ହାତୀପଲ ଗ୍ରାମରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ତୁରନ୍ତ ଏଥିପ୍ରତି ବନ ବିଭାଗର ଅଧିକାରୀମାନେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହୋଇଛି। ଏ ନେଇ ଧଣ୍ଡାତୋପା ରେଞ୍ଜର ରାହାସ ସାହୁ କହିଛନ୍ତି, ଜଙ୍ଗଲ ସୁରକ୍ଷା ପାଇଁ ଏକ ଟିମ ଗଠନ କରାଯାଇ ପାଟ୍ରୋଲିଂ କରାଯାଉଛି। ପଦକ୍ଷେପ ନିଆଯିବ।


All Right Reserved By

ମୁଖ୍ୟ ଚିକିତ୍ସାଳୟରେ ଦଲାଲ ସକ୍ରିୟ: ରୋଗୀଙ୍କଠାରୁ ନେଇଗଲେ ୪ ହଜାର

ଅନୁଗୋଳ ଅଫିସ, ୨୨।୫- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଦଲାଲ ଜନୈକା ବୃଦ୍ଧାଙ୍କଠାରୁ ୪ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ...

ଅନୁଗୋଳରେ ଲଜ୍ଜା: ଶୋଇଥିବା ବେଳେ ଉଠାଇନେଇ ୮ ବର୍ଷର ନାବାଳିକାଙ୍କୁ ବଳାତ୍କାର, ମୃତ ଭାବି ଅଳିଆ ଗଦାରେ ଫିଙ୍ଗିଲେ

ଅନୁଗୋଳ ଅଫିସ,୨୧।୭: ଅନୁଗୋଳ ଥାନା ଅଞ୍ଚଳରେ ଜନୈକ ୮ ବର୍ଷର ନାବାଳିକାଙ୍କୁ ଶନିବାର ରାତିରେ ବଳାତ୍କାର ହୋଇଥିବା ସୂଚନା ମିଳିଛି। ତେବେ ଦୁର୍ବୃତ୍ତ ତାଙ୍କୁ ମୃତ...

ପାଲଲହଡ଼ାରେ ମୁକେଶ ୬୫୬୩ଭୋଟରେ ଆଗରେ

ପାଲଲହଡ଼ା, ୨୩ା୫(ଡି.ଏନ.ଏ.)- ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ୧୮ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ମୁକେଶ ପାଲ ୬୫୬୩ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ମୁକେଶ ୩୫୧୬୪...

ରାଜନୈତିକ ଶତ୍ରୁତାରୁ ହିଂସାକାଣ୍ଡ : କଟୁରି ଆକ୍ରମଣରେ ଯୁବକ ଗୁରୁତର

ଅନୁଗୋଳ ଅଫିସ,୧୫।୭: ଅନୁଗୋଳ ଜିଲା ତାଳଚେର ସନ୍ଥପଡ଼ା ଗାଁରେ ରାଜନୈତିକ ଶତ୍ରୁତାରୁ ହିଂସାକାଣ୍ଡ ହୋଇଛି। ଏହି ହିଂସାକାଣ୍ଡ ବେଳେ କଟୁରି ଆକ୍ରମଣରେ ସନ୍ଥପଡ଼ା ଅଞ୍ଚଳର ସୁଶାନ୍ତ...

ଶୈଳଶ୍ରୀକ୍ଷେତ୍ରରେ ରଥଯାତ୍ରା ପ୍ରସ୍ତୁତି ବୈଠକ: ୯ଟାରେ ପହଣ୍ଡି, ୨ଟା ୩୦ରେ ରଥଟଣା

ଅନୁଗୋଳ ଅଫିସ, ୨୨।୬ – ଅନୁଗୋଳ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିଚାଳନା ସମିତି ପକ୍ଷରୁ ଶ୍ରୀଗୁଣ୍ଡିଚା, ବାହୁଡ଼ା ଓ ସୁନାବେଶ ସୁପରିଚାଳନା ସମ୍ପର୍କିତ ପ୍ରସ୍ତୁତି ବୈଠକ...

୪ର୍ଥ ରାଉଣ୍ଡ ଶେଷ: ହିନ୍ଦୋଳରେ ବିଜେଡି ଆଗୁଆ

ହିନ୍ଦୋଳ, ୧୩।୫(ଡି.ଏନ୍‌.ଏ.)-ହିନ୍ଦୋଳ ବିଧାନସଭା ଆସନରେ ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡିର ସୀମାରାଣୀ ନାୟକ ଆଗୁଆ ଅଛନ୍ତି। ତାଙ୍କୁ ୮୮୨୩ ଭୋଟ ମିଳିଛି। ସେହିପରି ଭାଜପାର ଅଶୋକ...

ଅଧିକ ମଦ ବିକିଲେ ପୁରସ୍କାର ପ୍ରସ୍ତାବ: ଅଭିଜ୍ଞତା ନୁହେଁ ଅପରିପକ୍ୱତା

ବଅଁରପାଳ, ୨୧ା୭ (ଡି.ଏନ.ଏ.)- ଜରାଟ, ମିଜୋରାମ, ନାଗାଲାଣ୍ଡ, ଲାକ୍ଷାଦୀପ ଓ ବିହାର ପରି ଗୋଟିଏ ପରେ ଗୋଟିଏ ରାଜ୍ୟ ମଦକୁ ନିଷେଧ କରିଥିବା ବେଳେ ଓଡ଼ିଶା...

ଆଠମଲ୍ଲିକରେ ବିଜେଡିର ବାଜିମାତ: ୪୭,୧୩୫ ଖଣ୍ଡ ଭୋଟରେ ରମେଶ ସାଏ ବିଜୟୀ

ବଇଣ୍ଡା, ୨୩ା୫(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ୬୩ ନମ୍ବର ବିଧାନସଭା ନିର୍ବାଚନ ମଣ୍ଡଳିରେ ବାଜିମାରିଛି ବିଜେଡି। ପ୍ରାର୍ଥୀ ରମେଶ ଚନ୍ଦ୍ର ସାଏ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *