ଏଇ ଭାରତରେ

ସମାଜରେ ଆଧୁନିକତାର ପ୍ରଭାବ ଯେତେ ବଢିଲେ ବି ଉତ୍ତରପ୍ରଦେଶର ଏକ ଗାଁରେ ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ଦୂର ହୋଇନାହିଁ। ଫତେପୁର ଜିଲା ସାରୋଲି ଗାଁରେ ଜଣେ କୃଷକ ତାଙ୍କ ମଇଁଷି ଛୁଆ ପାଇଁ ମୁଣ୍ଡନ ଉତ୍ସବ ପାଳନ କରିବା ଏହାର ଏକ ସଦ୍ୟତମ ଉଦାହରଣ। ମଇଁଷିର ମଣିଷ ଛୁଆ ପରି ଚୁଟି ନ ଥାଏ ଯେ ତାକୁ ମୁଣ୍ଡନ କରାଯିବ। କିନ୍ତୁ ଅନ୍ଧବିଶ୍ୱାସପୀଡ଼ିତ ଜୟଚନ୍ଦ୍ର ସିଂ ନାମକ ଏହି କୃଷକଙ୍କ ଏଭଳି ଅଜବ ଉତ୍ସବ ପାଳନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଜୟଚନ୍ଦ୍ର ଏକ ମଇଁଷି ପାଳିଥିଲେ। ସେ ଯେତେ ଛୁଆ ଦେଉଥିଲା ସେମାନେ ମରିଯାଉଥିଲେ। ତେବେ ମଇଁଷି ଛୁଆକୁୁ ବଞ୍ଚାଇବା ଲାଗି ଗାଁର କେତେଜଣ ମୁଖିଆ ତାଙ୍କୁ ମୁଣ୍ଡନ ଉତ୍ସବ ପାଳନ କରିବା ଲାଗି ପରାମର୍ଶ ଦେଇଥିଲେ ଓ ସେ ଏବେ ସଦ୍ୟ ଜନ୍ମ ନେଇଥିବା ଛୁଆଟିକୁ ବଞ୍ଚାଇବା ପାଇଁ ଏହା ପାଳନ କରିଛନ୍ତି। ଏହି ଅବସରରେ ଜୟଚନ୍ଦ୍ର ଗାଁ ଲୋକଙ୍କୁ ଏକ ଭୋଜି ମଧ୍ୟ ଦେଇଛନ୍ତି। ମଇଁଷି ଛୁଆକୁ ପ୍ରଥମେ ଏକ ଲାଲ୍‌ କପଡାରେ ଘୋଡାଇ ଦିଆଯାଇଥିଲା। ପରେ ନାପିତ ତା’କୁ ଲଣ୍ଡା କରିଥିଲେ। ଏହି ସମୟରେ ଗାଁର ମହିଳାମାନେ ମଇଁଷି ଛୁଆ ଚାରିପାଖରେ ଠିଆ ହୋଇ ଲୋକଗୀତ ଗାନ କରିଥିଲେ। ସାରୋଲି ଏବଂ ତା’ ଆଖପାଖ ଗାଁରୁ ପ୍ରାୟ ୩୦୦ ଲୋକ ଏହି ଉତ୍ସବରେ ଯୋଗଦେଇଥିଲେ।


All Right Reserved By Dharitri.Com

ଯତ୍ନଶୀଳା ମୋହିନୀ

କରୋନା ଭୂତାଣୁ, ସକ୍ରିୟ ସଂକ୍ରମିତ ଏବଂ କେତେ ଜଣଙ୍କ କେଉଁଠାରେ ପ୍ରାଣହାନି ଘଟିଲାଣି ଆଦି ସୂଚନା ଜାଣିବା ପାଇଁ ଲୋକେ ଟାକି ଅନାଇ ବସିଛନ୍ତି। ଗଣମାଧ୍ୟମ...

ଓଡ଼ିଶାରେ ଦୋଳଯାତ୍ରା

ଡ. ଭାଗ୍ୟଲିପି ମଲ୍ଲ ଶୀତ ସରି ସରି ଆସୁଛି। ଖରା ଧରାକୁ ମୁହାଁଇଛି। ସନ୍ଧି ସମୟ। କାଳପ୍ରବାହରେ ମଧୁମାସ। ବସନ୍ତ। ଚାରିଆଡ଼େ ଫୁଲ ଆଉ ଫୁଲ।...

କରୋନା ମୁକାବିଲାରେ ଭାରତୀୟ ଡାକ

ବୃହସ୍ପତି ସାମଲ ଭାରି ବ୍ୟସ୍ତ ଲାଗୁଥାଏ ସଂଜିତ୍‌ ହାଲଦାରଙ୍କୁ। ଶନିବାର କାମ ସାରି ନିଜର କର୍ମସ୍ଥଳୀ ନଦିଆ ଜିଲାର ଦେବଗ୍ରାମ ଉପଡାକଘରୁ ୧୬୦ କି.ମି. ଦୂର...

ଏଇ ଭାରତରେ

ସାମ୍ପ୍ରତିକ ସମୟରେ ଡିଜିଟାଲ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି ଝାଡଖଣ୍ଡର ଜଣେ ଯୁବକ ଗ୍ରାମାଞ୍ଚଳ ପିଲାମାନଙ୍କୁ ସୌରଚାଳିତ ଭ୍ରାମ୍ୟମାଣ କମ୍ପ୍ୟୁଟର କ୍ଲାସ୍‌ ମାଧ୍ୟମରେ ଶିକ୍ଷା ଦେଉଛନ୍ତି।...

ଏଇ ଭାରତରେ

ଜଣେ କି ଦୁଇ ଜଣ ନୁହନ୍ତି, ଏକାଥରକେ ୩୦୦ ବରିଷ୍ଠ ନାଗରିକଙ୍କର ସେ ପୁଅ। ଏହି ପୁଅ ଜଣକ ଆଉ କେହି ନୁହନ୍ତି, ସେ ହେଉଛନ୍ତି...

ଦଳର ବଳ

ଆକାର ପଟେଲ ଆପଣ www.bjp.orgରେ ଲଗ୍‌ଅନ୍‌ କଲେ ଗୋଟିଏ ବାର୍ତ୍ତା ଦେଖିବାକୁ ପାଇବେ ‘ଓ୍ବେଲ୍‌କମ୍‌ ଟୁ ଦ ଓ୍ବେବ୍‌ସାଇଟ୍‌ ଅଫ୍‌ ଦ ଓ୍ବାର୍ଲଡ୍‌ସ ଲାର୍ଜେଷ୍ଟ ପାର୍ଟି’।...

କରୋନାରୁ ଶିକ୍ଷା

ପ୍ରାକୃତିକ ହେଉ ବା ମନୁଷ୍ୟକୃତ ବିପର୍ଯ୍ୟୟରୁ ମଣିଷ ବହୁ କଥା ଶିଖିଥାଏ। ଆଜି କୋଭିଡ୍‌-୧୯ ରୋଗ ଲୋକଙ୍କ ମନରେ ଭୟ ସୃଷ୍ଟି କରିଦେଇଛି। ୨୦୧୯ ଶେଷ...

ଲୋକଙ୍କ ସ୍ବର

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଭାରତର ଅଧିକାଂଶ ଟେଲିଭିଜନ ନ୍ୟୁଜ୍‌ ଚ୍ୟାନେଲରେ ଉପସ୍ଥାପକମାନେ ସମଗ୍ର କାର୍ଯ୍ୟକ୍ରମକୁ ନିଜ ଅକ୍ତିଆରକୁ ନେଇଯାଉଥିବା ଆଲୋଚନା ହେଉଛି। ଏପରି କି ପ୍ୟାନେଲରେ...

Leave a comment

Your email address will not be published. Required fields are marked *