ବଅଁରପାଳ ଛାତ୍ର ରେଭେନ୍‌ଶା ଟପ୍ପର

ବଅଁରପାଳ,୯।୬(ଡି.ଏନ.ଏ.) – ବଅଁରପାଳ ସ୍ଥିତ ପିବିକେ ହାଇସ୍କୁଲର ଛାତ୍ର ସତ୍ୟଜିତ ବେହେରା ରେଭେନ୍‌ଶା ଜୁନିୟର କଲେଜରେ ଟପ୍ପର ହୋଇଛନ୍ତି। ସତ୍ୟଜିତ ହାଇସ୍କୁଲ ପରୀକ୍ଷାରେ ୯୫ ଶତକଡ଼ା ନମ୍ବର ରଖିଥିଲେ। ଏହାପରେ କଟକ ସ୍ଥିତ ରେଭେନ୍‌ଶା ଜୁନିୟର କଲେଜରେ ନାମ ଲେଖାଇଥିଲେ। ସେ ମୋଟ ୫୪୯ ନମ୍ବର ରଖି କଲେଜର ଟପ୍ପର୍‌ ହୋଇଛନ୍ତି। ୪ ମାସର ହୋଇଥିବାବେଳେ ସେ ବାପା ସାକେଲ ରାମ ବେହେରାଙ୍କୁ ହରାଇଥିଲେ। ଏହାପରେ ମାମୁ ଘରେ ରହି ପାଠ ପଢ଼ୁଥିଲେ। ଦିନକୁ ୬ରୁ ୭ ଘଣ୍ଟା ପାଠ ପଢ଼ୁଥିଲେ ବୋଲି ସତ୍ୟଜିତ କହିଛନ୍ତି। ତାଙ୍କ ସଫଳତାର ସମସ୍ତ ଶ୍ରେୟ କଲେଜ ଅଧ୍ୟାପକ, କୋଚିଂ ସେଣ୍ଟର ଶିକ୍ଷକ, ମା ହୀରବତୀ ବେହେରା, ମାମୁ ସଞ୍ଜୟ ସାହୁ, ସୁନୀଲ ସାହୁ ଓ ଆଈ ସୁପ ସାହୁଙ୍କୁ ଦେଇଛନ୍ତି। ଆଗକୁ କଠିନ ପରିଶ୍ରମ କରି ବୈଜ୍ଞାନିକ ହେବେ ବୋଲି ସତ୍ୟଜିତ ପ୍ରକାଶ କରିଛନ୍ତି।


All Right Reserved By

କଠିନ ପରିଶ୍ରମ କରାଇଛି ସଫଳ: ଦିନ ମଜୁରିଆରୁ ଫ୍ୟାକ୍ଟ୍ରି ମାଲିକ

ବନ୍ତଳା,୩ା୭ – ୩୦ ବର୍ଷ ତଳେ ମଜୁରି ଖଟୁଥିବା ମଣିଷ ଆଜି ଦୁଇ ଦୁଇଟି ଫ୍ୟାକ୍ଟ୍ରିର ମାଲିକ। ୧୫ ଶ୍ରମିକଙ୍କ ସେ ନିଯୁକ୍ତିଦାତା। ଦିନକୁ ଲକ୍ଷାଧିକ...

କଲବଲ କରୁଛି ଗୁଳୁଗୁଳି

ଢେଙ୍କାନାଳ ଅଫିସ, ୧୧ା୫- ବାତ୍ୟା ‘ଫନୀ’ ପରେ ପୁଣିଥରେ ବଢ଼ିବା ଆରମ୍ଭ କରିଛି ତାପମାତ୍ରା। ସପ୍ତାହେ ହେଲା ଢେଙ୍କାନାଳ ସହରର ପାରଦ ୪୩ ଡିଗ୍ରୀ ପାଖାପାଖି...

ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ: ଢେଙ୍କାନାଳ ଜିଲାରେ ପାସ୍‌ ହାର ୭୨.୦୨%

ଢେଙ୍କାନାଳ ଅଫିସ, ୨୨।୫- ପ୍ରକାଶ ପାଇଛି ମାଟ୍ରିକ୍‌ ପରୀକ୍ଷା ଫଳ। ଢେଙ୍କାନାଳ ଜିଲାରେ ପାସ୍‌ ହାର ରହିଛି ୭୨.୦୨%। ପରୀକ୍ଷା ଦେଇଥିବା ୧୬,୮୨୦ ଛାତ୍ରୀଛାତ୍ରଙ୍କ ମଧ୍ୟରୁ...

ଅଭିଯୁକ୍ତ ଦେଉଛନ୍ତି ଧମକ, ପୋଲିସ ଚୁପ୍‌: ଭୟରେ ଦିନ କାଟୁଛନ୍ତି ବୃଦ୍ଧା

ଅନୁଗୋଳ ଅଫିସ, ୨୩।୫: ପଡୋଶୀ ପିଲା ଘରେ ପଶି ଜଣେ ଭିନ୍ନକ୍ଷମ ବୃଦ୍ଧାଙ୍କଠାରୁ ଚୋରି କରିବା ଅଭିଯୋଗରେ ଅନୁଗୋଳ ଜିଲା ଏନ୍‌ଟିପିସି ଥାନା ପୋଲିସ ଏକ ମାମଲା...

ଦୁଗ୍ଧ ଶୀତଳୀକରଣ କେନ୍ଦ୍ରରେ ଅନିୟମିତତା ଘଟଣା:ବକେୟା ଦାବିରେ ଅଧିକାରୀଙ୍କୁ ଘେରାଉ

ଛେଣ୍ଡିପଦା,୨୫।୬(ସ୍ବ.ପ୍ର) ଅନୁଗୋଳ ଜିଲା ଛେଣ୍ଡିପଦା ସଦରମହକୁମାରେ ଥିବା ଦୁଗ୍ଧ ଶୀତଳୀକରଣ କେନ୍ଦ୍ରରେ ଚାଷୀମାନେ ଠକେଇର ଶିକାର ହେବା ସହ ସେମାନଙ୍କୁ ଠିକ୍‌ ସମୟରେ କ୍ଷୀର ବାବଦ...

ସୁଧୀର ୧୩୯୮୩ ଭୋଟରେ ଆଗୁଆ

ଢେଙ୍କାନାଳ ଅଫିସ, ୨୩।୫-ଢେଙ୍କାନାଳ ବିଧାନସଭା ଆସନରେ ୧୭ତମ ରାଉଣ୍ଡ ସୁଦ୍ଧା ୧ଲକ୍ଷ ୧୭ ହଜାର ୧୭୮ ଭୋଟ ଗଣତି କରାଯାଇଛି। ସେଥିରୁ ବିଜେଡିର ସୁଧୀର ସାମଲ...

ପରଜଙ୍ଗରେ ନୃସିଂହ, କାମାକ୍ଷାନଗରରେ ପ୍ରଫୁଲ୍ଲ ବିଜୟୀ

ଢେଙ୍କାନାଳ ଅଫିସ, ୨୩।୫-ଢେଙ୍କାନାଳ ଜିଲା କାମାକ୍ଷାନଗର ବିଧାନସଭା ଆସନରୁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବିଜୟୀ ହୋଇଛନ୍ତି। ସେ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ଶତ୍ରୁଘ୍ନ ଜେନାଙ୍କୁ...

ବାଗଡ଼ିଆ ଅଞ୍ଚଳରେ କାଳବୈଶାଖୀ: ବ୍ୟାପକ କ୍ଷୟକ୍ଷତି

ଛେଣ୍ଡିପଦା,୨୭।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଗଡ଼ିଆ ଅଞ୍ଚଳରେ ସୋମବାର ଅପରାହ୍ନ ପ୍ରାୟ ୩ଟାରେ କାଳବୈଶାଖୀ ହୋଇଛି। ଝଡତୋଫାନ ସହ କୁଆପଥର ବୃଷ୍ଟିପାତ ସାଙ୍ଗକୁ ପ୍ରବଳ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *