Posted inଫୁରସତ

୨ ଦିନରେ ଜେଲ୍‌ରେ କଏଦୀ ତିଆରି କଲେ ୨୦୦୦ ମାସ୍କ

ଭୋପାଳ: କରୋନା ଭୂତାଣୁ ସଂକ୍ରମଣକୁ ଏଡ଼ାଇବା ପାଇଁ ମଧ୍ୟପ୍ରଦେଶର ଭୋପାଳ ସେଣ୍ଟ୍ରାଲ ଜେଲରେ ଥିବା କଏଦୀମାନେ ମାସ୍କ ତିଆରି କରିଛନ୍ତି। ୨ ଦିନରେ ଏଠାରେ ୨୦୦୦ ମାସ୍କ ପ୍ରସ୍ତୁତ କରାଯାଇଛି। ଜେଲ ପରିଚାଳନା କର୍ତ୍ତୃପକ୍ଷ କହିଛନ୍ତି, ଏହି ମାସ୍କଗୁଡ଼ିକ ମଧ୍ୟରୁ କିଛି ଅନ୍ତେବାସୀଙ୍କୁ ବଣ୍ଟନ କରାଯିବ। ବାହାରେ ଚାହିଦା ଅନୁଯାୟୀ ଆହୁରି ଅଧିକ ମାସ୍କ ତିଆରି ହେବ। ସେଣ୍ଟ୍ରାଲ ଜେଲ ଅଧୀକ୍ଷକ ଦୀନେଶ ନାର୍ଗେଭଙ୍କ ସୂଚନା ଅନୁଯାୟୀ, ଜେଲ୍‌ରେ ସଂକ୍ରମଣରୁ ରକ୍ଷା ପାଇବା ଦିଗରେ ଖୁବ୍‌ ସତର୍କତା ଅବଲମ୍ବନ କରାଯାଉଛି। ଯଦି ବାହାରୁ ଲୋକଙ୍କ ଚାହିଦା ଆସେ, ତେବେ ଅଧିକ ମାସ୍କ ପ୍ରସ୍ତୁତ କରି ଯୋଗାଇ ଦିଆଯିବ। ବର୍ତ୍ତମାନ କେବଳ ଜେଲ୍‌ ଅନ୍ତେବାସୀଙ୍କ ପାଇଁ ଏହା ପ୍ରସ୍ତୁତି କରାଯାଇଛି।
ସେହିପରି ନୂତନ ବନ୍ଦୀମାନଙ୍କୁ ଜେଲ୍‌ରେ ରଖିବା ପାଇଁ ଏକ ଅଲଗା ଓ୍ବାର୍ଡ ଗଠନ କରାଯାଇଛି। ପାରୋଲରୁ ଫେରୁଥିବା ବନ୍ଦୀମାନଙ୍କୁ କୋର୍ଟଙ୍କ ଦ୍ୱାରା ଦଣ୍ଡିତ ଏବଂ ବିଚାର ବିମର୍ଷ କରାଯିବ। ଏହି କଏଦୀମାନଙ୍କୁ ସ୍ବତନ୍ତ୍ର ଓ୍ବାର୍ଡରେ ଅବ୍‌ଜରଭେସନ୍‌ରେ ରଖାଯିବା ପରେ ଅନ୍ୟ ଓ୍ବାର୍ଡକୁ ସ୍ଥାନାନ୍ତର କରାଯିବ।


All Right Reserved By Dharitri.Com

ଲକ୍‌ଜ୍ୟୁରିୟସ୍‌ ଭାସମାନ ମାନସନ୍‌

ଧନୀ ବ୍ୟକ୍ତିମାନେ ବିଳାସମୟ ୟଟ୍‌ରେ ଛୁଟି କାଟିବାକୁ ବହୁତ ଭଲ ପାଆନ୍ତି। ତେବେ ୟଟ୍‌ଟି ଯଦି ବିଳାସମୟ ଘର ଭଳି ହୋଇଥିବ ମଜା ଆହୁରି ବଢିଯିବ।...

ଏହି ରେଷ୍ଟୁରାଣ୍ଟରେ ମିଳେନାହିଁ ଆମିଷ ବା କ୍ଷୀରରେ ତିଆରି ଖାଦ୍ୟ

ସ୍ବିଜରଲାଣ୍ଡର ଜ୍ୟୁରିଖରେ ରହିଛି ଏମିତି ଏକ ରେଷ୍ଟୁରାଣ୍ଟ ଯେଉଁଠି ଶହେ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଆମିଷ ଅବା କ୍ଷୀରରେ ତିଆରି ଖାଦ୍ୟ ପରସା ଯାଇନାହିଁ।...

୨୦୧୯ ଚନ୍ଦ୍ରଗ୍ରହଣ: ଭୁଲରେ କରନ୍ତୁ ନାହିଁ ଏହିସବୁ କାମ

ଆଷାଢ଼ ପୂର୍ଣ୍ଣିମା ବା ଗୁରୁପୂର୍ଣ୍ଣିମା ମଙ୍ଗଳବାର ବିଳମ୍ବିତ ରାତିରେ ଆଂଶିକ ଚନ୍ଦ୍ରଗ୍ରହଣ ସଂଗଠିତ ହେବ। ଏହା ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଆଫ୍ରିକା, ଦକ୍ଷିଣ ଆମେରିକା ଆଦି...

ଯେଉଁ ମନ୍ଦିରରେ ପୂଜା ପାଏ କୁକୁର

ଉତ୍ତର ପ୍ରଦେଶ ବୁନ୍ଦେଲଖଣ୍ଡର ଝାନ୍ସୀ ରାଜପଥରେ ରଓ୍ବେନ ଓ କକଓ୍ବାରା ଗାଁ ମଝିରେ କୁକୁର ମହାରାଣୀଙ୍କର ଏକ ମନ୍ଦିର ରହିଛି। ଯେଉଁଠି କଳା ମାଈ କୁକୁରର...

ପାଣି, ପବନ ଓ ବିଦ୍ୟୁତ୍‌ ଶକ୍ତିରୁ ତିଆରି ହେଲା ବିକଳ୍ପ ଖାଦ୍ୟ: ରହିବେନି କେହି ଭୋକିଲା

ହେଲସିଙ୍କି,୨୧।୧: ଆଗାମୀ ଦିନରେ ପୃଥିବୀର ଖାଦ୍ୟ ସମସ୍ୟା କିଭଳି ଦୂର କରାଯିବ ସେ ନେଇ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି। ଏହି ମର୍ମରେ ଫିନ୍‌ଲାଣ୍ଡର ବୈଜ୍ଞାନିକ...

ଛେଳି-ଫଳ ସବୁ କରୋନା ପଜିଟିଭ, ଟେଷ୍ଟ କିଟ୍‌ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି

ଦାର ଏସ୍‌ ସଲାମ,୪।୫: ଆଫ୍ରିକୀୟ ଦେଶ ତାଞ୍ଜାନିଆରେ କରୋନା ଟେଷ୍ଟ ପାଇଁ ବ୍ୟବହାର କରାଯାଉଥିବା କିଟ୍‌ ଗୁଡିକର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଜନ ମଗୁଫୁଲି।...

ମୃତ୍ୟୁ ପରେ ଏହି ମନ୍ଦିରକୁ ଯାଇଥାଏ ଆତ୍ମା, କର୍ମ ଅନୁଯାୟୀ ଫଳ ଦେଇଥାନ୍ତି ଯମରାଜ

ସାଧାରଣତଃ ଲୋକେ ବିଭିନ୍ନ ମନ୍ଦିର ଯାଇଥାନ୍ତି ଦେବଦେବୀଙ୍କୁ ପୂଜାର୍ଚ୍ଚନା କରିବାକୁ। କିନ୍ତୁ ମୃତ୍ୟୁର ଏକ ମନ୍ଦିର ଅଛି ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏମିତି ଏକ ମନ୍ଦିର...

୧୦ ଦେଶ ନିକଟରେ ରହିଛି ବିପୁଳ ପରିମାଣର ସୁନା, ଏହି ସ୍ଥାନରେ ରହିଛି ଭାରତ

ଆମ ପାଇଁ ସୁନା ସୁବଠୁ ମୂଲ୍ୟବାନ ଧାତୁ। କହିରଖୁଛୁ, ଯେଉଁ ଦେଶର ରିଜର୍ଭ ବ୍ୟାଙ୍କ ନିକଟରେ ଯେତେ ଅଧିକ ସୁନା ଗଚ୍ଛିତ ଥାଏ, ସେ ଦେଶ...

Leave a comment

Your email address will not be published. Required fields are marked *