ଯୁବକଙ୍କୁ ମରଣାନ୍ତକ ଆକ୍ରମଣ : ଅଭିଯୁକ୍ତ ଗିରଫ, ଖଣ୍ଡା ଜବତ

ବଡ଼ବିଲ, ୯।୬ (ସ୍ବ.ପ୍ର.) – କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀ ଗ୍ରାମର ରୋହିତ ଶାସ୍ତ୍ରୀ ନାମକ ଜଣେ ଯୁବକଙ୍କୁ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ କରାଯାଇଛି। ଏଥିରେ ଗୁରୁତର ରୋହିତ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ଏ ନେଇ ଅଭିଯୋଗ କ୍ରମେ ବଡ଼ବିଲ ଥାନାରେ ଏକ ମାମଲା(ନଂ. ୧୨୭/୨୦୧୯) ରୁଜୁ କରାଯାଇଛି। ଆକ୍ରମଣକାରୀ ଠାକୁରାଣୀ ଗ୍ରାମର ଭଗବାନ ଦାଶଙ୍କୁ ପୋଲିସ ଗିରଫ କରିବା ସହ ବ୍ୟବହୃତ ଖଣ୍ଡାକୁ ଶନିବାର ଜବତ କରିଛି।
ସୂଚନା ଅନୁଯାୟୀ, ଭଗବାନ ଶୁକ୍ରବାର ରୋହିତଙ୍କୁ ଏକ ଖଣ୍ଡାରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ରୋହିତଙ୍କୁ ପ୍ରଥମେ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଶନିବାର ଅଭିଯୁକ୍ତ ଭଗବାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ କହିଛି।


All Right Reserved By

ବାର ମାଲିକଙ୍କୁ ଆକ୍ରମଣ ଘଟଣାରେ ୩ ଗିରଫ

ଯୋଡ଼ା,୧୬।୬(ଡ଼ି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ସହରରେ ଥିବା ଏକ ବାରରେ ପଶି ବାର ମାଲିକଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଲୁଟି ନେବା ଘଟଣାରେ ପୋଲିସ ୩...

କେନ୍ଦୁଝର ଲୋକ ସଭାରେ ଭାଜପା ଆଗୁଆ

କେନ୍ଦୁଝର ଅଫିସ,୨୩।୫: କେନ୍ଦୁଝର ଲୋକ ସଭା ଆସନରେ ଭାଜପାର ଅନନ୍ତ ନାୟକ ପ୍ରଥମ ରାଉଣ୍ଡ ଗଣତିରେ ୨୨୮ ଭୋଟରେ ଆଗୁଆ ରହିଛନ୍ତି। କେନ୍ଦୁଝର ସଦର ବିଧାନସଭା...

ପ୍ରତିଶ୍ରୁତିରେ ଅଟକିଛି ଭିତ୍ତିଭୂମି ବିକାଶ

ଭଦ୍ରକ ଅଫିସ, ୪।୬ – ଭଦ୍ରକ ଜିଲାରେ ବେରୋଜଗାରି, କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ପାନୀୟଜଳ ଅଭାବ ଭଳି ବିଭିନ୍ନ ସମସ୍ୟା ବସାବାନ୍ଧି ରହିଛି।...

ବିପର୍ଯ୍ୟୟ ବେଳେ ଭରସା ‘ଆଞ୍ଚଳିକ ପ୍ରଶମନ କେନ୍ଦ୍ର’ : ବାଲେଶ୍ୱରରେ ଭିତ୍ତିପ୍ରସ୍ତର ସ୍ଥାପନ

ବାଲେଶ୍ୱର ଅଫିସ,୧୭।୯-ପ୍ରାକୃତିକ ବିପର୍ଯ୍ୟୟର ତତ୍କାଳ ମୁକାବିଲା ଲାଗି ବାଲେଶ୍ୱରଠାରୁ ୧୨କି.ମି. ଦୂର ଚାନ୍ଦିପୁର ନିକଟବର୍ତ୍ତୀ ହିଡିଙ୍ଗା ଅଞ୍ଚଳରେ ସୋମବାର ରିଜିଓନାଲ ରେସପନ୍ସ ସେଣ୍ଟର (ଆର୍‌ଆର୍‌ସି) ବା...

ସ୍ନାତକ ବିଭାଗ ଟପ୍ପରଙ୍କୁ ବ୍ୟାସକବି ଶିକ୍ଷା ସମ୍ମାନ

ବାଲେଶ୍ୱର ଅଫିସ, ୧୪।୬-ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ସ୍ନାତକ ବିଭାଗରେ ସର୍ବାଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ଛାତ୍ରୀଛାତ୍ରମାନଙ୍କୁ ବିଜୁ ଛାତ୍ର ଜନତା ଦଳ...

ପାଠପଢ଼ାରେ ଡୋରି : ଅଙ୍ଗନବାଡ଼ି ଯାଉନାହାନ୍ତି ଶିଶୁ

କେନ୍ଦୁଝର,୭ା୬(ସ୍ବ.ପ୍ର.): ପୁଷ୍ଟିହୀନତା ରୋକିବା ସହ ଶିଶୁଙ୍କୁ ପ୍ରାକ ଶିକ୍ଷା ଦେବାକୁ ସରକାର ଅଙ୍ଗନବାଡ଼ି କେନ୍ଦ୍ର ବ୍ୟବସ୍ଥା କରିଛନ୍ତି। ଏହା ଦ୍ୱାରା ଶିଶୁମାନେ ସୁଷମ ଖାଦ୍ୟ ଖାଇବା...

ଶାନ୍ତିଶୃଙ୍ଖଳାରେ ସାନି ମତଦାନ ଲାଗି ପୂର୍ବାଞ୍ଚଳ ଡିଆଇଜିଙ୍କୁ ଭେଟିଲେ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

ବାଲେଶ୍ୱର ଅଫିସ,୧୭।୫: ବାଲେଶ୍ୱର ଜିଲା ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀର ୧୮୭ ଓ ୧୮୯ ନମ୍ବର ବୁଥ୍‌ରେ ମତଦାନରେ ଅନିୟମିତତା ହୋଇଥିବା କଂଗ୍ରେସ ପକ୍ଷରୁ ଜିଲା ନିର୍ବାଚନ...

ସମୁଦ୍ରରେ ଡଙ୍ଗା ବୁଡ଼ି ଜଣେ ମତ୍ସ୍ୟଜୀବୀ ନିଖୋଜ, ୩ ଉଦ୍ଧାର

ରୂପ୍‌ସା/ବସ୍ତା,୨୫।୭(ଡି.ଏନ.ଏ./ସ୍ବ.ପ୍ର.)- – ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ବାହାବଳପୁର ନିକଟ ସମୁଦ୍ରରେ ବୁଧବାର ଏକ ଦେଶୀଡଙ୍ଗା ବୁଡ଼ି ଯିବାରୁ ଜଣେ ମତ୍ସ୍ୟଜୀବୀ ନିଖୋଜ ଥିବା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *