ଲକ୍ଷାଧିକ ଲୋକଙ୍କ ପାସଓ୍ବାର୍ଡ ‘୧୨୩୪୫୬

ଲଣ୍ଡନ,୨୨ା୪(ପି.ଟି): ବିଶ୍ୱର ଲକ୍ଷଲକ୍ଷ ଲୋକ ଗୁରୁତ୍ୱପୂର୍ଣ୍ଣ ଆକାଉଣ୍ଟ ପାଇଁ ସହଜରେ ମନେରହିବା ଭଳି ପାସଓ୍ବାର୍ଡ ‘୧୨୩୪୫୬’ ଏବଂ ‘କ୍ୟୁଡବ୍ଲ୍ୟୁଇଆରଟିଓ୍ବାଇ’ ବ୍ୟବହାର କରୁଥିବା ଏକ ଅଧ୍ୟୟନରୁ ଜାଣିବାକୁ ମିଳିଛି। ବ୍ରିଟେନ୍‌ର ନ୍ୟାଶନାଲ ସାଇବର ସିକ୍ୟୁରିଟି ସେଣ୍ଟର (ଏନ୍‌ସିଏସ୍‌ସି) ଦ୍ୱାରା ତଥ୍ୟ ବିଶ୍ଳେଷଣରୁ ଏହି ସୂଚନା ମିଳିଛି। ଜନସାଧାରଣ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଆକାଉଣ୍ଟଗୁଡିକ ପାଇଁ ପାଖାପାଖି ଡିଜିଟ୍‌ ସହିତ ସ୍ମରଣଯୋଗ୍ୟ ଶବ୍ଦକୁ ଯୋଡି ଏକ ବଳିଷ୍ଠ ପାସଓ୍ବାର୍ଡ ପ୍ରସ୍ତୁତ କରିବା ଉଚିତ। ଉକ୍ତ ସଂସ୍ଥା ଏହାର ପ୍ରଥମ ସାଇବର-ସର୍ଭେରେ ଜନସାଧାରଣଙ୍କ ଡାଟାବେସ୍‌କୁ ବିଶ୍ଳେଷଣ କରିଥିଲା। କେଉଁ ଶବ୍ଦ, ଫ୍ରେଜ୍‌ ଓ ଡିଜିଟ୍‌ଗୁଡିକୁ ଲୋକେ ପାସଓ୍ବାର୍ଡ ଭାବେ ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି ତାହା ପରୀକ୍ଷାନିରୀକ୍ଷା କରାଯାଇଥିଲା। ଉକ୍ତ ତାଲିକାର ଶୀର୍ଷରେ ରହିଥିଲା ‘୧୨୩୪୫୬’। ବିଶ୍ୱରେ ୨୩ ନିୟୁତରୁ ଅଧିକ ଲୋକ ଏଭଳି ପାସଓ୍ବାର୍ଡ ବ୍ୟବହାର କରନ୍ତି। ଦ୍ୱିତୀୟ ସର୍ବାଧିକ ବ୍ୟବହୃତ ପାସଓ୍ବାର୍ଡ ହେଉଛି ‘୧୨୩୪୫୬୭୮୯’। ଏହାକୁ ମନେପକାଇବା ଏତେ କଷ୍ଟକର ନୁହେଁ। ଏହା ପଛକୁ ଅନ୍ୟ ୩ଟି ହେଉଛି ‘କ୍ୟୁଡବ୍ଲ୍ୟୁଇଆରଟିଓ୍ବାଇ’, ‘ପାସଓ୍ବାର୍ଡ’ ଏବଂ ‘୧୧୧୧୧୧୧’।


All Right Reserved By Dharitri.Com

ଏବେ ଏହି ଦେଶରେ ସନ୍ତାନ ଜନ୍ମ ପାଇଁ ମିଳିବ ଦେଢ ଲକ୍ଷ ଟଙ୍କା ବୋନସ

ଏଥେନ୍ସ,୧୦।୨: ଗ୍ରୀସରେ ବେଳକୁ ବେଳ ଜନସଂଖ୍ୟା କମିବାରେ ଲାଗିଛି। ଏହାକୁ ନଜରରେ ରଖି ଏବେ ସନ୍ତାନ ଜନ୍ମକୁ ନେଇ ସରକାର ବୋନସ ଘୋଷଣା କରିଛନ୍ତି। ‘ବେବି...

୧୦୨ ବର୍ଷର କନ୍ୟାଙ୍କୁ ୧୦୦ ବର୍ଷର ବର

ଓହିଓ,୫।୭: ପ୍ରେମ ହେଉଛି ଶାଶ୍ୱତ ଓ ଚିରନ୍ତନ। ପ୍ରେମ ନା ବୟସ ଦେଖେ ନା ଜାତିଧର୍ମ। ତା’ ପାଇଁ ସବୁ ସମାନ। କିଛି ଏଭଳି ଦୃଶ୍ୟ...

ବିଶ୍ୱରେ ସର୍ବାଧିକ ପ୍ରବାସୀ ଭାରତୀୟ

ଜାତିସଂଘ,୧୯ା୯(ପି.ଟି.): ଚଳିତ ବର୍ଷର ଅନ୍ତର୍ଜାତୀୟ ପ୍ରବାସୀଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ସର୍ବାଧିକ ବୋଲି ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି। ଜାତିସଂଘର ନୂଆ ଆକଳନ ଅନୁଯାୟୀ ସାରା...

ଭାରତୀୟ ଶିଶୁ ପାଇଁ ନିୟମ ଭାଙ୍ଗିଲା ୟୁଏଇ

ଆବୁଧାବି,୨୯।୪: ଜଣେ ଭାରତୀୟ ଶିଶୁକୁ ଜନ୍ମ ପ୍ରମାଣ ପତ୍ର ଦେବା ଲାଗି ୟୁନାଇଟେଡ୍‌ ଆରବ ଏମିରେଟ୍ସ(ୟୁଏଇ) ତା’ର ନିୟମ ଭଙ୍ଗ କରିଛି। ଏହି ଆଧାରରେ ୟୁଏଇ...

ପଙ୍ଗପାଳ ହଟାଇବାକୁ ପାକିସ୍ତାନ ସମେତ ପ୍ରସ୍ତୁତ ହେଉଛନ୍ତି ୪ ଦେଶ

ଇସ୍‌ଲାମାବାଦ,୧୧।୩: ପାକିସ୍ତାନ, ଭାରତ, ଇରାନ ଓ ଆଫଗାନିସ୍ତାନ ଆଦି ଦେଶ ପଙ୍ଗପାଳ ଦଳଠାରୁ ମୁକ୍ତି ପାଇବାକୁ ଉପାୟ ଚିନ୍ତା କରୁଛନ୍ତି। ଏହାକୁ ନେଇ ଏହି ୪...

କରୋନା ଯୋଗୁ ୩୬ କୋଟିରୁ ଅଧିକ ଛାତ୍ରୀଛାତ୍ରଙ୍କ ଶିକ୍ଷା ପ୍ରଭାବିତ: ସମାଧାନର ବାଟ ଖୋଜୁଛି ୟୁନେସ୍କୋ

ଜେନେଭା,୧୨।୩: କରୋନା ଭୂତାଣୁ ସଂକ୍ରମଣ ଯୋଗୁ ପୃଥିବୀର ୧୨୧ ଦେଶରେ ସଙ୍କଟ ଦେଖାଦେଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶରେ ବହୁ ସ୍କୁଲକୁ ବନ୍ଦ କରି...

ଆଫଗାନିସ୍ତାନ ଗଜନି ବିଶ୍ୱବିଦ୍ୟାଳୟରେ ବିସ୍ଫୋରଣ

କାବୁଲ,୮।୧୦: ଆଫଗାନିସ୍ତାନର ପିଡି-୩ରେ ଥିବା ଗଜନି ବିଶ୍ୱବିଦ୍ୟାଳୟ ପରିସରରେ ମଙ୍ଗଳବାର ଏକ ବିସ୍ଫୋରଣ ହୋଇଛି। ଏଥିରେ ପ୍ରାୟ ୮ ଛାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା...

ଫିଲିପାଇନ୍ସରେ ପ୍ରଥମ କରୋନାଭାଇରସ ସଂକ୍ରମିତଙ୍କ ମୃତ୍ୟୁ

ମାନିଲା,୨।୨: ସାରା ବିଶ୍ୱରେ କରୋନାଭାଇରସର ଭୟ। ଏହା ଏବେ ଚାଇନାରେ ମହାମାରୀର ରୂପ ନେଇଥିବା ବେଳେ ସାରା ବିଶ୍ୱକୁ ଏହା କାୟା ବିସ୍ତାର କରି ଚାଲିଛି।...

Leave a comment

Your email address will not be published. Required fields are marked *