ପରଲୋକରେ ସଙ୍ଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀ

ବାରିପଦା ଅଫିସ, ୧୬ା୩- ଓଡ଼ିଆ ସିନେଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀ(୬୪)ଙ୍କ ରବିବାର ହୃଦ୍‌ଘାତରେ ପରଲୋକ ଘଟିଛି। ସନ୍ଧ୍ୟାରେ ବାରିପଦା ଲାଲବଜାରସ୍ଥିତ ନିଜ ବାସଭବନରେ ଥିବା ବେଳେ ହଠାତ୍‌ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ଚିକିତ୍ସା ପାଇଁ ବାରିପଦା ପିଆରଏମ୍‌ ମେଡ଼ିକାଲ୍‌କୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଓଡ଼ିଆ ସିନେ ସଙ୍ଗୀତ ଜଗତର ମହାରଥୀ ନିମାଇଁ ମହାନ୍ତି ଓ ସରୋଜ ପଟ୍ଟନାୟକଙ୍କ ସହିତ ବହୁ ସିନେମାରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଲୋକପ୍ରିୟ ହୋଇ ପାରିଥିଲେ। ‘ଗୋପରେ ବଢ଼ୁଛି ମୋ କଳା କହ୍ନେଇ’ ଓଡ଼ିଆ ଫିଲ୍ମରେ ସେ ପ୍ରଥମେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଏହା ପରେ ‘କଥା ରହିଥିବ କାଳ କାଳକୁ’ , ‘ମତେ ତ ଲଭ୍‌ ହେଲାରେ’ ଭଳିି ଅନେକ ଫିଲ୍ମ ଓ ଆଲବମ୍‌ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଥିଲେ। ତାଙ୍କ ମୃତ୍ୟୁରେ ବାରିପଦା ସହର ସମେତ ମୟୂରଭଞ୍ଜ ଜିଲାରେ ଶୋକର ଛାୟା ଖେଳିଯାଇଛି। ବାଚୁ ଦା ଭାବେ ପରିଚିତ ବାଚୁ ମୁଖାର୍ଜୀଙ୍କ ମୃତ୍ୟୁରେ ନାଟ୍ୟ ନିର୍ଦ୍ଦେଶକ ତଥା ଅଭିନେତା ଅନଦା ଶଙ୍କର ଦାଶ, ସଂଳାପକାର ଚିନ୍ମୟ ଦାସ ପଟ୍ଟନାୟକ, ସଙ୍ଗୀତଜ୍ଞ ଶାନ୍ତନୁ ଶତପଥୀ, ଆମେ ମୟୂରଭଞ୍ଜିଆର ଆବାହକ ସଞ୍ଜୟ କୁମାର ଚୌଧୁରୀ, ସମାଜସେବୀ ଚନ୍ଦନ ଶେଜପଡ଼ା ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି।


All Right Reserved By Dharitri.Com

୨୯. ୭୭ ଗ୍ରାମ ବ୍ରାଉନସୁଗାର, ୪ ବାଇକ୍‌ ଜବତ: ୨ ଗିରଫ

ଖୋର୍ଦ୍ଧା ଅଫିସ,୧୬ା୧: ଖୋର୍ଦ୍ଧା ଜିଲାର ଜଙ୍କିଆ ଥାନା ପୋଲିସ ଛଣଗିରିର ଦେଉଳି, ସିକୋ ବାଉତି ମନ୍ଦିର ସାହି ଉପରେ ବୁଧବାର ଚଢ଼ାଉ କରି ୨୯. ୭୭...

ନୂଆପଡାକୁ ଦୁର୍ଘଟଣାମୁକ୍ତ ସହର କରାଯିବ: ସଚେତନତା ପାଇଁ ବାହାରିଲା ପୋଲିସ

ନୂଆପଡା ଅଫିସ,୬ା୯-ରାଜ୍ୟର ଉପାନ୍ତ ତଥା ପଡୋଶୀ ଛତିଶଗଡ ସୀମାନ୍ତବର୍ତ୍ତୀ ନୂଆପଡା ଜିଲାରେ ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟି ବହୁ ମୂଲ୍ୟବାନ ଜୀବନ ହାନି ଘଟୁଛି ।...

ମହିଳାଙ୍କ ମୁଣ୍ଡ କାଟି ହତ୍ୟା

ଠାକୁରମୁଣ୍ଡା, ୮ା୯(ଡି.ଏନ.ଏ)- ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା ଅନ୍ତର୍ଗତ ମିରିଗିନେଣ୍ଡି ପଞ୍ଚାୟତର ପଟୁଳିଡ଼ିହି ବନ୍ଧସାହିରେ ଶୁକ୍ରବାର ରାତିରେ ଘରେ ଏକୁଟିଆ ଥିବା ଜଣେ ବିଧବା ମହିଳାଙ୍କ...

ଖଇରାରେ କର୍ନାଟକ ପୋଲିସ

ଖଇରା, ୬।୧୨(ଡି.ଏନ.ଏ.)-କର୍ନାଟକ ଓ ପଶ୍ଚିମବଙ୍ଗ ସିବିଆଇର ଏକ ମିଳିତ ଟିମ୍‌ ଶୁକ୍ରବାର ସନ୍ଧ୍ୟାରେ ଖଇରା ଥାନାରେ ପହଞ୍ଚିଛନ୍ତି। ୨ଜଣ ଇନ୍ସପେକ୍ଟରଙ୍କ ତତ୍ତ୍ୱାବଧାନରେ ଟିମ୍‌ ଖଇରାରେ ପହଞ୍ଚିବା...

ବଡ଼ବଡିଆଙ୍କୁ ଛାଡ଼,ଛୋଟ ବ୍ୟବସାୟୀଙ୍କୁ ମାଡ଼

ଖଇରା, ୨୯।୩(ଡି.ଏନ.ଏ.)-ଏବେ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି । ଖଇରା ସମେତ ବିଭିନ୍ନ ବଜାରରେ ଦୋକାନ ବଜାର ବନ୍ଦ ଥିବା...

କାମ କରି ମିଳୁନି ଟଙ୍କା

ଦାରିଙ୍ଗବାଡ଼ି,୧୩।୨ (ଡି.ଏନ.ଏ)-ଦାରିଙ୍ଗବାଡି ବ୍ଲକ ଦାସିଂବାଡି ପଞ୍ଚାୟତର ଟେକାଙ୍ଗିଆ ଗ୍ରାମରେ ଆମ ଗାଁ ଆମ ବିକାଶ ଯୋଜନାରେ କରାଯାଇଥିବା ଗୋଷ୍ଠୀ ସଭାଗୃହ ନିର୍ମାଣ କାମ ଶେଷ ହୋଇଛି।...

ଯନ୍ତ୍ରୀଙ୍କଠାରୁ ୫୦ ହଜାର ଲୁଟ

ଠାକୁରମୁଣ୍ଡା,୮ା୧୧(ଡି.ଏନ୍‌.ଏ.): କରଞ୍ଜିଆ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ଏକ ଦୋକାନରେ ଜୋତା ପଲିସ କରୁଥିବା ବେଳେ ଗୁରବାର ଜଣେ ଯନ୍ତ୍ରୀଙ୍କ ୫୦ ହଜାର ଟଙ୍କା ଥିବା...

୧.୨୮କୋଟିର ଗଡ଼ପଦା ପାନୀୟଜଳ ପ୍ରକଳ୍ପ: ଅବଧି ସରିଲା, ନିର୍ମାଣ ସରୁନି

ରୂପ୍‌ସା, ୩୦।୧୦(ବାଞ୍ଛାନିଧି ଦେ)-ପାନୀୟଜଳ ସମସ୍ୟାର ସମାଧାନ ପାଇଁ ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରୁଛନ୍ତି। ହେଲେ ବିଭିନ୍ନ ସ୍ଥାନରେ...

Leave a comment

Your email address will not be published. Required fields are marked *