ବାଲଡିହା ଡ୍ୟାମ ନବକଳେବର ନେଇ ଆଶଙ୍କାରେ ଚାଷୀ

ବାରିପଦା ଅଫିସ, ୧୬ା୩- ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟା ବ୍ଲକ ଅଧୀନ ବାଲଡି଼ହା ଡ଼୍ୟାମର ବର୍ତ୍ତମାନ ନବକଳେବର ହୋଉଥିବା ବେଳେ ଏହାକୁ ନେଇ ଚାଷୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ଡ୍ୟାମ୍‌ରୁ ବାହାରୁଥିବା ମାଟିକୁ ଡ୍ୟାମ୍‌ କଡ଼ରେ ଦିଆ ନ ଯାଇ ଅନ୍ୟ ଏକ ସାହିରେ ପାର୍କ ନିର୍ମାଣ କାର୍ଯ୍ୟରେ ଲଗାଯାଉଛି। ପ୍ରକଳ୍ପ ନିର୍ମାଣ ପାଇଁ ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ କାହିଁକି ଉକ୍ତ ଟଙ୍କାରେ ପାର୍କ ନିର୍ମାଣ କରାଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସେହିଭଳି ହେଉଥିବା ପଥର ପ୍ୟାକିଂ ନିମ୍ନମାନର ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଡ୍ୟାମରୁ ପଙ୍କ କାଢ଼ି ଦୂରରେ ପକାଇବାର ନିୟମ ଥିବା ବେଳେ ଏହାକୁ ଡ୍ୟାମ୍‌ର ଉପରି ଭାଗରେ ଫିଙ୍ଗି ଦିଆଯାଉଛି। ଯାହା କି ବର୍ଷା ପାଣି ଦ୍ୱାରା ଧୋଇ ଆସି ପୁର୍ନବାର ଡ୍ୟାମରେ ପଶିବା ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ।
ଉଲ୍ଲେଖଯୋଗ୍ୟ, ମୟୂରଭଞ୍ଜର ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ଚାଷ ଓ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଶିମିଳିପାଳ ପାଦଦେଶରୁ ବାହାରି ଥିବା ଚିରସ୍ରୋତା ପଳପଳା ନଦୀ ଉପରେ ବାଲଡିହା ଡ୍ୟାମ୍‌ ନିର୍ମାଣ କରିଥିଲେ। ବିଟ୍ରିଶ ଇଞ୍ଜିନିୟର କେ. ଆରନୋଲ୍ଡ ମାରଟିନଙ୍କ ତତ୍ତ୍ୱାବଧାନରେ ଏହା ନିର୍ମାଣ କରାଯାଇଥିଲା। ୧୯୯୨ରୁ ଏହା ଶ୍ୟାମଖୁଣ୍ଟା ବ୍ଲକର ୧୨ରୁ ଅଧିକ ପଞ୍ଚାୟତର ୧୦ ହଜାରରୁ ଊର୍ଦ୍ଧ୍ୱ ଏକର ଚାଷ ଜମିକୁ ବର୍ଷସାରା ପାଣି ଯୋଗାଇ ଆସୁଥିଲା। ୨୦୧୩ ଫାଇଲିନ୍‌ ସମୟରେ ପଳପଳା ନଦୀରେ ଦିଗ ପରିବର୍ତ୍ତନ ହୋଇଥିବା କହି ଜଳସେଚନ ବିଭାଗ ଏଠାରେ ମୂଳବନ୍ଧରେ ଆଉ ଏକ ଆଡ଼ିବନ୍ଧ ନିର୍ମାଣ କରିଥିଲା। ଫଳରେ ବନ୍ଧର ସୁରକ୍ଷାକୁ ପ୍ରଶ୍ନ କରିଥିଲେ ଚାଷୀମାନେ। ୨୦୧୯ ଜାନୁୟାରୀ ୩୦ରେ ରାଜ୍ୟ ପାଣ୍ଠିରୁ ୩ କୋଟି ୪୫ ଲକ୍ଷ ଟଙ୍କା ବ୍ୟୟରେ ବାଲଡିହା ଜଳସେଚନ ପ୍ରକଳ୍ପର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ବର୍ତ୍ତମାନ ବନ୍ଧର ଉଚ୍ଚତାକୁ ନ ବଢ଼ାଇ ପୁଣି କେଚଜମେନଟ୍‌ ଏରିଆରେ ଆୟତନକୁ କମେଇ ଦେଉଥିବା ବେଳେ ବନ୍ଧର ଜଳଧାରଣା କ୍ଷମତାର ବୁଦ୍ଧି ହେବାକୁ ନେଇ ଚାଷୀମାନେ ପ୍ରଶ୍ନ ଉଠାଇଛନ୍ତି। ପାହାଡ଼ିଆ ବର୍ଷାସ୍ରୋତରେ ନୂୂତନ ଭାବେ ନିର୍ମାଣ କରାଯାଉଥିବା ବନ୍ଧଟି କ୍ଷତିଗ୍ରସ୍ତ ହେଲେ ଏହା ମୂଳ ବନ୍ଧ ପ୍ରତି ବିପଦ ସୃଷ୍ଟି କରିବ ବୋଲି ଚାଷୀମାନେ ଆଶଙ୍କାରେ ଥିବା କହିଛନ୍ତି। ଏ ନେଇ ମୟୂରଭଞ୍ଜ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଲୋକନାଥ ମହାନ୍ତିଙ୍କୁ ପଚାରିବାରୁ ପଙ୍କ ଉଦ୍ଧାର ଓ ଉକ୍ତ ଜଳସେଚନ ପ୍ରକଳ୍ପର ବିଭିନ୍ନ କାର୍ଯ୍ୟ ପାଇଁ ବର୍ତ୍ତମାନ ୧ କୋଟିି ୯୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାରୁ କାର୍ଯ୍ୟ ଚାଲୁ ରହିଛି। ବନ୍ଧରୁ ମାଟି ଉଠାଇ ତଳ ପଟେ ପକା ଯାଇ ପାର୍କ କାମ କରାଯାଉଛି। ଫଳରେ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ଆଗାମୀ ଦିନରେ ଉପକୃତ ହେବେ। ତେଣୁ ଏଥିରେ କିଛି ଖରାପ ହେଉ ନ ଥିବା ସେ ପ୍ରକାଶ କରିଥିଲେ। ଆସନ୍ତା ରବିବାର ଚାଷୀମାନଙ୍କ ସହିତ ଏ ନେଇ ଆଲୋଚନା କରିବେ ବୋଲି ସେ ସୂଚନା ଦେଇଥିଲେ।


All Right Reserved By Dharitri.Com

୧କୋଟି ଟଙ୍କାର ସିଗାରେଟ ଭର୍ତ୍ତି କଣ୍ଟେନର ଲୁଟ୍‌: ଚାଳକଙ୍କୁ ବାନ୍ଧି ଜଙ୍ଗଲରେ ଫିଙ୍ଗିଲେ ଲୁଟେରା, ପୋଲିସର ତଦନ୍ତ ଆରମ୍ଭ

ଖୋର୍ଦ୍ଧା ଅଫିସ, ୫।୧୧: ଖୋର୍ଦ୍ଧା ଜିଲା କୋଲକାତା- ମାଡ୍ରାସ ୧୬ ନଂ. ଜାତୀୟ ରାଜପଥ ଟାଙ୍ଗୀ ଥାନା ଅନ୍ତର୍ଗତ ଟାଙ୍ଗୀ ବାଇପାସ୍‌ରୁ ସୋମବାର ରାତିରେ ୧କୋଟି...

ମୟୂରଭଞ୍ଜ ଜିଲାରେ ନିର୍ବାଚନ ଫଳାଫଳ: ଭାଜପା ୬, ବିଜେଡି ୩ ବିଧାନସଭା ଆସନରେ ବିଜୟୀ

ବାରିପଦା ଅଫିସ,୨୪।୫ : ମୟୂରଭଞ୍ଜ ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ବିଶେଶ୍ୱର ଟୁଡୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ଡା. ଦେବାଶିଷ ମାରାଣ୍ଡିଙ୍କୁ ହରାଇ...

ଅସ୍ଥାୟୀ ରାସ୍ତାରେ ପଡ଼ି ଅନେକ ଆହତ

ବଇଣ୍ଡା,୨।୩(ଡି.ଏନ.ଏ.) କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେଉ ନ ଥିବା ବେଳେ ଏବେ ଅସ୍ଥାୟୀ ରାସ୍ତାରେ ବଢ଼ୁଛି ଦୁର୍ଘଟଣା। ଅନେକ ସ୍ଥାନରେ ବଡ଼...

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ

କେନ୍ଦୁଝର,୨୫।୯(ସ୍ବ.ପ୍ର.): ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କେନ୍ଦୁଝର ଦ୍ୱିତୀୟ କ୍ୟାମ୍ପସରେ ବୁଧବାର ଛାତ୍ରୀଛାତ୍ରଙ୍କ ପକ୍ଷରୁ ଆନ୍ଦୋଳନ କରାଯାଇଛି। ଶୋଚନୀୟ ରାସ୍ତା, ଅଧ୍ୟାପକ ଅଭାବ, ହଷ୍ଟେଲ, ଲାବରୋଟୋରୀ, ଓ୍ବାଇଫାଇ...

ପାଇପରେ ୫୦ ଫୁଟର ବର ଚେର କଢାଗଲା : ୬ ମାସ ବନ୍ଦ ପରେ ଜଳଯୋଗାଣ ହେଲା ସ୍ବାଭାବିକ

ଖୋର୍ଦ୍ଧା ଅଫିସ, ୨୪।୮: ଜଟଣୀ ବ୍ଲକ ପଳାସପୁରର ପାନୀୟଜଳ ପ୍ରକଳ୍ପର ପ୍ଲାଷ୍ଟିକ ପାଇପକୁ ବରଚେର ଫଟାଇ ବଢୁଥିବାରୁ ପ୍ରାୟ ୬ ମାସ ହେଲା ସ୍ଥାନୀୟ ଅଞ୍ଚଳରେ...

ଗୋଡଫୁଲା ଗାଁ ବସ୍ତିରେ ଆଣ୍ଠୁଏ ପାଣି

ନୂଆପଡା ଅଫିସ,୧୪ା୮-ନୂଆପଡା ଜିଲା ସଦର ବ୍ଲକର ଗୋଡଫୁଲା ଗ୍ରାମପଞ୍ଚାୟତ ସଦର ଗାଁରେ ଲଗାଣ ବର୍ଷା ଲାଗିରହିଥିବାରୁ ଏଠାରେ ନାହିଁ ନ ଥିବା ଅସୁବିଧା ହୋଇଛି ।...

ସମସ୍ୟା ଘେରରେ ମିଳିମିଳା ପୀଠ

ମାର୍ଶାଘାଇ, ୧୨।୧୦ (ଡି.ଏନ୍‌.ଏ.): ମେଡିକାଲ ସାଇନ୍ସ ଉନ୍ନତ ହେବା ପୂର୍ବରୁ ହଇଜା, ମିଳିମିଳା, ହାଡ଼ଫୁଟି ଆଦି ଦୁରାରୋଗର ଚିକିତ୍ସା ପାଇଁ ଲୋକମାନେ ଝଡ଼ା, ପୁଙ୍କା ଆଦି...

ଛେଣ୍ଡିପଦାରେ ସଶସ୍ତ୍ର ଡକାୟତି: ଆଜବେଷ୍ଟ ଭାଙ୍ଗି ଘରେ ପଶି ଲକ୍ଷାଧିକ ଟଙ୍କା, ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

ଛେଣ୍ଡିପଦା,୧।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପୁରୁଣାଗଡ଼ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି। ୬ଜଣ ଦୁର୍ବୃତ୍ତ ଗ୍ରାମର ଶିବ ମନ୍ଦିର ସମ୍ମୁଖରେ...

Leave a comment

Your email address will not be published. Required fields are marked *