ବାତ୍ୟା ନିରୂପକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଏବେ ପୃଥିବୀ ପାଇଁ ବୃହତ୍‌ ଆହ୍ବାନ ଭାବେ ଉଭା ହୋଇଛି। ପ୍ରତ୍ୟେକ ରାଷ୍ଟ୍ର ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି। ଭାରତ କଥା ଦେଖିଲେ ପ୍ରାକୃତିକ ବିପର୍ଯ୍ୟୟ ଏହାର ଅର୍ଥନୀତିକୁ ଅନେକ ସମୟରେ କ୍ଷତି ପହଞ୍ଚାଇବା ସହ ବହୁ ଲୋକଙ୍କ ଜୀବନହାନି ଆଣିଥାଏ। ବାତ୍ୟା, ବନ୍ୟା, ବଜ୍ରପାତ, ଭୂମିକମ୍ପ ଓ ମରୁଡି ଭଳି ବିପର୍ଯ୍ୟୟକୁ ପ୍ରତ୍ୟେକ ବର୍ଷ ଦେଶର କୌଣସି ନା କୌଣସି ଭାଗରେ ଲୋକେ ସମ୍ମୁଖୀନ ହୋଇଥାଆନ୍ତି। ତେଣୁ ବିତ୍ପାତ ଆସିବା ପୂର୍ବରୁ ସତର୍କ ସୂଚନା ମିଳିପାରିଲେ କେତେକାଂଶରେ ଧନଜୀବନ ରକ୍ଷା ହୋଇଯାଇଥାଏ। ସେଥିପାଇଁ ଜନସାଧାରଣ ପାଣିପାଗ ଓ ଜଳବାୟୁ ସଂକ୍ରାନ୍ତ ଖବର ଜାଣିବାକୁ ଆଗ୍ରହ ରଖିଥାଆନ୍ତି। ଏହି ପରିପ୍ରେକ୍ଷୀରେ ଦେଖିଲେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦିନକୁ ଦିନ ତାପମାତ୍ରା ବୃଦ୍ଧି ଓ ଜଳବାୟୁରେ ପରିବର୍ତ୍ତନ ଦେଖାଦେଉଥିବାରୁ ପୂର୍ବାପେକ୍ଷା ବାତ୍ୟା, ଧୂଳିଝଡ଼, ପ୍ରବଳ ବର୍ଷା, ବରଫପାତ, ଥଣ୍ଡା ଓ ଗରମ ପବନ ବହିବାର ମାତ୍ରା ବଢ଼ିବାରେ ଲାଗିଲାଣି। ତେଣୁ ଜନସାଧାରଣଙ୍କୁ ଏ ସମ୍ବନ୍ଧୀୟ ଠିକ୍‌ ସୂଚନା ଦେବା ଲାଗି ନିରନ୍ତର ଗବେଷଣା ଓ ଅନୁଧ୍ୟାନ ଜାରି ରହିଛି। ଏଥିସହିତ କେବଳ ସୂଚନା ଭିତରେ ଆଇଏମ୍‌ଡି ତା’ର ପରିସରକୁ ସୀମିତ ରଖି ନାହିଁ। ନିର୍ଦ୍ଦିଷ୍ଟ ଧରଣର ପ୍ରାକୃତିକ ବିପର୍ଯ୍ୟୟ କେଉଁ ହାରରେ ହେଲେ ପ୍ରଭାବ କିଭଳି ରହିବ, ସେ ନେଇ ଦୃଷ୍ଟି କେନ୍ଦ୍ରିତ କରାଯିବା ଲାଗି ବ୍ୟବସ୍ଥା କରାଯାଉଛି ବୋଲି ପ୍ରକାଶ କରିଛନ୍ତି ଆଇଏମ୍‌ଡିର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ମୃତ୍ୟୁଞ୍ଜୟ ମହାପାତ୍ର। ଆସନ୍ତା ଅଗଷ୍ଟ ୧ରେ ଆଇଏମ୍‌ଡିର ମହାନିର୍ଦ୍ଦେଶକ (ଡିଜି) ଦାୟିତ୍ୱ ନେବାକୁ ଥିବାରୁ ବୈଜ୍ଞାନିକ ମୃତ୍ୟୁଞ୍ଜୟଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି। ବିଗତ କିଛି ବର୍ଷ ହେବ ପୂର୍ବ ଉପକୂଳରେ ଫାଇଲିନ୍‌, ହୁଡ୍‌ହୁଡ୍‌, ତିତ୍‌ଲି ଏବଂ ୩ ମେ’ ୨୦୧୯ରେ ବାତ୍ୟା ‘ଫନୀ’ ଆସିବାର ନିର୍ଦ୍ଦିଷ୍ଟ ସମୟ ଓ ବେଗ ଜଣାଇବାରେ ମୃତ୍ୟୁଞ୍ଜୟ ଠିକ୍‌ ନିରୂପଣ କରିପାରିଥିବା ଯୋଗୁ ତାଙ୍କୁ ଏବେ ‘ସାଇକ୍ଲୋନ୍‌ ମ୍ୟାନ୍‌ ଅଫ୍‌ ଇଣ୍ଡିଆ’ ଆଖ୍ୟା ଦିଆଯାଇଛି।
ଓଡ଼ିଶାର ଭଦ୍ରକ ଜିଲାରେ ଜନ୍ମିତ ମୃତ୍ୟୁଞ୍ଜୟ ପିଲାଟି ବେଳୁ ବାରମ୍ବାର ବାତ୍ୟା ଦେଖିଆସିଛନ୍ତି। ଧନଜୀବନ ହାନିକୁ ସେ ପାଖରୁ ଦେଖିଥିବାରୁ ଜନସାଧାରଣ କିଭଳି ପ୍ରାକୃତିକ ବିପର୍ଯ୍ୟୟର ଆଗୁଆ ଓ ଠିକ୍‌ ସୂଚନା ପାଇପାରିବେ, ସେହି ଦିଗରେ କାର୍ଯ୍ୟ କରିବା ଲକ୍ଷ୍ୟ ନେଇ ପଦାର୍ଥ ବିଜ୍ଞାନକୁ ପସନ୍ଦର ବିଷୟ ବାଛିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ବାଲେଶ୍ୱରର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଏବଂ ଉନ୍ନୟନ ସଙ୍ଗଠନ (ଡିଆର୍‌ଡିଓ) ପରୀକ୍ଷାଗାରରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ। ୧୯୮୮ରେ ସେଠାରେ ଅଗ୍ନି କ୍ଷେପଣାସ୍ତ୍ର ପରୀକ୍ଷଣ ହେଉଥାଏ। ଏହାର ପରୀକ୍ଷା ସଫଳ ହେବାରୁ ବରିଷ୍ଠ ବୈଜ୍ଞାନିକ ତଥା ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ କଲାମ ଉକ୍ତ ଟିମ୍‌ରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସହ ହାତ ମିଳାଇଥିଲେ। ମୃତ୍ୟୁଞ୍ଜୟଙ୍କୁ କଲାମଙ୍କ ବ୍ୟକ୍ତିତ୍ୱ ବହୁତ ପ୍ରଭାବିତ କରିଥିଲା। କୌଣସି ଏକ କାର୍ଯ୍ୟରେ ସିଦ୍ଧି ପାଇବା ଲାଗି ନିଷ୍ଠାପର ଭାବେ କାର୍ଯ୍ୟ କରିବା ଦରକାର ବୋଲି ମୃତ୍ୟୁଞ୍ଜୟ ଧରି ନେଇଥିଲେ। ଫଳରେ ୫୪ ବର୍ଷୀୟ ଏହି ବୈଜ୍ଞାନିକ ପାଣିପାଗ ସଂକ୍ରାନ୍ତ ସୂଚନା ଦେବା ସହ ଜନସାଧାରଣଙ୍କୁ କିଭଳି ବିଜ୍ଞାନସମ୍ମତ ସଚେତନତା ସୃଷ୍ଟି କରାଯାଇପାରିବ ତା’ ଉପରେ ଅନବରତ ଗବେଷଣା କରିଚାଲିଛନ୍ତି। ବିଗତ କିଛିବର୍ଷ ହେବ ଓଡ଼ିଶା ସମେତ ଅନ୍ୟାନ୍ୟ ଉପକୂଳ ରାଜ୍ୟରେ ଦେଖାଦେଇଥିବା ବାତ୍ୟାର ଗତିପଥ ଓ ବେଗ ଠିକ୍‌ ଭାବେ ନିର୍ଣ୍ଣୟ କରି ସେ ସୂଚନା ଦେଇପାରିଥିବାରୁ ବହୁଳାଂଶରେ ଧନଜୀବନ ରକ୍ଷା କରାଯାଇପାରିଛି। ଆଇଏମ୍‌ଡିର ମୁଖ୍ୟ ଭାବେ ୫ ବର୍ଷ ଦାୟିତ୍ୱରେ ରହିବାକୁ ଥିବା ମୃତ୍ୟୁଞ୍ଜୟଙ୍କଠାରୁ ଦେଶବାସୀ ପାଣିପାଗ ଓ ଜଳବାୟୁ ସଂକ୍ରାନ୍ତ ବାସ୍ତବ ସୂଚନା ପାଇବେ ବୋଲି ଆଶା ରଖିବା ସ୍ବାଭାବିକ।


All Right Reserved By Dharitri.Com

ଶ୍ରାଦ୍ଧ: ଜୀବନ ପାଇଁ ଯଜ୍ଞ

ଅନ୍ତର୍ଯ୍ୟାମୀ ପଟ୍ଟନାୟକ ଶ୍ରାଦ୍ଧ ଶବ୍ଦଟି ଶ୍ରଦ୍ଧାରୁ ଆସିଛି। ଅର୍ଥ ଶ୍ରେୟକୁ ଧାରଣ କରିବା (ଶ୍ରୀ+ଅତ୍‌ = ଶ୍ରତ୍‌, ଶ୍ରତ୍‌+ଧା = ଶ୍ରଦ୍ଧା, ଶ୍ରଦ୍ଧା+ଅ = ଶ୍ରାଦ୍ଧ)।...

କୃଷି ଶିକ୍ଷାର ଗୁରୁତ୍ୱ

ଡ. ହୃଷୀକେଶ ପାତ୍ର କୃଷି ଶିକ୍ଷା, ଗବେଷଣା ଓ ସମ୍ପ୍ରସାରଣ ଆଭିମୁଖ୍ୟ ନେଇ ୧୯୬୨ ମସିହାରେ ଭୁବନେଶ୍ୱରଠାରେ ପ୍ରତିଷ୍ଠା କରାଯାଇଛି ଓଡ଼ିଶା କୃଷି ଓ ବୈଷୟିକ...

ବ୍ରିଟେନ ଅର୍ଥମନ୍ତ୍ରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ ଅଲଗା ହେବା (ବ୍ରେକ୍‌ଜିଟ୍‌) ପ୍ରସଙ୍ଗ ଅଦ୍ୟାବଧି ସେଠାରେ ସର୍ବାଧିକ ଚର୍ଚ୍ଚିତ ଘଟଣା ରହିଆସିଛି। ଏଭଳି ସ୍ଥଳେ...

ମୁଁ , ମୋ ବିଶ୍ୱ ଓ ଜଣେ ଫଟୋଗ୍ରାଫର

ମନ-ମାନଚିତ୍ର/ ଡ. ନରହରି ବେହେରା ‘ମୁଁ’ ଜଣେ ବ୍ୟକ୍ତି ନୁହେଁ ବରଂ ସକଳ ବିଶ୍ୱକୁ ଅବଲୋକନ କରୁଥିବା ମୋ ପରି ଅନେକ ବ୍ୟକ୍ତିଙ୍କର ସମନ୍ବିତ ଏକ...

ଯୁଦ୍ଧ ବିମାନ ରାଣୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ନୋଟ୍‌ବୁକ୍‌ରେ ସେ ଲେଖିଥିଲେ ବଡ଼ ହେଲେ ପାଇଲଟ ହେବେ। ଶ୍ରେଣୀ ଭିତରେ ଜଣେ ଛାତ୍ରୀଙ୍କ ଏଭଳି...

ଜଣଙ୍କୁ ଦେଖି ଆଉ ଜଣେ

ପ୍ରକାଶ ତ୍ରିପାଠୀ ପ୍ରାୟତଃ ଦେଖାଯାଇଥାଏ ଯେ, ଜଣଙ୍କର ସଫଳତା ଅପେକ୍ଷା ବିଫଳତା ଅନେକଙ୍କୁ ଅଧିକ ପ୍ରଭାବିତ କରିଥାଏ। ଅମୁକ ଲୋକ ଦ୍ୱାରା ସେ କାମ ଯଦି...

ସମ୍ପାଦକୀୟ/ ନ୍ୟାୟାଳୟ ଉପରେ ଛିଟା

ଭାରତୀୟ ନ୍ୟାୟପାଳିକାର ସର୍ବୋଚ୍ଚ ଆସନ ଉପରେ ପୁନର୍ବାର କଳାବାଦଲ ଘୋଟିଯାଇଛି। ବର୍ତ୍ତମାନର ପ୍ରଧାନ ବିଚାରପତି(ସିଜେଆଇ) ରଞ୍ଜନ ଗୋଗୋଇଙ୍କ ସମେତ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଚେଲାମେଶ୍ୱର, ମଦନ...

ଏଇ ଭାରତରେ

ସମାଜରେ ଧର୍ମ ଓ ସାମ୍ପ୍ରଦାୟିକ ଭାବନାରୁ ଊର୍ଦ୍ଧ୍ୱକୁ ଉଠି ଭାଇଚାରା ଓ ସର୍ବଧର୍ମ ସମନ୍ବୟର ବାର୍ତ୍ତା ଦେଉଛନ୍ତି ସିମରା ଗାଁର ମୁସଲମାନ୍‌ମାନେ। ବୃତ୍ତି ପାଇଁ ଧର୍ମ...

Leave a comment

Your email address will not be published. Required fields are marked *