ସୋସିଆଲ ମିଡିଆରେ କରୋନା ଗୁଜବ ମହଙ୍ଗା ପଡିଲା: ଶିକ୍ଷକ କୋର୍ଟଚାଲାଣ

ଭବାନୀପାଟଣା,୧୫।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଖଲିଆକାନି ଗାଁରେ କରୋନା ଆକ୍ରାନ୍ତ ଜଣେ ଯୁବକ କବାଟ ବନ୍ଦକରି ଘରେ ରହିବା ସମ୍ପର୍କିତ ମିଛ ଖବରକୁ ସୋସିଆଲ ମିଡିଆରେ ଭାଇରାଲ କରିବା ଜଣେ ଶିକ୍ଷକଙ୍କୁ ମହଙ୍ଗା ପଡିଛି। ଶନିବାର ସନ୍ଧ୍ୟାରେ ସମ୍ପୃକ୍ତ ଶିକ୍ଷକ ବିନ୍ଦୁ ମହାନନ୍ଦଙ୍କୁ ପୋଲିସ ଗିରଫ କରିଛି।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗୋଲାମୁଣ୍ଡା ବ୍ଲକ ବୁଡକେଲ ଗ୍ରାମର ଶିକ୍ଷକ ବିନ୍ଦୁ ସୋସିଆଲ ମିଡିଆରେ ଖଲିଆକାନି ଗାଁରେ ଜଣେ କରୋନା ଆକ୍ରାନ୍ତ ଅଛନ୍ତି ଏବଂ ବିଡିଓ ଓ ଥାନା ଅଧିକାରୀ ଘଟଣାସ୍ଥଳକୁ ଯାଇଥିବା ବେଳେ ସମ୍ପୃକ୍ତ ଯୁବକ ତାଟି କବାଟ ବନ୍ଦ କରି ରହିଛନ୍ତି ବୋଲି ଏକ ମିଛ ଖବର ଭାଇରାଲ କରିଥିଲେ। ଏହି ମିଛ ଖବର ପ୍ରଚାରିତ ହେବା ପରେ ଜିଲାରେ ଆଲୋଡନ ସୃଷ୍ଟି ହେବା ସହିତ ଲୋକେ ଆତଙ୍କିତ ହୋଇ ପଡିଥିଲେ। ସନ୍ଧ୍ୟାରେ ଗୋଲାମୁଣ୍ଡା ପୋଲିସ ଏସ୍‌ଆଇ ଉଗ୍ରସେନ ପଟେଲ ଏକ ମାମଲା ରୁଜୁ କରି ବିନ୍ଦୁଙ୍କୁ ଗିରଫ କରିଥିଲେ। ରବିବାର ବିନ୍ଦୁଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ପୋଲିସ ଏସ୍‌ପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି। ବିନ୍ଦୁ ବୁଡକେଲ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଅସ୍ଥାୟୀ ଶିକ୍ଷକ ଭାବେ ପିଲାଙ୍କୁ ପାଠ ପଢ଼ାନ୍ତି।


All Right Reserved By Dharitri.Com

ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ

ଭଦ୍ରକ ଅଫିସ, ୨୧।୧୨- ଭଦ୍ରକରେ ଚାଲିଥିବା ରାଜ୍ୟସ୍ତରୀୟ ଯୁବ ମହୋତ୍ସବର ଶୁକ୍ରବାର ଥିଲା ୩ୟ ଦିବସ। ଏଥିପାଇଁ ନେହେରୁ ଷ୍ଟାଡିୟମ, ଶହୀଦ ସ୍ମୃତି ଭବନ, ସଂସ୍କୃତି...

ସାମାଜିକ ଦୂରତ୍ୱ ଭୁଲି ଭତ୍ତା ପାଇଁ ଭିଡ଼

ଜୟପୁର,୪।୪(ଡି.ଏନ୍.ଏ.): କୋରାପୁଟ ଜିଲା ଜୟପୁର ପୌରସଂସ୍ଥା ପକ୍ଷରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ୨୮ଟି ୱାର୍ଡର ହିତାଧିକାରୀଙ୍କୁ ଏକ ହଜାର ଟଙ୍କା ଲେଖାଏଁ ଭତ୍ତା...

ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ

ବ୍ରହ୍ମପୁର ଅଫିସ,୨୩ା୫: ଟାଉନ ଥାନାରୁ ବୁଧବାର ମଧ୍ୟାହ୍ନରେ ପୋଲିସକୁ ଚକ୍‌ମା ଦେଇ ଜଣେ ଅଭିଯୁକ୍ତ ଚମ୍ପଟ ମାରିଛନ୍ତି । ସେ ହେଲେ ମହମ୍ମଦ ଇମରାନ। ଏକ...

ପିତାଙ୍କୁ ହତ୍ୟା ଅଭିଯୋଗରେ ପୁଅ ଅଟକ

ବୌଦ୍ଧ,୭ା୬(ସ୍ବ.ପ୍ର.): ବୌଦ୍ଧ ସହର ନିକଟବର୍ତ୍ତୀ ମୁରୁଷୁଣ୍ଡି ପଞ୍ଚାୟତର ସରଣ୍ଡା ଗ୍ରାମରେ ପିତାଙ୍କୁ ହତ୍ୟା ଅଭିଯୋଗରେ ପୁଅ ଅଟକ ଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର...

ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ବ୍ରାହ୍ମଣଙ୍କ ବିକ୍ଷୋଭ

ପୁରୀ ଅଫିସ,୧୬ା୧: ଶ୍ରୀମନ୍ଦିର ଆନନ୍ଦ ବଜାରରୁ ବ୍ରାହ୍ମଣଙ୍କୁ ବାହାର କରିଦିଆଯିବାକୁ ନେଇ ବ୍ରାହ୍ମଣଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି। ବୁଧବାର ଆନନ୍ଦ ବଜାର ବ୍ରାହ୍ମଣ କ୍ରିୟାନୁଷ୍ଠାନ...

ବିଜେପୁରରେ କଂଗ୍ରେସର ପ୍ରଚାର

ବିଜେପୁର,୩।୧୦(ଡି.ଏନ୍‌.ଏ.):ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରଚାର ଆରମ୍ଭ କରିଛି। ଏହିକ୍ରମରେ ବିଜେପୁର ବ୍ଲକପଡ଼ା ଗ୍ରାମର କ୍ରିକେଟ ପଡ଼ିଆରେ ଏକ ବିଶାଳ କର୍ମୀ ସମ୍ମିଳନୀ...

ଟ୍ରେନ୍‌ରେ କଟି ବୃଦ୍ଧାଙ୍କ ମୃତ୍ୟୁ: ଘରୋଇ କଳହକୁ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ

କେନ୍ଦୁଝର,୩୧।୮(ସ୍ବ.ପ୍ର.): କେନ୍ଦୁଝର ରେଳ ଷ୍ଟେଶନ ନିକଟରେ ଶନିବାର ଟ୍ରେନ୍‌ରେ କଟି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରୁକ୍ମୁଣୀ ସାହୁ(୬୫)। ତାଙ୍କ ଘର ସଦର...

ଜବତ ବଜ୍ରକାପ୍ତା ଜନ୍ମ ଦେଲା ଶାବକ

ବାରିପଦା ଅଫିସ,୧ା୧୧- ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ପକ୍ଷରୁ ଗତ ମଙ୍ଗଳବାର ରାତିରେ କୁଳିଅଣା ଥାନା ଅଧୀନ ଅସନଯୋଡ଼ା ନିକଟସ୍ଥ ଏକ ଢାବାରୁ ୧୮ କିଗ୍ରା...

Leave a comment

Your email address will not be published. Required fields are marked *