Posted inଫୁରସତ

ହାତ ଧୋଇବା ଜରୁରୀ ଜଣାଇବାକୁ ଗୋଲମରିଚ, ସାବୁନର ବ୍ୟବହାର କଲେ ଶିକ୍ଷକ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୫।୩: କରୋନା ଭାଇରସ ଏବେ ସାରା ବିଶ୍ୱକୁ ଏକ ପ୍ରକାର ଚିନ୍ତାରେ ପକାଇ ଦେଇଛି। ଆମ ଦେଶରେ ଏବେ କରୋନା ଭାଇରସରେ ୧୦୮ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଏବେ ପରିଷ୍କାର ପରିଚ୍ଛନ ରହିବା ଓ ବହୁ ଥର ହାତ ଧୋଇବାକୁ କୁହାଯାଉଛି। ହେଲେ ଏହା ଛୋଟ ପିଲାମାନଙ୍କୁ ବୁଝାଇବା ସହଜ ହୋଇ ନ ଥିବା ବେଳେ ଜଣେ ଶିକ୍ଷକ ଏପରି ଢଙ୍ଗରେ ଏହାକୁ ବୁଝାଇଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିପାଇଁ ଶିକ୍ଷକ ଜଣକ ଗୋଲ ମରିଚ ଓ ସାବୁନର ବ୍ୟବହାର କରିଛନ୍ତି। ଗୋଟିଏ ଧଳା ପାତ୍ରରେ ପାଣି ସହ କିଛି ଗୋଲ ମରିଚ ଗୁଣ୍ଡ ମିଶାଇ ରଖାଯାଇଥିବା ବେଳେ ଅନ୍ୟଏକ ପାତ୍ରରେ ସାବୁନ ରଖାଯାଇଛି। ପିଲାମାନଙ୍କୁ ଗୋଲ ମରିଚ ପାଣିଥିବା ପ୍ଲେଟରେ ହାତ ବୁଡାଇବା ପରେ ପୁଣିଥରେ ସାବୁନରେ ଧୋଇବାକୁ କୁହାଯାଉଛି। ଯାହାକୁ ପିଲାମାନେ ସହଜରେ ବୁଝି ପାରୁଛନ୍ତି। ଏହି ଭିଡିଓକୁ ଜଣେ ଟୁଇଟର ୟୁଜର ଶେୟାର କରିବା ପରେ ଏବେ ଏହାକୁ ସମସ୍ତେ ପସନ୍ଦ କରୁଛନ୍ତି। ଏବେ ପର୍ଯ୍ୟନ୍ତ ଏହାକୁ ୩ ଲକ୍ଷ ଲାଇକ୍‌ କରାଯାଇଥିବା ବେଳେ ୧ଲକ୍ଷ ଥର ରି ଟୁଇଟ୍‌ କରାଯାଇସାରିଛି।


All Right Reserved By Dharitri.Com

ପର୍ଯ୍ୟଟନରେ ଜେଜୁରୀର ଖଣ୍ଡୋବା ମନ୍ଦିର

ମହାରାଷ୍ଟ୍ରର ପୁଣେ ଜିଲା ଅନ୍ତର୍ଗତ ଏକ ମନ୍ଦିରମାଳିନୀ ସହର ଭାବେ ଜେଜୁରୀର ବେଶ୍‌ ଖ୍ୟାତି ରହିଛି। ଖଣ୍ଡୋବା ମନ୍ଦିର ହେଉଛି ଏଠାକାର ସବୁଠୁ ବଡ଼ ଆକର୍ଷଣ।...

ଦୀପାବଳିରେ ପର୍ସରେ ରଖନ୍ତୁ ଗୋମତୀ ଚକ୍ର ହେବ ଧନ ପ୍ରାପ୍ତି…

ଧନ ପ୍ରାପ୍ତି ପାଇଁ ଗୋମତୀ ଚକ୍ରର ଉପଯୋଗ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏସମ୍ପର୍କରେ ଶାସ୍ତ୍ରରେ ଉଲ୍ଲେଖ ରହିଛି। ମାତା ଲକ୍ଷ୍ମୀ ସମୁଦ୍ରରୁ ଜାତ ହୋଇଥିବାରୁ ଶଙ୍ଖ, ଗୋମତୀ...

ୟୁନିସେଫ୍‌ ହ୍ୟାଣ୍ଡ୍‌ ଓ୍ବାଶିଂ ଡ୍ୟାନ୍ସ୍‌ ସୋସିଆଲ ମିଡ଼ିଆରେ ଭାଇରାଲ

ଜେନେଭା,୫।୩: କରୋନା ସଂକ୍ରମଣରୁ ସୁରକ୍ଷା ପାଇଁ ୟୁନିସେଫ୍‌ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକ ହ୍ୟାଣ୍ଡ୍‌ ଓ୍ବାଶିଂ ଡ୍ୟାନ୍ସ୍‌ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।...

ବିଶ୍ୱର ସବୁଠୁ ଉଚ୍ଚରେ ଥିବା ହ୍ରଦ

ଲାମଜୁଙ୍ଗ: ନେପାଳର ମାନାଙ୍ଗ ଜିଲାରେ ଏବେ ନୂତନ ଭାବେ ସନ୍ଧାନ ମିଳିଥିବା କାଜିନ ସାରା ହ୍ରଦ ବିଶ୍ୱର ଉଚ୍ଚତମ ହ୍ରଦ ବୋଲି କୁହାଯାଉଛି। ଏହା ପୂର୍ବରୁ...

ଉତ୍ତର ଖାତାରେ ନିଜ ସାଥିଙ୍କୁ ବୋନସ ନମ୍ବର ଦେବାକୁ ଗୁହାରି କଲେ ଛାତ୍ର

ଶୁଣିବାକୁ ମିଳେ ପରୀକ୍ଷାରେ ଅଧିକ ନମ୍ବର ଦେବା ପାଇଁ କେତେଜ ପିଲା ଉତ୍ତର ଖାତାରେ ଶିକ୍ଷକଙ୍କୁ ଅନୁରୋଧ କରିଥାଆନ୍ତି। ହେଲେ ଏବେ ଏମିତି ଏକ ଉତ୍ତର...

ଉପହାର କାଟିଲା ସମ୍ପର୍କ

ବାହାଘରରେ ଅତିଥି ତଥା ସମ୍ପର୍କୀୟମାନଙ୍କୁ ନିମନ୍ତ୍ରଣ କରାଯାଏ ସମ୍ପର୍କକୁ ଆଗକୁ ବଢ଼େଇବା ପାଇଁ। ସେମାନେ ବି ଖାଲି ହାତରେ ଆସି ନ ଥାନ୍ତି। କିଛି ନା...

ଟିପ୍ସ: ସୁରକ୍ଷିତ ସୋଶିଆଲ ସାଇଟ୍‌ସ ପାଇଁ….

* ସର୍ବଦା ନିଜର ସୋଶିଆଲ ସାଇଟ୍ସ୍‌ ପାଇଁ ଷ୍ଟ୍ରଙ୍ଗ ପାସଓ୍ବାର୍ଡ ବ୍ୟବହାର କରନ୍ତୁ। * ପାସଓ୍ବାର୍ଡ ପାଇଁ ନମ୍ବର, ଲେଟର, ସ୍ପେଶିଆଲ କ୍ୟାରେକ୍ଟର ଆଦିର ମିଶ୍ରଣକୁ...

ପ୍ରଥମଦେଖାରେ ଅନୁଷ୍କାଙ୍କୁ ଏମିତି କହିଦେଇଥିଲେ କୋହଲି, ଏବେ ଭାବି ପଶ୍ଚାତ୍ତାପ କରୁଛନ୍ତି

ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ। ବିବାହ ପରେ ମଧ୍ୟ ଉଭୟଙ୍କୁ ନେଇ ଚର୍ଚ୍ଚା ଥମୁନି। ସମସ୍ତେ ଜାଣନ୍ତି...

Leave a comment

Your email address will not be published. Required fields are marked *