Posted inଫୁରସତ

କେଉଁଠି କରିବେନି ଠାକୁରଘର

୧.ବାସ୍ତୁଶାସ୍ତ୍ର ଅନୁସାରେ ଠାକୁରଘର କେବେବି ଶିଡ଼ିତଳେ କରିବା ଉଚିତ ନୁହେଁ। ଘରେ ଅଯଥା କଳହ ଲାଗି ରହିବ। ପରିବାର ସଦସ୍ୟଙ୍କୁ ମାନସିକ ଅଶାନ୍ତିର ସାମ୍ନା କରିବାକୁ ପଡ଼ିବ। ଧନହାନି ବି ହୋଇପାରେ।

୨. ବେସ୍‌ମେଣ୍ଟ(ଭୂତଳ ଘର)ରେ ବି ପୂଜାଘର କରିବା ଉଚିତ ନୁହେଁ। ଏଭଳି କଲେ ପୂଜାର ଫଳ ମିଳି ନ ଥାଏ। ସମସ୍ୟା ଉପରେ ସମସ୍ୟା ଆସିଥାଏ।

୩. ବାସ୍ତୁଶାସ୍ତ୍ର ଅନୁଯାୟୀ ଶୟନକକ୍ଷକୁ କେବେ ବି ପୂଜାଘର କରିବା ଠିକ୍‌ ନୁହେଁ। ଯଦି ଅନ୍ୟ କୌଣସି ଉପାୟ ନ ଥାଏ, ତେବେ ପୂଜାଘର ଚାରିପଟେ ପରଦା ଲଗାଇଦେବେ। ଏହାବାଦ୍‌ ଶୟନକକ୍ଷର ଉତ୍ତର-ପୂର୍ବ ଦିଗରେ ହିଁ ପୂଜାଘର କରିବେ। ପୂଜାଘରର ରଙ୍ଗ ଧଳା ଓ କ୍ରିମ କଲେ ଭଲ।

୪. ଘରେ ମନ୍ଦିରର ସ୍ଥାନ ଯେମିତି ମହତ୍ତ୍ୱପୂର୍ଣ୍ଣ, ତା’ ମଧ୍ୟସ୍ଥ ମୂର୍ତ୍ତିର ମହତ୍ତ୍ୱ ବି ବେଶ୍‌ ରହିଛି। ମୂର୍ତ୍ତିର ଆକାର ୮ ଇଞ୍ଚରୁ ଅଧିକ ହେବା ଉଚିତ ନୁହେଁ। ଏଭଳି ନ ହେଲେ ଘରର ମୁଖିଆଙ୍କୁ ସନ୍ତାନଙ୍କଠାରୁ କଷ୍ଟ ମିଳିବା ଯୋଗ ବନିଯାଏ।

୫. ଧ୍ୟାନ ଦେବା ଜରୁରୀ ଯେ, ଭଗବାନ୍‌ଙ୍କ ଫଟୋ ହେଉ କି ମୂର୍ତ୍ତି, ତାକୁ କେବେବି ଘରର ନୈଋତ କୋଣରେ ରଖିବେ ନାହିଁ। ଏଭଳି କଲେ ଘରର ସଦସ୍ୟଙ୍କ ଜୀବନରେ ସମସ୍ୟା ହିଁ ସମସ୍ୟା ଆସିଥାଏ।

୬. ବାସ୍ତୁଶାସ୍ତ୍ର ଅନୁଯାୟୀ ପୂଜାଘରେ କେବେବି ଶ୍ରୀଗଣେଶ ଓ ଭଗବତୀ ଦେବୀଙ୍କର ତିନୋଟି ପ୍ରତିମା ରଖିବେ ନାହିଁ। ଏହାବାଦ୍‌ ୨ଟି ଶଙ୍ଖ, ୨ଟି ସୂର୍ଯ୍ୟଦେବଙ୍କ ପ୍ରତିମା ଓ ଦୁଇଟି ଶାଳଗ୍ରାମ ବି ରଖିବେ ନାହିଁ। ନଚେତ ମନ ସବୁବେଳେ ବିଚଳିତ ରହିବ। ଧନହାନି ବି ହୋଇପାରେ।


All Right Reserved By Dharitri.Com

ରେକର୍ଡ ନିଶା: ୭୦ ହଜାର ଦିଆସିଲିରେ ଜାହାଜ ମଡେଲ

ସାଉଥଷ୍ଟମ୍‌: ସଫଳତା ପାଇଁ ବୟସ ଏକ ମାପକାଠି ନୁହେଁ। ନିଷ୍ଠାପର ଉଦ୍ୟମ, ଗଭୀର ଆତ୍ମବିଶ୍ୱାସ ହିଁ ସଫଳତା ଆଡ଼କୁ ବାଟ କଢ଼ାଇନିଏ। ଏହାର ସଦ୍ୟତମ ଉଦାହରଣ...

ଅଧେ ମଣିଷ ଅଧେ କୁକୁର

ଅଧେ ପଶୁ ଅଧେ ମଣିଷ। ଯେମିତିକି ଅଧେ ମଣିଷ ଅଧେ ସିଂହ, ଅଧେ ମଣିଷ ଅଧେ ଘୋଡ଼ା ଅଥବା ଅଧେ ମଣିଷ ଅଧେ ଛେଳି –...

କମିଂ ଅଫ୍‌ ଏଜ୍‌ ଡେ’: ୧୨.୨ ଲକ୍ଷ ଯୁବପିଢ଼ିଙ୍କୁ ସ୍ବତନ୍ତ୍ର ଅଧିକାର

ଟୋକିଓ: ସ୍ବାଧୀନତା ମନୁଷ୍ୟର ଜନ୍ମସିଦ୍ଧ ଅଧିକାର। ସ୍ବାଧୀନତାର ସ୍ବାଦ ଟିକେ ପାଇବାକୁ ବିଶ୍ୱ ଦେଖିଛି ଅନେକ ଯୁଦ୍ଧ, ରକ୍ତପାତ, ନରସଂହାର। ଠିକ୍‌ ସେମିତି ମନର ଭାବନା...

ଗୋଟିଏ ବାଲ୍‌ଟି ପାଇଁ ୬୯୫ ବର୍ଷ ତଳେ ହୋଇଥିଲା ଯୁଦ୍ଧ: ୨୦୦୦ ସୈନ୍ୟଙ୍କ ଘଟିଥିଲା ମୃତ୍ୟୁ

ରୋମ୍‌,୧୫।୩: ପୃଥିବୀରେ ଭିନ୍ନ ଭିନ୍ନ କାରଣରୁ ବହୁ ଯୁଦ୍ଧ ହୋଇଛି। ତେବେ ମାତ୍ର ଗୋଟିଏ ବାଲ୍‌ଟି ପାଇଁ ଯୁଦ୍ଧ। ପୁଣି ଏଥିରେ ୨୦୦୦ରୁ ଅଧିକ ସୈନ୍ୟଙ୍କ...

ସମ୍ପର୍କକୁ ସୃଦୃଢ଼ କରିବାକୁ ଚାହୁଁଛନ୍ତି କି.. କରନ୍ତୁ ଏଭଳି କିଛି..

ପାଖରେ ରହିଲେ ଭଲପାଇବା ବଢ଼ିବା ସହ ସମ୍ପର୍କ ଦୃଢ଼ ହୁଏ ବୋଲି କୁହାଯାଏ। ଦମ୍ପତିଙ୍କ କ୍ଷେତ୍ରରେ ମଧ୍ୟ ଏହି ଉକ୍ତିଟି ଲାଗୁ ହୋଇଥାଏ। ମାତ୍ର ଏହା...

ଦାମୀ ଛତା

ବର୍ଷାର ସାଥୀ ଛତା। ତେବେ କିଛି ଛତା ଅଛି, ଯାହା ବର୍ଷାରୁ ସୁରକ୍ଷା ପ୍ରଦାନ କରିବା ସହ ଷ୍ଟାଟସ୍‌ର ପ୍ରତୀକ ସାଜିଥାଏ । କାରଣ ସେସବୁର...

ଗାର୍ଲଫ୍ରେଣ୍ଡ୍‌ଙ୍କୁ ଯୁବକ ପିନ୍ଧାଇଲେ ଏମିତି ମୁଦି, ଦେଖିଲେ ଲାଗିବ ଘୃଣା

ଶୋସିଆଲ ମିଡିଆରେ ଏକ ଏନ୍‌ଗେଜ୍‌ମେଣ୍ଟ ରିଙ୍ଗ୍‌ ଭାଇରାଲ ହୋଇଛି। ଏହି ରିଙ୍ଗ୍‌ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବା ସହ ଘୃଣା ବି କରିବ। ଏହି...

ମାଡ଼ିଆସୁଛି ମହାଜାଗତିକ ବସ୍ତୁ: ଧ୍ୱଂସପାଇପାରେ ଗୋଟିଏ ଦେଶ

ନୂଆଦିଲ୍ଲୀ: ମହାକାଶରେ ଥିବା ବହୁ ମହାଜାଗତିକ ବସ୍ତୁର ଟାର୍ଗେଟରେ ରହିଆସିଛି ପୃଥିବୀ। ବହୁ ସମୟରେ ଏହିସବୁ ବସ୍ତୁ ପୃଥିବୀକୁ ଧକ୍କାଦେବାର ଆଶଙ୍କା ଉପୁଜିଛି। ସୌଭାଗ୍ୟକୁ ଅନେକ...

Leave a comment

Your email address will not be published. Required fields are marked *