Posted inଫୁରସତ

ଗେମିଂ ବେଡ୍‌

ସେ ଛୋଟ ହୁଅନ୍ତୁ କି ବଡ଼, ଭିଡିଓ ଗେମ୍‌ ଖେଳିବାକୁ ଅନେକେ ଭଲପାଆନ୍ତି। ହେଲେ ଦୀର୍ଘ ସମୟ ବସି ବସି ଖେଳୁ ଖେଳୁ ଅଣ୍ଟା କାଟିଥାଏ। ଅନେକ ସମୟରେ ଅଣ୍ଟା କାଟିବା ଯୋଗୁ ଖେଳ ଅଧା ବନ୍ଦ କରିବାକୁ ଅନେକେ ବାଧ୍ୟ ହୁଅନ୍ତି। ତେବେ ଜାପାନର ଆସବାବପତ୍ର ଡିଜାଇନ୍‌ କରୁଥିବା ରିଟେଲର୍‌ ‘ବୌହୁଟେ’ ଆଣିଛି ଏମିତି ଏକ ବେଡ୍‌, ଯାହା ସମ୍ପର୍କରେ ଜାଣିଲେ ଭିଡିଓ ଗେମ୍‌ ଖେଳୁଥିବା ବ୍ୟକ୍ତି ଖୁସିରେ ଉଛୁଳି ଉଠିବେ। ‘ଗେମିଂ ବେଡ୍‌’ ନାମକ ଏହି ବେଡ୍‌ରେ ବସିକି ଖେଳିବାର ଆବଶ୍ୟକତା ନାହିଁ। ଆପଣ ଆରାମରେ ଶୋଇକି ଖେଳିପାରିବେ। ଉକ୍ତ ବେଡ୍‌ରେ ଆରାମଦାୟକ ମାଟ୍ରେସ୍‌, ଗେମିଂ ବ୍ଲାଙ୍କେଟ୍‌, ନିଜ ଆବଶ୍ୟକତା ମୁତାବକ ଉଠାଇ ହେଉଥିବା ହେଡ୍‌ବୋର୍ଡ, ଏକ ଡେସ୍କ, ସ୍ନାକ୍‌ ହୋଲ୍ଡର୍‌ ଓ ଏକ ଫ୍ଲେକ୍ସିବଲ୍‌ ସ୍ମାର୍ଟଫୋନ୍‌ ହୋଲ୍ଡର ଅଛି। ଯଦ୍ଦ୍ବାରା ଆରାମରେ ଶୋଇ ରହି, ଖାଇ ପିଇ ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଭିଡିଓ ଗେମ୍‌ ଖେଳିପାରିବେ। ଭିଡିଓ ଗେମ୍‌ ଅଧିକ ସମୟ ଖେଳିବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ, ହେଲେ ଏହି ବେଡ୍‌ ଗେମ୍‌ ଖେଳୁଥିବା ବ୍ୟକ୍ତିଙ୍କୁ ବେଶ୍‌ ଭଲ ଲାଗିବ।


All Right Reserved By Dharitri.Com

ପାଣି, ପବନ ଓ ବିଦ୍ୟୁତ୍‌ ଶକ୍ତିରୁ ତିଆରି ହେଲା ବିକଳ୍ପ ଖାଦ୍ୟ: ରହିବେନି କେହି ଭୋକିଲା

ହେଲସିଙ୍କି,୨୧।୧: ଆଗାମୀ ଦିନରେ ପୃଥିବୀର ଖାଦ୍ୟ ସମସ୍ୟା କିଭଳି ଦୂର କରାଯିବ ସେ ନେଇ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି। ଏହି ମର୍ମରେ ଫିନ୍‌ଲାଣ୍ଡର ବୈଜ୍ଞାନିକ...

ପାକିସ୍ତାନରେ ବି ରହିଛି ମନ୍ଦିର ପାଖରେ ମସଜିଦ୍‌: ଲୋକେ ପାଳନ୍ତି ଇଦ୍‌-ହୋଲି-ଦିଓ୍ବାଲି

ଇସଲାମାବାଦ୍‌: ପୃଥିବୀରେ ଭିନ୍ନ ଭିନ୍ନ ସମ୍ପ୍ରଦାୟର ମଣିଷ ମଣିଷ ମଧ୍ୟରେ ଭେଦଭାବ ବଢ଼ିଚାଲିଛି। ତେବେ ପାକିସ୍ତାନର ଏକ ସହର ସାମ୍ପ୍ରଦାୟିକ ସଦ୍‌ଭାବର ବାର୍ତ୍ତା ଦେଇଥାଏ। ସହରରେ...

ଟ୍ରାଇ କଲର୍‌ ରାଖୀ

ଚଳିତ ମାସ ସ୍ବାଧୀନତା ଦିବସ ଓ ପବିତ୍ର ରାଖୀ ପୂର୍ଣ୍ଣିମା ଗୋଟିଏ ଦିନରେ ହିଁ ପଡୁଛି। ତେଣୁ ଏଭଳି ଏକ ଶୁଭ ଦିନରେ ଭାଇ ହାତରେ...

ନିଆରା ସ୍ରଷ୍ଟା: ପ୍ରଶିକ୍ଷଣ ବିନା ଯିଏ କରିଛନ୍ତି ଉଦ୍ଭାବନ

ମଣିଷର କୌଣସି ଆବଶ୍ୟକତା ଯେତେବେଳ ତାକୁ ବ୍ୟତିବ୍ୟସ୍ତ କରିପକାଏ ସେ ସମାଧାନର ବାଟ ଖୋଜିଥାଏ। ସେଥିପାଇଁ କୁହାଯାଏ ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ । ତେବେ...

ପୁଅ ଦ୍ୱିତୀୟଥର ବିଧାୟକ ନିର୍ବାଚିତ, ଏବେ ବି ଗାଡି ପଙ୍କଚର ମାରୁଛନ୍ତି ପିତା

ଭୋପାଳ,୧୩।୨: ଭୋପାଳର ବୋଗଦା ଅଞ୍ଚଳରେ ଥିବା ଏକ ଛୋଟ ଗ୍ୟାରେଜ୍‌ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଗ୍ୟାରେଜ୍‌ର ମାଲିକ ହେଉଛନ୍ତି ଦିଲ୍ଲୀର ଜଙ୍ଗପୁରା ବିଧାନସଭା...

ବିଶ୍ୱର ସବୁଠୁ ବଡ଼ ଜାହାଜ, ଦାମ୍‌ ରହିଛି…

ଟାଇଟନିକ୍‌ ଜାହାଜ ସମ୍ପର୍କରେ ତ ଜାଣିଥିବେ ନିଶ୍ଚିତ। ମାତ୍ର ଆଜିର ସମୟରେ ‘ସିମ୍ଫୋନୀ ଅଫ୍‌ ଦ ସିଜ୍‌’ହେଉଛି ବିଶ୍ୱର ସବୁଠୁ ବଡ଼ ଜାହାଜ। ଏକ ରିପୋର୍ଟ...

ବିରକ୍ତ କଲା ଟ୍ରାଫିକ ଜାମ୍‌: ଘରେ ତିଆରି କଲେ ହେଲିକପ୍ଟର

ଜାକର୍ତ୍ତା: ବ୍ୟସ୍ତବହୁଳ ଜୀବନଶୈଳୀ ସାଙ୍ଗକୁ ଟ୍ରାଫିକ ସମସ୍ୟା ଲୋକଙ୍କୁ ଅଧିକ ବିରକ୍ତ କରିଥାଏ। କୌଣସି କାର୍ଯ୍ୟରେ ଘରୁ ବାହାରିଲେ ଅତି କମ୍‌ରେ ଅଧଘଣ୍ଟା ବା ଘଣ୍ଟାଏ...

ସ୍କାଏ ପୁଲ୍‌

ଖରାଦିନେ ସୁଇମିଂ ପୁଲ୍‌ର ମଜା ଉଠାଇବାକୁ କିଏ ବା ନ ଚାହାନ୍ତି। ପ୍ରବଳ ତାତିରୁ ନିସ୍ତାର ଦିଏ ପୁଲ୍‌। ତେବେ ବ୍ରିଟେନରେ ନିର୍ମାଣ ହେଉଥିବା ଏକ...

Leave a comment

Your email address will not be published. Required fields are marked *