Posted inଫୁରସତ

ବିହାରରେ ହେଲା କୁକୁଡ଼ା ବର୍ଷା: କରୋନାକୁ ଭୟ ନ କରି ଲୋକେ ଘରକୁ ନେଲେ ବୋହି

ପାଟନା,୧୫।୩: ପୃଥିବୀସାରା ଏବେ କରୋନା ସଂକ୍ରମଣକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। କରୋନା ଯେତିକି ଆତଙ୍କ ନ ସୃଷ୍ଟି କରୁଛି, ତାହାଠାରୁ ଲୋକଙ୍କୁ ବେଶି ଭୟଭୀତ କରୁଛି ସଂକ୍ରମଣ ନେଇ ଗୁଜବ। କେତେକ ଚିକେନ ଖାଇବାକୁ ମନା କରୁଛନ୍ତି। ତେଣୁ କୁକୁଡ଼ା ଚାଷୀ କ୍ଷତିଗ୍ରସ୍ତ ହେବାରେ ଲାଗିଛନ୍ତି। ଏବେ ବିହାର ଅରଓ୍ବାଲ ଜିଲାର ଜଣେ ଚାଷୀ ନିଜ ଘର ଛାତ ଉପରେ ଚଢ଼ି କୁକୁଡ଼ା ତଳକୁ ଉଡ଼ାଇଛନ୍ତି। ସ୍ଥାନୀୟ ଖୋଖଡ଼ି ଗାଁରେ ଏଭଳି ଦୃଶ୍ୟ ପ୍ରାୟ ଘଣ୍ଟାଏ ଧରି ଦେଖିବାକୁ ମିଳିଛି। ଚାଷୀ ଛାତ ଉପରେ ଚଢ଼ି କୁକୁଡ଼ା ବର୍ଷା କରିଥିଲେ। ଲୋକେ ଜମା ହୋଇ ଯିଏ ଯେତେ ପାରିଲା ସେତେ କୁକୁଡ଼ା ଘରକୁ ବୋହି ନେଇଥିଲେ। ଚାଷୀଙ୍କ କୁକୁଡ଼ା ଗୋଟାକୁ ୪ ଟଙ୍କାରେ ବି କେହି କିଣୁ ନ ଥିଲେ। ପାଖରେ ଟଙ୍କା ଅଭାବରୁ କୁକୁଡ଼ାଙ୍କୁ ଖାଦ୍ୟ ଯୋଗାଇବା ଅସମ୍ଭବ ହୋଇ ପଡ଼ିଥିଲା। ତେଣୁ ସେ ବାଧ୍ୟ ହୋଇ ୫ ହଜାର କୁକୁଡ଼ା ଏଭଳି ଛାତରୁ ତଳକୁ ପକାଇଥିଲେ। କରୋନା ଭୟରେ ଟଙ୍କା ଦେଇ କୁକୁଡ଼ା କିଣୁ ନ ଥିବା ଲୋକ କିନ୍ତୁ ମାଗଣାରେ ଘରକୁ କୁକୁଡ଼ା ବୋହି ନେଇଥିବା ଚାଷୀ କହିଛନ୍ତି। ୪୮ ସେକେଣ୍ଡର ଏହି ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


All Right Reserved By Dharitri.Com

କିସ୍‌ ଡେ’: ଜାଣନ୍ତୁ କାହାକୁ କେମିତି କରିବେ କିସ୍‌

ପ୍ରେମ ପାଇଁ ଯଦିଓ ନିର୍ଦ୍ଦିଷ୍ଟ ଦିନ,ବାର, ତିଥି ନାହିଁ ତଥାପି ପ୍ରେମୀଯୁଗଳଙ୍କ ପାଇଁ ବର୍ତ୍ତମାନ ଚାଲିଛି ପ୍ରେମ ଋତୁ। ଫେବୃୟାରୀ ୭ରୁ ଏହା ଆରମ୍ଭ ହୋଇଥିବା...

ଦେଶ ବିଦେଶରେ ନାମ କମାଇଛନ୍ତି ଓଡ଼ିଶାର ମେଢ କାରିଗର: କେମିତି ପ୍ରସ୍ତୁତ କରନ୍ତି ମେଢ, କ’ଣ ଥାଏ ତାଙ୍କର ଜୀବନଶୈଳୀ ଜାଣନ୍ତୁ…

ସୁନ୍ଦର ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ମେଢ ଦେଖି ସମସ୍ତେ ଆନନ୍ଦିତ ହୁଅନ୍ତି । କିନ୍ତୁ ମେଢତିଆରି କରିଥିବା କାରିଗରମାନଙ୍କ ସମ୍ପର୍କରେ କିଏ ଭାବିଛନ୍ତି କି? କେମିତି ପ୍ରସ୍ତୁତ...

ଏହି କୂଅରୁ ବାହାରୁଛି ଉଜ୍ଜ୍ୱଳ ଆଲୋକ, ବୈଜ୍ଞାନିକମାନେ ବି ଖୋଜି ପାଉନାହାନ୍ତି କାରଣ

ବିଶ୍ୱରେ ଏମିତି କିଛି ସ୍ଥାନ ଅଛି, ଯାହା ଆଜି ବି ରହସ୍ୟାବୃତ୍ତ। ଏପରି ଏକ ଅଦ୍ଭୁତ ସ୍ଥାନ ରହିଛି ପର୍ତ୍ତୁଗାଲର ସିନ୍ତାରାରେ। ଏହି ସ୍ଥାନରେ ଏକ...

୨୦୫୦ ବେଳକୁ ଏମିତି ଦେଖାଯାଉଥିବେ ଭାରତୀୟ ଖେଳାଳି

ସୋସିଆଲ ମିଡିଆରେ ଆଜିକାଲି ବୃଦ୍ଧା ହେବାର ଏକ ନୂଆ ଟ୍ରେଣ୍ଡ ଚାଲିଛି। ‘ଫେସ୍‌ ଆପ୍‌’ ନାମକ ଏକ ଆପ୍‌ ବ୍ୟବହାର କରି ସେଲିବ୍ରିଟିମାନେ ବୃଦ୍ଧାବସ୍ଥାରେ କେମିତି...

ନ୍ୟୁୟର୍କରୁ ମିଳିଲା ଦୋମୁହାଁ ମାଛ

ନ୍ୟୁୟର୍କ, ୨୨।୮: ନ୍ୟୁର୍କରେ ଜଣେ ମାଛ ଧରାଳି ଦୋମୁହାଁ ମାଛ ଧରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ହୋଇଛି। ନ୍ୟୁୟର୍କରେ ଡେବୀ...

ଏହି ହୀରା ଖଣି ଉପର ଦେଇ ଉଡ଼ିପାରେନା ବିମାନ…

ପୂର୍ବ ସାଇବେରିଆରେ ରହିଛି ପୃଥିବୀରେ ସବୁଠାରୁ ବଡ଼ ହୀରା ଖଣି। ଏହାର ଗଭୀର ୧୭୨୨ ଫୁଟ ଏବଂ ଚୌଡ଼ା ୩୯ଶହ ଫୁଟ। ଏହାର ଖନନ ୧୯୫୫...

ଜଣାପଡ଼ିବ ମହାଭାରତ ଯୁଦ୍ଧର ସତ୍ୟାସତ୍ୟ: ମିଳିଲା ୩୮୦୦ ବର୍ଷ ତଳର ଅନ୍ତିମ ସଂସ୍କାର ଗୁପ୍ତ ଗୃହ

ନୂଆଦିଲ୍ଲୀ, ୨୮।୧: ଏବେ ମହାଭାରତ ଯୁଦ୍ଧର ସତ୍ୟାସତ୍ୟ ଏବେ ଜଣାପଡ଼ିବ ବୋଲି କୁହାଯାଉଛି। ଉତ୍ତରପ୍ରଦେଶ ବାଗପତ୍‌ ଅଞ୍ଚଳରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ କରାଯାଉଥିବା ଖନନ ସମୟରେ...

ସ୍ମାର୍ଟ ବାଡ଼ି: ବୟସ୍କଙ୍କୁ ଦେବ ସାହାରା

ନୂଆଦିଲ୍ଲୀ,୭।୩: ବୟସ ବଢ଼ିବା ସହିତ ଲୋକେ ଚାଲିବା ସମୟରେ ତଳେ ପଡ଼ିଯିବାର ଆଶଙ୍କା ରହିଥାଏ। ସେମାନେ ସାହାରା ଲୋଡ଼ିଥାନ୍ତିି। ତେବେ ଏଣିକି ଆଉ ଅନ୍ୟ କାହାର...

Leave a comment

Your email address will not be published. Required fields are marked *