Posted inଫୁରସତ

ନୀଳ ମେକ୍‌ଅପ୍‌ରେ ଦୁଇବର୍ଷ

୨୦୧୩ରେ ୟୁକେ ବ୍ରାଡଫୋର୍ଡର ଲୌରାଇ ଲି ନାମ୍ନୀ ମେକ୍‌ଅପ୍‌ ଆର୍ଟିଷ୍ଟ ତାଙ୍କର ଡଲ୍‌ ପରି ଚେହେରା ପାଇଁ ସାରା ଦୁନିଆରେ ପରିଚିତା ହୋଇଥିଲେ। ଆଉ ଡେଲିମେଲ୍‌ ଓ ମିରର୍‌ ପରି ପତ୍ରିକା ତାଙ୍କୁ ରିୟଲ ଲାଇଫ୍‌ ବାର୍ବି ଆଖ୍ୟା ଦେଇଥିଲା। କିନ୍ତୁ ଏବେ ସେ ତାଙ୍କର ଆଉ ଏକ ଲୁକ୍‌ ପାଇଁ ଚର୍ଚ୍ଚିତା। ସେ ତାଙ୍କର ମୁହଁ ଓ ହାତକୁ ନୀଳ ରଙ୍ଗରେ ରଙ୍ଗାୟିତ କରି ଏକ ନୂଆ ପରିଚୟ ପାଇଛନ୍ତି। ଲୌରାଇ କହନ୍ତି, ‘ପୂର୍ବରୁ ଜାପାନୀ ଗାୟରୁ ଷ୍ଟାଇଲ୍‌ ମେକ୍‌ଅପ୍‌ ଆପଣାଇଥିବାରୁ ସମସ୍ତେ ମତେ ଡଲ୍‌ ପରି ବୋଲି ଭାବି ନେଇଥିଲେ। ହେଲେ ମତେ ପରେ ଲାଗିଲା ନୀଳ ରଙ୍ଗ ମୋ ବ୍ୟକ୍ତିତ୍ୱକୁ ବେଶ୍‌ ସୁହାଇବ। ତେଣୁ ମୁଁ ମୋ ମୁହଁ ଓ ହାତକୁ ନୀଳ ରଙ୍ଗରେ ରଙ୍ଗାଇ ମେକ୍‌ଅପ୍‌ ନେବା ଆରମ୍ଭ କଲି। ମତେ ବାହ୍ୟଜଗତର ପ୍ରାଣୀ ବା ଏଲିୟନ ବହୁତ ପସନ୍ଦ। ତେଣୁ ଏଲିୟନ୍‌ ପରି ଲୁକ୍‌ ଆପଣେଇଲି।’ ଦୀର୍ଘ ଦୁଇବର୍ଷ ହେବ ସେ ଏହି ଲୁକ୍‌ରେ ରହୁଛନ୍ତି। ସେ ତାଙ୍କ ଘରକୁ ବି ନୌକା ଭଳି ଆକାର ଦେଇଛନ୍ତି। ଯେମିତିକି ତାହା ସ୍ପେସ୍‌ଶିପ୍‌ ପରି ଲାଗିବ। ସେ ଆଗୋରା ଫୋବିଆରେ ଆକ୍ରାନ୍ତ। ଏହି ରୋଗ ଯୋଗୁଁ ସେ ଜନସାଧାରଣ ସ୍ଥାନକୁ ଯିବାକୁ ଭୟ କରନ୍ତି। ସେଥିପାଇଁ ସେ ଓ ତାଙ୍କ ଘରକୁ ଭିନ୍ନ ଲୁକ୍‌ ଦେଇ ରହୁଛନ୍ତି।


All Right Reserved By Dharitri.Com

ଭାଙ୍ଗିଗଲା ପରି ଲାଗେ ଏହି ଆସବାବପତ୍ର

କେଉଁ ଆଲମାରୀ ଫାଟିଯାଇଛି ତ କେଉଁଟି ମଝିରୁ ଦୁଇଫାଳ ହେଇଛି। ଆଉ କାହାର ମଝିରେ କିଛି ବାଜି କଣା ହୋଇଯାଇଛି। ଏହିସବୁ ଆଲମାରୀ ଦେଖିବାକୁ ଏହିଭଳି...

ଆଜି ବିଶ୍ୱ ଆର୍ଥ୍ରାଇଟିସ୍‌ ଦିବସ

ଆର୍ଥ୍ରାଇଟିସ୍‌ ହେଉଛି ଏକ ଅସ୍ଥିଜନିତ ରୋଗ। ଏଥିରେ ଆକ୍ରାନ୍ତ ହେଲେ ଅସ୍ଥିର ଯୋଡ଼ାସ୍ଥଳୀରେ ଅଧିକ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ଏହାର ଲକ୍ଷଣ ପ୍ରକାଶ ପାଇବା ମାତ୍ରେ...

କନିଷ୍ଠ କର୍ମଚାରୀଙ୍କୁ ପାର୍ଟିରେ ମଦ୍ୟପାନ ପାଇଁ ବାଧ୍ୟ କରିପାରିବେନି ବରିଷ୍ଠ, ଯଦି କରନ୍ତି ତେବେ…

ଟୋକିଓ: ଜାପାନ ସରକାର ଆସନ୍ତା ବର୍ଷ (୨୦୨୦)ରେ ଏକ ନୂଆ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି। ଏହି ନିୟମ ଅନୁଯାୟୀ, କୌଣସି ବରିଷ୍ଠ କର୍ମଚାରୀ କନିଷ୍ଠ...

କମେଡି ଯୋଡ଼ି

ଓଡ଼ିଆ ଯାତ୍ରାଜଗତରେ ବାପି-ଟୁକୁ ଏକ ଜଣାଶୁଣା ଯୋଡ଼ି। ବାପି-ଟୁକୁ ମଞ୍ଚକୁ ଆସିଲେ ତଳେ ବସିଥିବା ଦର୍ଶକଙ୍କ ଓଠରେ ମନକୁ ମନ ହସ ଫୁଟିଉଠେ। ଆଜିକୁ ପ୍ରାୟ...

ବ୍ୟକ୍ତିତ୍ୱ: ଚନ୍ଦ୍ରଶେଖର କମ୍ବର

ଭାରତୀୟ ସାହିତ୍ୟରେ ନାଟ୍ୟ ପରମ୍ପରାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆଉ ସେହି ଭୂମିକା ସୁଚାରୁରୂପେ ସମ୍ପାଦନ କରିଛନ୍ତି ପ୍ରସିଦ୍ଧ ନାଟ୍ୟ ସ୍ରଷ୍ଟାମାନେ। ସେହି ନାଟ୍ୟସ୍ରଷ୍ଟାମାନଙ୍କ...

ଜୀବିକା ବଞ୍ଚାଇବା ପାଇଁ ଗର୍ଭାଶୟ ବାହାର କରୁଛନ୍ତି ମହିଳା

ମୁମ୍ବାଇ,୨୬।୧୨: ଏଭଳି ଏକ ରାଜ୍ୟ ଅଛି ଯେଉଁଠାରେ ଜୀବିକା ବଞ୍ଚାଇବା ପାଇଁ ମହିଳାମାନେ ନିଜ ଗର୍ଭାଶୟ ବାହାର କରିଦେଉଛନ୍ତି। ଏହି ଘଟଣା ଚକିତ କରୁଥିବା ବେଳେ...

ଉଡୁପୀ ଶ୍ରୀକୃଷ୍ଣ ମଠ: କେବେ ଓ କେମିତି ଯିବେ

କର୍ନାଟକ ରାଜ୍ୟର ଉଡୁପୀ ସହରରେ ଭଗବାନ ଶ୍ରୀକୃଷ୍ଣଙ୍କୁ ସମର୍ପିତ ଏକ ପ୍ରସିଦ୍ଧ ହିନ୍ଦୁ ମନ୍ଦିର ରହିଛି, ଯାହାର ନାମ ହେଉଛି ଉଡୁପୀ ଶ୍ରୀକୃଷ୍ଣ ମଠ(ମନ୍ଦିର)। ଏହି...

କିମିଆ କଲା ମୟୂର

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସମୟରେ ଏବେ ପ୍ରକୃତିର ବିଭିନ୍ନ ରୂପକୁ ଦେଖିବାକୁ ପାଉଛନ୍ତି ଲୋକେ। ରାସ୍ତାଘାଟରେ ଲୋକମାନଙ୍କ କୋଳାହଳ କମ୍‌ଥିବାରୁ ଜୀବଜନ୍ତୁମାନେ ବେଶ୍‌ ସ୍ବଚ୍ଛନ୍ଦରେ ବୁଲାବୁଲି କରିପାରୁଛନ୍ତି।...

Leave a comment

Your email address will not be published. Required fields are marked *