ସାପ କାମୁଡାରେ ମା’,ପୁଅ ମୃତ

ଉମରକୋଟ,୮।୬(ଡି.ଏନ.ଏ)-ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ କୁର୍ସି ପଞ୍ଚାୟତର ମାଲପରା ଗ୍ରାମରେ ଶୁକ୍ରବାର ରାତିରେ ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି। ସାପ କାମୁଡାରେ ମା’ ଓ ପୁଅର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଲକ୍ଷ୍ମୀ ଗଣ୍ଡ ଓ ତାଙ୍କ ପୁଅ ଭାଗିରଥୀ ଗଣ୍ଡ(୫)। ମାଲପରା ଗ୍ରାମର ଭୂଜ ଗଣ୍ଡଙ୍କ ସ୍ତ୍ରୀ ଲକ୍ଷ୍ମୀ, ପୁଅ ଭାଗିରଥୀ ଓ ୨ ବର୍ଷର ଝିଅ ଶୁକ୍ରବାର ରାତିରେ ଘରେ ଶୋଇଥିଲେ। ରାତିରେ ଲକ୍ଷ୍ମୀଙ୍କ ଜଂଘ ଏବଂ ଭାଗିରଥୀଙ୍କ ହାତକୁ ଏକ ସାପ କାମୁଡି ଦେଇଥିଲା। ଲକ୍ଷ୍ମୀ ସଙ୍ଗେ ସଙ୍ଗେ ଭୂଜଙ୍କୁ ଉଠାଇଥିଲେ। ଘର ଭିତରେ ସାପ ଥିବାରୁ ସାପ କାମୁଡିଥିବା ସନ୍ଦେହ କରିଥିଲେ। ଭୂଜ ପଡୋଶୀଙ୍କ ସହାୟତାରେ ଲକ୍ଷ୍ମୀ ଓ ଭାଗିରଥୀଙ୍କୁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ମାଲପରା ଗ୍ରାମରେ ମୃତଦେହ ପହଞ୍ଚିବା ପରେ ଶୋକର ଛାୟା ଖେଳି ଯାଇଛି।


All Right Reserved By Dharitri.Com

ଭଙ୍ଗା ଷ୍ଟ୍ରିଟଲାଇଟ ଖୁଣ୍ଟକୁ କାଳବୈଶାଖୀ ଭୟ

ନବରଙ୍ଗପୁର,୧।୬(ବି.ପ୍ର.)- ନବରଙ୍ଗପୁର ଜିଲା ଉପକଣ୍ଠ ଚାଉଁରିଆଗାଡା ନିକଟରୁ ଇନ୍ଦ୍ରାବତୀ ପୋଲ ପର୍ଯ୍ୟନ୍ତ ୨୬ ନମ୍ବର ଜାତୀୟ ରାଜପଥ କଡରେ ଲଗାଯାଇଥିବା ଷ୍ଟ୍ରିଟ ଲାଇଟ ଗୁଡିକ ଦିନରେ...

ବିଲ୍ଟ କାଗଜକଳରେ ଉତ୍ତେଜନା: ଠିକା ଶ୍ରମିକଙ୍କୁ କାରଖାନାରେ ପୂରାଇଦେଲେନି

ଜୟପୁର,୫ା୬(ଡି.ଏନ୍‌.ଏ.): ଜୟପୁର ଗାଗନାପୁର ସ୍ଥିତ ବିଲ୍ଟ ସେୱା କାଗଜକଳରେ ପୁଣି ଅଶାନ୍ତି ଦେଖାଦେଇଛି। ବୁଧବାର ପୂର୍ବାହ୍ନରୁ ଠିକା ଶ୍ରମିକ କାରଖାନାକୁ ଯିବାବେଳେ ସୁରକ୍ଷାବଳ ସେମାନଙ୍କୁ ପ୍ରବେଶ...

କାର୍‌ ଧକ୍କାରେ ପ୍ରାଣ ହରାଇଲେ ବାଇକ୍‌ ଚାଳକ

ପାପଡାହାଣ୍ଡି/ମଇଦଲପୁର, ୬।୭(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତ ଡୁମରିପଦର ନିକଟରେ ଶନିବାର ସକାଳୁ ଏକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଛି। ମୃତକ...

ଅବଧି ଶେଷ ହେଲାଣି, ସରୁନି ରାସ୍ତା କାର୍ଯ୍ୟ

ପାରଳାଖେମୁଣ୍ଡି, ୩୦।୪ (ସ୍ବ.ପ୍ର.): ଗଜପତି ଜିଲା ଗୋଷାଣୀ ବ୍ଲକ କତଲକଇଠାଠାରୁ ସିଧିପାଲମ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା। ଏବେ ଅବଧି ସରିବା ପରେ ମଧ୍ୟ ରାସ୍ତା...

ରାୟଗଡ଼ା ଜଳାର୍ଣ୍ଣବ: ଲଗାଣ ବର୍ଷାରେ ଧୋଇଗଲା ରେଲଓ୍ବେ ଟ୍ରାକ

ରାୟଗଡା ଅଫିସ/ମୁନିଗୁଡ଼ା/ଅମ୍ବାଦଳା, ୭।୮(ଡି.ଏନ୍‌.ଏ.): ଗତ ୪୦ ଘଣ୍ଟାରୁ ଅଧିକ ସମୟ ଧରି ଲଗାଣ ବର୍ଷା ଯୋଗୁ ରାୟଗଡ଼ାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ସବୁଠୁ...

ମାଓପ୍ରବଣ ଅଞ୍ଚଳରେ ଯୋଗ ଅଭ୍ୟାସ କଲେ ବିଏସ୍‌ଏଫ୍‌ ଯବାନ

ମାଲକାନଗିରି,୧୬।୬: ଓଡ଼ିଶାର ମାଲକାନଗିରି ଜିଲାରେ ଥିବା ମାଓପ୍ରବଣ ଅଞ୍ଚଳରେ ବର୍ଡର ସୁକ୍ୟୁରିଟି ଫୋର୍ସ(ବିଏସ୍‌ଏଫ୍‌)ର ଯବାନମାନେ ରବିବାର ଯୋଗ ଅଭ୍ୟାସ କରିଥିବା ଦେଖାଯାଇଛି। ଆସନ୍ତ ୨୧ ତାରିଖରେ...

କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ

ରାୟଗଡ଼ା ଅଫିସ, ୩୧।୭ (ଡି.ଏନ୍‌.ଏ.): ରାୟଗଡ଼ା ରେଳ ଷ୍ଟେଶନର ୭ ନଂ. ପ୍ଲାଟଫର୍ମରେ ଠିଆ ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନ୍‌ରେ ବୁଧବାର ଘଟିଛି ଅଗ୍ନିକାଣ୍ଡ।...

ବିପଜ୍ଜନକ ଅବସ୍ଥାରେ ଘାଟି ରାସ୍ତା

ପାରଳାଖେମୁଣ୍ଡି, ୬ା୬ (ସ୍ବ.ପ୍ର.) – ଗଜପତି ଜିଲା ଗୁମ୍ମା ବ୍ଲକ ନାମନଗଡ଼ରୁ ଅଜୟଗଡ଼ ଦୀର୍ଘ ୧୦କିମି ଘାଟି ରାସ୍ତା ଧୋଇ ହୋଇ ଏବେ ବିପଜ୍ଜନକ ଅବସ୍ଥାରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *