Posted inଫୁରସତ

ପ୍ରଥମ ଟଙ୍କା ବାପା,ମା’ଙ୍କୁ ଦେଇଥିଲି: ସାମାଜିକ କର୍ମୀ ଅରବିନ୍ଦ ମିଶ୍ର

ଭୁବନେଶ୍ୱରର ଲକ୍ଷ୍ମୀସାଗରଠାରେ ମୋର ଜନ୍ମ। ଲକ୍ଷ୍ମୀସାଗର ଉଚ୍ଚ ବିଦ୍ୟାଳୟରୁ ୧୯୮୫ ମସିହାରେ ଦଶମ ପାସ୍‌ କରିବା ପରେ ରାଜଧାନୀ କଲେଜରେ ବି.ଏ. ଯାଏଁ ପଢ଼ିଥିଲି। ତା’ପରେ କ୍ୟାପିଟାଲ୍‌ ଲ’ କଲେଜରେ ଏଲ୍‌ଏଲ୍‌ବି କଲି। ପଢ଼ା ସରିବା ପରେ ସେଣ୍ଟ୍ରାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପ୍ଲାଷ୍ଟିକ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରେ ଆଡ୍‌ମିନିଷ୍ଟ୍ରେଟିଭ୍‌ ଆସିଷ୍ଟାଣ୍ଟ ଭାବେ ଯୋଗ ଦେଇଥିଲି। ଏହିଠାରୁ ହିଁ ମୋର ପ୍ରଥମ ରୋଜଗାର ହେଲା। ଯାହା ଦରମା ପାଇଲି ତାକୁ ନେଇ ବାପାମା’ଙ୍କ ହାତରେ ଦେଇଥିଲି। ପ୍ରାୟ ୩ ବର୍ଷ ଏଠାରେ କାମ କରିବା ପରେ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ ପାଇଁ ଏକ ଇଣ୍ଟରଭ୍ୟୁ ବାହାରିଲା। ମୁଁ ସେହି ଇଣ୍ଟରଭ୍ୟୁ ଦେଇ ସିଲେକ୍ଟ ହୋଇ ସେଥିରେ ଆସିଷ୍ଟାଣ୍ଟ ମ୍ୟାନେଜର୍‌ ଗ୍ରେଡ୍‌ରେ ଯୋଗ ଦେଲି। ଏହି ଚାକିରିରେ ମୋର ପ୍ରଥମ ପୋଷ୍ଟିଂ ଗୁଆହାଟୀରେ ହୋଇଥିଲା। ତା’ପରେ କିଛିଦିନ ଭୂବନେଶ୍ୱର, କୋଲକାତା ଏବଂ ବମ୍ବେରେ ବି କାମ କରିଥିଲି। ଆଉ ଏବେ ଲକ୍ଷ୍ମୌରେ କାର୍ଯ୍ୟରତ ଅଛି। ୟା’ଭିତରେ ମୋର ପ୍ରମୋଶନ ମଧ୍ୟ ହୋଇସାରିଲାଣି। ଏବେ ମୁଁ ଆସିଷ୍ଟାଣ୍ଟ ଜେନେରାଲ୍‌ ମ୍ୟାନେଜର୍‌ ଗ୍ରେଡ୍‌ରେ କାମ କରୁଛି। ଚାକିରି ଜୀବନ ବାଦ୍‌ ‘ବେଦାନ୍ତୀ’ ନାମକ ଏକ ଇ-ପତ୍ରିକାର ମୁଁ ହେଉଛି ପ୍ରତିଷ୍ଠାତା। ସାଧାରଣରେ କହିବାକୁ ଗଲେ ଏହା ହେଉଛି ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ସମ୍ପୂର୍ଣ୍ଣ ଓଡ଼ିଆରେ ପ୍ରକାଶିତ ଏକ ପାରିବାରିକ ମାସିକ ଇ-ପତ୍ରିକା। ଏଭଳି ଏକ ପତ୍ରିକା କରିବା ପଛରେ ମୋର ଏକ ମହତ୍‌ ଉଦ୍ଦେଶ୍ୟ ଲୁଚି ରହିଥିଲା। ସେହି ଉଦ୍ଦେଶ୍ୟ ବିଷୟରେ କହିବା ପୂର୍ବରୁ ଏଠାରେ ମୁଁ ଜଣାଇ ଦେବାକୁ ଚାହେଁ ଯେ, ପିଲାଟି ଦିନରୁ ବିଭିନ୍ନ ପ୍ରକାର ବହି, ମାଗାଜିନ୍‌ ପଢ଼ିବା ମୋର ଏକ ଅଭ୍ୟାସ। ଖାସ୍‌କରି ଆମ ମାତୃଭାଷା ଆଉ ଆମ ସଂସ୍କୃତି, ପରମ୍ପରା ବିଷୟରେ ପ୍ରକାଶ ପାଉଥିବା ବିଭିନ୍ନ ଲେଖା ପଢ଼ିବାକୁ ମୋତେ ବହୁତ ଭଲ ଲାଗେ। ହେଲେ ଯେତେବେଳେ ବ୍ୟାଙ୍କ ଚାକିରି ପାଇ ଓଡ଼ିଶା ବାହାରେ କାମ କରିବାକୁ ଲାଗିଲି, ମୋତେ ଆଉ ସେଠାରେ ଓଡ଼ିଆ ମାଗାଜିନ୍‌ ହାତପାହାନ୍ତାରେ ମିଳିଲା ନାହିଁ। ଏପରିକି ସେତେବେଳେ ଅନ୍‌ଲାଇନ୍‌ରେ ବି ଓଡ଼ିଆ ମାଗାଜିନ୍‌ ପଢ଼ିବାର କୌଣସି ସୁବିଧା ନ ଥିଲା। ସେତେବେଳେ ମୁଁ ଚିନ୍ତା କଲି ମୋ ଭଳି ଓଡ଼ିଶା ବାହାରେ ତଥା ଦେଶ ବିଦେଶରେ ଏମିତି ଅନେକ ଓଡ଼ିଆ ଲୋକ ବି ଥିବେ, ଯେଉଁମାନେ ଓଡ଼ିଆ ବହି କିମ୍ବା ମାଗାଜିନ୍‌ ପଢ଼ିବାକୁ ଝୁରି ହେଉଥିବେ। ତେଣୁ ସେମାନଙ୍କୁ ଏହି ଇ-ପତ୍ରିକା ମାଧ୍ୟମରେ ସାହାଯ୍ୟ କରିହେବ ଭାବି ମୁଁ ଏହାକୁ ଆରମ୍ଭ କଲି। ଖୁବ୍‌ କମ୍‌ ଦିନ ଭିତରେ ଏହି ପତ୍ରିକାଟି ପାଠକମାନଙ୍କ ଦ୍ୱାରା ବେଶ୍‌ ଆଦୃତ ହେବାକୁ ଲାଗିଲା। ଏପରିକି ଦେଶବିଦେଶରେ ଥିବା ଅନେକ ଓଡ଼ିଆ ପାଠକ ଏହି ମାଗାଜିନ୍‌ ପାଇଁ ଲେଖା ମଧ୍ୟ ପଠାଇବାକୁ ଲାଗିଲେଣି। ତେଣୁ ଏବେ ମୁଁ ହୃଦ୍‌ବୋଧ କରିପାରୁଛି ଯେ, ଯେଉଁ ମହତ୍‌ ଉଦ୍ଦେଶ୍ୟ ନେଇ ଏହି ମାଗାଜିନ୍‌ଟି ପ୍ରକାଶ କରିଥିଲି, ଭଗବାନଙ୍କ କୃପାରୁ ତାହା ସଫଳ ହେବାରେ ଲାଗିଛି। ଆଉ ଏହି ସଫଳତା ପଛରେ ବେଦାନ୍ତୀ ପତ୍ରିକାର ସମ୍ପାଦିକା ମମତା ଦାଶଙ୍କର ବି ଅନେକ ସହଯୋଗ ରହିଛି। ଏସବୁ ବାଦ୍‌ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ବି ମୁଁ ଖୁବ୍‌ ଆଗ୍ରହ ପ୍ରକାଶ କରିଥାଏ। ଏଥିରୁ ମୋତେ ବେଶ୍‌ ଆତ୍ମଶାନ୍ତି ମିଳେ।


All Right Reserved By Dharitri.Com

ମାନବବାଦୀ ଲେଖିକା

ବିଶ୍ୱ ସାହିତ୍ୟ ହେଉ କି ଆଞ୍ଚଳିକ ସାହିତ୍ୟ- ତାହାର ଆରମ୍ଭ ହୋଇଥିଲା ଫାଣ୍ଟାସୀ ବା କଳ୍ପନାରୁ। ତେବେ ସମୟକ୍ରମେ ଧୀରେ ଧୀରେ ସାହିତ୍ୟର ଧାରା ବଦଳିଲା।...

ଜାତୀୟ ଶିଶୁକନ୍ୟା ଦିବସ: ସୁନିଶ୍ଚିତ କରାଯାଉ ବାଳିକାଙ୍କ ଅଧିକାର

ଭାରତରେ ମହିଳା ଓ ଝିଅମାନଙ୍କୁ ଦେବୀ ଓ ଲକ୍ଷ୍ମୀ ଭାବେ ବିବେଚନା କରାଯାଉଥିବା ବେଳେ ସେମାନେ ସମାଜରେ ଅସମାନତାର ଶିକାର ହେଉଛନ୍ତି। ଏହାକୁ ଦୂର କରି...

ସଙ୍ଗୀତ ମାୟାରେ ଆରୋହୀ-ସ୍ବପ୍ନାରାଣୀ

ପ୍ରଗାଢ଼ ନିଷ୍ଠା ବଳରେ ଜଣେ ମହିଳା କିପରି ନିଜର ଲକ୍ଷ୍ୟ ହାସଲ କରିପାରେ ତାହାର ଅନେକ ନଜିର ରହିଛି। ତେବେ ଏହି ତାଲିକାରେ ନିଜ ନାମକୁ...

ଭେନିସ୍‌ କେନାଲରେ ଡଲଫିନ୍‌: ୫୫ ସେକେଣ୍ଡର ଭିଡ଼ିଓ ଭାଇରାଲ

ଭେନିସ୍‌,୧୮।୩: ଚାଇନା ପରେ କରୋନାର ନୂଆ ଠିକଣା ପାଲଟିଛି ଇଟାଲୀ। ସୁରକ୍ଷା ଦୃଷ୍ଟିରୁ ସାଢ଼େ ୬ କୋଟି ଲୋକଙ୍କୁ ଘରୁ ନ ବାହାରିବାକୁ ସରକାରଙ୍କ ପକ୍ଷରୁ...

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଏଭରେଷ୍ଟ ଶୃଙ୍ଗ ଭଳି ଗ୍ରହାଣୁପିଣ୍ଡ: ଏପ୍ରିଲ୍‌ ୨୯ରେ ହେବ ନିକଟବର୍ତ୍ତୀ

ଓ୍ବାଶିଂଟନ,୨୩।୪: ଏପ୍ରିଲ୍‌ ୨୯ରେ ପୃଥିବୀ ସହିତ ଗ୍ରହାଣୁପିଣ୍ଡ ୧୯୯୮-ଓଆର୍‌-୨(୫୨୭୬୮) ଧକ୍କା ଦେବ ବୋଲି କେତେକ ଗୁଜବ କରୁଛନ୍ତି। ତେବେ ଏହା ମିଛ ବୋଲି ନାସାର ମହାକାଶବିଜ୍ଞାନୀ...

ଚିନ୍ମୟ ଚିନ୍ତନ: ହର୍‌ ଗୁଣ୍‌ ଫେଡ୍‌ ମିଶା..

ମନୁଷ୍ୟ ଜୀବନରେ ଲାଭ ମିଳିବ ସେତିକିବେଳେ ଯେତେବେଳେ ସେ ଗୋବିନ୍ଦଙ୍କ ଶରଣାପନ୍ନ ହେବ। ଜୀବ ମିଶିବ ପରମାତ୍ମାଙ୍କ ସହ। ତେଣୁ ଶେଷରେ ରହିଲା ‘ମିଶା’ ବା...

କରୋନାକୁ ଜିତିଲେ ୯୪ ବର୍ଷିୀୟ ମହିଳା

ନୂଆଦିଲ୍ଲୀ, ୧୪ା୫: ମହାରାଷ୍ଟ୍ରର ସାଙ୍ଗ୍‌ଲି ଜିଲାରେ ଜଣେ ୯୪ ବର୍ଷୀୟ ବୃଦ୍ଧା କରୋନାକୁ ପରାସ୍ତ କରିଛନ୍ତି। ସାଙ୍ଗ୍‌ଲିର ମିରାଜ୍‌ ସରକାରୀ ହସ୍ପିଟାଲରେ ସେ ଭୂତାଣୁ ଆକ୍ରାନ୍ତ...

ଝିଅ ବିବାହରେ ନୂଆ ଗାଡ଼ିକୁ ଗୋବର ଲେପ ଦେଲେ ଡାକ୍ତର

ନୂଆଦିଲ୍ଲୀ,୭।୧: ଭିନ୍ନ ଭିନ୍ନ ଢଙ୍ଗରେ ବିବାହ କରି ଅନେକ ଲୋକ ଚର୍ଚ୍ଚାରେ ରହିବାକୁ ପସନ୍ଦ କରିଥାଆନ୍ତି। କୋହ୍ଲାପୁରର ନବନାଥ ଦୁଧଲ ନାଁରେ ପରିଚିତ ଜଣେ ଡାକ୍ତର...

Leave a comment

Your email address will not be published. Required fields are marked *