ତାପମାତ୍ରା ବଢ଼ିଲେ କ’ଣ କମିଯିବ କରୋନା? ଜାଣନ୍ତୁ ବିଶେଷଜ୍ଞଙ୍କ ରାୟ

କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଏହା ଏମିତି ଏକ ମହାମାରୀ ଏହାର କୌଣସି ଟୀକା ବା ଔଷଧୀୟ ଚିକିତ୍ସା ବର୍ତ୍ତମାନ ପର୍ଯ୍ୟନ୍ତ ବାହାରି ନାହିଁ। ଏପରିସ୍ଥଳେ ସୋସିଆଲ ମିଡିଆ ସହିତ କିଛି ସ୍ଥାନରେ ଚର୍ଚ୍ଚା ହେଉଛି କି ଗରମ ବଢ଼ିଲେ କରୋନା ଭାଇରସ୍‌ ଆପଣାଛାଏଁ ମରିଯିବ। କିନ୍ତୁ ବିଶେଷଜ୍ଞମାନେ କୁହନ୍ତି, ଏହାର ସଠିକ୍‌ ଉତ୍ତର ପାଇବା ପାଇଁ ସମୟକୁ ଅପେକ୍ଷା କରିବାକୁ ପଡ଼ିବ।
ଥାଇଲାଣ୍ଡ ଏବଂ ସିଙ୍ଗାପୁର ପରି ଦେଶରେ ସର୍ବନିମ୍ନ ତାପମାତ୍ରା ୨୭ଡିଗ୍ରୀରୁ ସର୍ବାଧିକ ୩୭ ଡିଗ୍ରୀରେ ରହିଥାଏ। କିନ୍ତୁ ଏହି ସ୍ଥାନରେ ମଧ୍ୟ କରୋନା ଭାଇରସ୍‌ ସାମ୍ନାକୁ ଆସିଛି। ଏହାଠାରୁ ଅଧିକ ତାପମାତ୍ରାରେ କରୋନା ଭାଇରସ୍‌ ବ୍ୟବହାର ନେଇ ଅଧ୍ୟୟନ ଏବେବି ବାକି ଅଛି। ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସର ମାଇକ୍ରୋବିଓଲୋଜି ବିଶେଷଜ୍ଞ ଡକ୍ଟର ରାମ ମନୋହର ଲୋହିଆ ଏକ ସାକ୍ଷାତକାରରେ କହିଛନ୍ତି, ଏହି ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ ମିଳିପାରିନାହିଁ। ବଢୁଥିବା ଉତ୍ତାପ ସହିତ ଅବଶ୍ୟ ଅନେକ ଜୀବାଣୁ ମରିଯାଇଥାନ୍ତି। ଏହାର ସଠିକ୍‌ ଉତ୍ତର ପାଇଁ ତାପମାତ୍ରା ୩୮-୪୦ ଡିଗ୍ରୀରୁ ଅଧିକ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। କିଛି ଭାଇରସ୍‌ ସମୟ ସହିତ ନିଜର ସ୍ବରୂପ ମଧ୍ୟ ବଦଳାଇଥାନ୍ତି।
କିଛି ଭାଇରସ୍‌ ସାମାନ୍ୟ ତାପମାତ୍ରାରେ ବହୁତ ସକ୍ରିୟ ରହିଥାନ୍ତି। କିନ୍ତୁ ଅଧିକ ଗରମ କିମ୍ବା ଅଧିକ ଥଣ୍ଡାରେ ଏମାନେ ମୃତପ୍ରାୟ ହୋଇଯାନ୍ତି। ତାପମାତ୍ରା ବଢ଼ିଲେ ଏହି ଭୂତାଣୁ ନିଷ୍କ୍ରିୟ ହୋଇଯାଏ।


All Right Reserved By Dharitri.Com

ଫୁଡ୍‌ ପଏଜନିଂ

ଏବେ ବର୍ଷାଦିନ। ଏଣୁତେଣୁ ଖାଦ୍ୟ ଏବଂ ଦୂଷିତପାଣି ସଂସ୍ପର୍ଶରେ ଆସିଲେ ଫୁଡ୍‌ ପଏଜନିଂ ପରି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଏପରି କି ଏହି ସମସ୍ୟା ଗୁରୁତର...

ସୌନ୍ଦର୍ଯ୍ୟ ବଢ଼ାଏ ନଡ଼ିଆ ତେଲ

ବେଳେବେଳେ ମହିଳାମାନଙ୍କ ମୁହଁରେ ଦାଗ ଓ ଅନ୍ୟ କେତେକ ସମସ୍ୟା ଦେଖାଯାଇଥାଏ। ନିଜ ସୌନ୍ଦର୍ଯ୍ୟକୁ ଆହୁରି ଚମକଦାର କରିବାକୁ ସେମାନେ ବଜାରରୁ ଏମିତି କିଛି ବିଉଟି...

କରୋନା ଗଲା ପରେ ମୁଖ୍ୟଧାରାକୁ ଫେରି ପାରିବ କି ସାମାଜିକ ବ୍ୟବସ୍ଥା !

ଓ୍ବାଶିଂଟନ,୨୧।୩: ପୃଥିବୀ ସାରା କରୋନା ସୃଷ୍ଟି କରିଛି ଆତଙ୍କ। ସଂକ୍ରମଣକୁ ରୋକିବା ପାଇଁ କେତେକ ସୁରକ୍ଷିତ ମାର୍ଗଦର୍ଶିକା ଜାତିସଂଘ ପକ୍ଷରୁ ଜାରି କରାଯାଇଛି। ସେଥିମଧ୍ୟରେ ପରସ୍ପରଠାରୁ...

୫ ବର୍ଷ ପରେ ବଜାରରେ ମିଳିବ କୃତ୍ରିମ କିଡ୍‌ନୀ…

ଏବେ କିଡ୍‌ନୀ ସମସ୍ୟା ଦେଖାଗଲେ ଆଉ ଭୟ କରିବାର ନାହିଁ। କାରଣ ୫ ବର୍ଷ ପରେ ବଜାରରେ କୃତ୍ରିମ କିଡ୍‌ନୀ ମିଳିବ। ଆମେରିକାରେ ଗବେଷକ ଏଭଳି...

ମ୍ୟାଗି ପକୋଡା

ଆବଶ୍ୟକ ସାମଗ୍ରୀ: ନୁଡଲ୍ସ-୧୫୦ଗ୍ରାମ୍‌, ଲୁଣ ଅଧାଚାମଚ, ଲଙ୍କା ପାଉଡର ଦୁଇ ଚାମଚ, କର୍ନଫ୍ଲୋର-ଦୁଇ ଚାମଚ, ଚିଜ୍‌ କ୍ୟୁବ୍‌-ଅଧା କପ, ଶିମ୍‌ଲା ମିର୍ଚ୍ଚି-ଅଧାଚାମଚ, ରିଫାଇନ୍‌ଡ ଅଏଲ ଦୁଇ...

ଏହିସବୁ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତିଦିଏ ଛତୁ…

ଛତୁ ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। ଏହା କେବଳ ସ୍ବାଦିଷ୍ଠ ନୁହେଁ, ସ୍ବାସ୍ଥ୍ୟ ଉପକାରୀ ମଧ୍ୟ। ପୋଷକ ତତ୍ତ୍ୱରେ ଭରପୂର ଥିବା ଛତୁକୁ ଆୟୁର୍ବେଦ...

ଉପକାରୀ କ୍ୟାପ୍‌ସିକମ୍‌: ଦୂର ହୁଏ ଏସବୁ ରୋଗ

ସାଧାରଣତଃ ଖାଦ୍ୟକୁ ସ୍ବାଦିଷ୍ଟ କରିବା ପାଇଁ ରୋଷେଇରେ କ୍ୟାପ୍‌ସିକମ୍‌ ବ୍ୟବହାର କରାଯାଇଥାଏ। ବିଶେଷକରି ମ୍ୟାଗି, ଚାଓମିନ୍‌, ପାସ୍ତା, ପନିର, ନୁଡୁଲ୍ସ ଆଦିରେ କ୍ୟାପ୍‌ସିକମ୍‌ ବ୍ୟବହୃତ ହୁଏ।...

ଭାଗ୍ୟ ଖୋଲିଦେବ ଏହି ଗଛ

ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି, ବାଡ଼ି ବଗିଚାରେ ଗଛଲତାର ଯନତ୍ ନେଲେ ଆରୋଗ୍ୟ ଲାଭ ସହ ଗ୍ରହଦୋଷ ମଧ୍ୟ କଟିଯାଏ। ତେବେ ଘରେ କେଉଁସବୁ ଗଛ...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *