ଉଜ୍ଜ୍ୱଳ ତ୍ୱଚା, କୋଷ୍ଠକାଠିନ୍ୟ ସମସ୍ୟା ଲାଗି ବରକୋଳି

ଉଜ୍ଜ୍ୱଳ ତ୍ୱଚା ସମସ୍ତଙ୍କୁ ପସନ୍ଦ। ଏହାକୁ ନେଇ ବର୍ତ୍ତମାନର ଯୁବପିଢ଼ି ବେଶ୍‌ ଚିନ୍ତିତ ଏବଂ ଯତ୍ନବାନ ମଧ୍ୟ। ଏଥିଲାଗି ଅନେକେ ବଜାରରେ ମିଳୁଥିବା ମହଙ୍ଗା ପ୍ରସାଧନ ସାମଗ୍ରୀ ମଧ୍ୟ ବ୍ୟବହାର କରିଥାନ୍ତି। ଅନେକ ସମୟରେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ନଜର ଆସିଥାଏ। ଏସବୁ ସ୍ଥଳେ ଯଦି ଆପଣ ସୁନ୍ଦର ତ୍ୱଚା ଲାଗି ଚିନ୍ତିତ ତେବେ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଥିବା ବରକୋଳି ଖାଆନ୍ତୁ । ଦେଖିବେ ତ୍ୱଚା କୋମଳ ରହିବା ସହ ଉଜ୍ଜ୍ୱଳ ଦିଶିବ।
ବରକୋଳିରେ ଓଜନ ହ୍ରାସ କରିବାର କ୍ଷମତା ମଧ୍ୟ ରହିଛି। ଏଥିସହ ପର୍ଯ୍ୟାପ୍ତ ପରିମାଣର ଭିଟାମିନ ସି, ଏ ଏବଂ ପୋଟାସିୟମ ରହିଥାଏ। ଏହା ଆଣ୍ଟି-ଅକ୍ସିଡାଣ୍ଟ ଗୁଣରେ ପରିପୂର୍ଣ୍ଣ । ଏହାକୁ ଖାଇବା ଫଳରେ ତ୍ୱଚା ଦୀର୍ଘ ସମୟ ପର୍ଯ୍ୟନ୍ତ ଉଜ୍ଜ୍ୱଳ ରହିଥାଏ। ଏଥିରେ ବହୁତ କମ୍‌ ପରିମାଣର କ୍ୟାଲୋରି ଥାଏ। ବରକୋଳି ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ଏହା ସାହାଯ୍ୟ କରିଥାଏ । ଏଥିରେ ଅଧିକ କ୍ୟାଲସିୟମ ଏବଂ ଫସ୍‌ଫରସ୍‌ ରହିଥାଏ । ବର୍ତ୍ତମାନ ସମୟରେ ବଜାରରେ ବରକୋଳି ଉପଲବ୍ଧ ହେଉଥିବାରୁ ଆପଣ ଏହାକୁ ଖାଇ ଲାଭବାନ ହୋଇପାରିବେ।


All Right Reserved By Dharitri.Com

ସ୍ବାସ୍ଥ୍ୟୋପକାରୀ ଅମୃତଭଣ୍ଡା

ଅମୃତଭଣ୍ଡାରେ ଅନେକ ଉପକାରୀ ଗୁଣ ଭରି ରିହିଛି । ଏହାକୁ ଖାଦ୍ୟ ତାଲିକାରେ ସାମିଲ କଲେ ତାହା ଶରୀର ପାଇଁ ବରଦାନ ସଦୃଶ ହୋଇଥାଏ। ଜାଣନ୍ତୁ...

ସମୁଦ୍ର ପତ୍ତନଠାରୁ ଉଚ୍ଚରେ ବାସ କରୁଥିବା ଲୋକଙ୍କୁ କରୋନା ସଂକ୍ରମଣ ଆଶଙ୍କା କମ୍‌

ଓ୍ବାଶିଂଟନ,୧।୬: କରୋନା ସଂକ୍ରମଣ ନେଇ ପୃଥିବୀର ବିଭିନ୍ନ ଦେଶରେ ନାନା ପ୍ରକାର ଗବେଷଣା ଜାରି ରହିଛି। ସମୁଦ୍ର ପତ୍ତନଠାରୁ ଅଧିକ ଉଚ୍ଚରେ ବାସ କରୁଥିବା ଲୋକଙ୍କୁ...

କିଡ୍‌ନୀ ଷ୍ଟୋନର ଘରୋଇ ଉପଚାର

ମନୁଷ୍ୟ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟରେ କିଡ୍‌ନୀ ବା ବୃକକ୍‌ ଅନ୍ୟତମ। ଶରୀରରେ ପାଣି ଭଳି ବିଭିନ୍ନ ତରଳପଦାର୍ଥ ଯଥା ମିନେରାଲ ଓ କେମିକାଲର ସ୍ତର...

ଡାଏରୀ ଲେଖିଲେ ଦୂର ହେବ ଅବସାଦ

ମନ କଥା ଲେଖିବା ଅଭ୍ୟାସ ଅବସାଦ ଦୂର କରିବାରେ ସାହାଯ୍ୟ କରିଥାଏ। ଏହାଦ୍ୱାରା ଚ୍ୟାଲେଞ୍ଜପୂର୍ଣ୍ଣ କାମକୁ ଉନ୍ନତ ଢ଼ଙ୍ଗରେ କରିବାକୁ ଶକ୍ତି ମିଳିଥାଏ। ଆମେରିକା ମିଶିଗାନ୍‌...

ବଳକା ତେଲରେ ଖାଦ୍ୟ ପ୍ରସ୍ତୁତି କରୁଛନ୍ତି କି? ସାବଧାନ! ହୋଇପାରେ ଏସବୁ ମାରାତ୍ମକ ରୋଗ

ସାଧାରଣତଃ କିଛି ଖାଦ୍ୟପଦାର୍ଥ ଛାଣି ସାରିବା ପରେ ତେଲ ବଳି ଯାଇଥାଏ। ଅନେକ ଲୋକ ସେହି ତେଲକୁ ରଖି ପୁଣି ଥରେ ରୋଷେଇରେ ବ୍ୟବହାର କରିଥା’ନ୍ତି।...

ସମର୍ଥିତ ଆମ୍ବୁଲେଶନ ପ୍ରଶିକ୍ଷଣ

”ନ୍ୟୁରୋଲୋଜିକାଲ ଆଘାତ ପରେ ସାଧାରଣ ଅବସ୍ଥାକୁ ଫେରିବା ପ୍ରାୟ କଷ୍ଟକର । ବୟସ୍କମାନଙ୍କ ମଧ୍ୟରେ ବିକଳାଙ୍ଗତାର ମୁଖ୍ୟ କାରଣ ହେଉଛି ଷ୍ଟ୍ରୋକ୍‌। ଅଧାରୁ ଅଧିକ ଲୋକ...

ଆଖିତଳେ କଳା ପଡ଼ିଯାଇଛି କି ତା’ହେଲେ ଆପଣାନ୍ତୁ ଏହି ତେଲ

ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ନିମନ୍ତେ ଭିଟାମିନ୍‌-ଇ ତେଲ ଖୁବ୍‌ ହିତକାରୀ ହୋଇଥାଏ। ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତରେ ରୂପଚର୍ଯ୍ୟାରେ ପ୍ରତ୍ୟହ ଭିଟାମିନ୍‌-ଇ ତେଲର ବ୍ୟବହାର କଲେ ଏହାର...

ମୁହଁରେ ରିଙ୍କିଲ୍ସ୍‌ ହୋଇଯାଇଛି କି? ଆପଣାନ୍ତୁ ଏହି ଉପାୟ

ସାଧାରଣତଃ କେତେକ ଲୋକଙ୍କ କ୍ଷେତ୍ରରେ କମ୍‌ ବୟସରେ ମଧ୍ୟ ମୁହଁରେ ରିଙ୍କିଲ୍ସ ଆସିଯାଇଥାଏ। ଯେପରିକି ଚର୍ମ କୁଞ୍ଚନ, ଚର୍ମ ଢିଲା ହେବା, ଚମକ ହ୍ରାସ ପାଇବା...

Leave a comment

Your email address will not be published. Required fields are marked *