ରାଜଧାନୀରେ ବନ୍ଦ ରହିବ କୋଚିଂ ସେଣ୍ଟର

ଭୁବନେଶ୍ୱର,୧୫।୩ (ବ୍ୟୁରୋ): କରୋନା ପାଇଁ ଶୁକ୍ରବାର ସିନେମା ହଲ୍‌, ସୁଇମିଂ ପୁଲ, ଜିମ୍‌ ସେଣ୍ଟରକୁ ବନ୍ଦ କରାଯାଇଥିବାବେଳେ ଶନିବାର ରାଜଧାନୀର ସମସ୍ତ କୋଚିଂ ସେଣ୍ଟର ଓ ଟ୍ୟୁଶନ ସେଣ୍ଟରକୁ ବନ୍ଦ କରି ଦିଆଯାଇଛି। ଏନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ପିଲାଙ୍କୁ କୋଚିଂ ସେଣ୍ଟରକୁ ନ ପଠାଇବା ପାଇଁ ଅଭିଭାବକମାନଙ୍କୁ ମଧ୍ୟ କମିଶନର ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ଗୋଟିଏ ସ୍ଥାନରେ ଏକାଧିକ ଲୋକ ଏକାଠି ହେଲେ କରୋନା ଭାଇରସ୍‌ ସଂକ୍ରମଣର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଏହାକୁ ଏଡାଇବା ପାଇଁ ମଲ୍‌କୁ ଛାଡ଼ିଦେଲେ ସରକାର ଏବେ ଧୀରେ ଧୀରେ ସବୁ ଅନୁଷ୍ଠାନ ଓ ପ୍ରତିଷ୍ଠାନଗୁଡିକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଛନ୍ତି।


All Right Reserved By Dharitri.Com

ଆଗକୁ ଉଲ୍ଲଂଘନକାରୀଙ୍କ ଉପରେ କଡ଼ା ପଦକ୍ଷେପ

ଭୁବନେଶ୍ୱର,୨୮।୫ (ବ୍ୟୁରୋ): ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାବେଳେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ବଳବତ୍ତର ରହିଛି। ଏଥିଯୋଗୁ ସାମାଜିକ ତଥା ଆର୍ଥିକ ସ୍ଥିତି ବିଗିଡି ଯାଉଥିବାରୁ କଟକଣାରେ...

ଶହଶହ ହେକ୍ଟର ଚାଷଜମିରେ ମାଡ଼ିଗଲା ଲୁଣାଜୁଆର : ପଥରବନ୍ଧ ନିର୍ମାଣ ଦାବି

କାକଟପୁର,୩୧।୧୦(ଡି.ଏନ୍‌.ଏ.): ପୁରୀ ଜିଲା ଅସ୍ତରଙ୍ଗ ଉପକୂଳ ଉଦୟକଣିଠାରେ ଅଶାନ୍ତ ସମୁଦ୍ର ବୁଧବାର ରାତିରେ କୂଳଲଙ୍ଘି ସ୍ଥଳଭାଗକୁ ମାଡ଼ିଆସିଥିଲା। ଅସ୍ତରଙ୍ଗ ବ୍ଲକ ଶିଶୁଅ ପଞ୍ଚାୟତର ଉଦୟକଣି, ଛେନୁ,...

ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ : ୨ ମାସରେ ଭାଙ୍ଗିଲା ପାନୀୟ ଜଳ ପ୍ରକଳ୍ପ

ଫିରିଙ୍ଗିଆ, ୭ା୧-କନ୍ଧମାଳ ଜିଲା ପିରିଙ୍ଗିଆ ବ୍ଲକରେ ଆରଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ ଅଧିନରେ ହେଉଥିବା କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଛି। ପ୍ରକଳ୍ପ ତିଆରି ହେବାର ମାସେ ନ ପୁରୁଣୁ...

ସର୍ଭେଲାନ୍ସ ଜୋନ୍‌ରେ ଭଦ୍ରକ ଜିଲାର ୩୨ ପଞ୍ଚାୟତ: ଘରକୁ ଘର ବୁଲି କରାଯିବ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ

ଭଦ୍ରକ ଅଫିସ, ୨୮।୪: ଭଦ୍ରକ ଜିଲାର ୩୨ଟି ପଞ୍ଚାୟତକୁ ସର୍ଭେଲାନ୍ସ ଜୋନ୍‌ ଘୋଷଣା କରାଯାଇଛି। ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ଜିଲାପାଳ ଜ୍ଞାନ ଦାସ।...

ବିଜେଡି ପ୍ରତିଷ୍ଠା ଦିବସରେ ବିନା ହେଲ୍‌ମେଟରେ ବାଇକ୍‌ ରାଲି: ୨୫ ଜଣଙ୍କ ନାମରେ ଚାଲାଣ କାଟିଲା ପୋଲିସ

ଭୁବନେଶ୍ୱର, ୩୧ା୧୨(ବ୍ୟୁରୋ)- ବିଜେଡି ପ୍ରତିଷ୍ଠା ଦିବସରେ ବିନା ହେଲ୍‌ମେଟରେ ବାଇକ ରାଲି ମହଙ୍ଗା ପଡ଼ିଛି। କମିଶନରେଟ ପୋଲିସ ସିସି ଟିଭି ଫୁଟେଜକୁ ଯାଞ୍ଚ କରି ପ୍ରାଥମିକ...

ମଣ୍ଡିରୁ ଉଠୁନି ଧାନ, ମିଲର୍ସଙ୍କୁ ଅନୁକମ୍ପା

ବରଗଡ଼ ଅଫିସ୍‌,୨୮।୧୨ ବରଗଡ଼ ଜିଲାରେ ଧାନ କିଣାବିକା ଅନିୟମିତତା ସାଧାରଣରେ ପରିଣତ ହୋଇଛି। ଧାନର ଅଭାବୀ ବିକ୍ରି, ମଲର୍ସଙ୍କ ମର୍ଜିରେ ଧାନକିଣା, ମଣ୍ଡିରେ କଟନୀଛଟନୀ ଭଳି...

‘ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ, ବିକ୍ରୟ ବ୍ୟବସ୍ଥା ଜାରି ରଖ’

ଭୁବନେଶ୍ୱର,୯ା୪(ବ୍ୟୁରୋ): ମହାମାରୀ କରୋନା ଜନସାଧାରଣଙ୍କ ଜନଜୀବନକୁ ବହୁଳ ଭାବେ ପ୍ରଭାବିତ କରିଛି। ବିଶେଷକରି ଅନୁସୂଚିତ ଜନଜାତି(ଏସ୍‌ଟି) ବର୍ଗ ବହୁଳ ଭାବେ ପ୍ରଭାବିତ ହେଉଛନ୍ତିି। ଜଙ୍ଗଲରେ ମିଳୁଥିବା...

ବିଛିନ୍ନାଞ୍ଚଳରେ ପ୍ରଜାମେଳି: ବିଏସଏଫ କ୍ୟାମ୍ପ ନିର୍ମାଣକୁ ବିରୋଧ କରି ଏକାଠି ହେଲେ ଶହ ଶହ ଆଦିବାସୀ

କୋରୁକୋଣ୍ଡା/ଚିତ୍ରକୋଣ୍ଡା,୩।୧୨(ଡି.ଏନ.ଏ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରେ ପୁଣି ଥରେ ପ୍ରଜାମେଳି ହେବା ଦେଖାଦେଇଛି। ଏହି ପ୍ରଜାମେଳି ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳର ଯୋଡ଼ାଆମ୍ବ ପଞ୍ଚାୟତର ହନ୍ତାଳଗୁଡାଠାରେ ହୋଇଥିଲା। ଏହି...

Leave a comment

Your email address will not be published. Required fields are marked *