କରୋନାକୁ ନେଇ କୋକୁଆ ଭୟ: ପର୍ଯ୍ୟଟନସ୍ଥଳୀ, ପାର୍କ ଖାଁ ଖାଁ;ରାସ୍ତା କଡ଼ରେ ବିକ୍ରି ହେଲାଣି ମାସ୍କ

ଭୁବନେଶ୍ୱର, ୧୫।୩(ବ୍ୟୁରୋ): ଘାତକ କରୋନା ଭୂତାଣୁ ସଂକ୍ରମଣରେ ଭାରତର ଦୁଇଜଣଙ୍କ ମୃତ୍ୟୁ ଘଟିବା ପରେ ଏବେ ସରକାରୀ ସ୍ତରରେ ତତ୍ପରତା ଆହୁରି ବଢ଼ିଯାଇଛି। ଓଡ଼ିଶାରେ ଏଯାଏ କୌଣସି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ନ ଥିଲେ ମଧ୍ୟ ସନ୍ଦିଗ୍ଧଙ୍କ ସଂଖ୍ୟା ବଢ଼ି ଚାଲିଛି। ଏପରିସ୍ଥଳେ ରାଜ୍ୟ ସରକାର ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ସମେତ ସିନେମା ହଲ୍‌, ଜିମ୍‌କୁ ବନ୍ଦ କରିଛନ୍ତି। ବିଭିନ୍ନ ବିଭାଗ ପକ୍ଷରୁ ଘନ ଘନ ପ୍ରଚାର ଓ ନିର୍ଦ୍ଦେଶନାମା ଜାରି ପରେ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। ସତର୍କତା ଓ ସଚେତନତା ଅବଲମ୍ବନ କରିବା କରୋନା ଭୂତାଣୁ ସଂକ୍ରମଣର ମୁଖ୍ୟ ପ୍ରତିଷେଧକ ବୋଲି କୁହାଯିବା ପରେ ଲୋକେ ଏବେ ବାହାରକୁ ବାହାରିବାକୁ ଭୟ କରୁଛନ୍ତି। ଫଳରେ ବନ୍ଦ ଘୋଷଣା କରାଯାଇ ନ ଥିଲେ ମଧ୍ୟ ଭୁବନେଶ୍ୱର, କଟକ, ପୁରୀ ସମେତ ରାଜ୍ୟରେ ଥିବା ପର୍ଯ୍ୟଟନସ୍ଥଳୀ, ପାର୍କ ଆଦି ଖାଁ ଖାଁ ହୋଇପଡିଛି। ଯେଉଁସବୁ ପର୍ଯ୍ୟଟନସ୍ଥଳୀକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକଙ୍କ ଆଗମନ ଲାଗି ରହିଥାଏ, ସବୁବେଳେ ଗହଳି ଲାଗି ରହିଥାଏ, ସେଠାରେ ଶନିବାର ଶୂନ୍‌ଶାନ ପରିବେଶ ଲାଗି ରହିଥିଲା। ଖଣ୍ଡଗିରି, ଉଦୟଗିରିରେ ହାତଗଣତି କେତେଜଣ ପର୍ଯ୍ୟଟକ ଆସିଥିଲେ ମଧ୍ୟ ମାତ୍ର ଅଳ୍ପ ସମୟ ରହି ଚାଲିଯାଉଥିବା ଦେଖିବାକୁ ମିଳିଥିଲା। ବିଭିନ୍ନ ମନ୍ଦିରକୁ ମଧ୍ୟ ଶ୍ରଦ୍ଧାଳୁଙ୍କ ଯିବା ଆସିବା କମିଯାଇଛି। ଶ୍ରୀମନ୍ଦିର, କୋଣାର୍କ, ଲିଙ୍ଗରାଜ ଆଦି ପ୍ରମୁଖ ମନ୍ଦିରରେ ପୂର୍ବଭଳି ଆଉ ଭିଡ଼ ନାହିଁ। ଅନ୍ୟପକ୍ଷରେ ଭୁବନେଶ୍ୱରସ୍ଥିତ ରିଜିଓନାଲ ମ୍ୟୁଜିୟମ୍‌ ଅଫ୍‌ ନାଚୁରାଲ ହିଷ୍ଟ୍ରି(ଆର୍‌ଏମ୍‌ଏନ୍‌ଏଚ୍‌) ଶନିବାର ଖୋଲା ରହିଥିଲା। ହେଲେ ଖୁବ୍‌ କମ୍‌ ସଂଖ୍ୟକ ପର୍ଯ୍ୟଟକ ଆସିଥିଲେ। ସେହିଭଳି ସହରରେ ଥିବା ବିଭିନ୍ନ କଲୋନୀ ପାର୍କ ମଧ୍ୟ ଶୂନ୍‌ଶାନ୍‌ ହୋଇପଡିଛି। ଛୁଟି ସତ୍ତ୍ୱେ କୌଣସି ପିଲାଙ୍କୁ ଦେଖିବାକୁ ମିଳିନି। ପରିବାର ଲୋକେ ପିଲାମାନଙ୍କୁ ଘରୁ ବାହାରକୁ ଛାଡ଼ିବାକୁ ଉଚିତ ମଣୁନାହାନ୍ତି।

ରାସ୍ତା କଡ଼ରେ ବିକ୍ରି ହେଲାଣି ମାସ୍କ
କରୋନା ଭୟରେ ମାସ୍କ ଓ ସାନିଟାଜର୍‌ର ଡିମାଣ୍ଡ୍‌ ବଢ଼ିଯାଇଛି। ବାହାରକୁ ବାହାରିବାବେଳେ ଲୋକେ ମାସ୍କ ପିନ୍ଧିବାକୁ ଜରୁରୀ ମନେ କରୁଛନ୍ତି। ସମସ୍ତେ ମାସ୍କ ବ୍ୟବହାର କରିବାର ଆବଶ୍ୟକତା ନ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଥିଲେ ମଧ୍ୟ ଲୋକେ ଭୟରେ ମାସ୍କ କିଣିବାରେ ଲାଗିଛନ୍ତି। ଇତିମଧ୍ୟରେ ମେଡିସିନ ଷ୍ଟୋର୍‌ରେ ମାସ୍କ ଅଭାବ ଧୀରେ ଧୀରେ ଦୂର ହେଉଥିବାବେଳେ ଟୋପି, ଚଷମା ଆଦି ବ୍ୟବସାୟ କରୁଥିବା କେତେଜଣ ବ୍ୟବସାୟୀ ରାସ୍ତା କଡ଼ରେ ମାସ୍କ ଝୁଲାଇ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ୨୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଦାମ୍‌ରେ ମାସ୍କ ମିଳୁଛି।

ରାଜଧାନୀରେ ଖାଲି ହେବାରେ ଲାଗିଛି ହଷ୍ଟେଲ
ରାଜଧାନୀର ବିଭିନ୍ନ ଅଞ୍ଚଳରେ ଶତାଧିକ ହଷ୍ଟେଲ ରହିଛି। ଅଧିକାଂଶ ହଷ୍ଟେଲରେ ଛାତ୍ରୀଛାତ୍ର ରହୁଛନ୍ତି। ଇତିମଧ୍ୟରେ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟରଗୁଡିକୁ ସାମୟିକ ବନ୍ଦ କରାଯାଇଛି। ଏଥିସହ ସହରରେ କରୋନା ସଂକ୍ରମଣ ଆଶଙ୍କା ଅଧିକ ରହିଛି। ତେଣୁ ଏବେ ଛାତ୍ରୀଛାତ୍ରମାନେ ହଷ୍ଟେଲ ଛାଡ଼ି ଗାଁକୁ ଚାଲିଯାଉଛନ୍ତି। ଶନିବାର କିଟ୍‌ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଛୁଟି ଘୋଷଣା କରିବା ପରେ ଛାତ୍ରୀଛାତ୍ରମାନେ ହଷ୍ଟେଲ ଖାଲି କରିଦେଇଛନ୍ତି। ଏହିଭଳି ଅନେକ ଘରୋଇ କଲେଜ ଏବଂ ଅନ୍ୟ ବାଳିକା ହଷ୍ଟେଲରେ ରହୁଥିବା ପିଲା ଶନିବାର ରାଜଧାନୀ ଛାଡି ଗଁା ମୁହାଁ ହୋଇଥିବା ଦେଖିବାକୁ ମିଳିଥିଲା।


All Right Reserved By Dharitri.Com

ବିଚ୍ଛିନ୍ନାଞ୍ଚଳରେ ବଣ୍ଟାହେବ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁ

ଭୁବନେଶ୍ୱର,୧୦।୭(ବ୍ୟୁରୋ): ଓଡ଼ିଶା ସରକାରଙ୍କ ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ବିତରଣ ଲାଗି ସଢ଼େଇକଳା ଓ ଖରସୁଆଁ ବିଚ୍ଛିନ୍ନାଞ୍ଚଳକୁ ପଠାଯାଇଛି। ମଙ୍ଗଳବାର ପୂର୍ବାହ୍ନରେ ଉତ୍କଳ ପ୍ରସଙ୍ଗ...

ସାରା ରାଜ୍ୟରେ ଲଗାଣ ବର୍ଷା: ୫ ଜିଲାରେ ବନ୍ୟା ପରିସ୍ଥିତି

ଭୁବନେଶ୍ୱର, ୭ା୮(ବ୍ୟୁରୋ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ବାଲେଶ୍ୱର ଉପକୂଳଠାରୁ ୭୦ କିଲୋମିଟର ଦୂର ଦକ୍ଷିଣ ପୂର୍ବ...

ରାଜନଗରରେ ବିଜୁଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ, ମୁଣ୍ଡ କାଟିନେଲେ ଦୁର୍ବୃତ୍ତ

ରାଜନଗର,୧୦।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ତ୍ରିନାଥ ବଜାରସ୍ଥିତ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ କରାଯାଇଛି। ଦୁର୍ବୃତ୍ତମାନେ ପ୍ରତିମୂର୍ତ୍ତିରୁ ମୁଣ୍ଡ...

ଘରୋଇ ସଂସ୍ଥା ହାତକୁ ଗଲା ସେସୁ

ଭୁବନେଶ୍ୱର, ୨୪ା୧୨(ବ୍ୟୁରୋ): ସେଣ୍ଟ୍ରାଲ ଇଲେକ୍ଟ୍ରିିକ ସପ୍ଲାଏ ୟୁଟିଲିଟି ଅଫ ଓଡ଼ିଶା (ସେସୁ)ର ପରିଚାଳନା ଦାୟିତ୍ୱ ଟାଟା ପାଓ୍ବାର କମ୍ପାନୀ ଲିମିଟେଡ ହାତରେ ନ୍ୟସ୍ତ କରାଯାଇଛି। ଓଡ଼ିଶା...

କୋର୍ଟ ଭ୍ୟାନ-ଟ୍ରକ ଧକ୍କା: କଏଦୀ, ୪ ପୋଲିସ କର୍ମଚାରୀ, ଚାଳକ ଗୁରୁତର

ରସୁଲପୁର,୬।୪(ଡିଏନଏ): କରୋନା କଟକଣା ପାଇଁ ଚାରିଆଡ ଶୂନଶାନ ରହିଛି। ଏହାସତ୍ତ୍ୱେ ଜଣେ ପୋଲିସ କର୍ମଚାରୀଙ୍କ ବେପରୁଆ ଗାଡ଼ି ଚାଳନା ଓ ରାସ୍ତା ନିୟମ ଉଲ୍ଲଂଘନ ଯୋଗୁ...

ବିଜେଡି ବିଧାୟକ ଦଳ ବୈଠକରେ ବଦଳିଲା ସ୍ବର : ତୁଣ୍ଡରେ କେନ୍ଦ୍ର ଅବହେଳାର ଶବ୍ଦ ନାହିଁ

ଭୁବନେଶ୍ୱର,୨୪ା୬(ବ୍ୟୁରୋ) : ସମୟ ବଦଳିବା ସହ ରାଜନୀତିରେ ସ୍ବର ବଦଳିଥାଏ। ବଦଳୁଥିବା ସ୍ବର ନୂଆ ରଣନୀତିର ରୂପ ନିଏ। ସାମ୍ପ୍ରତିକ ପରିସ୍ଥିତିରେ ରାଜ୍ୟ ରାଜନୀତିରେ ସେପରି...

କାଳିଆ ଯୋଜନା ଅନିୟମିତତା ନେଇ କଂଗ୍ରେସର ଅଭିଯୋଗ: ଅଯୋଗ୍ୟ ହିତାଧିକାରୀଙ୍କ ଭୁଲ୍‌ ତଥ୍ୟ ଦେଇଛନ୍ତି ସରକାର

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): କାଳିଆ ଯୋଜନାରେ କୋଟି କୋଟି ଟଙ୍କା ଅନିୟମିତତା ହୋଇଥିବା ଅଭିଯୋଗ କରିଛି କଂଗ୍ରେସ। ଏହି ଯୋଜନାକୁ ନେଇ ବିରୋଧୀ କଂଗ୍ରେସ ରାଜ୍ୟ ସରକାରଙ୍କୁ କଡା...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନ୍ୟାଶନାଲ ଡିଫେନ୍ସ ଏକାଡେମୀ ପ୍ରତିନିଧି ଦଳ

ଭୁବନେଶ୍ୱର,୮ା୨(ବ୍ୟୁରୋ): ନୂଆଦିଲ୍ଲୀସ୍ଥିତ ନ୍ୟାଶନାଲ ଡିଫେନ୍ସ କଲେଜର ଏକ ପ୍ରତିନିଧି ଦଳ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଏୟାରଚିଫ୍‌ ମାର୍ଶଲ ବି.ଭି ଉପାଧ୍ୟାୟଙ୍କ ନେତୃତ୍ୱରେ...

Leave a comment

Your email address will not be published. Required fields are marked *