ମିଳିପାରେ ସ୍ବାଧୀନତା: କ୍ଷୀର ମୂଲ୍ୟ ନିର୍ଦ୍ଧାରଣ କରିବ ଓମ୍‌ଫେଡ୍‌

ଭୁବନେଶ୍ୱର, ୧୫।୩(ବ୍ୟୁରୋ): ବର୍ତ୍ତମାନ ବଜାରରେ ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ (ଓମ୍‌ଫେଡ୍‌)ର ବିଭିନ୍ନ ସାମଗ୍ରୀର ସ୍ବତନ୍ତ୍ର ଚାହିଦା ରହିଛି। ହେଲେ ଏବେ ପ୍ରତିଯୋଗିତା ଓ ଖର୍ଚ୍ଚ ବଢ଼ି ଚାଲିଥିବାରୁ ଓମ୍‌ଫେଡ୍‌ ତା’ର ସ୍ଥିତିକୁ କିପରି ଦୃଢ଼ ରଖିବ ସେଥିପାଇଁ ସରକାର ଗୁରୁତ୍ୱ ଦେଇଛନ୍ତି। ତେଣୁ ସର୍ବାଧିକ ବିକ୍ରି ହେଉଥିବା କ୍ଷୀରର ମୂଲ୍ୟ ନିର୍ଦ୍ଧାରଣ କରିବା ପାଇଁ ଓମ୍‌ଫେଡ୍‌କୁ ସ୍ବାଧୀନତା ପ୍ରଦାନ କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ମିଳିଥିବା ସୂଚନାନୁସାରେ, ରାଜ୍ୟରେ ଏବେ ବିଭିନ୍ନ କମ୍ପାନୀର କ୍ଷୀର ଉପଲବ୍ଧ ରହୁଛି। ସେମାନେ ବଜାରର ଆବଶ୍ୟକତାକୁ ନଜର ରଖି ଓ ପ୍ରତିଦ୍ୱନ୍ଦିତା କରି ଦର ବୃଦ୍ଧି କରିବାରେ ଲାଗିଛନ୍ତି। କିନ୍ତୁ ଓମ୍‌ଫେଡ୍‌ ଦର କମ୍‌ ରହିବାରୁ ଦୁଗ୍ଧ ଚାଷୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହାକୁ ଆଖି ଆଗରେ ରଖି ଓମ୍‌ଫେଡ୍‌କୁ କ୍ଷୀର ମୂଲ୍ୟ ନିର୍ଣ୍ଣୟ ଦାୟିତ୍ୱ ଦେବାକୁ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର ଷ୍ଟାଣ୍ଡିଂ କମିଟି ପକ୍ଷରୁ ସୁପାରିସ କରାଯାଇଛି।


All Right Reserved By Dharitri.Com

ଆଗକୁ ଆସୁଛି ପର୍ବପର୍ବାଣି, ଡିସିପିଙ୍କ ବୈଠକ : ଅପରାଧୀଙ୍କୁ ଧରିବାକୁ କମିଶନ୍‌ରେଟ ପୋଲିସର ବ୍ଲ୍ୟୁ ପ୍ରିଣ୍ଟ

ଭୁବନେଶ୍ୱର,୨୩ା୮(ବ୍ୟୁରୋ) : ଆଗକୁ ଆସୁଛି ଗଣେଶ ପୂଜାଠାରୁ ଆରମ୍ଭ କରି ଦଶହରା ପର୍ଯ୍ୟନ୍ତ ପର୍ବପର୍ବାଣି। ତେଣୁ ରାଜଧାନୀରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବ। ତେଣୁ କିଭଳି...

ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍‌, ୨ ମୃତ: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

କେନ୍ଦୁଝର, ୨୯ା୧(ଡି.ଏନ୍‌.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ପଣ୍ଡାପଡା ଥାନା ସୁନାଟାଙ୍ଗିରୀ ନିକଟରେ ବୁଧବାର ମଧ୍ୟାହ୍ନରେ ଏକ ସଡକ ଦୁର୍ଘଟଣାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ଥାନୀୟ...

ଦିବ୍ୟାଙ୍ଗ ପୁଷ୍ପାଞ୍ଜଳିକେ ଘାରୁଛେ ପାଠ୍‌ପଢ଼ା ଚିନ୍‌ତା:ସ୍କୁଲ ଯିବାରେ ଭଂଗା ଟ୍ରାଇସାଇକେଲ ବାଧକ୍‌

ଲୋଇସିଂହା,୧୨।୭(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଲୋଇସିଂହା ସଦରର ପୁଷ୍ପାଞ୍ଜଳି ବେହେରା(୧୬)। ସେ ଜନ୍‌ମୁ ଦିବ୍ୟାଙ୍ଗ, ଚାଲବୁଲ କରି ନାଇଁପାରବାର। ଏହେଦେ ସେ ଥାନୀୟ ବାଳିକା ହାଇସ୍କୁଲରେ ନବମ...

କ୍ୟାପିଟାଲ ହସ୍ପିଟାଲରେ ପୁଣି ତ୍ରୁଟିପୂର୍ଣ୍ଣ ଚିକିତ୍ସା: ଆଖି ଅପରେଶନ ବେଳେ ଜୀବନ ଗଲା; ଭୁଲ୍‌ ଇଞ୍ଜେକ୍ସନ ଦିଆଯାଇଥିବା ଅଭିଯୋଗ

ଭୁବନେଶ୍ୱର, ୧୪।୭(ବ୍ୟୁରୋ)- ରୋଗୀଙ୍କୁ ଅବହେଳା ଓ ତ୍ରୁଟିପୂର୍ଣ୍ଣ ଚିକିତ୍ସାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥିବା କ୍ୟାପିଟାଲ ହସ୍ପିଟାଲରେ ଶନିବାର ଆଉ ଏକ ଦୁଃଖଦ ଘଟଣା ଘଟିଛି।...

ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ବାଲେଶ୍ୱର ଅଫିସ, ୨୨।୧୦- ବାଲେଶ୍ୱର ନେସ୍କୋ ଶକ୍ତି କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକ ସଂଘ କାର୍ଯ୍ୟାଳୟରେ ରବିବାର ହରିଶ୍‌ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।...

୮ରେ ‘ଅଶୀରେ ବସନ୍ତ ଉତ୍ସବ’

ଭୁବନେଶ୍ୱର, ୩୧ା୧୨ (ବ୍ୟୁରୋ): ଖବରଦାତା, ସ୍ତମ୍ଭକାର ଏବଂ ‘ଓଡ଼ିଶା ସାହିତ୍ୟ ଏକାଡ଼େମୀ’ ପୁରସ୍କାରପ୍ରାପ୍ତ ସାହିତି୍ୟକ ବସନ୍ତ ଦାସଙ୍କ ଅଶୀ ବର୍ଷ ଜନ୍ମଦିନ ଉପଲକ୍ଷେ ‘ଅଶୀରେ ବସନ୍ତ...

ପଦନୀପାଳକୁ ଜିଲାପାଳଙ୍କ ଗସ୍ତ: ଖୁବ୍‌ଶୀଘ୍ର ପୋଲ ନିର୍ମାଣ ପ୍ରତିଶ୍ରୁତି

ଆଳି/ରାଜକନିକା, ୫।୧୨ (ଡି.ଏନ୍‌.ଏ): ଆଳି ବ୍ଲକ ଅଧୀନ ପଦନୀପାଳ ପଞ୍ଚାୟତ ଚତୁଃପାର୍ଶ୍ୱରେ କାଣୀ ଓ ଖରସ୍ରୋତା ନଦୀ ଘେରି ରହିଥିବାରୁ ପଞ୍ଚାୟତବାସୀ ଘରୁ ବାହାରିଲେ ଡଙ୍ଗାର...

ଲୋକମାନ୍ୟ ତିଳକ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ: ଆହତଙ୍କ ଚିକିତ୍ସା ପାଇଁ ଏସ୍‌ସିବିରେ ଗଠନ ହେଲା ସ୍ବତନ୍ତ୍ର ଟିମ୍‌

କଟକ ଅଫିସ,୧୬।୧: କଟକ ନିର୍ଗୁଣ୍ଡି ଷ୍ଟେଶନ ନିକଟ ଶାଳଗାଁଠାରେ ଗୁରୁବାର ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରାକ୍‌ରେ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନ୍‌କୁ...

Leave a comment

Your email address will not be published. Required fields are marked *