ନୂଆ ଠିକଣା ଅପେକ୍ଷାରେ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ

ଓଡ଼ିଶାରେ ଏମିତି କମ୍‌ ପ୍ରମୁଖ ଅଞ୍ଚଳ ଥିବ, ଯେଉଁ ଅଞ୍ଚଳକୁ ବାଦାମବାଡ଼ି ବସ୍‌ଷ୍ଟାଣ୍ଡରୁ ବସ୍‌ ଚଳାଚଳ କରୁ ନ ଥିବ। ଅର୍ଥାତ୍‌ ରାତି ପାହିଲେ ସାରା ରାଜ୍ୟରୁ ଲୋକମାନଙ୍କ ପାଦ ଏହି ବସ୍‌ଷ୍ଟାଣ୍ଡରେ ପଡ଼ିଥାଏ। ବୈଶାଖର ତାତି ହେଉ ଅବା, ଆଷାଢ଼ର ବର୍ଷା କିମ୍ବା ମାଘର ହାଡ଼ଭଙ୍ଗା ଶୀତ। ଅହରହ ବାଦାମବାଡ଼ି ବସ୍‌ଷ୍ଟାଣ୍ଡର ଛାତି ଉପରେ ଚାଲିଥାଏ ମାଳମାଳ ବସ୍‌। କଟକ ସହରର ହୃତ୍‌ପିଣ୍ଡ ତଥା ରାଜ୍ୟ ପରିବହନ ଶିଳ୍ପର ମେରୁଦଣ୍ଡ ଏହି ବସ୍‌ଷ୍ଟାଣ୍ଡ ଅନେକ ଦଶନ୍ଧି ହେଲା ଅବହେଳାର ଶିକାର ହୋଇ ଆସୁଛି। ବର୍ଷା ହେଲେ କାଦୁଅ ପଚପଚରେ ଭିତରକୁ ଯିବା ମୁସ୍‌କିଲ୍‌ ହୋଇପଡ଼େ। କଂକ୍ରିଟ୍‌ ଚଟାଣ ଫାଟି ଲୁହାରଡ୍‌ ପଦାକୁ ବାହାରିଯାଇଛି। ଶୌଚ ହେଉ କି ପାନୀୟ ଜଳ, ସବୁ ପ୍ରକାର ସମସ୍ୟା ଏହିଠାରେ ଦେଖିବାକୁ ମିଳେ। ପ୍ରତ୍ୟହ ହଜାର ହଜାର ଯାତ୍ରୀଙ୍କ ଯିବା ଆସିବା ହେଉଥିଲେ ମଧ୍ୟ ସାଧାରଣ ସୁବିଧା ଟିକେ ମିଳୁ ନାହିଁ। ହେଲେ ଏବେ କିନ୍ତୁ ସ୍ଥିତି ବଦଳିବାକୁ ଯାଉଛି। ବାଦାମବାଡ଼ିକୁ ନୂଆ ରୂପ ଦେବା ଦିଗରେ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଗତ ୧୦ତାରିଖରେ ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ବାଦାମବାଡ଼ି ପରିଦର୍ଶନ କରିବା ସହ ବିଭିନ୍ନ ସୁବିଧା ବିଷୟରେ ସମୀକ୍ଷା କରିଛନ୍ତି। ଖାନନଗର ବିଶ୍ୱନାଥ ପାଠାଗାର ପାଖରେ ୩୦ଏକର ଜାଗାକୁ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତର ହେବା ସହ ଏହାକୁ ନୂଆ ରୂପ ଦିଆଯିବ ବୋଲି କହିଛନ୍ତି। ଜିଲା ପ୍ରଶାସନ ଜମି ଚିହ୍ନଟ ଦିଗରେ ପଦକ୍ଷେପ ନେବା ଆରମ୍ଭ କରିଦେଇଛନ୍ତି। ସରକାରଙ୍କ ଏହି ପଦକ୍ଷେପକୁ କଟକବାସୀ ସ୍ବାଗତ କରିଛନ୍ତି। ଦୀର୍ଘବର୍ଷ ଧରି ଏଠାରେ ଲାଗି ରହିଥିବା ଅବ୍ୟବସ୍ଥାକୁ ନେଇ ବାଦାମବାଡ଼ି ଯେଉଁ ବଦନାମ ମୁଣ୍ଡାଇଥିଲା, ତାହା ଏବେ ବଦଳିବ। ସେଠାରେ ଯାତ୍ରୀଙ୍କୁ ଉତ୍ତମ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରଶାସନ କହିଛି। ତେବେ ବାଦାମବାଡ଼ିର ସମସ୍ୟା ଦୂର କରିବା ଦିଗରେ ଏହା ପ୍ରଥମ ପଦକ୍ଷେପ ନୁହେଁ । ପ୍ରାୟ ଏକ ଦଶନ୍ଧି ପୂର୍ବରୁ ଯୋଜନା ଥିଲା, ସିଡିଏକୁ ଚାଲିଯିବ ବସ୍‌ଷ୍ଟାଣ୍ଡ । ପରେ ଗୋପାଳପୁରକୁ ସ୍ଥାନାନ୍ତର ପାଇଁ ଜାଗା ଚିହ୍ନଟ କରାଯାଇଥିଲା। ଏପରିକି ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସେଠାରେ ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ ହୋଇଥିଲା। ପାଚେରି ନିର୍ମାଣ କରାଗଲା। ହେଲେ କାମ ଆଉ ଆଗକୁ ବଢ଼ିଲାନି। ଏବେ ବସ୍‌ଷ୍ଟାଣ୍ଡ ଖାନ୍‌ନଗରକୁ ସ୍ଥାନାନ୍ତର ହେବାନେଇ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ସହରବାସୀଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି କରିଛି। ତେବେ ଏହି ନିଷ୍ପତ୍ତି ବାସ୍ତବତାର ରୂପ କେବେ ନେବ, ତାକୁ ସହରବାସୀ ଚାହିଁ ରହିଛନ୍ତି।
– ଆଶୀର୍ବାଦ ରାଉତ


All Right Reserved By Dharitri.Com

ଆଜି ବିଧାନସଭା ଘେରିବେ ୫୦ ହଜାର ବସ୍ତିବାସିନ୍ଦା

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ) : ଗୌଡ ବସ୍ତି, ବୀରବସ ବସ୍ତି, ଲକ୍ଷ୍ମୀପୁର ବସ୍ତି ଓ ଶ୍ରୀକ୍ରିଷ୍ଣ ନଗର ବସ୍ତିରେ ଥିବା ୫୦ ହଜାରରୁ ଊର୍ଦ୍ଧ୍ୱ ବସ୍ତିବାସିନ୍ଦା ଶୁକ୍ରବାର ଗୋଟିଏ...

ଆସିକା ଲୋକ ସଭା ଆସନ :ଭୋଟ ଗଣତି ପାଇଁ ପ୍ରାର୍ଥୀ ପ୍ରତିନିଧିଙ୍କୁ ନେଇ ବୈଠକ

ଛତ୍ରପୁର,୧୮ା୫(ଡି.ଏନ୍‌.ଏ.) -ଆସିକା ଲୋକସଭା ପାଇଁ ହୋଇଥିବା ଭୋଟର ଗଣତି ଚଳିତ ମାସ ୨୩ ତାରିଖରେ ଅନୁଷ୍ଠିତ ହେବ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆସିକା ଲୋକ...

ପୁରୀ ଛାଡ଼ିବେ ୧୫ ହଜାର ପର୍ଯ୍ୟଟକ

ପୁରୀ ଅଫିସ,୧୮ା୩: କରୋନାକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଛି। ବିଶେଷକରି ପର୍ଯ୍ୟଟନ ଶିଳ୍ପ ଉପରେ ଏବେ ବଡ଼ କଟକଣା ଲଗାଇଛି। ପୁରୀର...

ବରୀର ୨ କରୋନା ଆକ୍ରାନ୍ତ ସୁସ୍ଥ: ମୋଟ୍‌ ଆରୋଗ୍ୟ ହେଲେଣି ୬

ରତ୍ନଗିରି,୨୪ା୫(ଡି.ଏନ୍‌.ଏ.): ରବିବାର ଯାଜପୁରରୁ ମୋଟ୍‌ ୧୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ବରୀ ବ୍ଲକର...

ରାସ୍ତା କାମ କଲେ ବିଧାୟକ

ପାପଡାହାଣ୍ଡି,୨୧।୭(ଡି.ଏନ୍‌.ଏ): ରାସ୍ତାରେ ପଡି ରହିଥିଲା ମୋରମ ଗଦା। ୟାତାୟାତରେ ସମସ୍ୟା ହେଉଥିଲା। ଲୋକଙ୍କ ଅସନ୍ତୋଷ ପରେ ବି ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉନଥିଲା ।...

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା: ପୁଣି ସୁସ୍ଥ ହେଲେ ୨ କରୋନା ଆକ୍ରାନ୍ତ, ସମସ୍ତେ ଭୁବନେଶ୍ୱରର

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ବୁଧବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।...

ଓଭରବ୍ରିଜ୍‌ ଉପରେ କଡ଼ାକଡ଼ି ହେଲା ହେଲ୍‌ମେଟ କଟକଣା: ଦିନକରେ ଧରାପଡ଼ିଲେ ୨ଶହରୁ ଊର୍ଦ୍ଧ୍ୱ ବାଇକ ଚାଳକ

ଭୁବନେଶ୍ୱର,୧୯ା୬(ବ୍ୟୁରୋ): ରାଜଧାନୀ ଦେଇ ଯାଇଥିବା ୧୬ ନଂ. ଜାତୀୟ ରାଜପଥ ଓଭରବ୍ରିଜ୍‌ ଉପରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗତ ମାସଠାରୁ ଏବେସୁଦ୍ଧା ୧୨ ଦୁର୍ଘଟଣାରେ ୯...

ଲଟା ମଧ୍ୟରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାଟଣା,୩।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡ଼ା ପଞ୍ଚାୟତ ମାନପୁର ଗ୍ରାମ ମାନପୁର ଡେଣୁଆ ରାସ୍ତା ପାର୍ଶ୍ୱରେ ଥିବା ଏକ ବଗିଚାରୁ ରବିବାର ସକାଳେ ଏକ...

Leave a comment

Your email address will not be published. Required fields are marked *