Posted inଜାତୀୟ

ଶୀଘ୍ର ଆସ୍ଥାଭୋଟ ପାଇଁ ଦାବି

ଭୋପାଳ,୧୫ା୩(ପି.ଟି.): ମଧ୍ୟପ୍ରଦେଶ ଭାଜପାର ଏକ ପ୍ରତିନିଧି ଦଳ ଶନିବାର ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନଙ୍କୁ ସାକ୍ଷାତ କରି ବିଧାନସଭାରେ ତୁରନ୍ତ ଆସ୍ଥା ଭୋଟ କରାଇବା ପାଇଁ ଦାବି କରିଛନ୍ତି। ୨୨ ବିଧାୟକଙ୍କ ଇସ୍ତଫା ପରେ ମଧ୍ୟପ୍ରଦେଶର କମଲନାଥ ସରକାର ସଂଖ୍ୟାଗରିଷ୍ଠତା ହରାଇଛି। ତେଣୁ ସରକାର ଚଳାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ସାମ୍ବିଧାନିକ ଅଧିକାର ନାହିଁ ବୋଲି ଭାଜପା ଦେଇଥିବା ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି। ଶାସକ ଦଳ ଗୃହରେ ତୁରନ୍ତ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ଉଚିତ ବୋଲି ବିରୋଧୀ ଦଳ ନେତା ଗୋପାଳ ଭାର୍ଗବ ଟୁଇଟ୍‌ କରିଛନ୍ତି। ରାଜ୍ୟପାଳଙ୍କୁ ଭେଟିଥିବା ଭାଜପା ନେତାଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ନରୋତ୍ତମ ମିଶ୍ର, ରାମପାଲ ସିଂ ପ୍ରମୁଖ ଥିଲେ।


All Right Reserved By Dharitri.Com

ବାୟୁସେନା ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କ ପରାକ୍ରମ ଉପରେ ଭିଡ଼ିଓ ଗେମ୍‌କୁ ଲୋକାର୍ପିତ କଲେ ଧାନୋଓ୍ବା

ନୂଆଦିଲ୍ଲୀ,୩୧।୭: ଭାରତୀୟ ବାୟୁସେନା ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ ପରାକ୍ରମ ଉପରେ ଏକ ଭିଡ଼ିଓ ଗେମ୍‌ ପ୍ରସ୍ତୁତ କରାଯାଇଛି। ଏହାର ରିଲିଜ୍‌ ବୁଧବାର କରାଯାଇଛି ।...

ଏହା କୌଣସି ରନ୍ନ ନୁହେଁ ବରଂ ମକା

ବିଶାଖାପାଟନମ,୯।୨: ହାଇଦ୍ରାବାଦର ଅଭିନବ ଗଙ୍ଗୁଲମଲ୍ଲା ଓ ରେଣୁ ରାଓଙ୍କ ମୁହଁରେ ହସ ଫୁଟାଇଛି ଦୀର୍ଘ ୭ ବର୍ଷର ପରିଶ୍ରମ। ଦୀର୍ଘ ଦିନର ପରିଶ୍ରମ ପରେ ତାଙ୍କ...

ଖାଲକୁ ଖସିଲା ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିବା ଗାଡି: ୨ ପୋଲିସ ଆହତ

ଭଦୋହି,୧୪।୧୦: ଉତ୍ତର ପ୍ରଦେଶର ଯୋଗୀ ସରକାରରେ ମନ୍ତ୍ରୀ ଥିବା ନନ୍ଦ ଗୋପାଳ ନନ୍ଦୀଙ୍କୁ ସୁରକ୍ଷା ଦେଇଥିବା ଗାଡ଼ି ଦୁର୍ଘଟଣାର ଶିକାର ହୋଇଛି। ରବିବାର ରାତିରେ ଗାଡିଟି...

ଜନ୍ମଦିନରେ ଆମେଠିରେ ରହିବେ ପ୍ରିୟଙ୍କା

ଲକ୍ଷ୍ନୌ,୧୨।୧: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୨ ଜାନୁୟାରୀ ୧୨ରେ ସେ ନୂଆଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ଜନ୍ମଦିନରେ...

ମୋଦିଙ୍କ ଟିମ୍‌ରେ କମିଗଲେ ମହିଳା: ଥିଲେ ୧୦, ହେଲେ ୬

ନୂଆଦିଲ୍ଲୀ, ୩୧।୫: ନରେନ୍ଦ୍ର ମୋଦି ଲଗାତାର ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୫୭ ଜଣ ସଦସ୍ୟ ସ୍ଥାନ ପାଇଥିଲାବେଳେ ଏମାନଙ୍କ...

ମୋଦିଙ୍କ ସହିତ ଆଲୋଚନାରେ ସାମିଲ୍‌ ହେଲେନି କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ

ନୂଆଦିଲ୍ଲୀ,୨୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡ଼ିଓ କନଫରେନ୍ସିଂରେ ଲକ୍‌ଡାଉନ୍‌ ନେଇ ଆଲୋଚନା କରିଛନ୍ତି। ଏହି ଅବସରରେ କରୋନା...

ଅବସର ଗ୍ରହଣ ପରେ ଉପହାରରେ ମିଳିଲା କାର୍‌-ବୁଲେଟ- ହୁକ୍କା

ସୋନିପତ୍‌,୪।୨: ଅବସର ଗ୍ରହଣ କରିବା ସମୟରେ କର୍ମଚାରୀଙ୍କ ସମ୍ମାନରେ କେତେକ କାର୍ଯ୍ୟାଳୟରେ ସହକର୍ମୀମାନଙ୍କ ଦ୍ୱାରା ଏକ ସଭାର ଆୟୋଜନ କରାଯାଇଥାଏ। ଏହି ସଭାରେ ଅବସର ନେଉଥିବା...

ଲକ୍‌ଡାଉନ ନିୟମ ଭାଙ୍ଗି ଗିରଫ ହେଲେ ୧୦,୭୨୯

ମୁମ୍ବାଇ,୧୮।୪: କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି। ଆବଶ୍ୟକ ନ...

Leave a comment

Your email address will not be published. Required fields are marked *