ଏସ୍‌ପି ଅଫିସ ସମ୍ମୁଖରେ ଉତ୍ତେଜନାପୂର୍ଣ୍ଣ ଜାତିଆଣ ଓ ଅଶ୍ଳୀଳ ଭାଷଣ ମାମଲା: ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ରାଜ୍ୟ ସଭାପତି ଗିରଫ

ଜଗତ୍‌ସିଂହପୁର ଅଫିସ,୧୫ା୩: ତିର୍ତ୍ତୋଲ ଥାନା ଅଧୀନ ରେପୁରପାଟଣା ଗ୍ରାମରେ ଦଳିତ ଓ ସବର୍ଣ୍ଣଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଏହି ବିବାଦର ସମାଧାନ ପାଇଁ ଶାନ୍ତି କମିଟି ଗଠନ ହୋଇଛି। ଆସନ୍ତା ୧୬ ତାରିଖରେ ଶାନ୍ତି କମିଟି ବସିବାର ଅଛି। କିନ୍ତୁ ତା’ ପୂର୍ବରୁ ଅର୍ଥାତ୍‌ ଗତ ୧୨ ତାରିଖରେ ରାଷ୍ଟ୍ରୀୟ ଦଳିତ ମହାସଭା ପକ୍ଷରୁ ଜଗତ୍‌ସିଂହପୁର ଏସ୍‌ପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ରିପବ୍ଲିକାନ୍‌ ପାର୍ଟି ଅଫ ଇଣ୍ଡିଆ(ଆର୍‌ପିଆଇ)ର ରାଜ୍ୟ ସଭାପତି ସେଖ୍‌ ଅବଦୁଲ ୱାଲି ଯୋଗ ଦେଇଥିଲେ। ସମାବେଶରେ ୱାଲି, ମହାସଭା ରାଜ୍ୟ ସଭାପତି ଅଶୋକ ମଲ୍ଲିକ ଓ ଅନ୍ୟମାନେ ଉତ୍ତେଜନାପୂର୍ଣ୍ଣ ଜାତିଆଣ ଓ ଅଶ୍ଳୀଳ ଭାଷଣ ଦେଇଥିଲେ। ଯେଉଁ କାରଣରୁ ଜଗତ୍‌ସିଂହପୁର ଥାନା ପକ୍ଷରୁ ୱାଲିଙ୍କ ସହ ଅନ୍ୟ ୭୦ଜଣଙ୍କ ନାମରେ ମାମଲା ସଂଖ୍ୟା ୮୭/୨୦ ରୁଜୁ କରାଯାଇଥିଲା। ଏହି ମାମଲାରେ ପୋଲିସ ଶନିବାର ଆର୍‌ପିଆଇ ରାଜ୍ୟ ସଭାପତି ୱାଲିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଏ ସମ୍ପର୍କରେ ଆଇଆଇସି ରଜନୀକାନ୍ତ ମିଶ୍ର ସୂଚନା ଦେଇ କହିଛନ୍ତି, ରେପୁରପାଟଣାରେ ୧୮୦ ଘର ସବର୍ଣ୍ଣ ଓ ୨୨ ଘର ଦଳିତ ପରିବାର ରହିଛନ୍ତି। ଗାଁରେ ଥିବା ଶିବ ମନ୍ଦିରକୁ ଦଳିତଙ୍କୁ ବାରଣ କରାଯାଉଥିବା ଅଭିଯୋଗ ହୋଇଥିଲା। ଏପରି କି ୮/୯ଜଣ ସବର୍ଣ୍ଣ ଦଳିତଙ୍କ ଜାତିକୁ ନେଇ ଆକ୍ଷେପ କରିଥିବା ଅଭିଯୋଗ ଉପରେ ପୋଲିସ ମାମଲା ରୁଜୁ କରି ଚାର୍ଜସିଟ୍‌ ଦାଖଲ କରି ସାରିଛି। ଏହା ଭିତରେ ସେମାନଙ୍କ ଭିତରେ ସୃଷ୍ଟି ହୋଇଥିବା ତିକ୍ତତା ଦୂର ପାଇଁ ତିର୍ତ୍ତୋଲ ତହସିଲଦାର, ସେ ଅଞ୍ଚଳର ସରପଞ୍ଚ, ସ୍ଥାନୀୟ ଓ ବାହାର ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନେଇ ଶାନ୍ତି କମିଟି ଗଠନ କରାଯାଇଛି। ଆସନ୍ତା ୧୬ରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହେବ। ତା ପୂର୍ବରୁ ରାଷ୍ଟ୍ରୀୟ ଦଳିତ ମହାସଭା ପକ୍ଷରୁ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ସମୟରେ ମନ୍ଦିର ଭାଙ୍ଗି ଦିଆଯିବ ବୋଲି ଚେତାବନୀ ଦିଆଯାଇଥିଲା। ଯାହକି ଅତି ସମ୍ବେଦନଶୀଳ ଘଟଣା। କେବଳ ଏତିକି ନୁହେଁ, ମନ୍ଦିର ପରିସର ଅଧା ଜମିରେ ପାଇଖାନା କରାଯିବ ବୋଲି କୁହାଯିବା ଚିନ୍ତାଜନକ ଥିଲା। ସେହିପରି ନାଉଗାଁ ତେଣ୍ଟୋଇ ଗ୍ରାମର ଦଳିତ ଯୁବତୀଙ୍କ ମୃତ୍ୟୁ ପ୍ରସଙ୍ଗରେ ମଧ୍ୟ କଟୁ ମନ୍ତବ୍ୟ ଦିଆଯାଇଥିଲା। ଅଭିଯୁକ୍ତ ସବର୍ଣ୍ଣ ଯୁବକଙ୍କ ପରିବାର ଉପରେ ଆପତ୍ତିଜନକ ମନ୍ତବ୍ୟ ଦେବାକୁ ଆନ୍ଦୋଳନକାରୀ ପଛାଇ ନ ଥିଲେ। ସିଟିଜେନ୍‌ଶିପ୍‌ ଆମେଣ୍ଡମେଣ୍ଟ ଆକ୍ଟ (ସିଏଏ) ନାଁରେ ଧର୍ମ ପରିବର୍ତ୍ତନ ପାଇଁ ଉଦ୍ୟମ ହେଉଥିବା କଥା ମଧ୍ୟ ଉଠିଥିଲା। ଏହିଭଳି ଜାତିଗତ ବିଭେଦ ସୃଷ୍ଟିକାରୀ ଅଶ୍ଳୀଳ ଓ କଟୁ ମନ୍ତବ୍ୟ ଦିଆଯାଇଥିବାରୁ ପୋଲିସ ସମ୍ଭାବ୍ୟ ପରିସ୍ଥିତିକୁ ଏଡାଇବା ପାଇଁ ଆନ୍ଦୋଳନକାରୀଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଆଇଆଇସି କହିଛନ୍ତି।


All Right Reserved By Dharitri.Com

ମୈଥାନ କର୍ମଚାରୀଙ୍କ ଧାରଣା: ୩୮ଘଣ୍ଟା ପରେ ନଜରବନ୍ଦୀରୁ ମୁକୁଳିଲେ ରୀତା ସିଂ

କଳିଙ୍ଗନଗର,୫ା୧୨(ଡି.ଏନ.ଏ.): କଳିଙ୍ଗନଗରସ୍ଥିତ ମୈଥାନ କାରଖାନା କର୍ମଚାରୀଙ୍କ ଦ୍ୱାରା ନଜରବନ୍ଦୀ ଥିବା ମେସ୍କୋ ଗ୍ରୁପର ଅଧ୍ୟକ୍ଷା ରୀତା ସିଂ ୩୮ ଘଣ୍ଟା ପରେ ମୁକୁଳିଛନ୍ତି । ବୁଧବାର...

ମଧ୍ୟାହ୍ନଭୋଜନ ଖାଇ ୧୯ ଛାତ୍ରୀଛାତ୍ର ଅସୁସ୍ଥ :ଡାକ୍ତରଖାନାରେ ଭର୍ତ୍ତି

ଭଦ୍ରକ ଅଫିସ,୯।୮: ଭଦ୍ରକ ଜିଲା ଅଧିନସ୍ଥ ତିହିଡ଼ି ବ୍ଲକ ରାଜନଗର ପଞ୍ଚାୟତର ଚାରି ତରଫ ୟୁଜିଏମଇ ସ୍କୁଲରେ ମଧ୍ୟାହ୍ନଭୋଜନ ଖାଇ ୧୯ ଜଣ ଛାତ୍ରୀଛାତ୍ର ଅସୁସ୍ଥ...

ମହିଳାଙ୍କୁ ବଳାତ୍କାର ପରେ ହତ୍ୟା ମାମଲା: ଦୋଷୀଙ୍କୁ ୧୦ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ, ୧୯।୧୨-ଜଣେ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା ମାମଲାର ବିଚାର କରି ଗୁରୁବାର ବାଲେଶ୍ୱର ଜିଲା ଦ୍ୱିତୀୟ ଅତିରିକ୍ତ ଜିଲା ଦୌରାଜଜ୍‌ ସୁବାଷ କୁମାର...

ପାଣିକୁଣ୍ଡରେ ବୁଡ଼ି ଚାଲିଗଲା ୩ ବର୍ଷ ଶିଶୁର ଜୀବନ

ବୋରିଗୁମ୍ମା,୯ା୯(ଡି.ଏନ୍‌.ଏ.): କୋରାପୁଟ ଜିଲା ବୋରିଗୁମ୍ମା ଦିଣ୍ଡାରାଜାଗୁଡ଼ାରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଘର ପାଖରେ ଥିବା ପାଣିକୁଣ୍ଡରେ ବୁଡ଼ିଯାଇ ଜଣେ ଶିଶୁର ମୃତ୍ୟୁ ହୋଇଛି।...

‘କଳା ଓ ସଙ୍ଗୀତ ଦ୍ୱାରା ପରିବର୍ତ୍ତନ ସମ୍ଭବ’

ବନ୍ତ,୧୬।୧୦(ସ୍ବ.ପ୍ର.)- କଳା ଓ ସଙ୍ଗୀତର ଯାଦୁକରୀ ପ୍ରଭାବ ରହିଛି। ଏହା ମାଧ୍ୟମରେ ସାମାଜିକ ପରିବର୍ତ୍ତନ ଆଣିବା ସମ୍ଭବ। ଏଥିଲାଗି ଗ୍ରାମାଞ୍ଚଳର କଳା ଓ ସଂସ୍କୃତିକୁ ଉଜ୍ଜୀବିତ...

ରାସ୍ତାରେ ଫାଟିଲା ସାଇକେଲ୍‌ ଚକା: ବିଳମ୍ବରେ ପହଞ୍ଚିବାରୁ ମାଟ୍ରିକ୍‌ ପରୀକ୍ଷା ଦେଇପାରିଲେନି ଛାତ୍ର

ଅମରପାଲି,୨୬।୨(ଡି.ଏନ୍‌.ଏ.): ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହେବାରୁ ଜଣେ ଛାତ୍ର ମାଟ୍ରିକ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି...

ସୁରଟ୍‌ରୁ ଆସିଲା ଆଲୋକଙ୍କ ମୃତଦେହ

ପରଜଙ୍ଗ, ୧।୫(ଡି.ଏନ୍‌.ଏ.)-ସୁରଟ୍‌ରେ ରହି କାର୍ଯ୍ୟ କରୁଥିବାବେଳେ ୪ ମହଲା କୋଠାରୁ ଖସି ପ୍ରାଣ ହରାଇଥିବା ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଙ୍କିଳି ଗ୍ରାମର ଆଲୋକ ନାୟକଙ୍କ...

ଆଜିଠୁ ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା: ଚଳଚଞ୍ଚଳ ଶ୍ରୀକ୍ଷେତ୍ରର ମଠ ମନ୍ଦିର

ପୁରୀ ଅଫିସ, ୯ା୮: ଶ୍ରାବଣ ଶୁକ୍ଳ ଦଶମୀ ତିଥି ଅର୍ଥାତ୍‌ ଶନିବାରଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଝୁଲଣ ଯାତ୍ରା। ୭ ଦିନ ବ୍ୟାପୀ ଏହି ଝୁଲଣ...

Leave a comment

Your email address will not be published. Required fields are marked *