ମାତୃ ଓ ଶିଶୁ ସୁରକ୍ଷା ଯୋଜନା ବାଟବଣା: ଟଙ୍କାଟିଏ ପାଉନାହାନ୍ତି ଆଦିବାସୀ ମା’

ଜୟପୁର,୧୫ା୩(ନି.ପ୍ର.) ମାତୃ ଓ ଶିଶୁ ସୁରକ୍ଷା ପାଇଁ ସରକାର ବହୁ ଯୋଜନା ପ୍ରଣୟନ କରୁଥିଲେ ମଧ୍ୟ କୋରାପୁଟ ପରି ଉପାନ୍ତ ଜିଲାରେ ଏହା ଫଳପ୍ରଦ ହୋଇପାରୁ ନାହିଁ। ତାହାର ଏକ ଦୃଷ୍ଟାନ୍ତ ଜିଲାର ଜୟପୁର ବ୍ଲକ ଟାଙ୍କୁଆ ପଞ୍ଚାୟତ ପୋଡ଼ାପଦର ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ୨ ଜଣ ଆଦିବାସୀ ମହିଳା ମମତା ଯୋଜନାରେ ସାମିଲ ହୋଇଛନ୍ତି ସତ, କିନ୍ତୁ ସେମାନଙ୍କୁ ଟଙ୍କାଟିଏ ମଧ୍ୟ ସହାୟତା ମିଳିନାହିଁ। ନନ୍ଦେଇ ଜାନୀଙ୍କ ଶିଶୁ ଜନ୍ମହୋଇ ୪ମାସ ବିତିଲାଣି। ସୁବତି ସାନ୍ତାଙ୍କ ୧ ମାସର ନବଜାତ ଶିଶୁ ରହିଛି। ସେମାନଙ୍କ ବ୍ୟାଙ୍କ ପାସବୁକ୍‌ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ପାଖରେ ଥିବାବେଳେ ସେମାନଙ୍କୁ ଟଙ୍କାଟିଏ ମିଳିନାହିଁ। କୌଣସି ମହିଳା ନିଜ ନାମକୁ ପଞ୍ଜିକୃତ କରିବା ପରେ ସେ ଗର୍ଭବତୀ ହେବା ପରଠାରୁ ଶିଶୁ ଜନ୍ମ ହେବାର ୨ ବର୍ଷ ପର୍ଯ୍ୟନ୍ତ ମା’ ଓ ଶିଶୁର ସମସ୍ତ ତଥ୍ୟ ଓ ଠିକଣା ଉଲ୍ଲେଖ ରହିବ। ଆର୍ଥତ୍କ ସ୍ବଚ୍ଛଳ ହୋଇ ନ ଥିବା ଯୋଗୁ ଗର୍ଭାବସ୍ଥା ଓ ସ୍ତନ୍ୟପାନ ବେଳେ ଅନେକ ମହିଳାଙ୍କୁ ଶାରୀରିକ ଶ୍ରମ କରିବାକୁ ପଡ଼ିଥାଏ। ଏହାଦ୍ୱାରା ନବଜାତ ଶିଶୁର ଅସୁସ୍ଥତା ଓ ମୃତ୍ୟୁର ଆଶଙ୍କା ବଢ଼ିଯାଏ। ଏହାକୁ ରୋକିବା ପାଇଁ ଗର୍ଭବତୀ ମହିଳାଙ୍କୁ ୬ ମାସ ବିତିବା ପରେ ୭ ମାସରେ ୩ ହଜାର ମା’ ପାଇଁ ଓ ନବଜାତ ଶିଶୁକୁ ୯ ମାସ ପରେ ୨ ହଜାର ଟଙ୍କା ମିଳିବ। କିନ୍ତୁ ନନ୍ଦେଇ ଓ ସୁବତୀଙ୍କ ଭଳି ବହୁ ଆଦିବାସୀ ମହିଳା ଏହି ସରକାରୀ ଯୋଜନାରେ ଟଙ୍କାଟିଏ ବି ପାଇନାହାନ୍ତି। ଏ ଦିଗରେ ପ୍ରଶାସନ ପଦକ୍ଷେପ ନେବା ପାଇଁ ଦାବି ହୋଇଛି। ଏନେଇ ସିଡିପିଓ ପ୍ରଭାତିରାଣୀ ତ୍ରିପାଠୀ କହିଛନ୍ତି, ମୁଁ ଏ ସମ୍ପର୍କରେ ବୁଝିବା ପରେ ପଦକ୍ଷେପ ନେବି।


All Right Reserved By Dharitri.Com

ନିଶାସକ୍ତ ଚାଳକଙ୍କ ମଧ୍ୟରେ କୋକୁଆ ଭୟ

ବ୍ରହ୍ମପୁର ଅଫିସ,୨୬ା୯-ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଚାରିଆଡେ ଚେକିଂ କରାଯାଉଛି। ଅନ୍ୟପଟେ ରାଜପଥରେ ନିଶାସକ୍ତ ଗାଡି ଚାଳକଙ୍କୁ ସାବାଡ଼ କରିବା ପାଇଁ ପୋଲିସ...

ରାସ୍ତା ପାର୍ଶ୍ୱରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା; ଖୁବ୍‌ଶୀଘ୍ର ପର୍ଦ୍ଦାଫାଶ କରିବ ପୋଲିସ

ଅନୁଗୋଳ ଅଫିସ, ୧୧।୧୧:  ଅନୁଗୋଳ ବ୍ଲକ ବନ୍ତଳା ଥାନା ଗୁରଙ୍ଗ ଗ୍ରାମର ତ୍ରିପୁରା ନାଏକ(୧୯)ଙ୍କ ମୃତଦେହ ସାକସିଙ୍ଗା ରାସ୍ତା ପାର୍ଶ୍ୱରୁ ଶୁକ୍ରବାର ଅନୁଗୋଳ ପୋଲିସ ଉଦ୍ଧାର କରିବା...

ଲାଞ୍ଚ ନେଇ ଆର୍‌ଆଇ ଗିରଫ

କଟକ ଅଫିସ/ନିଶ୍ଚିନ୍ତକୋଇଲି (ସ୍ବ.ପ୍ର.), ୨୪।୯: ଲାଞ୍ଚ ନେବାବେଳେ ନିଶ୍ଚିନ୍ତକୋଇଲି ତହସିଲ ଅଧୀନ ଜିଗ୍ନୀପୁର ରାଜସ୍ବ ନିରୀକ୍ଷକ(ଆର୍‌ଆଇ) ଅଚ୍ୟୁତାନନ୍ଦ ସେଠୀ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି। କଟକ...

ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ

ବୋଡେନ,୨୨।୯(ଡି.ଏନ.ଏ.) ନୂଆପଡା ଜିଲା ବୋଡେନ ବ୍ଲକ ରାଜିବ ଗାନ୍ଧୀ ସେବା କେନ୍ଦ୍ରଠାରେ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ନେଇ ଏକ ବୈଠକ ଅନୁଷ୍ଠିତ...

ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଚୌଦ୍ୱାର,୨୪ା୧୨(ଡି.ଏନ୍‌.ଏ.)- ଗତ ୭ଦିନ ହେବ ଘରୁ ନିଖୋଜ ଥିବା ଜଣେ ବୃଦ୍ଧଙ୍କ ମୃତଦେହ ସୋମବାର ଉଦ୍ଧାର ହୋଇଛି। ସେ ହେଲେ ଚୌଦ୍ୱାର ଅଞ୍ଚଳର ଓଟିଏମ୍‌ ଦୁର୍ଗା...

ଭିଡିଓ କନ୍‌ଫରେନ୍ସିଂରେ ଶୁଣାଣିକୁ ଗୁରୁତ୍ୱ

କଟକ ଅଫିସ, ୧୭।୩: କରୋନା ଭୂତାଣୁକୁ ନେଇ ହାଇକୋର୍ଟ ପକ୍ଷରୁ ସୋମବାର ଏହା ଅଧୀନସ୍ଥ ତଳକୋର୍ଟଗୁଡ଼ିକ ପାଇଁ ସ୍ବତନ୍ତ୍ର ଆଡ୍‌ଭାଇଜରି ଜାରି କରାଯାଇଛି। କେଉଁ ପଦକ୍ଷେପ...

ବ୍ରହ୍ମପୁର ମହାନଗର ନିଗମ : ବିଲ୍‌ଡିଂ ଟିକସ ବାବଦ ବକେୟା ୬.୫୩ କୋଟି

ବ୍ରହ୍ମପୁର ଅଫିସ,୨୧ା୬- ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ର ୨୦୧୮-୧୯ ଆର୍ଥିକ ବର୍ଷ ସୁଦ୍ଧା ଆଦାୟ ହୋଇପାରିନି ହୋଲଡିଂ (ଘର) ଟିକସ ବାବଦ ୬ କୋଟି ୫୩...

ଖରିଫ ଶସ୍ୟବୀମା ପ୍ରଦାନ ଦାବି: ଚାଷୀଙ୍କ ଆଇନ ଅମାନ୍ୟ ଆନ୍ଦୋଳନ

ସମ୍ବଲପୁର, ଜମନକିରା,୪।୧(ବ୍ୟୁରୋ/ ଡି.ଏନ୍‌.ଏ): ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡ ଚାଷୀଙ୍କୁ ୨୦୧୮-୧୯ ଖରିଫ ଧାନଚାଷ ବୀମାରାଶି ପ୍ରଦାନ କରାଯାଇ ନଥିଲା। ଏ ନେଇ ପୂର୍ବ ନିଷ୍ପତ୍ତିକ୍ରମେ...

Leave a comment

Your email address will not be published. Required fields are marked *