Posted inଭଦ୍ରକ

ଯାତାୟାତରେ ବାଧକ ଖୋଳାନାଳ

ଭଣ୍ଡାରିପୋଖରୀ,୧୫।୩(ଡି.ଏନ.ଏ.)-ଗ୍ରାମାଞ୍ଚଳରେ ଲୋକେ ସୁବିଧାରେ ଯାତାୟାତ କରିବା ଲାଗି ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯାଉଛି। କିନ୍ତୁ କେତେକ ସ୍ଥାନରେ ବ୍ୟବସ୍ଥାଗତ ତ୍ରୁଟି ଯୋଗୁ ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ତାହା ଜନସାଧାରଣଙ୍କ କାମରେ ଆସୁ ନ ଥିବା ଅଭିଯୋଗ ହେଉଛି। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ବାହାଣିଆ ନିକଟ ପୂର୍ତ୍ତ ବିଭାଗ ରାସ୍ତାଠାରୁ ଟି୨ ନାମରେ ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ବରାହ ନୂଆପଡ଼ା ଗ୍ରାମକୁ ନିର୍ମାଣ ହୋଇଛି। ମାତ୍ର ଏହି ଗ୍ରାମ ନିକଟରେ ଥିବା ଖୋଳାନାଳ ଏବେ ଲୋକଙ୍କ ଯାତାୟାତରେ ବାଧକ ସାଜିଛି। ନାଳରେ ପୋଲ ହୋଇ ନ ଥିବାରୁ ଲୋକେ ଉକ୍ତ ରାସ୍ତା ଦେଇ ଯିବାଆସିବା କରିପାରୁନାହାନ୍ତି।
ପ୍ରକାଶ ଯେ, ଏହି ରାସ୍ତା ପାଇଁ ୨୦୧୬ରେ ତତ୍କାଳୀନ ଏମ୍‌ପି ଓ ବର୍ତ୍ତମାନର ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ୩ କି.ମି. ରାସ୍ତା ପାଇଁ ୧ କୋଟି ୯୩ ଲକ୍ଷ ୯୩ ହଜାର ୮୮୪ ଟଙ୍କା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଟେଣ୍ଡର ଜରିଆରେ ଠିକାଦାରଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ନୂଆପଡ଼ା ଗ୍ରାମ ଭିତରେ ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ପୂର୍ତ୍ତବିଭାଗ ରାସ୍ତାଠାରୁ ପ୍ରାୟ ୩୦୦ ମିଟର ରାସ୍ତା ନିର୍ମାଣ ବାକି ରହିଛି। ରାସ୍ତା ସମ୍ପୂର୍ଣ୍ଣ ପାଇଁ ବାଧକ ସାଜିଥିଲା ଖୋଳାନାଳ। ବିଭାଗର ଦୂରଦୃଷ୍ଟି ଅଭାବରୁ କେବଳ ରାସ୍ତା ନିର୍ମାଣ ସକାଶେ ଏଷ୍ଟିମେଟ କରାଯାଇ ଟେଣ୍ଡର ଡକାଯାଇଥିବାବେଳେ ନାଳ ଉପରେ ପୋଲ ଲାଗି କୌଣସି ବ୍ୟବସ୍ଥା କରାଯାଇ ନ ଥିଲା। ଫଳରେ ଠିକାଦାର ପୂର୍ତ୍ତ ରାସ୍ତାଠାରୁ ୧୦୦ ମିଟର କାମ କରି ୨୦୦ ମିଟର ନାଳପଠା ପର୍ଯ୍ୟନ୍ତ ଛାଡ଼ି ଦେଇଛନ୍ତି। ସେହିପରି ଗାଁ ପାଖରୁ ରାସ୍ତାକାମ ହୋଇ ନାଳକୂଳ ପର୍ଯ୍ୟନ୍ତ ପ୍ରାୟ ୨୦୦ ମିଟର ଛଡ଼ାଯାଇଛି। ୩ କି.ମି. ରାସ୍ତା କାମ ଦୁଇବର୍ଷ ତଳେ ସରିଥିଲେ ମଧ୍ୟ ଖୋଳାନାଳ ଉପରେ ପୋଲ ନ ଥିବାରୁ ଗ୍ରାମବାସୀ ପୂର୍ବପରି ହଇରାଣ ହେଉଛନ୍ତି। ଗ୍ରାମର ସ୍କୁଲ, କଲେଜ ଛାତ୍ରୀଛାତ୍ର ଅସୁବିଧା ଭୋଗୁଛନ୍ତି। ରାସ୍ତା ବୁଲି ଯାତାୟାତ କରୁଛନ୍ତି। ଏପରିକି ଜରୁରୀ ସମୟରେ ଦମକଳ କିମ୍ବା ଆମ୍ବୁଲାନ୍ସ ଗଁା ଭିତରକୁ ଆସିବା କଷ୍ଟକର ହୋଇପଡୁଛି। ଏ ନେଇ ଗ୍ରାମବାସୀ ବାରମ୍ବାର ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ରାଜନେତାଙ୍କ ନିକଟରେ ଅଭିଯୋଗ କରୁଥିଲେ ହେଁ କେହି ଦୃଷ୍ଟି ଦେଉ ନ ଥିବା କୁହାଯାଇଛି। ପୋଲ ନିର୍ମାଣ ସମ୍ପର୍କରେ ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ-୨ ଉପନିର୍ବାହୀ ଯନ୍ତ୍ରୀ ସୁଧାକର ନାୟକଙ୍କୁ ପଚାରିବାରୁ କହିଛନ୍ତି, ଉକ୍ତ ସ୍ଥାନରେ ଏକ ବ୍ରିଜ୍‌ ପାଇଁ ପ୍ରସ୍ତାବ ଯାଇଛି। ଅର୍ଥବରାଦ ହେଲେ ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ ହେବ।


All Right Reserved By Dharitri.Com

ନିଆରା ‘ବୁଢ଼ା ସାର୍‌’ : ବିନା ପାରିଶ୍ରମିକରେ ୪୨ ବର୍ଷ ଶିକ୍ଷାଦାନ

ପଦ୍ମପୁର,୧୭।୩(ଡି.ଏନ.ଏ.)- ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ଗୋରାମାଟି ଗଁ। ର ଜଣେ ନିଆରା ମଣିଷ ଗୋଲକ ପ୍ରସାଦ ପାଢ଼ୀ। ସ୍ଥାନୀୟ ସରକାରୀ ପ୍ରାଥମିକ ବିଦ୍ୟାଳୟରେ...

ମେଳଣ ଦେଖି ଫେରୁଥିବା ବେଳେ ଗଛକୁ ପିଟିଲା ବାଇକ୍‌: ଆରୋହୀ ମୃତ

ଧାମନଗର,୧୩।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ଥାନା ତାଳସିଠା ନିକଟରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ବନ୍ତ ବ୍ଲକ...

ଟୋକନ କଟିବା ପ୍ରତିବାଦରେ ସମିତିରେ ତାଲା ପକାଇଲେ ଚାଷୀ

ବାସୁଦେବପୁର, ୧୭ା୩(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ଖରିଦା ବିନାୟକପୁର ସେବା ସମବାୟ ସମିତିରେ ଚାଷୀଙ୍କଠାରୁ ଧାନ କିଣା ନେଇ ଅବ୍ୟବସ୍ଥା ଲାଗି ରହିଛି। ୩୧ ଜଣ...

ଅସହାୟଙ୍କ ସାହା ଜଳଧର

ବନ୍ତ, ୨୨।୮ (ଡି.ଏନ.ଏ.)- ଅନେକ ଦୁଃଖ ଯନ୍ତ୍ରଣା ଅଙ୍ଗେ ନିଭାଇ ଥିବାରୁ ସେ ଅନ୍ୟର କଷ୍ଟ ସହି ପାରନ୍ତି ନାହିଁ । କେହି ରୋଗ ଯନ୍ତ୍ରଣାରେ...

କଟକଣା ପାଇଁ ରାମନବମୀ ପୂଜା ଫିକା: ୭ ଦିନ ପରିବର୍ତ୍ତେ ୨ ଘଣ୍ଟାରେ ପୂଜା ଶେଷ

ବନ୍ତ,୨ା୪(ଡି.ଏନ୍‌.ଏ.)-ଚଳିତ ବର୍ଷ କରୋନା କଟକଣା ପାଇଁ ବନ୍ତ ବ୍ଳକ ଟିଲୋ ମାଳିସାହି ଛକ ଠାରେ ନିରାଡମ୍ବର ସହକାରେ ରାମନବମୀ ପୂଜା ପାଳିତ ହୋଇଛି । ଦୀର୍ଘ...

କରୋନା ପାଇଁ ପ୍ରଶାସନିକ କଟକଣା: ନିରାଡ଼ମ୍ବରରେ ପାଳିତ ହେଲା ମା’ ସୁନାମୁହିଁ ଯାତ୍ରା

ଭଣ୍ଡାରିପୋଖରୀ, ୧୩।୪(ଡି.ଏନ.ଏ.)-ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ନେରଡା ପଞ୍ଚାୟତ ପୁଣ୍ୟତୋୟା ବୈତରଣୀ ନଦୀ କୂଳରେ ଅବସ୍ଥିତ ପ୍ରତ୍ୟେକ୍ଷ ଦେବୀ ମା’ ସୁନାମୁହିଁ (ସୁବର୍ଣ୍ଣମୁଖୀ) ପୀଠ। ଏଠାରେ...

ଏଟିଏମ୍‌ କାର୍ଡ ବଦଳାଇ ଟଙ୍କା ଲୁଟ୍‌ : ଯୁବକ ଗିରଫ

ବାସୁଦେବପୁର, ୨୩।୯ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁରର ବ୍ଲକ ରୋଡ୍‌ରେ ଥିବା ଏକ ଏଟିଏମ୍‌ରୁ ସୁଦର୍ଶନପୁର ଗ୍ରାମର ରଶ୍ମିତା ଦାସ ନାମ୍ନୀ ଜଣେ ମହିଳା ଟଙ୍କା...

ମାଛ ଧରା କଣ୍ଟା ଗିଳିଲା ବଉଳା କୁମ୍ଭୀର, ଉଦ୍ଧାର ପରେ କରାଗଲା ଅସ୍ତ୍ରୋପଚାର

ପଦ୍ମପୁର/ବାସୁଦେବପୁର,୧।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତର ସାରଙ୍ଗପୁର ଗ୍ରାମରୁ ଶୁକ୍ରବାର ସକାଳେ ଏକ ବଉଳା କୁମ୍ଭୀର ଉଦ୍ଧାର କରାଯାଇଛି। ଗ୍ରାମର...

Leave a comment

Your email address will not be published. Required fields are marked *