ସବୁଜିମା ଆଣିବା ଲକ୍ଷ୍ୟରେ  ‘ସବୁଜ ସୁନ୍ଦର ବାରିପଦା’

ବାରିପଦା ଅଫିସ, ୧୫ା୩- ବାରିପଦା ସହରକୁ ସବୁଜ ସୁନ୍ଦର କରିବା ଲକ୍ଷ୍ୟରେ ୨୦୧୪ରେ କେତେକ ଯୁବକ ସଂଗଠିତ ହୋଇ ‘ସବୁଜ ସୁନ୍ଦର ବାରିପଦା’ ସଙ୍ଗଠନ ଗଢିଥିଲେ । ଇତିମଧ୍ୟରେ ୬ ବର୍ଷ ବିତିଲାଣି। ସଂଗଠନର ସଦସ୍ୟା ଓ ସଦସ୍ୟମାନେ ସହରରେ ଥିବା ଖାଲି ସ୍ଥାନରେ ୨୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଇବା ସହିତ ପରିବେଶ ସଚେତନତା ସୃଷ୍ଟି କରି ଆସୁଛନ୍ତି। ତଥାପି ଲକ୍ଷ୍ୟ ବହୁ ଦୂର। ଏଥିଲାଗି ସେମାନେ ଚାରା ରୋପଣଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ସହରକୁ ପଲିଥିନ ଓ ଆର୍ବଜନାମୁକ୍ତ ରଖିବା, ନିଶାମୁକ୍ତ ପରିବେଶ ଗଢି ତୋଳିବା ଲାଗି ଲୋକଙ୍କୁ ବୁଝାଉଛନ୍ତି। ରକ୍ତଦାନ ଶିବିର ଆୟୋଜନ କରି ଅନ୍ୟର ଜୀବନ ବଞ୍ଚାଇବା ସହ ଅସହାୟ ବୃଦ୍ଧାବୃଦ୍ଧଙ୍କୁ ଉଦ୍ଧାର କରି ବୃଦ୍ଧାଶ୍ରମରେ ରଖିବା ଭଳି ଜନହିତକର କାର୍ଯ୍ୟ କରି ଆସୁଛନ୍ତି। ବାରିପଦା ସହରରେ ଜିତେନ୍ଦ୍ର ମହାନ୍ତି ଉକ୍ତ ସଂଗଠନର ଆବାହକ ଅଛନ୍ତି। ତାଙ୍କ ନେତୃତ୍ୱରେ ‘ସବୁଜ ସୁନ୍ଦର ବାରିପଦା’ର ଯୁବ ଗୋଷ୍ଠୀ ପରିବେଶ ସୁରକ୍ଷା ଲାଗି କାର୍ଯ୍ୟ କରି ସହରରେ ଚର୍ଚ୍ଚାକୁ ଆସିଛନ୍ତି।
ସଂଗଠନର ଆବାହକ ଜିତେନ୍ଦ୍ର ପ୍ରତ୍ୟହ ସକାଳେ ଯୁବ ଗୋଷ୍ଠୀର ସଦସ୍ୟା ଓ ସଦସ୍ୟଙ୍କ ଗହଣରେ ବିଭିନ୍ନ ଓ୍ବାର୍ଡ ବୁଲି ଲଗା ଯାଇଥିବା ଚାରା ଗଛର ଯତ୍ନ ନେଇଥାନ୍ତି। ଚାରାରୋପଣ କରିବା ସାଙ୍ଗକୁ ସେମାନେ ପରିବେଶକୁ ସୁରକ୍ଷା ବାର୍ତ୍ତା ବାଣ୍ଟି ଫେରିଥାନ୍ତି। ପରେ ସଂଗଠନର ସଦସ୍ୟାସଦସ୍ୟ ଏକାଠି ହୋଇ ଆଗାମୀ କାର୍ଯ୍ୟକ୍ରମ ନେଇ ଆଲୋଚନା କରିଥାନ୍ତି। କେବଳ ସେତିକି ନୁହେଁ ରାସ୍ତାରେ ଯିବା ବେଳେ କୌଣସି ଲୋକ ପଲିଥିନ ବ୍ୟାଗ ଧରି ବଜାରରୁ ଆସୁଥିବା ଦେଖିଲେ, ସେମାନେ ତାଙ୍କୁ କପଡ଼ା ବ୍ୟାଗ୍‌ ବାଣ୍ଟି ପଲିଥିନ ବ୍ୟାଗ ବ୍ୟବହାର ନ କରିବାକୁ ବୁଝାଇଥାନ୍ତି। ସହରର କୌଣସି ସ୍ଥାନରେ ଗୋରୁ ମରି ପଡ଼ିଥିଲେ ସେମାନେ ଉଠାଇ ଆଣି ସଂସ୍କାର କରାଇଥାନ୍ତି। ସଂଗଠନର ସଦସ୍ୟମାନେ ଶବସଂସ୍କାର ଭଳି ସାମାଜିକ କାର୍ଯ୍ୟରେ ମଧ୍ୟ ସ୍ଥାନୀୟ ଲୋକଙ୍କୁ ସହଯୋଗ କରିଥାନ୍ତି।
ସହରରେ ଗଢି ଉଠିଥିବା ଏହି ସବୁଜ ସୁଦର ଟିମ୍‌ରେ କଲେଜ ପିଲାଙ୍କଠାରୁ ଆରମ୍ଭ କରି ଯୁବକ, ବୟସ୍କ ଓ ମହିଳା ମଧ୍ୟ ସଦସ୍ୟ ରହିଛନ୍ତି। ସେମାନେ ସହରର ପର୍ଯ୍ୟଟନ କ୍ଷେତ୍ର ବୁଲି ଆସୁଥିବା ରାଜ୍ୟ ତଥା ରାଜ୍ୟ ବାହାର ଲୋକଙ୍କୁ ଭେଟିଥାନ୍ତି। ୧୯୯୩ରେ ଜିତେନ୍ଦ୍ର ରାଜନୀତିରେ ପ୍ରବେଶ କରି ଏଯାଏ ସକ୍ରିୟ ରହି ସମାଜସେବା ଓ ପିବେଶ ସୁରକ୍ଷା କାର୍ଯ୍ୟକୁ ତ୍ୱରାନ୍ବିତ କରି ଚାଲିଛନ୍ତି। ଯୁବଗୋଷ୍ଠୀଙ୍କୁ ସାଥିରେ ନେଇ ପରିବେଶ ସୁରକ୍ଷା ଲାଗି ନିୟମିତ କାର୍ଯ୍ୟ କରି ଚାଲିଛନ୍ତି। ଏଭଳି କାର୍ଯ୍ୟ ଲାଗି ୨୫୦ରୁ ଊର୍ଦ୍ଧ୍ୱ ସଙ୍ଗଠନ ତାଙ୍କୁ ଓ ସବୁଜ ସୁନ୍ଦର ବାରିପଦା ସଂଗଠନକୁ ସମ୍ବର୍ଦ୍ଧିତ କରିଛନ୍ତି। ଜିତେନ୍ଦ୍ରଙ୍କ କହିବା ହେଲା, ବର୍ତ୍ତମାନର ଯୁବପିଢିକୁ ସମାଜସେବା ଭଳି କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କୁ ଉତ୍ସାହ ଯୋଗାଇବା ତାଙ୍କର ଲକ୍ଷ୍ୟ । ଆଗକୁ ସଂଗଠନକୁ ଅଧିକ ସକ୍ରିୟ ଓ ଦୃଢ କରି ସବୁଜ ସୁନ୍ଦର ବାରିପଦା ଗଠନ ଦିଗରେ ସଂଗଠନ ଜରିଆରେ ସେ ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି।


All Right Reserved By Dharitri.Com

ବେଆଇନ ଖଣି ଖାଦାନରେ ୧୪୪ ଧାରା ଜାରି

ବଡ଼ସାହି,୧୫ା୮(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ବଡ଼ସାହି ତହସିଲ ଅଧୀନ ଯଦୁନାଥପୁର ଓ ଚନ୍ଦନଚତୁରୀ ଅଞ୍ଚଳରେ ବେଆଇନ ପଥର ଉତ୍ତୋଳନ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ଦୃଢ...

ସାପ କାମୁଡ଼ାରେ ମହିଳାଙ୍କ ଜୀବନ ଗଲା

ବଡସାହି,୨ା୧୦(ସ୍ବ.ପ୍ର): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଧୋବାଧୋବଣୀ ଗ୍ରାମରେ ସାପ କାମୁଡାରେ ଜନୈକା ମହିଳାଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ସେହି ଗ୍ରାମର...

ଦରମା ଦାବିରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

ବାରିପଦା ଅଫିସ,୧୩ା୧୧- ବାରିପଦା ପୌର ପରିଷଦରେ ନିର୍ବାଚିତ ବୋର୍ଡର କାର୍ଯ୍ୟକାଳ ଗତ ଫେବୃୟାରୀରୁ ସରିଯାଇଥିବା ବେଳେ ବର୍ତ୍ତମାନ ଏହା ଜିଲା ପ୍ରଶାସନ ଦ୍ୱାରା ପରିଚାଳିତ ହେଉଛି।...

କର୍ମଚାରୀଙ୍କୁ ଦରମା ନ ଦେବା ଅଭିଯୋଗ: ସଫେଇ ସଂସ୍ଥା ମୁଖ୍ୟ ଗିରଫ

ବାରିପଦା ଅଫିସ, ୨୫ା୧୦- ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପଣ୍ଡିିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଦୀର୍ଘ ଦିନ ହେବ ସଫେଇ କର୍ମଚାରୀଙ୍କୁ ଦରମା ପ୍ରଦାନ କରାଯାଉ...

ଅଦିନିଆ ଝଡ଼ରେ ଉଡ଼ିଲା ସ୍କୁଲ ଛପର

କପ୍ତିପଦା,୧୪ା୩(ଡି.ଏନ୍‌.ଏ.):  ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଶାଳଚୁଆ ପଞ୍ଚାୟତ ଅଞ୍ଚଳରେ ଶନିବାର ଅପରାହ୍ନରେ ଅଦିନିଆ ଝଡ଼ବର୍ଷା ହେବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ସ୍ଥାନୀୟ ସରକାରୀ ଉଚ୍ଚ...

ନେସ୍କୋ ଡେପୁଟି ମ୍ୟାନେଜରଙ୍କ ସନ୍ଦେହଜନକ ମୃତ୍ୟୁ

ରାଇରଙ୍ଗପୁର,୨୩ା୧(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ନେସ୍କୋ ବିଦ୍ୟୁତ୍‌ ଡିଭିଜନର ଡେପୁଟି ମ୍ୟାନେଜର ଇଂ.ସୁର କୁମାର ଟୁଡୁଙ୍କ ବୁଧବାର ପୂର୍ବାହ୍ନରେ ସନ୍ଦେହଜନକ ମୃତ୍ୟୁ ଘଟିଛି। ରାଇରଙ୍ଗପୁର ସ୍ଥିତ...

ପଞ୍ଚାୟତ ନିର୍ବାହୀ ଅଧିକାରୀ ଚାକିରିରୁ ବହିଷ୍କୃତ

ବଡ଼ସାହି,୧୮।୧୨(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ମାନଗୋବିନ୍ଦପୁର ଓ ଶିଆଳିଘାଟି ଦୁଇ ପଞ୍ଚାୟତ ଦାୟିତ୍ୱରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଧର୍ମା ସିଂଙ୍କୁ ବୁଧବାର...

ଲାଖବିନ୍ଧା ପ୍ରତିଯୋଗିତା

ଉଦଳା,୧୦ା୧୦(ଡି.ଏନ୍‌.ଏ.)- ଉଦଳା ସହରାଞ୍ଚଳରେ ଦେବୀ ଦୁର୍ଗାଙ୍କର ସମସ୍ତ ପୂଜାର୍ଚ୍ଚନା ରୀତିନୀତି ଅନୁଯାୟୀ ଶେଷ ହୋଇଛି ା ଦଶହରାରେ ବିଶେଷ ଆକର୍ଷଣ ଥିଲା ଲାଖବିନ୍ଧା ପ୍ରତିଯୋଗିତା ା...

Leave a comment

Your email address will not be published. Required fields are marked *