ବଜ୍ରାପାତରେ ମହିଳାଙ୍କ ଜୀବନ ଗଲା

ଦିଗପହଣ୍ଡି,୮ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିଗାଁ ପଞ୍ଚାୟତ ଶଙ୍କରଖାଳି ଗ୍ରାମର ଦଳିତ ସାହିରେ ଶନିବାର ବଜ୍ରପାତ ଘଟି ଜଣେ ମହିଳାଙ୍କ ଜୀବନ ଯାଇଛି। ମୃତକା ଜଣକ ହେଲେ ସୁଷମା ନାଇକ(୩୫)। ଶନିବାର ଅପରାହ୍ନରେ ସୁଷମା ବାଡ଼ିପଟେ କାମ କରୁଥିବାବେଳେ ବଜ୍ରପାତ ଘଟିଥିଲା। ପରିବାର ଲୋକେ ତାଙ୍କୁ ଅଚେତ ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦିଗପହଣ୍ଡି ତହସିଲଦାର ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ସବିଶେଷ ରିପୋର୍ଟ ସଂଗ୍ରହ କରି ଫେରିଛନ୍ତି। କେ.ନୂଆଗାଁ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଛି। ମୃତ ସୁଷମାଙ୍କ ସ୍ବାମୀ ଜଣେ ଦିନ ମଜୁରିଆ ହୋଇଥିବାବେଳେ ତାଙ୍କର ଦୁଇଟି ସନ୍ତାନ ଥିବା ଜଣାପଡ଼ିଛି। ଏହି ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସରପଞ୍ଚ ସନ୍ତୋଷ ପାତ୍ର, ସମାଜସେବୀ ସନ୍ତୋଷ ସାହୁ ଏବଂ ସୀମାଞ୍ଚଳ ଗୌଡ଼ ପ୍ରମୁଖ ଦାବି କରିଛନ୍ତି।


All Right Reserved By Dharitri.Com

ଧରାପଡ଼ିଲେ ନିଶାସକ୍ତ ୨ ଗାଡ଼ି ଚାଳକ

ଗୋପାଳପୁର,୨୪ା୧୧: ଗୋଳନ୍ଥରା ଥାନା ପୋଲିସ ରଣ୍ଢା, ଚିକରଡ଼ା ରାସ୍ତାରେ ଶୁକ୍ରବାର ରାତିରେ ପାଟ୍ରୋଲିଂ କରୁଥିବା ବେଳେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ୨ ଚାଳକଙ୍କୁ ଅଟକାଇଥିଲା।...

ମାଛ ବ୍ୟବସାୟୀ ନିଖୋଜ

ବ୍ରହ୍ମପୁର ଅଫିସ,୬ା୧୦-ସହରର ଜଣେ ଜଣାଶୁଣା ମାଛ ବ୍ୟବସାୟୀ ଅମର ସାହୁ ଶୁକ୍ରବାର ଅପରାହ୍ନରୁ ନିଖୋଜ ହୋଇଯାଇଛନ୍ତି। ଏହାକୁ ନେଇ ଏବେ ମାଛ ବ୍ୟବସାୟୀ ଓ ସ୍ଥାନୀୟ...

କଲେଜ ଶିକ୍ଷା ପ୍ରତି ଆଗ୍ରହ ନାହିଁ

ବ୍ରହ୍ମପୁର ଅଫିସ୍‌,୩୦ା୭-ଚଳିତବର୍ଷ ପାଇଁ ଯୁକ୍ତ ୨ ନାମଲେଖା ଶେଷ ହୋଇଛି। ସୋମବାରଠାରୁ ପାଠପଢ଼ା ସହ ଆରମ୍ଭ ହୋଇଛି ନୂତନ ଶିକ୍ଷା ବର୍ଷ। ବର୍ଷା ଯୋଗୁ ପ୍ରଥମ...

ଥାନାରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଉଦ୍ୟମ

ଦିଗହପଣ୍ଡି/ପାଟପୁର, ୧୪ା୮(ଡି.ଏନ.ଏ.)- ଗଞ୍ଜାମ ଜିଲା ପାଟପୁର ଥାନାରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ହତ୍ୟା ମାମଲାର ତଦନ୍ତ ପାଇଁ ପୋଲିସ ଥାନାକୁ ଆଣିଥିବା ଜଣେ...

୨୫ ଘନଫୁଟ କାଠ ଜବତ, ୨ ଗିରଫ

ଭଞ୍ଜନଗର,୧୯।୫(ଡି.ଏନ.ଏ.)- ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ରେଞ୍ଜ ବେରୁଆବାଡିରୁ ବନ ବିଭାଗ କର୍ମଚାରୀ ରବିବାର ସକାଳେ ୨୫ ଘନଫୁଟ ଶାଳ ଓ ହଳନ୍ଦ କାଠ...

ଛତ୍ରପୁର,ପୁରୁଷୋତ୍ତମପୁର ଉପଖଣ୍ଡର ଅପରାଧ ସମୀକ୍ଷା

ଛତ୍ରପୁର,୧୧ା୧୦(ଡି.ଏନ.ଏ.)- ଗଞ୍ଜାମ ପୋଲିସ ଜିଲା ଅଧୀନ ଛତ୍ରପୁର ଓ ପୁରୁଷୋତ୍ତମପୁର ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଥାନା ଅଞ୍ଚଳର ଅପରାଧ ସମୀକ୍ଷା ବୈଠକ ଏସ୍‌ପିଙ୍କ ସମ୍ମିଳନୀ ଗୃହରେ...

ଡୁଙ୍ଗୁରୁଗୁଡା ଗ୍ରାମରେ ତିନି ଭାଇଙ୍କୁ ବାସନ୍ଦ ଘଟଣା: ବିଇଓଙ୍କ ସହ ଆଲୋଚନା କଲେ ବାସନ୍ଦ ପରିବାର

ପାତ୍ରପୁର,୧୭ା୯(ଡି.ଏନ୍‌.ଏ.)- ଜରଡ଼ା ଥାନା ପାତ୍ରପୁର ବ୍ଲକ ଡୁଙ୍ଗୁରୁଗୁଡା ଗ୍ରାମରେ ସାମାନ୍ୟ କଥାକୁ ନେଇ ୩ଭାଇଙ୍କୁ ଗ୍ରାମରୁ ବାସନ୍ଦ ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। ମଙ୍ଗଳବାର...

ରାଜ୍ୟ ଦଳ ଚୟନ ଶିବିରରେ ଗଞ୍ଜାମରୁ ୬ ଖେଳାଳି

ବ୍ରହ୍ମପୁର ଅଫିସ୍‌,୯ା୮- କଟକରେ ଶୁକ୍ରବାରରୁ ଓଡ଼ିଶା ୧୬ ବର୍ଷରୁ କମ୍‌ କ୍ରିକେଟ ଦଳ ଚୟନ ପାଇଁ ଶିବିର ଆୟୋଜିତ ହେଉଛି। ଏଥିରେ ଭାଗନେବା ପାଇଁ ଗଞ୍ଜାମ...

Leave a comment

Your email address will not be published. Required fields are marked *