କରୋନା ହୋଇଥିବା କହି ୧୩ ଦିନର ନବବଧୂଙ୍କୁ ଘରୁ ତଡ଼ିଦେଲେ ଶାଶୁଘର ଲୋକେ: ସ୍ବାମୀ, ଶ୍ୱଶୁର ଗିରଫ

ଉମରକୋଟ,୧୪।୩(ଡି.ଏନ୍‌.ଏ.): କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଥିବା ବେଳେ ଗାଁଠାରୁ ସହରଯାଏ ଏହି ଭାଇରସ୍‌ ଆତଙ୍କରେ ଆତଙ୍କିତ। ଏପରିକି ଜଣେ ନବବଧୂଙ୍କର ସାମାନ୍ୟ ଥଣ୍ଡା କାଶ ହେବାରୁ ଶାଶୁଘର ଲୋକେ କରୋନା ହୋଇଥିବା କହି ଟାହିଟାପରା କରିଥିଲେ। ଏହା ସହିତ ନିର୍ଯାତନା ଅଭିଯୋଗରେ ସ୍ବାମୀ ଜେଲ୍‌ ଯିବା ଘଟଣା ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାଯୋଗ୍ୟ, ଉମରକୋଟ ଥାନା ଅନ୍ତର୍ଗତ ମୂର୍ତୁମା ୟୁଭି-୬ ଗ୍ରାମର ହାରାଧନ ସରକାରଙ୍କ ଝିଅ ପୂଜାଙ୍କ ସହ ଉମରକୋଟ ନିବାସୀ ଯୁବରାଜ ଭକିଲଙ୍କ ପୁଅ ଜୟନ୍ତଙ୍କର ଗତ ତାରିଖରେ ବୈଦିକ ରୀତିରେ ବିବାହ ସମ୍ପନ୍ନ ହୋଇଥିଲା। ବିବାହ ସମୟରେ ନଗଦ ଅଢ଼େଇ ଲକ୍ଷ ଟଙ୍କା ସହ ୧ ଲକ୍ଷ ୪୦ ହଜାରର ଏକ ବାଇକ୍‌ ଯୌତୁକ ଆକାରରେ ଦିଆଯାଇଥିଲା। ବିବାହର କିଛିଦିନ ପରେ ପୂଜାଙ୍କୁ ଥଣ୍ଡା ସହ କାଶ ହୋଇଥିଲା। ଏହା କରୋନାର ଲକ୍ଷଣ ବୋଲି କହି ଶାଶୁଘର ଲୋକେ ଥଟ୍ଟା ପରିହାସ କରିଥିଲେ। ଏପରିକି ତାଙ୍କୁ ଘରେ ନ ଶୁଆଇ ଚଟାଣରେ ଶୋଇବାକୁ କହିଥିଲେ। ଏନେଇ ପୂଜା ବାପଘର ଲୋକଙ୍କୁ କହିବାରୁ ଗ୍ରାମରେ ଏକ ବୈଠକ ବସିଥିଲା। ପରେ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା। ସ୍ବାମୀ ଜୟନ୍ତ ଏହାକୁ ସ୍ବୀକାର କରିବା ସହ ଥଟ୍ଟାରେ କହୁଥିଲେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଅଭିଯୋଗକୁ ଭିତ୍ତିକରି ପୋଲିସ ସ୍ବାମୀ ଜୟନ୍ତ ଏବଂ ଶ୍ୱଶୁର ଯୁବରାଜଙ୍କୁ ଗିରଫ କରିଛି।


All Right Reserved By Dharitri.Com

ରାଉତରାପୁର ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ମାମଲା: ଫଳାଫଳ ଘୋଷଣା ୨୦କୁ ସ୍ଥଗିତ

ରସୁଲପୁର,୧୯।୩(ଡିଏନଏ): ରସୁଲପୁର ବ୍ଲକ ରାଉତରାପୁର ସରପଞ୍ଚ ରେଣୁ ସେଠୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ମାମଲା ରୋଚକ ମୋଡ଼ ନେଇଛି। ଫଳାଫଳ ଘୋଷଣା ପାଇଁ ବୁଧବାରକୁ ଧାର୍ଯ୍ୟ...

ଘୁଞ୍ଚିଲା ହାଇକୋର୍ଟ ବାର୍‌ ନିର୍ବାଚନ

କଟକ ଅଫିସ,୧୯।୩ : ଆସନ୍ତା ୨୮ତାରିଖରେ ହାଇକୋର୍ଟ ବାର୍‌ ସମେତ ରାଜ୍ୟର ସମସ୍ତ ବାର୍‌ରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନକୁ କରୋନା ପାଇଁ ଘୁଞ୍ଚାଇ ଦିଆଯାଇଛି।...

ନୂଆବର୍ଷରେ ଫୁଲତୋଡ଼ା ବଦଳରେ ବହି ଦିଅ: ଜିଲାପାଳ

ଛତ୍ରପୁର,୧ା୧(ଡି.ଏନ୍‌.ଏ.)-ବୁଧବାର ନୂତନ ବର୍ଷ ୨୦୨୦ ଆରମ୍ଭ ହେବ। ସାଧାରଣତଃ ଗ୍ରୀଟିଙ୍ଗସ୍‌ କାର୍ଡ, ଫୁଲ ତୋଡ଼ା ଓ ବିଭିନ୍ନ ଉପହାର ଦେଇ ନୂତନବର୍ଷର ଶୁଭେଚ୍ଛା ଜଣାଯାଏ। ତେବେ...

ବଡ଼ୁ ସୁଆର ନିଯୋଗ ନିର୍ବାଚନ ବିଶ୍ୱନାଥ ସଭାପତି, ଅନନ୍ତ ସମ୍ପାଦକ

ପୁରୀ ଅଫିସ, ୧୩।୧୦: ଶ୍ରୀମନ୍ଦିର ବଡ଼ୁ ସୁଆର ନିଯୋଗର କର୍ମକର୍ତ୍ତା ନିର୍ବାଚନ ଶୁକ୍ରବାର ରାତିରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସର୍ବସମ୍ମତିକ୍ରମେ ବିଶ୍ୱନାଥ ସାମନ୍ତରା ସଭାପତି, ଅନନ୍ତ...

ଡ୍ରେନରୁ ମୃତ ନବଜାତ ଶିଶୁ ଉଦ୍ଧାର

ଖଇରା, ୫।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଛପଟ ଡ୍ରେନରେ ଗୁରୁବାର ସକାଳେ ଏକ ନବଜାତ ଶିଶୁର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ଖଇରା...

ବିପଦ ସୃଷ୍ଟି କରୁଛି ବାଡ଼ା ବିହୀନ ପୋଲ

ବାଲିଆ,୯।୮: ଜଳସେଚନ ବିଭାଗର ବେପରୁଆ ନୀତି ଓ ଠିକାଦାରଙ୍କ ମନମୁଖି କାର୍ଯ୍ୟ ଯୋଗୁ ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ଉଦାହରଣ ଦେଖିବାକୁ ମିଳିଛି...

ଦେବଗଡ଼ ଜିଲାସ୍ତରୀୟ ‘ସୁରଭି’: ୧୯୦ ଛାତ୍ରୀଛାତ୍ରଙ୍କ ଅଂଶଗ୍ରହଣ

ଦେବଗଡ, ୯।୧୧(ଡି.ଏନ.ଏ) -ଦେବଗଡ଼ ଇଣ୍ଡୋର ଷ୍ଟାଡିୟମଠାରେ ଶୁକ୍ରବାର ଦେବଗଡ ଜିଲା ସମଗ୍ର ଶିକ୍ଷା ପକ୍ଷରୁ ଜିଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।...

କାର୍ଯ୍ୟାଳୟରେ କାମ କରୁନି ଇଣ୍ଟରନେଟ୍‌: ୧୫ ମଧ୍ୟରେ କେମିତି ସରିବ ଡିଜିଟାଲ ବ୍ୟବସ୍ଥା

ଅନୁଗୋଳ ଅଫିସ, ୧୩।୯-ହିତାଧିକାରୀଙ୍କ ଭତ୍ତା କାର୍ଡ ସହ ଆଧାର କାର୍ଡ ସଂଲଗ୍ନ କରାଯିବ। ଗତ ଫେବୃୟାରୀରୁ ରାଜ୍ୟ ସରକାରଙ୍କ ନିକଟରୁ ଏ ନେଇ ନିର୍ଦ୍ଦେଶ ଆସିଥିଲା।...

Leave a comment

Your email address will not be published. Required fields are marked *