କଟକଣା ସତ୍ତ୍ୱେ କାର୍ଯ୍ୟକ୍ରମ

ବନ୍ତ,୧୪।୩(ଡି.ଏନ.ଏ.): ସମଗ୍ର ବିଶ୍ୱରେ ଏବେ କରୋନା ଭୟ ଲାଗି ରହିଥିବାବେଳେ ରାଜ୍ୟ ସରକାର ଏହି ମହାମାରୀକୁ ରାଜ୍ୟ ବିପତ୍ତି ଭାବେ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ସ୍କୁଲ, କଲେଜକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବା ସହିତ ସିନେମା ହଲ, ସୁଇମିଂ ପୁଲ୍‌ ଓ ସମସ୍ତ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ଏପରି କି ଗୋଟିଏ ସ୍ଥାନରେ ଜନଗହଳି ନ ହେବା ପାଇଁ ସରକାରୀ ଭାବେ କଡ଼ା ନିର୍ଦ୍ଦେଶ ଜାରି ହୋଇଛି। ଏଭଳି କଟକଣା ସତ୍ତ୍ୱେ ଶନିବାର ବନ୍ତ ପଞ୍ଚାୟତ କାର୍ଯ୍ୟାଳୟରେ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା। ଆଧାର କାର୍ଡ ପାଇଁ ସମ୍ପୃକ୍ତ ସଂସ୍ଥାର କର୍ମଚାରୀମାନେ ମହିଳାମାନଙ୍କୁ ଏକତ୍ର କରି ଫଟୋ ଉଠାଉଥିବା ଅଭିଯୋଗ ହୋଇଥିଲା। ଆଧାର ଫଟୋ ଉଠାଇବାକୁ ପୂର୍ବାହ୍ନ ୧୦ଟାଠାରୁ ଅପରାହ୍ନ ପର୍ଯ୍ୟନ୍ତ ଏଠାରେ ଶତାଧିକ ମହିଳାଙ୍କ ଭିଡ଼ ଜମିଥିଲା। ଏ ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିବାରୁ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏହି କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ସମ୍ପୃକ୍ତ ସଂସ୍ଥାର କର୍ମଚାରୀଙ୍କୁ କହିଥିଲେ। କର୍ମଚାରୀଙ୍କ ଏତାଦୃଶ କାର୍ଯ୍ୟରେ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଭିଯୋଗ ପରେ ଆଧାର ଫଟୋ ଉଠା କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଥିବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁପ୍ରସାଦ ପାତ୍ର କହିଛନ୍ତି।


All Right Reserved By Dharitri.Com

ଢେଙ୍କାନାଳରେ ଜଳସମ୍ପଦ ମନ୍ତ୍ରୀ:ଅଧିକ ଜମିକୁ ଜଳ ସେଚନ ନିର୍ଦ୍ଦେଶ

ଢେଙ୍କାନାଳ ଅଫିସ, ୨୮।୯ ଜଳସମ୍ପଦ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଶୁକ୍ରବାର ଢେଙ୍କାନାଳ ଗସ୍ତରେ ଆସି ସ୍ଥାନୀୟ ସର୍କିଟ ହାଉସ୍‌ରେ ବିଭାଗୀୟ...

ସାମାଜିକ ଦୂରତା ନିୟମ ମାନୁନାହାନ୍ତି ଲୋକେ: ମାଛ ମାର୍କେଟରେ ଅସମ୍ଭବ ଭିଡ଼

ବନ୍ତ,୧୯ା୪(ଡି.ଏନ୍‌.ଏ.): କରୋନା ମହାମାରୀ ରୋକିବା ପାଇଁ ସରକାର ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଉଥିବା ବେଳେ ଲୋକମାନେ ଏହି ନିୟମକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି। ଅତ୍ୟାଶ୍ୟକୀୟ...

ନିଆରା ଢଙ୍ଗରେ ପାଳନ କରାଯାଏ ରଜ ଉତ୍ସବ

ଆନନ୍ଦପୁର,୧୬ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ବ୍ଲକ ଭଣ୍ଡାରିଡିହା ପଞ୍ଚାୟତ ନରସିଂହପୁର ଗ୍ରାମରେ ନିଆରା ଢଙ୍ଗରେ ରଜ ଉତ୍ସବ ପାଳନ କରାଯାଉଛି। ଯାହାକୁ ଢିପାମାଡ଼ ପର୍ବ ବୋଲି...

ଅଭିନବ ଉପାୟରେ ଟଙ୍କା ଠକେଇ

ବ୍ରହ୍ମପୁର ଅଫିସ,୭ା୭-ଟାଉନ ଥାନା ଅନ୍ତର୍ଗତ ମିଲିଟାରୀ ଲାଇନରେ ଥିବା କାନାରା ବ୍ୟାଙ୍କରେ ଲୁଟେରାମାନେ ଶନିବାର ଜଣେ ଜମାକାରୀଙ୍କ ୧୮ ହଜାର ୫ଶହ ଟଙ୍କା ଅଭିନବ ଉପାୟରେ...

ପ୍ରକାଶ ପାଇଲା ସରକାରୀ ବିଜ୍ଞପ୍ତି: ଅଧିଗ୍ରହଣ ହେବ ୧୫ ଏକର ଜମି

ପୁରୀ ଅଫିସ, ୨୬।୯: ଶ୍ରୀମନ୍ଦିର ସୁରକ୍ଷା ଏବଂ ସନ୍ଦର୍ଯ୍ୟକରଣ ପାଇଁ ମେଘନାଦ ପାଚେରି କଡ଼ରୁ ୭୫ ମିଟର ସୁରକ୍ଷା ଜୋନରେ ପ୍ରଶାସନ ପକ୍ଷରୁ ସର୍ଭେ ଚାଲିଥିଲା।...

ଇଟାଭାଟିରେ ମା’ବାପା, ଆବାସିକ କେନ୍ଦ୍ରରେ ଶିଶୁ

ନୂଆପଡ଼ା ଅଫିସ,୭ା୩ : ନୂଆପଡ଼ା ଭଳି ଦାଦନ ପ୍ରବଣ ଜିଲାରୁ ରାଜ୍ୟ ବାହାରକୁ ଯାଉଥିବା ଶ୍ରମିକ ପରିବାର ଶିଶୁଙ୍କୁ ଏକ ସ୍ବତନ୍ତ୍ର ଆବାସିକ କେନ୍ଦ୍ରରେ ରଖି...

ଖାଦ୍ୟ ଖାଇଲେନି ଅନ୍ତେବାସୀ, ନିମ୍ନମାନର ଅଭିଯୋଗ

କବିସୂର୍ଯ୍ୟନଗର,୧୭ା୫(ଡି.ଏନ୍‌.ଏ.)- ନିମ୍ନମାନର ଅଭିଯୋଗ ଆଣି ଖାଦ୍ୟ ଖାଇଲେ ନାହିଁ ସଙ୍ଗରୋଧରେ ଥିବା ପ୍ରବାସୀ ଓଡ଼ିଆ। ଏପରି ଘଟଣା ଘଟିଛି କବିସୂର୍ଯ୍ୟନଗର ବାଳିକା ହାଇସ୍କୁଲରେ। ଏଠାରେ ୭୮...

ଆର୍ତ୍ତନାଦ ଦିବସରେ ଶୋଭାଯାତ୍ରା, ଦଳିତ ଖ୍ରୀଷ୍ଟିଆନ୍‌ଙ୍କୁ ମିଳୁ ଅନୁସୂଚିତ ଜାତି ମାନ୍ୟତା

ବ୍ରହ୍ମପୁର ଅଫିସ୍‌,୧୧ା୮- ହିନ୍ଦୁଙ୍କ ଭଳି ଖ୍ରୀଷ୍ଟିଆନ୍‌ ଧର୍ମରେ ଥିବା ଦଳିତମାନଙ୍କୁ ଅନୁସୂଚିତ ଜାତିର ମାନ୍ୟତା ଦାବି ନେଇ ଶନିବାର ଶୋଭାଯାତ୍ରା ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।...

Leave a comment

Your email address will not be published. Required fields are marked *