Posted inଖେଳ

ଏଫ୍‌ଆଇଏଚ୍‌ ମହିଳା ହକି:ଭାରତୀୟ ମହିଳା ଦଳର ଜାପାନ ଗସ୍ତ

ନୂଆଦିଲ୍ଲୀ, ୮ା୬(ପିଟି)- ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟର ଅଂଶ ଏଫ୍‌ଆଇଏଚ୍‌ ମହିଳା ସିରିଜ୍‌ ହକି ଟୁର୍ନାମେଣ୍ଟରେ ଭାଗ ନେବା ପାଇଁ ଭାରତୀୟ ମହିଳା ଦଳ ଶନିବାର ଜାପାନର ହିରୋସିମା ଗସ୍ତ କରିଛି। ସ୍ପେନ, ମାଲେସିଆ ଓ ରିପବ୍ଲିକ ଅଫ୍‌ କୋରିଆ ଗସ୍ତରୁ ମିଳିଥିବା ସଫଳତା ପରେ ଆମେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ସହ ଜାପାନ ଗସ୍ତ କରୁଛୁ। ଦଳରେ ସାମିଲ ଥିବା ପ୍ରାୟ ଖେଳାଳି କିଛି ବର୍ଷ ହେଲା ନିୟମିତ ଖେଳୁଛନ୍ତି। ଦୀର୍ଘ ଦିନର ବ୍ୟବଧାନ ପରେ ପ୍ରଥମ ଥର ପାଇଁ ଅଲିମ୍ପିକ୍‌ ଯୋଗ୍ୟତା ଅର୍ଜନ କରି ୨୦୧୬ରେ ଇତିହାସ ରଚିଥିଲୁ। ଏଥର ମଧ୍ୟ ସମାନ ସଫଳତା ଦୋହରାଇବା ଲାଗି ଲକ୍ଷ୍ୟ ରଖିଛୁ। ଏଥିନେଇ ଆମ ଦଳ ବେଶ ଦକ୍ଷ ବୋଲି ଅଧିନାୟିକା ରଣୀ ରାମ୍‌ପାଲ କହିଛନ୍ତି। ଭାରତୀୟ ଦଳ, ପୋଲାଣ୍ଡ, ଉରୁଗୁଏ ଓ ଫିଜି ସହ ପୁଲ ଏ’ରେ ସ୍ଥାନ ପାଇଛି। ୧୮ତମ ଏସିଆନ୍‌ ଗେମ୍ସ ଚାମ୍ପିୟନ ଜାପାନ, ଚିଲି, ରୁଷିଆ ଓ ମେକ୍ସିକୋ ଭଳି ଦଳକୁ ପୁଲ ବି’ ରଖାଯାଇଛି। ଭାରତୀୟ ଦଳ ୧୫ ତାରିଖରେ ଉରୁଗୁଏ ବିପକ୍ଷରେ ଅଭିଯାନ ଆରମ୍ଭ କରିବ।


All Right Reserved By

Posted inଖେଳ

ସାକ୍ଷୀ ମଲିକଙ୍କୁ ନୋଟିସ

ନୂଆଦିଲ୍ଲୀ, ୨୦ା୮(ପି.ଟି.)-ବିନା ଅନୁମତିରେ ଜାତୀୟ କ୍ୟାମ୍ପ ଛାଡ଼ି ଚାଲିଯାଇଥିବାରୁ ରେସ୍‌ଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ଅଲିମ୍ପିକ ପଦକ ବିଜୟିନୀ ସାକ୍ଷୀ ମଲିକଙ୍କ ବିରୋଧରେ କାରଣ...

ପ୍ରଥମେ ବୋଲିଂ କରିବ ଭାରତ

ସାଉଥାମ୍ପଟନ,୫।୬- ଚଳିତ ବିଶ୍ୱକପ୍‌ର ଭାରତ ବିପକ୍ଷ ମ୍ୟାଚ୍‌ରେ ଫାଫ ଡୁପ୍ଲେସିଙ୍କ ନେତୃତ୍ୱାଧୀନ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ...

ବିବାହ ପୂର୍ବରୁ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରିସାରିଛନ୍ତି ଯୁବରାଜ

କର୍କଟକୁ ଜିତି ପୁଣି କ୍ରିକେଟ ପଡ଼ିଆକୁ ଜବରଦସ୍ତ ଏଣ୍ଟ୍ରି ମାରିଥିବା ଯୁବରାଜ ସିଂହ ସୋମବାର କ୍ରିକେଟକୁ ଅଲବିଦା କହିଛନ୍ତି। କ୍ରିକେଟ ଜଗତର ଏହି ବାମହାତୀ ବ୍ୟାଟ୍ସମ୍ୟାନ୍‌...

ବିଦେଶ ଲିଗ୍‌ରେ ଖେଳିପାରନ୍ତି ପ୍ରାକ୍ତନ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୧୭ା୫: କାରବିୟାନ ପ୍ରିମିୟର ଲିଗ୍‌ (ସିପିଏଲ) ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ ସ୍ଥାନ ପାଇଛନ୍ତି ଭାରତୀୟ ଅଲରାଉଣ୍ଡର ଇର୍ଫାନ ପଠାନ। ସିପିଏଲର ଆଗାମୀ ସଂସ୍କରଣ ଲାଗି ଚଳିତ...

ନେଟ୍ସକୁ ଫେରିଲେ ଭୁବନେଶ୍ୱର

ମାଞ୍ଚେଷ୍ଟର, ୨୬।୬- ଚଳିତ ଆଇସିସି ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଭାରତୀୟ ଦଳ ଗୁରୁବାର ଦୁଇଥର ବିଶ୍ୱ ଚାମ୍ପିୟନ ଓ୍ବେଷ୍ଟଇଣ୍ଡିକୁ ଭେଟିବାକୁ ଯାଉଛି। ତେବେ ଏହି ଗୁରୁତ୍ୱପୂର୍ଣ୍ଣ...

ଭାରତକୁ ଜିତାଇଲେ ଅଧିନାୟକ ପ୍ରିୟମ

ଓ୍ବସେଷ୍ଟର, ୨୫।୭ (ପି.ଟି.)- ଅଧିନାୟକ ପ୍ରିୟମ ଗର୍ଗଙ୍କ ଅପରାଜିତ ଶତକୀୟ ଇନିଂସ ବଳରେ ଯୁବ ଭାରତୀୟ କ୍ରିକେଟ୍‌ ଦଳ ଏଠାରେ ତାଲିଥିବା ୧୯ ବର୍ଷରୁ କମ୍‌...

ସୁବ୍ରମନିୟମଙ୍କୁ ସ୍ବଦେଶ ଫେରିବାକୁ ବିସିସିଆଇର ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୪।୮(ପି.ଟି.): ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଭାରତୀୟ କ୍ରିକେଟ ଦଳ ସହ ଯାତ୍ରା କରିଥିବା ଟିମ୍‌ ଆଡମିନିଷ୍ଟ୍ରେଟିଭ୍‌ ମ୍ୟାନେଜର ସୁନୀଲ ସୁବ୍ରମନିୟମଙ୍କୁ ସ୍ବଦେଶ ଫେରିଆସିବାକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ...

ସ୍ବତନ୍ତ୍ର ବୋଲିଂ ଶୈଳୀଯୋଗୁ ବୁମ୍‌ରା ଭିନ୍ନ : ଥମ୍ପସନ

ନୂଆଦିଲ୍ଲୀ, ୨୧।୫(ପି.ଟି.)-ଦ୍ରୁତ ବୋଲିଂ ମାଧ୍ୟମରେ ନିଜ ସମୟରେ ବିଶ୍ୱର ବ୍ୟାଟ୍ସମ୍ୟାନମାନଙ୍କୁ ଭୟଭୀତ କରାଇ ପାରିଥିବା ଇଂଲଣ୍ଡର ଜେଫ୍‌ ଥମ୍ପସନ ଏବେ ଭାରତର ଯଶପ୍ରୀତ ବୁମ୍‌ରାଙ୍କ ପ୍ରଦର୍ଶନରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *