ଦିନ ଦ୍ୱିପ୍ରହରରେ ସୁନା ଦୋକାନରୁ ଲୁଟ୍‌: ଗ୍ରାହକ ଅଳଙ୍କାର ଦେଖିବା ବେଳେ ଝାମ୍ପିନେଲେ ଦୁର୍ବୃତ୍ତ

ଧାମନଗର,୧୪।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବଡବଜାରରେ ଥିବା ଏକ ଗହଣା ଦୋକାନରୁ ଶନିବାର ମଧ୍ୟାହ୍ନରେ ଲୁଟ୍‌ ହୋଇଛି । ଦୋକାନୀ ଜଣେ ଗ୍ରାହକଙ୍କୁ ସୁନା ଅଳଙ୍କାର ଦେଖାଉଥିବା ବେଳେ ୨ ଦୁର୍ବୃତ୍ତ ଦୋକାନ ଭିତରକୁ ପଶି ଆସିଥିଲେ। ଗ୍ରାହକ ଦେଖୁଥିବା ମଙ୍ଗଳସୂତ୍ର, ଚେନକୁ ଜଣେ ଦୁର୍ବୃତ୍ତ ଝାମ୍ପିନେଇ ଦୋକାନ ବାହାରକୁ ପଳାଇଥିଲେ। ବାହାରେ ବାଇକ୍‌ରେ ଅପେକ୍ଷା କରିଥିବା ଅନ୍ୟ ଜଣେ ଦୁର୍ବୃତ୍ତଙ୍କ ସହ ସେ ଫେରାର ହୋଇଯାଇଥିଲେ । ଦୋକାନରେ ରହିଯାଇଥିବା ଦୁର୍ବୃତ୍ତଙ୍କୁ ଦୋକାନୀ ଏବଂ ଉପସ୍ଥିତ ଗ୍ରାହକ କାବୁ କରିଥିଲେ। ଧାମନଗର ଥାନା ପୋଲିସ ଅଟକ ଦୁର୍ବୃତ୍ତଙ୍କୁ ଥାନାକୁ ଆଣି ପଚରାଉଚରା ଚଳାଇଛି ।


All Right Reserved By Dharitri.Com

ଏସେଲ ଖଣିରେ ସ୍ଥାନୀୟଙ୍କୁ ଉପେକ୍ଷା: ପରିବହନ ବନ୍ଦ କଲେ ଅଞ୍ଚଳବାସୀ

ଯୋଡ଼ା, ୧୩।୯ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଖଣିମଣ୍ଡଳ ଅନ୍ତର୍ଗତ ଜୁରୁଡିସ୍ଥିତ ଏସେଲ ଖଣିରେ ଖଣିଜ ପରିବହନକୁ ନେଇ କମ୍ପାନୀର ପରିବହନ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳବାସୀ ବନ୍ଦ...

୩୦ ୟୁନିଟ୍‌ ରକ୍ତ ସଂଗୃହୀତ

କେନ୍ଦୁଝର, ୨୦ା୪(ଡି.ଏନ୍‌.ଏ.)-ଲକ୍‌ଡାଉନ୍‌ ସମୟରେ ବ୍ଲଡ ବ୍ୟାଙ୍କରେ ରକ୍ତ ଅଭାବ ସମୟରେ ବିଜେଡି ପକ୍ଷରୁ ଜିଲାର ବିଭିନ୍ନ ସ୍ଥାନରେ ଦୈନନ୍ଦିନ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ କରାଯାଇ ରକ୍ତ ସଂଗ୍ରହ...

ମାସ୍କ ପିନ୍ଧିଲେନି, ଜରିମାନା ଦେଲେ

ଦେବଗଡ,୧୯।୪ (ଡି.ଏନ.ଏ.)-ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ଏହାକୁ ଅବମାନନା କରିଥିବା ବ୍ୟକ୍ତିଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ଶନିବାର...

ଏଏନ୍‌ଏମ୍‌ ସେଣ୍ଟର ପାଲଟିଛି ଧାନ ଗୋଦାମ

ତିହିଡ଼ି,୧୬।୧(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ବାରୋ ପଞ୍ଚାୟତରେ ଥିବା ଏଏନ୍‌ଏମ୍‌ ସେଣ୍ଟର ଧାନଗୋଦାମ ପାଲଟିଛି। ଏହାକୁ ନେଇ ପଞ୍ଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।...

ଜମି ଛଡ଼ାଇ ନେଇ ଗାଁରୁ ତଡ଼ି ଦେଲେ

ବରଗଡ଼ ଅଫିସ୍‌,୨୫।୭: ବରଗଡ଼ ଜିଲାର ଉପାନ୍ତ ଅମ୍ବାଭୋନା ଥାନା ଅନ୍ତର୍ଗତ କୁମ୍ଭୋ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗ୍ରାମର ୬ଜଣ ମୁଷ୍ଟିମେୟ...

ରାସ୍ତା ତିଆରି କଲେ ଗ୍ରାମବାସୀ

ଭଣ୍ଡାରିପୋଖରୀ, ୮।୩(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକ କୁରିଗଁା ପଞ୍ଚାୟତ ଅଧୀନ ୧୨ ନଂ. ୱାର୍ଡ ସୁନିଗ୍ରାମ ରାସ୍ତା ଅବସ୍ଥା ଶୋଚନୀୟ। ୧୦ ବର୍ଷ ତଳେ ଏହି ରାସ୍ତାରେ ମୋରମ...

ଗୋପାଳପୁର ବେଳାଭୂମି ମହୋତ୍ସବ: ଜାଗା ଚିହ୍ନଟ, ପାର୍କିଂ ବ୍ୟବସ୍ଥା ଚୂଡ଼ାନ୍ତ

ଗୋପାଳପୁର,୧୮ା୧୧-ଡିସେମ୍ବର ୨୪ରୁ ଆରମ୍ଭ ହେଉଥିବା ଗୋପାଳପୁର ବେଳାଭୂମି ମହୋତ୍ସବ ନିମନ୍ତେ ଗୋପାଳପୁର ବେଳାଭୂମିରେ ଜାଗା ଚିହ୍ନଟ କରାଯିବା ସହ ସୁରକ୍ଷା ଓ ପାର୍କିଂ ବ୍ୟବସ୍ଥା ଚୂଡ଼ାନ୍ତ...

ଡାକ୍ତର ଫେରାଇଦେବା ପରେ ମେଡିକାଲ ବାରଣ୍ଡାରେ ପ୍ରସବ କଲେ ମହିଳା

ଭଦ୍ରକ ଅଫିସ,୧୪ା୧୦: ଡାକ୍ତର ଫେରାଇଦେବା ପରେ ମେଡିକାଲ ବାରଣ୍ଡାରେ ପ୍ରସବ କଲେ ଜଣେ ମହିଳା। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ଚିକିତ୍ସାଳୟରେ।...

Leave a comment

Your email address will not be published. Required fields are marked *