Posted inଫୁରସତ

୯୨ ଯାତ୍ରୀଙ୍କୁ ନେଇ ଉଡିଥିବା ବିମାନ ୩୭ ବର୍ଷ ପରେ କରିଥିଲା ଅବତରଣ

କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ। କିନ୍ତୁ ୯୨ ଯାତ୍ରୀଙ୍କୁ ନେଇ ଉଡିଥିବା ଏକ ବିମାନ ପ୍ରାୟ ୩୭ ବର୍ଷ ପରେ ଅବତରଣ କରିଥିବା କୁହାଯାଏ। ସାଣ୍ଟିଆଗୋ ଏୟାର ଲାଇନ୍ସର ୫୧୩ ନମ୍ବର ବିମାନ ପଶ୍ଚିମ ଜର୍ମାନୀର ଆକେନ ଏୟାରପୋର୍ଟରୁ ଉଡାଣ ଆରମ୍ଭ କରିଥିବା ବେଳେ ଏହା ଲ୍ୟାଣ୍ଡିଂ କରିଥିବା କେହି ଦେଖି ନ ଥିବା କୁହାଯାଏ। ୪ ସେପ୍ଟେମ୍ବର ୧୯୫୪ରେ ଉକ୍ତ ବିମାନଟି ବ୍ରାଜିଲର ର୍ପୋଟୋ ଆଲିଗ୍ରି ବିମାନ ବନ୍ଦରରେ ଅବତରଣ କରିବାର ଥିଲା। ହେଲେ ଏହା ହୋଇ ନ ଥିଲା। ଉଡିବାର କିଛି ସମୟ ପରେ ଏହା ନିଖୋଜ ହୋଇଯାଇଥିଲା। ହେଲେ ଏହାର ଭଗ୍ନାବଶେଷ ବି କେଉଁଠି ମିଳିପାରି ନ ଥିଲା। କୁହାଗଲା ଆଟଲାଣ୍ଟିକ ମହାସାଗରେ ଏହା ବୋଧହୁଏ ଦୁର୍ଘଟଣା ଗ୍ରସ୍ତ ହୋଇଛି। ହେଲେ ଏହାର ସତ୍ୟାସତ୍ୟ ମଧ୍ୟ ଜଣାପଡି ନ ଥିବା କୁହାଯାଏ। ତେବେ ବିମାନଟି ଉଡିବାର ପ୍ରାୟ ୩୭ ବର୍ଷ ପରେ ର୍ପୋଟୋ ଆଲିଗ୍ରି ବିମାନ ବନ୍ଦରରେ ଏକ ଗୋଟିଏ ବିମାନ କୌଣସି ସୂଚନା ନ ଥାଇ ଅବତରଣ କରିବାକୁ ଉଦ୍ୟମ କରୁଥିଲା। ଏହି ସମୟରେ ବିମାନ ବନ୍ଦରର କର୍ମଚାରୀ ରନ୍‌ ଓ୍ବେକୁ ଖାଲି କରିଦେଇଥିଲେ। ବିମାନଟି ଅବତରଣ କରିବା ପରେ ଏହା ସାଣ୍ଟିଆଗୋ ଏୟାର ଲାଇନ୍ସର ବିମାନ ବୋଲି ଜଣାପଡିଥିଲା। ଯେଉଁ ବିମାନଟି ନିଖୋଜ ଥିଲା ଉକ୍ତ କମ୍ପାନୀର ବିମାନ ଉଡିବାର ୨ ବର୍ଷ ପରେ ଅର୍ଥାତ୍‌ ୧୯୫୪ରେ ବନ୍ଦ କରି ଦିଆଯାଇଥିଲା। ତେଣୁ ନିଖୋଜ ହେବାର ଦୀର୍ଘ ୩୭ ବର୍ଷ ପରେ ପୁଣି ବିମାନଟିକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହେଲେ କେହି କିଛି ବୁଝିବା ପୂର୍ବରୁ ବିମାନଟି ପୁଣିଥରେ ଉଡିଯାଇଥିଲା ଓ ସେ କେଉଁଆଡେ ଯାଇଥିଲା ତା’ର ଏପର୍ଯ୍ୟନ୍ତ କୌଣସି ସୂଚନା ମିଳି ନ ଥିବା କୁହାଯାଏ।


All Right Reserved By Dharitri.Com

୨୦୫୦ ବେଳକୁ ଏମିତି ଦେଖାଯାଉଥିବେ ଭାରତୀୟ ଖେଳାଳି

ସୋସିଆଲ ମିଡିଆରେ ଆଜିକାଲି ବୃଦ୍ଧା ହେବାର ଏକ ନୂଆ ଟ୍ରେଣ୍ଡ ଚାଲିଛି। ‘ଫେସ୍‌ ଆପ୍‌’ ନାମକ ଏକ ଆପ୍‌ ବ୍ୟବହାର କରି ସେଲିବ୍ରିଟିମାନେ ବୃଦ୍ଧାବସ୍ଥାରେ କେମିତି...

ଚଢ଼େଇଙ୍କ ପାଇଁ ବହୁତଳ ପ୍ରାସାଦ

ମଣିଷ ନିଜ ପାଇଁ ନିର୍ମାଣ କରିଛି ଅନେକ ବହୁତଳ ପ୍ରାସାଦ। କାଟୁଛି ବିଳାସମୟ ଜୀବନ। କିଛି ପ୍ରାଣୀ ବି ନିଜ ପାଇଁ ଛୋଟିଆ ଆବାସଟିଏ ତିଆରି...

ପତ୍ନୀଙ୍କ ସହ ଚାଲିଲେ ପୁରୁଷଙ୍କ ଗତି ୭ ପ୍ରତିଶତ ହ୍ରାସ ପାଏ

ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ ଜଣେ ବ୍ୟକ୍ତି ଯଦି ନିଜ ପତ୍ନୀ ଅବା ଗର୍ଲ ଫ୍ରେଣ୍ଡଙ୍କ ସହ ଚାଲି ଚାଲି ଯାଆନ୍ତି ତେବେ...

ବର୍ଷରେ ଥରେ ଖୋଲେ ଏହି ମନ୍ଦିର, ଜାଣନ୍ତୁ କାହିଁକି

ଦେଶରେ ଅନେକ ନାଗ ମନ୍ଦିର ରହିଛି, ଯେଉଁଠାରେ ତାଙ୍କର ପୂଜା କରାଯାଏ। କିନ୍ତୁ ଉଜ୍ଜୟିନୀରେ ଥିବା ଏକ ମନ୍ଦିର ସବୁଠାରୁ ଭିନ୍ନ। କାରଣ ଏହି ମନ୍ଦିରର...

ଯେଉଁ ମନ୍ଦିରରେ ଘିଅ ନୁହେଁ, ପାଣିରେ ଜଳୁଛି ଦୀପ

ମଧ୍ୟପ୍ରଦେଶର ନଲଖେଡ଼ା ନିକଟସ୍ଥ କାଳିସିନ୍ଧ ନଦୀ କୂଳରେ ରହିଛି ଏକ ଅଦ୍ଭୁତ ମନ୍ଦିର। ଗଡ଼ିଆଘାଟ ମାତା ନାମରେ ପ୍ରସିଦ୍ଧ ଏହି ମନ୍ଦିରର ଏକ ଅଲୌକିକ ଘଟଣା...

ଟିକ୍‌ଟକ୍‌ ହେଲା କାଳ, ପାଟିରେ ରହିଗଲା ‘ମାଉଥ୍‌ ଅରଗାନ୍‌

ଆଜିକାଲି ଯୁବପିଢିଙ୍କୁ ଟିକ୍‌ଟକ୍‌ ନିଶା ଘାରିଛି। କିଏ ଘରେ ତ ଆଉ କିଏ କଲେଜରେ, ଆଉ କେଉଁଠି ଟ୍ରେନରେ କିଏ ପାର୍କରେ ବିଭିନ୍ନ ସ୍ଥାନରେ ଟିକ୍‌ଟକ୍‌...

ନିଜ ଭିତରେ ଏହିଭଳି ପରିବର୍ତ୍ତନ ଦେଖୁଥିବା ପୁରୁଷ ଶୀଘ୍ର କରନ୍ତୁ ବିବାହ

ପ୍ରାୟ ଯୁବକଙ୍କୁ ସେମାନଙ୍କ ଅବିବାହିତ ଜୀବନ ବେଶି ପସନ୍ଦ ଆସିଥାଏ। ସେମାନେ ତାଙ୍କର ଏହି ଜୀବନକୁ ନେଇ ଖୁସିରେ ରହିବାକୁ ଚାହିଁଥାନ୍ତି। ମାତ୍ର ପରେ ଜୀବନରେ...

ଚାଇନାର ହାଇଟେକ୍‌ ଭିକାରି, କ୍ୟୁଆର୍‌ କୋଡ୍‌ ମାଧ୍ୟମରେ ମାଗୁଛନ୍ତି ଭିକ

ଚାଇନାର ସବୁ ଜିନିଷ ଯେମିତି ହାଇଟେକ୍‌, ଏଠାକାର ଭିକାରି ବି ସେମିତି ହାଇଟେକ୍‌। ଏମାନଙ୍କ ଭିକ ମାଗିବା ଅନ୍ଦାଜ ହିଁ କିଛି ଭିନ୍ନ। ସେମାନେ ଏବେ...

Leave a comment

Your email address will not be published. Required fields are marked *