Posted inଫୁରସତ

୨ ବର୍ଷରେ ଖଣ୍ଡ ଖଣ୍ଡ କରି ଖାଇଦେଇଥିଲେ ବଡ଼ ଏରୋପ୍ଲେନ୍‌

ପ୍ୟାରିସ୍‌,୧୪।୩: ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ଖାଇବା ଶୈଳୀ ରହିଥାଏ। ଫ୍ରାନ୍ସ୍‌ର ଜଣେ ବ୍ୟକ୍ତି ୨ ବର୍ଷ ମଧ୍ୟରେ ଏକ ବଡ଼ ଏରୋପ୍ଲେନ୍‌କୁ ଖଣ୍ଡ ଖଣ୍ଡ କରି ଖାଇଦେଇଥିଲେ। ଏଭଳି ନିଆରା ଖାଦ୍ୟ ଶୈଳୀ ଥିବା ବ୍ୟକ୍ତି ଥିଲେ ମିଚେଲ ଲୋଟିଟୋ। ଏଭଳି କରି ସେ ଗିନିଜ୍‌ ରେକର୍ଡ ବୁକ୍‌ରେ ସ୍ଥାନ ପାଇଥିଲେ। ୧୯୫୦ ଜୁନ୍‌ ୧୫ରେ ତାଙ୍କର ଜନ୍ମ ସ୍ଥାନୀୟ ଗ୍ରେନୋବଲଠାରେ ହୋଇଥିଲା। ୧୬ ବର୍ଷ ବୟସରୁ ବିଭିନ୍ନ ମେଟାଲରେ ନିର୍ମିତ ଜିନିଷ ଖାଇବା ସେ ଆରମ୍ଭ କରିଥିଲେ। ପ୍ରକୃତରେ ମିଚେଲଙ୍କୁ ଏକ ପ୍ରକାର ରୋଗ ହୋଇଥିବାରୁ ସେ ଏଭଳି କରୁଥିବା ଡାକ୍ତର କହୁଥିଲେ। ଏହାକୁ ଡାକ୍ତରୀ ଭାଷାରେ ପିକା କୁହାଯାଇଥାଏ। ରୋଗ ଯୋଗୁ ମିଚେଲ ନିଜ ନଖଠାରୁ ଆରମ୍ଭ କରି କାଚ ଟୁକୁଡ଼ା ମଧ୍ୟ ସହଜରେ ଖାଇପାରୁଥିଲେ। ଏସବୁ ସହଜରେ ହଜମ ବି ହେଉଥିଲା। ମାତ୍ର ସାଧାରଣ ମଣିଷଙ୍କ ଉପଯୋଗୀ ଖାଦ୍ୟ ସେ ହଜମ କରି ପାରୁ ନ ଥିଲେ। ୧୯୬୬ରେ ସେ ନିଜ ଅଜବ ଖାଦ୍ୟ ଶୈଳୀର ପ୍ରଦର୍ଶନ ମଧ୍ୟ କରିଥିଲେ । ୧୯୭୮ରେ ସେ ସୈନ୍ୟବାହିନୀର ୧୫୦-ହଓ୍ବାର୍ଡ ବିମାନକୁ ଖାଇବା ଆରମ୍ଭ କରିଥିଲେ। ୧୯୮୦ ବେଳକୁ ବିମାନଟି ଶେଷ ହୋଇଯାଇଥିଲା। ୧୯୫୯ଠାରୁ ୧୯୯୭ ମଧ୍ୟରେ ମିଚେଲ ୮୧୬୪ କିଲୋଗ୍ରାମ୍‌ ମେଟାଲ ଖାଇଦେଇଥିଲେ। ୨୦୦୭ ଜୁନ୍‌ ୨୫ରେ ୫୭ ବର୍ଷ ବୟସରେ ମିଚେଲଙ୍କର ମୃତ୍ୟୁ ଘଟିଥିଲା।


All Right Reserved By Dharitri.Com

ପାହାଡ଼ ଉପରେ ଝୁଲି ରହିଛି ୫୦୦ ବର୍ଷ ତଳର ଗାଁ

ଜନବସତି ସାଧାରଣତଃ ସ୍ଥଳଭାଗରେ ଗଢ଼ି ଉଠିଥାଏ। ମାତ୍ର ପାହାଡ଼ ଉପରେ ଝୁଲି ରହିଥିବା ଗାଁ କଥା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ। ତଥାପି ଏକ ପାହାଡ଼କୁ...

କାହିଁକି ଘୋଡ଼ା ଚଢି ବିବାହ ମଣ୍ଡପକୁ ଯାଏ ବର

ଆଧୁନିକ ଯୁଗରେ ବିବାହ କରିବାକୁ ବରମାନେ ଏବେ ଦାମୀ ଗାଡ଼ିରେ ଯାଉଥିବା ଦେଖାଯାଏ। ହେଲେ ଏବେବି ଅନେକ ସ୍ଥାନରେ ବର ଘୋଡ଼ା ଚଢି ବିବାହ ମଣ୍ଡପରେ...

ଟିସୁ ପେପରରେ ବାହାଘର ପୋଷାକ ତିଆରି କରି ରେକର୍ଡ କଲେ ମହିଳା

କାରି କରଲୋଟୋ ନାମକ ନ୍ୟୁୟର୍କର ଜଣେ ମହିଳା ଟଏଲେଟରେ ବ୍ୟବହାର କରାଯାଉଥିବା ଟିସୁ ପେପର ବ୍ୟବହାର କରି ଏକ ବିବାହ ପୋଷାକ ତିଆରି କରି ଆସିଛନ୍ତି...

କାରରେ ୧୭ଟି ଦେଶ ପାରି ହୋଇ ବିଶ୍ୱକପ୍‌ ଦେଖିବାକୁ ପହଞ୍ଚିଲେ ମାଥୁର ପରିବାର

ଲଣ୍ଡନ, ୧୦।୭: ବିଶ୍ୱର ଯେକୌଣସି ସ୍ଥାନରେ ମ୍ୟାଚ୍‌ ହେଉନା କାହିଁକି, ଭାରତୀୟ ଦଳକୁ ଚିୟର୍‌ କରିବା ପାଇଁ ଦର୍ଶକ ସେଠାରେ ପହଞ୍ଚିଯିବା କୌଣସି ଆଶ୍ଚର୍ଯ୍ୟର କଥା...

ହଷ୍ଟେଲରୁ ଖାଦ୍ୟ ଚୋରି: ଛାତ୍ରଙ୍କୁ ୨୦ ହଜାର ଜରିମାନା

ଲକ୍ଷ୍ନୌ : ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ଘଟିଛି ଅଜବ ଘଟଣା। ଭୋକରେ ଥିବା ଜଣେ ଛାତ୍ର ହଷ୍ଟେଲରୁ ଖାଦ୍ୟ ଚୋରିକରି ଖାଇବାରୁ ତାଙ୍କୁ ୨୦ ହଜାର ଟଙ୍କା...

୫ ଲକ୍ଷ ୭୦ ହଜାର ବର୍ଷ ପୁରୁଣା ହ୍ରଦର ରହସ୍ୟ ଏବେ ବି ଅଜଣା !

ମୁମ୍ବାଇ,୪।୩: ଭାରତର କେତେକ ସ୍ଥାନରେ ଏଭଳି ରହସ୍ୟ ରହିଛି ଯାହା ଏବେ ବି ବୈଜ୍ଞାନିକଙ୍କୁ ଅଜଣା। ଏପରି ଏକ ହ୍ରଦ ମହାରାଷ୍ଟ୍ରରେ ରହିଛି। ଏହାର ଉତ୍ପତ୍ତି...

ଲକ୍‌ଡାଉନ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଶିଶୁ ପାଇଁ କ୍ଷୀର ମାଗିଲେ ମା’: ସାହାଯ୍ୟ କଲେ ଓଡ଼ିଶା କ୍ୟାଡର ଆଇପିଏସ୍‌

ମୁମ୍ବାଇ,୧୪।୪: କରୋନା ସଂକ୍ରମଣ ଯୋଗୁ ଦେଶରେ ଚାଲିଥିବା ଲକ୍‌ଡାଉନ ଫଳରେ କିଏ କେତେ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି ସମୟରେ ଜଣେ ଅଟିଜିମ ପୀଡିତ...

୨୦୪୦ ବେଳକୁ ପୃଥିବୀର ୩୩ଟି ଦେଶରେ ମିଳିବନି ପିଇବା ପାଣି: ୨ ଶହ ସହରରେ ସୃଷ୍ଟି ହେବ ଜଳସଙ୍କଟ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୩: ଜଜଳବାୟୁ ପରିବର୍ତ୍ତନ, ବିଶ୍ୱତାପନ ଏବଂ ପ୍ରଦୂଷଣ ଯୋଗୁ ପୃଥିବୀ ଏବେ ଜଳ ସଙ୍କଟ ଦେଖାଦେଇଛି। ଲୋକଙ୍କୁ ପିଇବା ପାଣି ମିଳୁନି। ପୃଥିବୀର ୪ ଶହରୁ...

Leave a comment

Your email address will not be published. Required fields are marked *