ଦ୍ୱନ୍ଦ୍ୱରେ ଚାଷୀ

ଧାନ ଉତ୍ପାଦନରେ ବଳକା ଜିଲା ସୁବର୍ଣ୍ଣପୁର। ଆଧୁନିକ ଉପାୟରେ ଚାଷ କରି ସ୍ଥାନୀୟ କୁଶଳୀ ଚାଷୀ ଅଧିକ ଉତ୍ପାଦନ କରୁଛନ୍ତି। ବାହାର ଜିଲା ଓ ରାଜ୍ୟକୁ ଏଠାରୁ ଚାଉଳ ଯୋଗାଣ ହେଉଛି। ଧାନ ଚାଷରେ ସୁନାମ ମିଳିଛି। ଜିଲାର ଦୁଇ ମହିଳା ଚାଷୀ କୃଷିକର୍ମଣ ପୁରସ୍କାର ପାଇଛନ୍ତି। କିନ୍ତୁ ସରକାର ସ୍ଥାନୀୟ ଚାଷୀଙ୍କ ପାଇଁ ସମ୍ବେଦନଶୀଳ ନୁହନ୍ତି। ଧାନ ବିକ୍ରି କ୍ଷେତ୍ରରେ ସେମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଚାଷୀମାନେ ଦଲାଲଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି। ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀ ଧାନ ବିକି ପାରୁନି। ଚଳିତ ଖରିଫ୍‌ ଧାନକ୍ରୟରେ ନାନା ବିଶୃଙ୍ଖଳା ସୃଷ୍ଟି ହୋଇଛି। ଭଲ ବର୍ଷା ଓ ଅନୁକୂଳ ପାଗ ଯୋଗୁ ଅମଳ ଭଲ ହୋଇଥିଲା। ତେବେ ମିଲର୍ସଙ୍କ ମନମାନି ସାଙ୍ଗକୁ ସରକାରଙ୍କ ଅନ୍‌ଲାଇନ ଟୋକନ ପ୍ରଦାନରେ ଅହେତୁକ ବିଳମ୍ବ ଚାଷୀଙ୍କୁ କ୍ଷତି ସହିବାକୁ ବାଧ୍ୟ କରିଛି। ହଜାରହଜାର ପଞ୍ଜୀକୃତ ଚାଷୀଙ୍କୁ ଟୋକନ ମିଳି ନ ଥିବା ବେଳେ ସରକାର ଧାନକ୍ରୟ ବନ୍ଦ କରି ଦେଇଛନ୍ତି । ଟୋକନ ପାଇ ନ ଥିବା ଚାଷୀଙ୍କୁ ଧାନ ବିକ୍ରି ପାଇଁ ସୁଯୋଗ ଦେବାକୁ ଜିଲାସ୍ତରୀୟ ଧାନକ୍ରୟ କମିଟିର ସ୍ବତନ୍ତ୍ର ବୈଠକ ବସିଥିଲା। ନିର୍ବାଚିତ ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ବୈଠକରେ ଯୋଗ ଦେଇଥିଲେ। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଧାନ କିଣିବା ପାଇଁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ଚିଠି ଲେଖାଗଲା। କିନ୍ତୁ ଧାନକିଣା ଆରମ୍ଭ ହେଉନି। ଚାଷୀ ଦ୍ୱନ୍ଦ୍ୱରେ ଅଛନ୍ତି। କମ୍‌ଦରରେ ବ୍ୟବସାୟୀଙ୍କୁ ଚାଷୀ ଧାନ ବିକ୍ରି କରୁଛନ୍ତି। ଜିଲାରେ ଗତ ନଭେମ୍ବର ୧୫ ତାରିଖରୁ ଖରିଫ ଧାନକିଣା ଆରମ୍ଭ ହୋଇଥିଲା । ୪୭ ହଜାର ୯୯୦ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜୀକୃତ ହୋଇଥିଲେ । ଜିଲାରୁ ୩୪ଲକ୍ଷ କୁଇଣ୍ଟାଲ ଧାନକ୍ରୟ ପାଇଁ ଟାର୍ଗେଟ୍‌ ମିଳିଥିଲା। ୬୫ଟି ପ୍ୟାକ୍ସ ଓ ୧୪ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ୪୪ହଜାର ୭୪୦ଜଣ ଚାଷୀଙ୍କଠାରୁ ୩୨ଲକ୍ଷ ୯୦ହଜାର ୧୧୫କୁଇଣ୍ଟାଲ ଧାନ କ୍ରୟ ହୋଇଛି । ଟୋକନ ପାଇ ନ ଥିବା ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏହି ଘଟଣାରେ ଚାଷୀ ସଂଗଠନଗୁଡିକ ପକ୍ଷରୁ ସରକାରଙ୍କୁ ଦାୟୀ କରାଯାଉଛି । ସୁବର୍ଣ୍ଣପୁର ଜିଲାର ୪୧ ମିଲର୍ସ ସମସ୍ତ ଧାନ ସଂଗ୍ରହ କରିବାକୁ ଅକ୍ଷମ ଥିବାରୁ ବାହାର ଜିଲାର ମିଲର୍ସଙ୍କୁ ସାମିଲ କରିବା ପାଇଁ ପ୍ରଶାସନ ଚିଠି ଲେଖିଥିଲା। ହେଲେ ରାଜ୍ୟ ଯୋଗାଣ ନିଗମ ଦେଢ ମାସ ବିଳମ୍ବରେ ବରଗଡ ଓ ସମ୍ବଲପୁର ଜିଲାର ୧୩ ମିଲର୍ସଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରିଥିଲେ। ଅନ୍‌ଲାଇନ ଟୋକନ ଇସ୍ୟୁ ଓ କ୍ୟାନସେଲ ସମ୍ପର୍କରେ ଚାଷୀ ବୁଝି ପାରିଲେନି । ଅଦିନିଆ ବର୍ଷା ମଧ୍ୟ ଦାଉ ସାଧିଲା। ତେଣୁ ଟୋକନ ଇସ୍ୟୁ କରିବା ସହ ଧାନ ସଂଗ୍ରହ ଅବଧି ବୃଦ୍ଧି କରିବାକୁ ଚାଷୀମାନେ ଦାବି କରିଛନ୍ତି ।


All Right Reserved By Dharitri.Com

ଅଦ୍ୱିତୀୟ ସ୍ରଷ୍ଟା ଫକୀରମୋହନ ଥିଲେ ପ୍ରଚଣ୍ଡ ସ୍ବାଭିମାନୀ

ବାଲେଶ୍ୱର ଅଫିସ, ୧୪।୧-ବାଲେଶ୍ୱର ଜିଲା ନୂଆପାଢ଼ୀସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ବ୍ୟାସକବି ଫକୀରମୋହନଙ୍କର ୧୭୭ତମ ଜୟନ୍ତୀ ସମାରୋହ ସୋମବାର ଅନୁଷ୍ଠିତ ହୋଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର...

କଲୁଙ୍ଗା ଲ୍ୟାମ୍ପରୁ ଲୁଟ, ବନ୍ଧୁକ ଦେଖାଇ ୩ ଲକ୍ଷ ୯୭ହଜାର ଲୁଟିନେଲେ ଦୁର୍ବୃତ୍ତ

ରାଉରକେଲା,୨୮।୬: ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ଲ୍ୟାମ୍ପରୁ ଶୁକ୍ରବାର ଲୁଟ୍‌ ହୋଇଛି। ସକାଳ ସାଢ଼େ ୧୦ଟା ବେଳେ ଲ୍ୟାମ୍ପ ଖୋଲିବା ସମୟରେ ଅଜଣା ଦୁର୍ବୃତ୍ତ...

କରୋନା ପ୍ରତିହତ ପାଇଁ ଗାଁ ଗାଁରେ ଶପଥ ପାଠ କରାଇଲା ପୋଲିସ

ଦାରିଙ୍ଗବାଡ଼ି,୩୦।୩(ଡି.ଏନ୍‌.ଏ.): କରୋନା ସଂକ୍ରମିତକୁ ପ୍ରତିହତ କରିବା ପାଇଁ ପୋଲିସ ପ୍ରଶାସନ କଡ଼ା ପଦକ୍ଷେପ ନେଇଛି। ଦିନରାତି ବିଭିନ୍ନ ଗାଁ, ଛକ ବଜାର ବ୍ଲକିଂ ସହ ପାଟ୍ରୋଲିଂ...

ବାଡ଼ିପାଙ୍ଗାବାସୀଙ୍କ ଭରସା ପରିତ୍ୟକ୍ତ କୂଅ

ତୁମୁଡ଼ିବନ୍ଧ,୧୫ା୬(ଡି.ଏନ୍‌.ଏ.)-ତୁମୁଡ଼ିବନ୍ଧ ବ୍ଲକ ଅଞ୍ଚଳରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା। ଭୂପୃଷ୍ଠ ଜଳସ୍ତର କମିବା ସହ ନଦୀ ନାଳ ପୋଖରୀ ଶୁଖିଯାଇଛି। କୂଅର ଗୋଳିଆ ପାଣି...

ଅଶାନ୍ତ ସମୁଦ୍ର, ୪୮ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ବାରଣ

ଗୋପାଳପୁର,୬ା୯-ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ଦୁଇଦିନ ହେଲା ଗଞ୍ଜାମ ଜିଲାରେ ବର୍ଷା ଲାଗି ରହିଛି। ବୁଧବାର ସକାଳ ୮.୩୦ରୁ ଗୁରୁବାର ୮.୩୦...

ଦୋକାନୀଙ୍କୁ ତାଗିଦ୍‌, ସାମାଜିକ ଦୂରତ୍ୱ ନ ରଖିଲେ କାର୍ଯ୍ୟାନୁଷ୍ଠାନ: ବାଲେଶ୍ୱର ଜିଲାପାଳ

ବାଲେଶ୍ୱର ଅଫିସ, ୭।୪-କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଓ ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସାମାଜିକ ଦୂରତ୍ୱ କଟକଣାକୁ କଡ଼ାକଡ଼ି କରାଯାଇଛି। ଅନେକ...

କାମରେ ଲାଗୁନି ବରିପାଳ ଫରେଷ୍ଟ ବିଟ୍‌

ଘସିପୁରା,୧୬।୧୧(ଡି.ଏନ.ଏ.)- କେନ୍ଦୁଝର ଜିଲାରେ କାଠ ଚୋରଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଥିବାରୁ ବନ ସମ୍ପଦ ଉଜଡ଼ିବାରେ ଲାଗିଛି। ଆବଶ୍ୟକ କର୍ମଚାରୀ ଅଭାବରୁ ଜଙ୍ଗଲ ସୁରକ୍ଷା କାର୍ଯ୍ୟ ବାଧାପ୍ରାପ୍ତ...

ବିଷାକ୍ତ ଭୋଗ ଖାଇ ଏମ୍‌ଭି-୨୫ ଗ୍ରାମର ୧୫୦ରୁ ଊର୍ଦ୍ଧ୍ୱ ଅସୁସ୍ଥ, ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

କୋରକୋଣ୍ଡା/ମାଲକାନଗିରି,୬।୬(ଡି.ଏନ୍‌.ଏ./ସ୍ବ.ପ୍ର.): ମାଲକାନଗିରି ଜିଲା ଏମ୍‌ଭି-୨୫ ଗ୍ରାମରେ ବିଷାକ୍ତ ଭୋଗ ଖାଇ ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ପାଗଳ କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀରରେ...

Leave a comment

Your email address will not be published. Required fields are marked *