ମା’-ବାପାଙ୍କ ମୃତ୍ୟୁ ପରେ ଭଉଣୀ ଭାଇ ବେସାହାରା

ଦଶମନ୍ତପୁର,୧୪।୩(ଡି.ଏନ୍‌.ଏ.)ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତ ଅଙ୍ଗାରଗୁଡ଼ାରେ ଦୁଇ ଭଉଣୀ, ଭାଇ ମା’-ବାପାଙ୍କ ମୃତ୍ୟୁ ପରେ ଏବେ ବେସାହାରା ହୋଇପଡ଼ିଛନ୍ତି। ସେମାନେ ହେଲେ ମୃତ ଲିମଦାଶ ଜାନୀ ଓ ସ୍ତ୍ରୀ ରୁକମଣି ଜାନୀଙ୍କ ବଡ଼ ଝିଅ ମୋତି ଓ ପୁଅ ଦୁକୁ (୧୧)। ମୋତିଙ୍କୁ ୬ ବର୍ଷ ହୋଇଥିବା ବେଳେ ପିତା ଲିମଦାଶ ଅଜଣା ରୋଗରେ ଆକ୍ରାନ୍ତ ହୋଇ କୋରାପୁଟ ଜିଲା ମୁଖ୍ୟ ଚିକିତ୍ସାଳୟରେ ମାସାଧିକ କାଳ ଚିିକିତ୍ସିତ ହେବା ପରେ ଆଖି ବୁଜିଥିଲେ। ସେତେବେଳେ ପୁଅ ଦୁକୁ ଜନ୍ମ ହେବାର ମାତ୍ର ୮ ଦିନ ହୋଇଥାଏ। ବାପାଙ୍କୁ ଦେଖି ଚିହ୍ନିବା ଓ ତାଙ୍କ ସ୍ନେହ ପାଇବା ପୂର୍ବରୁ ସେ ଆରପାରିକୁ ଚାଲିଗଲେ। ଏହାପରେ ସ୍ତ୍ରୀ ରୁକମଣିଙ୍କ ମୁଣ୍ଡରେ ୩ ପ୍ରାଣୀ କୁଟୁମ୍ବର ବୋଝ ପଡ଼ିଥିଲା। ୮ ଦିନର ଶିଶୁକୁ ନିଜ ପିଠି ପଛରେ ବାନ୍ଧି ଗାଁରେ କୁଲି କରି ବହୁ କଷ୍ଟରେ ଅର୍ଥ ରୋଜଗାର କରି ସମସ୍ତଙ୍କ ପେଟକୁ ଦାନା ଦେଉଥିଲେ ରୁକମଣି। ପୁଅ ଦୁକୁ ଗାଁ ନିକଟସ୍ଥ ଖଜୁରିଗୁଡ଼ା ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ିବା ବେଳକୁ ଗତ ୧ ତାରିଖ ଅସୁସ୍ଥ ଥାଇ ଆଖି ବୁଜିଛନ୍ତି ରୁକମଣି। ଫଳରେ ଦୁଇ ଝିଅ, ପୁଅ ଏବେ ମା’-ବାପାଛେଉଣ୍ଡ ହେବା ସହ ବେସାହାରା ପାଲଟି ଯାଇଛନ୍ତି। ଗାଁ ଲୋକେ ଅର୍ଥ ଆଦାୟ କରି ଶବଦାହ କରିଛନ୍ତି। ଉଭୟ ଭଙ୍ଗା ଦଦରା ଘରେ କେମିତି ଚଳିବେ, ତାହା ଏବେ ବଡ଼ ପ୍ରଶ୍ନ। ପ୍ରଶାସନ ଏମାନଙ୍କୁ ସହଯୋଗର ହାତ ବଢ଼ାଇବାକୁ ଦାବି ହୋଇଛି।


All Right Reserved By Dharitri.Com

ଅଦାଲତ ଅବମାନନା ମାମଲା: ୪ରେ ପରବର୍ତ୍ତୀ ଶୁଣାଣି

କଟକ ଅଫିସ, ୨୨ା୧୦: ଆଇନଜୀବୀଙ୍କ କୋର୍ଟ ବର୍ଜନ ଆନ୍ଦୋଳନକୁ ନେଇ ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ରୁଜୁ ହୋଇଥିବା ଅଦାଲତ ଅବମାନନା ମାମଲାର ପରବର୍ତ୍ତୀ...

୪ ଆଇଏଏସ୍‌ଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣରୁ ସାଧାରଣ ଜନତାଙ୍କୁ ରକ୍ଷା କରିବା ପାଇଁ ପ୍ରଶାସନ ଯଥାସମ୍ଭବ ପଦକ୍ଷେପ ନେଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...

ଫନୀ ପ୍ରଭାବିତ ୫ ଜିଲାର ହିତାଧିକାରୀ ପାଇବେ ଅତିରିକ୍ତ ଭତ୍ତା

ଭୁବନେଶ୍ୱର, ୨୫।୬(ବ୍ୟୁରୋ): ବାତ୍ୟା ଫନୀ ପ୍ରଭାବିତ ଅଞ୍ଚଳ ପାଇଁ ସରକାରଙ୍କ ନୂଆ ଘୋଷଣା। ଫନୀ ଦ୍ୱାରା ବିଶେଷ ପ୍ରଭାବିତ ହୋଇଥିବା ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା...

ନବ ଦମ୍ପତିଙ୍କୁ ପିଆଜ ଭେଟି

ଅନୁଗୋଳ ଅଫିସ, ୧୦।୧୨ ଚଢ଼ା ଦରରେ ବିକ୍ରି ହେଉଥିବା ପିଆଜ ଏବେ ଉପହାର ପାଲଟିଯାଇଛି। ମୂଲ ଆକାଶ ଛୁଆଁ ହୋଇଥିବାରୁ ଏହାକୁ ଲୋକେ ବିବାହ ଆଦି...

ଏଣିକି ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ଦିଆଯିବ ମଧ୍ୟାହ୍ନ ଭୋଜନ ଦାୟିତ୍ୱ

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ଏଣିକି ସ୍କୁଲ ମଧ୍ୟାହ୍ନଭୋଜନ ଦାୟିତ୍ୱ ବୁଝିବେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ। ମିଶନ ଶକ୍ତି ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଛି।...

ପୁଣି ଚର୍ଚ୍ଚାରେ ଏସପି ସାରା ଶର୍ମା:ଅଧିକାରୀ, ଜନସାଧାରଣଙ୍କୁ ଦେଲେ ବ୍ୟାୟାମ ତାଲିମ

ପାରଳାଖେମୁଣ୍ଡି,୨୦-୧୧ (ସ୍ବ.ପ୍ର.):ପୁଣି ଚର୍ଚ୍ଚାରେ ଗଜପତି ଏସପି ସାରା ଶର୍ମା। ପୂର୍ବରୁ ମହିଳାଙ୍କ ସୁରକ୍ଷା ପାଇଁ ସି-ଟିମ୍‌ ଗଠନ କରିବା ସହ ଏଥିପାଇଁ ଗୀତଗାଇ ଚର୍ଚ୍ଚାକୁ ଆସିଥିଲେ।...

ତେଲେଙ୍ଗା ବଜାରରେ ଅଗ୍ନିକାଣ୍ଡ : ଜଳିଗଲା ୪୦ରୁ ୫୦ ଲକ୍ଷ ଟଙ୍କାର ସାମଗ୍ରୀ

କଟକ ଅଫିସ, ୫।୧: କଟକର ପୁରୀଘାଟ ଥାନା ଅନ୍ତର୍ଗତ ତେଲେଙ୍ଗା ବଜାରରେ ଥିବା ରଘୁନାଥଜୀଉ ସପ୍ଲାୟର୍ସରେ ରବିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଥିବା ପ୍ରାୟ...

ବଜାରରେ ଡିଜାଇନ୍‌ ପାଇନ ଟ୍ରି

ଭୁବନେଶ୍ୱର, ୧୩ା୧୨(ବ୍ୟୁରୋ):ଆରମ୍ଭ ହୋଇଯାଇଛି କ୍ରିସ୍‌ମାସ ପ୍ରସ୍ତୁତି। ବଡ଼ଦିନକୁ ଆଉମାତ୍ର କିଛିଦିନ ବାକି ରହିଥିବାବେଳେ ଚାରିଆଡେ ଉତ୍ସବର ମାହୋଲ ଦେଖିବାକୁ ମିଳିଲାଣି। ସହରର ଛକ, ବଜାରରେ କ୍ରିସ୍‌ମାସ...

Leave a comment

Your email address will not be published. Required fields are marked *