ଗ୍ରୀଷ୍ମ ଆରମ୍ଭରୁ ଜଳକଷ୍ଟ

ବିନିକା,୧୩ା୩(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ମହାଦେବପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଂସାମୁରା ଗାଁରେ ଗ୍ରୀଷ୍ମ ଆରମ୍ଭରୁ ଜଳକଷ୍ଟ ଦେଖାଦେଲାଣି। ୨ଟି ଓ୍ବାର୍ଡରେ ବିଶିଷ୍ଟ ଏହି ଗ୍ରାମରେ ୭ଶହରୁ ଉର୍ଦ୍ଧ୍ୱ ଲୋକେ ବାସ କରୁଥିବା ବେଳେ ରହିଛି ୪ଟି ନଳକୂପ। ସ୍କୁଲ ଛକରେ ଥିବା ନଳକୂପ ସଚଳ ଥିବାବେଳେ ଅନ୍ୟ ୩ଟି ଦୀର୍ଘମାସ ହେଲା ଅଚଳ ହୋଇପଡିଛି ା ଏହି ପରିସ୍ଥିତିରେ ଗଁାଲୋକେ ପାନୀୟ ଜଳପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୩ମାସ ତଳେ ଦେଢଲକ୍ଷ ଟଙ୍କା ବ୍ୟୟରେ ଗାଁରେ ଏକ ସୌରଶକ୍ତି ଚାଳିତ ଜଳଯୋଗାଣ ପ୍ରକଳ୍ପ ନିର୍ମିତ ହୋଇଥିଲ। ହେଲେ ସେଥିରୁ ପାଣି ବାହାରୁ ନାହିଁ। ଅନ୍ୟନୋପାୟ ହୋଇ ଗ୍ରାମର ମହିଳାମାନେ ଗାଁ ସ୍କୁଲ ଛକ ନଳକୂପ ଓ ୨କିମି ଦୂର ସୋନପୁର-ବିନିକା ମୁଖ୍ୟରାସ୍ତାରେ ଥିବା ନଳକୂପର ଜଳ ସଂଗ୍ରହ କରୁଛନ୍ତି। ସେଠାରେ ପାଣି ପାଇଁ ଲମ୍ବାଧାଡି ଲାଗୁଛି। ବହୁ ସମୟରେ ଜଳ ସଂଗ୍ରହ କରିବା ବେଳେ ଗଣ୍ଡଗୋଳ ବି ହେଉଛି। ପାନୀୟ ଜଳ ସମସ୍ୟା ଓ ଅଚଳ ନଳକୂପ ମରାମତି ପାଇଁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଅଧିକାରୀଙ୍କୁ ଗ୍ରାମବାସୀ ଅଭିଯୋଗ କରି ଆସୁଥିଲେ ସଦ୍ଧା ସମସ୍ୟାର ସମାଧାନ ହୋଇ ପାରିନାହିଁ ା ଏ ନେଇ ବିଭାଗୀୟ ଯନ୍ତ୍ରୀ ରଞ୍ଜନ ପୁଟେଲଙ୍କୁ ପଚାରିବାରୁ ସଂସାମୁରାରେ ଜଳକଷ୍ଟ ନେଇ ଆମେ କୌଣସି ଅଭିଯୋଗ ଏ ଯାଏ ପାଇନାହୁଁ। ତେବେ ଘଟଣାର ତଦନ୍ତ କରି ବିହିତ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ ା ଅବିଳମ୍ବେ ଏହିସବୁ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନାତ୍ମପନ୍ଥା ଗ୍ରହଣ କରାଯିବ ବୋଲି ସଂସାମୁରା ଗ୍ରାମର ସୀତା ମହାପାତ୍ର, ସାବିତ୍ରୀରାଣୀ ପାଣ୍ଡେ, ହେମବତୀ ରଣା, ଭୂମିସୂତା ରଣା, ଗୋଲାପୀ ରଣା, ବୈଦେହୀ ସାଥୁଆ, ଜୟ ରାମ ଖମାରୀ, ଧନୁ ରଣା ପ୍ରମୁଖ ଚେତାବନୀ ଦେଇଛନ୍ତି।


All Right Reserved By Dharitri.Com

କେନ୍ଦ୍ର ଅର୍ଥ ଲୁଟିବାକୁ ଯୋଜନା: ଭାଜପା

ଭୁବନେଶ୍ୱର,୨୨।୫(ବ୍ୟୁରୋ): ଦୁଇଦିନ ତଳେ ରାଜ୍ୟ କ୍ୟାବିନେଟ୍‌ରେ ପୂର୍ତ୍ତ ବିଭାଗରେ ବିନା ଟେଣ୍ଡରରେ ୫ ଲକ୍ଷ ଟଙ୍କାର କାମ ପାଇଁ କାର୍ଯ୍ୟାଦେଶ ଦିଆଯାଇ ପାରିବ ବୋଲି ନିଷ୍ପତ୍ତି...

କାଟୁ କରୁନି କରୋନା କଟକଣା

କଟକ ଅଫିସ୍‌,୨୮ା୩: ଦେଶରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ୨୪ତାରିଖ ମଧ୍ୟରାତ୍ରିରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ...

ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ପରିବାର

ବରଗଡ଼ ଅଫିସ୍‌,୨୭।୩- ପରିବାରରେ କାହାକୁ କରୋନା ଭାଇରସ୍‌ ସଂକ୍ରମଣ କରି ନାହିଁ । କେହି ପରିବାର ସଦସ୍ୟ ରାଜ୍ୟ କିମ୍ବା ଦେଶ ଫେରନ୍ତା ନୁହଁନ୍ତି ।...

ଭାସୁଛି ୫କେଜିର ପଥର

ନିମାପଡ଼ା,୧୪ା୮(ଡି.ଏନ୍‌.ଏ.): ନିମାପଡ଼ା ବ୍ଲକ ଅନ୍ତର୍ଗତ ଡମ୍ପାଳୋ ଗ୍ରାମପଞ୍ଚାୟତର ଆଶାପୂରଣ ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନିତ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ଆରାଧ୍ୟ ଦେବତା ପ୍ରଭୁ ଆଖଣ୍ଡେଳଶ୍ୱର ମହାଦେବଙ୍କ...

ଗୃହ କାର୍ଯ୍ୟାଦେଶ ବିଲ୍‌ ପାଇଁ ଲାଞ୍ଚ: ବାର୍ତ୍ତାଳାପ ରେକର୍ଡିଂ ଶୁଣାଇଲେ ହିତାଧିକାରୀ

କାମାକ୍ଷାନଗର, ୧।୧୧(ଡି.ଏନ.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ସୋଗର ପଞ୍ଚାୟତରେ ଆବାସ ଯୋଜନାର ବିଲ୍‌ ପୈଠ ପାଇଁ ବ୍ୟାପକ ଲାଞ୍ଚ କାରବାର ହେଉଛି। ଏଥିରେ ପିଇଓଙ୍କ ସମ୍ପୃକ୍ତି...

ଶ୍ରୀ ଜଂଘା ବଡ଼ଦେଓ ବାର୍ଷିକ ପୂଜା: ବିଧାୟକଙ୍କ ଅସ୍ବାଭାବିକ ଆଚରଣକୁ ନେଇ ଚର୍ଚ୍ଚା

ବଇଣ୍ଡା, ୫।୧(ଡି.ଏନ.ଏ.)-ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଆମ୍ବଶରମୁଣ୍ଡା ଗ୍ରାମରେ ରବିବାର ଅନୁଷ୍ଠିତ ଶ୍ରୀ ଜଂଘା ବଡ଼ଦେଓଙ୍କ ବାର୍ଷିକ ପୂଜା ଉତ୍ସବରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର...

କଳାବଜାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ: ବିଭାଗୀୟ ମନ୍ତ୍ରୀ

ଭୁବନେଶ୍ୱର, ୧୬।୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ଯୋଗାଣ ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି। କଳାବଜାର ରୋକିବା ପାଇଁ ବିଭାଗ କଡ଼ା ପଦକ୍ଷେପ ନେଇଛି। ଖାଦ୍ୟ ସାମଗ୍ରୀ,...

୯୦ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ

ଭୁବନେଶ୍ୱର, ୨୦ା୨(ବ୍ୟୁରୋ): ରାଜ୍ୟର ୯୦ଟି ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ନାହିଁ। ପିଲାମାନେ ବାହାରେ ବସି ପାଠ ପଢ଼ୁଛନ୍ତି। ୧୧୫ ବିଦ୍ୟାଳୟର ନିଜସ୍ବ ଗୃହ ନାହିଁ।...

Leave a comment

Your email address will not be published. Required fields are marked *