ଆଲିଗଡ଼ ଲଜ୍ଜା: ବାଲୁକାକଳା ମାଧ୍ୟମରେ ଶିଶୁକନ୍ୟାଙ୍କ ଲାଗି ନ୍ୟାୟ ଭିକ୍ଷା କଲେ ସୁଦର୍ଶନ

ପୁରୀ ଅଫିସ,୮।୬: ଉତ୍ତରପ୍ରଦେଶ(ୟୁପି)ର ଆଲିଗଡ଼ରେ ଜଣେ ଅଢ଼େଇ ବର୍ଷର ଶିଶୁକନ୍ୟାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ଅଭିଯୁକ୍ତ ଜାହିଦ ଓ ଅସଲମ୍‌ଙ୍କୁ ତୁରନ୍ତ ଦଣ୍ଡିତ କରାଯାଉ ବୋଲି ଦେଶବ୍ୟାପି ସ୍ବର ଉଠୁଛି। ଏହି କ୍ରମରେ ଶନିବାର ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳା ମାଧ୍ୟମରେ ଘଟଣାକୁ ଘୃଣ୍ୟ ତଥା ଅମାନବୀୟ କହିବା ସହ ଶିଶୁକନ୍ୟାଙ୍କ ଲାଗି ନ୍ୟାୟ ଭିକ୍ଷା କରିଛନ୍ତି।

ସୂଚନାଯୋଗ୍ୟ, ଆଲିଗଡ଼ଠାରୁ ୫୦ କିମି ଦୂର ତପ୍ପାଲ ସହରରେ ଅଢ଼େଇ ବର୍ଷୀୟା ଶିଶୁକନ୍ୟା ନିଖୋଜ ହୋଇଥିଲେ। ଏହାର ଦୁଇ ଦିନ ପରେ ଏକ ଅଳିଆ ଗଦାରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ତନାଘନା ପରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୋଲିସ ପଚରାଉଚରା କରିବା ପରେ ସେମାନେ ମାତ୍ର ଦଶହଜାର ଟଙ୍କାକୁ ନେଇ ତାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତମାନେ ବୟାନ ଦେଇଥିଲେ। ଅପହରଣ ପରେ ସେମାନେ ଶିଶୁକନ୍ୟାଙ୍କ ଆଖି ଦୁଇଟିକୁ ନଷ୍ଟ, ମସ୍ତିଷ୍କକୁ ଗଳିତ ଏବଂ ହାତଗୋଡ଼ ଭାଙ୍ଗି ଦେଇଥିଲେ। ଏଥିସହ ତାଙ୍କୁ ହତ୍ୟା କରିବା ପୂର୍ବରୁ ବଳାତ୍କାର କରାଯାଇଥିବା ସନ୍ଦେହ କରାଯାଉଛି। ଏ ନେଇ ଖବର ପ୍ରଚାରିତ ହେବା ପରେ କେବଳ ଆଲିଗଡ଼ ନୁହେଁ ବରଂ ଦେଶବ୍ୟାପୀ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ବର ଉଠୁଛି।


All Right Reserved By Dharitri.Com

ଆଜିଠୁ ବାଲିଯାତ୍ରା

କଟକ ଅଫିସ, ୧୨ା୧୧: ମଙ୍ଗଳବାରଠାରୁ ଆରମ୍ଭ ହେଉଛି ଐତିହାସିକ କଟକ ବାଲିଯାତ୍ରା। ଏହାକୁ ନେଲ ଚଳଚଞ୍ଚଳ ହୋଇଉଠିଛି କଟକ ସହର। ପଡିଆର ଉଭୟ ପଟେ ପାଖାପାଖି...

ଡକାୟତି ଯୋଜନା ପଣ୍ଡ : ରିଭଲଭର ଜବତ, ୩ ଗିରଫ

ଚୌଦ୍ୱାର, ୨୩ା୬(ଡି.ଏନ୍‌.ଏ.) : ଚୌଦ୍ୱାର ପୋଲିସ ୩ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ସେମାନଙ୍କଠାରୁ ଗୋଟିଏ ଦେଶୀ ରିଭଲଭର ଓ ହୋଣ୍ଡା...

ଋଷିକୁଲ୍ୟା, ବଡନଦୀରେ ପ୍ରଥମ ବନ୍ୟାଜଳ

ଆସିକା,୭।୮(ଡି.ଏନ୍‌.ଏ.)- ଗତ ସୋମବାର ଠାରୁ ଆସିକା ତଥା ଆଖପାଖ ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି ା ବୁଧବାର ମଧ୍ୟାହ୍ନରେ ଆସିକାର ଉଭୟ...

ଅନ୍‌ ଲାଇନ୍‌ କାରବାର ପାଇଁ ଇପିଏଫ୍‌ ଉପଭୋକ୍ତାଙ୍କୁ ପରାମର୍ଶ

ଭୁବନେଶ୍ୱର,୨୧ା୩ (ବ୍ୟୁରୋ): ଇପିଏଫ୍‌ଓ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଉପଭୋକ୍ତାଙ୍କୁ ଅନ୍‌ ଲାଇନ୍‌ ଜରିଆରେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ନିବେଦନ କରାଯାଇଛି। କେନ୍ଦ୍ର ଓ ରାଜ୍ୟ...

ଚାକିରି ସ୍ଥାୟୀତ୍ୱ କହି ଆଉଟସୋର୍ସିଂ ସଂସ୍ଥା ଲୁଟିଲା

ଫୁଲବାଣୀ ଅଫିସ, ୧୨ା୫- କରୋନାକୁ ପ୍ରତିହତ କରିବା ଲାଗି ସରକାର ବହୁବିଧ ପଦକ୍ଷେପ ନେଉଛନ୍ତି। କନ୍ଧମାଳ ଜିଲା ମେଡିକାଲରେ କର୍ମଚାରୀ ଅଭାବକୁ ଦୃଷ୍ଟିରେ ରଖି କେବଳ...

କରୋନା କଟକଣାରେ ସାମାଜିକ ଦୂରତା: ବିଜେପୁରରେ ଘରକୁ ଘର ବଣ୍ଟା ଯାଉଛି ଭତ୍ତା

ବିଜେପୁର,୨୭।୩(ଡି.ଏନ୍‌.ଏ.): କରୋନା କଟକଣା ଯୋଗୁ ଗତ ମଙ୍ଗଳବାର ମଧ୍ୟ ରାତ୍ରରୁ ସମସ୍ତ ଜିଲା ଲକ୍‌ଡାଉନ୍‌ କରାଯାଇଛି।ଏହି ଭାଇରସକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ରକ୍ଷା...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଲଗାଇଲେ ନିଆଁ: ମାଛପଡ଼ା ଗ୍ରାମରେ ୨୧ ବଖରା ଭସ୍ମ; ୨ ଅଟକ, ପୋଲିସ ଆହତ

ଡେଲାଙ୍ଗ,୧୨ା୧୧(ଡି.ଏନ.ଏ.)- ଡେଲାଙ୍ଗ ଥାନା ଅଧୀନସ୍ଥ ଗୁଆଳିପଡା ପଞ୍ଚାୟତର ମାଛପଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏକ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୦...

ଆଜିଠାରୁ ମା’ ଲୋଭୀ ଠାକୁରାଣୀଙ୍କ ଯାତ୍ରା

(ଉପେନ୍ଦ୍ର ରାଉତ) ବଅଁରପାଳ, ୧୨।୧୧ ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଗଡ଼ସନ୍ତ୍ରୀ ଠାରେ ଥିବା ମା’ ଲୋଭୀ ଠାକୁରାଣୀଙ୍କ ଯାତ୍ରା ମଙ୍ଗଳବାରଠାରୁ ଆରମ୍ଭ ହେବ। ଗଡ଼ସନ୍ତ୍ରୀ...

Leave a comment

Your email address will not be published. Required fields are marked *