Posted inଜାତୀୟ

ଘରୋଇ କମ୍ପାନୀର ଜଣେ କର୍ମଚାରୀ କରୋନା ସଂକ୍ରମିତ: ସ୍ବାସ୍ଥ୍ୟ ବିଭାଗର ନଜରରେ ୭ଶହରୁ ଊର୍ଦ୍ଧ୍ୱ କର୍ମଚାରୀ

ନୋଏଡା,୧୩।୩: ଭାରତରେ ଆଉ ଏକ କରୋନା ଭାଇରସ୍‌ ପଜିଟିଭ୍‌ ମାମଲା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ ନୋଏଡାରେ ଏକ ପ୍ରାଇଭେଟ୍‌ ଫାର୍ମରେ କାମ କରୁଥିବା ଜଣେ କର୍ମଚାରୀ କରୋନା ଭାଇରସ୍‌ରେ ପୀଡ଼ିତ ଥିବା ଜଣାପଡ଼ିଛି। ଏନେଇ ନୋଏଡାର ସିଏମ୍‌ଓ ଶୁକ୍ରବାର ସୂଚନା ଦେଇଛନ୍ତି। ଏହା ସହିତ ଭାରତରେ କରୋନା ଭାଇରସ୍‌ ମାମଲା ୭୫କୁ ଟପିଛି। ସୂଚନାଯୋଗ୍ୟ, ଉକ୍ତ ସଂକ୍ରମିତ ବ୍ୟକ୍ତି ଦିଲ୍ଲୀରେ ରହୁଥିବା ବେଳେ ନିକଟରେ ସେ ଫ୍ରାନ୍ସ , ଇଟାଲି ଓ ଚାଇନାରୁ ଫେରିଥିବା ଜଣାପଡ଼ିଛି। ସ୍ବାସ୍ଥ୍ୟଗତ ସମସ୍ୟା ହେବାରୁ ସେ ନିଜର ଯାଞ୍ଚ କରାଇଥିଲେ। ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ତେବେ କମ୍ପାନୀରେ ପ୍ରଥମ ପଜିଟିଭ୍‌ ମାମଲା ଆସିବା ପରେ ସୁରକ୍ଷା ଦୃଷ୍ଟିରୁ ଅନ୍ୟ ୭୦୭ କର୍ମଚାରୀଙ୍କୁ ସ୍ବାସ୍ଥ୍ୟବିଭାଗର ନଜରରେ ରଖାଯାଇଛି। ଅପରପକ୍ଷେ କରୋନାରୁ ମୁକୁଳିବା ପାଇଁ ରାଜ୍ୟରେ ସ୍କୁଲ, କଲେଜ ଓ ସିନେମା ହଲ୍‌କୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି।


All Right Reserved By Dharitri.Com

ବ୍ଲିଚିଂ ପାଉଡ଼ରରେ ବି କରିହେବ ଘର, କାର୍ଯ୍ୟାଳୟ ସାନିଟାଇଜ୍‌

ନୂଆଦିଲ୍ଲୀ,୨୨।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ଦେଶବ୍ୟାପି ଲୋକଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ପ୍ରସାରଣ ଜାରି ରଖିଛନ୍ତି। କରୋନାଠାରୁ ଦୂରେଇ ରହିବା...

କମଲେଶ ହତ୍ୟାକାଣ୍ଡ: ଅପରାଧୀଙ୍କୁ ଧରାଇଦେଲେ ୨.୫ ଲକ୍ଷ ପୁରସ୍କାର

ଲକ୍ଷ୍ନୌ,୨୨ା୧୦(ପି.ଟି.): ହିନ୍ଦୁବାଦୀ ନେତା କମଲେଶ ତିଓ୍ବାରୀଙ୍କ ହତ୍ୟାକାଣ୍ଡ ସହ ସମ୍ପୃକ୍ତ ଦୁଇ ସନ୍ଦିଗ୍ଧଙ୍କୁ ଧରାଇଦେଲେ ୨.୫ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ଦିଆଯିବ ବୋଲି ଉତ୍ତରପ୍ରଦେଶ...

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୧୮।୧: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଥମିବାର ନାଁ ଧରୁନି। ଶନିବାର ପାକିସ୍ତାନ ରାଜୌରୀ ଜିଲାର ନୌସେରା ଏବଂ ଲାମ୍‌ ସେକ୍ଟରରେ ଥିବା ଭାରତୀୟ...

ଭାରତରେ ୧୧ହଜାରରୁ ଊର୍ଦ୍ଧ୍ୱ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୫।୪: ଦେଶରେ ଲକ୍‌ଡାଉନ୍‌ର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ୧୧ହଜାରରୁ ଉର୍ଦ୍ଧ୍ୱ ଟପିଛି। ଭାରତରେ ଏପର୍ଯ୍ୟନ୍ତ କରୋନାରେ ସଂକ୍ରମିତ ହୋଇ...

ଚନ୍ଦ୍ରାବାବୁଙ୍କୁ ଅମରାବତୀ ବାସଭବନ ଖାଲି କରିବାକୁ କହିବା ସହ ୧୭ଟି ବିଲ୍ଡିଂକୁ ନୋଟିସ୍‌ ପଠାଇଲେ ଜଗନ ସରକାର

ହାଇଦ୍ରାବାଦ,୨୮।୬: ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ବିରୋଧରେ ଆଉ ଏକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅମରାବତୀରେ ଥିବା ନାଇଡୁଙ୍କ...

ପ୍ରଧାନମନ୍ତ୍ରୀଙ୍କ ଲକ୍‌ଡାଉନ୍‌ ନିଷ୍ପତ୍ତିକୁ ପ୍ରଶଂସା କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୧।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍‌ଡାଉନ୍‌ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। କେଜରିଓ୍ବାଲ ଟୁଇଟ୍‌ କରି କହିଛନ୍ତି ଯେ, କରୋନା ସଂକ୍ରମଣ...

କୋଟାରେ ଶିଶୁ ମୃତ୍ୟୁ ସଂଖ୍ୟା ଛୁଇଁଲା ୧୧୦

ଜୟପୁର,୫।୧: ରାଜସ୍ଥାନର କୋଟାରେ ଥିବା ଜେକେ ଲୋନ ହସ୍ପିଟାଲରେ ରବିବାର ସକାଳ ସୁଦ୍ଧା ଶିଶୁ ମୃତ୍ୟୁ ସଂଖ୍ୟା ୧୧୦ରେ ପହଞ୍ଚିଛି। ଶନିବାର ଏହି ଘଟଣାର ଯାଞ୍ଚ...

ପରମାଣୁ ଆକ୍ରମଣକୁ ନେଇ ପରୋକ୍ଷରେ ପାକିସ୍ତାନକୁ ଚେତାବନୀ ଦେଲେ ରାଜନାଥ

ଜଇପୁର,୧୬।୮: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ରାଜସ୍ଥାନର ପୋଖରାନ ଗସ୍ତ କରିଛନ୍ତି। ଏଠାରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କର...

Leave a comment

Your email address will not be published. Required fields are marked *