Posted inଖେଳ

କରୋନାରେ ଆକ୍ରାନ୍ତ ଚେଲସି ଖେଳାଳି

ଲଣ୍ଡନ,୧୩।୩- ପ୍ରିମିୟର ଲିଗ୍‌ କ୍ଲବ ଚେଲସି ଦଳର ଖେଳାଳି ହଡସନ ଓଡୋଇ କରୋନା ଭାଇରସରେ ଆକ୍ରାନ୍ତ ଥିବା ରିପୋର୍ଟରୁ ଜଣାପଡ଼ିଛି। ଭାଇରସର ସଂସ୍ପର୍ଷରେ ଆସିବାରେ ଓଡୋଇ ପ୍ରିମିୟର ଲିଗ୍‌ର ପ୍ରଥମ ଖେଳାଳି। ତାଙ୍କ ସ୍ବାବ ରିପୋର୍ଟ ଆସିବା ପରେ ଦଳୀୟ ସଦସ୍ୟ ଓ କୋଚିଂ ଷ୍ଟାଫଙ୍କୁ କ୍ୱାରାଣ୍ଟାଇନରେ ରହିବାକୁ କ୍ଲବ ପକ୍ଷରୁ ନିର୍ଦ୍ଦେଶ ଦିଆଯିବ। ଏହା ବ୍ୟତୀତ ଆର୍ସେନଲ ମ୍ୟାନେଜର ମିକେଲ ଆର୍ତେତାଙ୍କ ରିପୋର୍ଟ ମଧ୍ୟ ପଜେଟିଭ ଆସିଛି। ଏଥିଯୋଗୁ ଆର୍ସେନଲ ଖେଳାଳିମାନଙ୍କୁ ଅଲଗା ରଖାଯିବ। ଚେଲସି ପୁରୁଷ ଦଳର ଖେଳାଳି କଲମ ରିପୋର୍ଟ ପଜେଟିଭ ଆସିଛି। ତାଙ୍କ ସମ୍ପର୍କରେ ଥିବା ଖେଳାଳି ଓ ଷ୍ଟାଫଙ୍କୁ ସରକାରଙ୍କ ନିୟମ ଅନୁସାରେ ନିଜ ଆଡ଼ୁ ଅଲଗା ରହିବାକୁ ପଡ଼ିବ। ଏଥିରେ ଦଳର ସମସ୍ତ ଖେଳାଳି, କୋଚିଂ ଷ୍ଟାଫ ଓ ବ୍ୟାକରୁମ ଷ୍ଟାଫ ମଧ୍ୟ ସାମିଲ ରହିବେ। ପରବର୍ତ୍ତୀ ମ୍ୟାଚ୍‌ ସମ୍ପର୍କରେ ପ୍ରିମିୟର ଲିଗ୍‌ ଅଫିସିଆଲଙ୍କ ସହ ଚେଲସି ପକ୍ଷରୁ ଆଲୋଚନା କରାଯିବ ବୋଲି କୁହାଯାଇଛି। ହଡସନଙ୍କ ନିକଟରେ ପ୍ରଥମେ ଲକ୍ଷଣ ଦେଖାଦେଇଥିଲା। ଏଥିଯୋଗୁ ସେ ସୋମବାରଠାରୁ ଦଳଠୁ ଦୂରେଇ ଥିଲେ। ମଙ୍ଗଳବାର ତାଙ୍କର ସ୍ବାବ ପରୀକ୍ଷା କରାଯାଇଥିଲା। କରୋନାରେ ଆକ୍ରାନ୍ତ ହେବା ସତ୍ତ୍ୱେ ୧୯ ବର୍ଷୀୟ ଖେଳାଳି ଏବେ ସୁସ୍ଥ ଅଛନ୍ତି।


All Right Reserved By Dharitri.Com

Posted inଖେଳ View All

ବେଙ୍ଗାଲୁରୁ ସାଇରେ କୋଭିଡ୍‌-୧୯ ପଜିଟିଭ୍:‌ ଖେଳାଳିଙ୍କୁ ସ୍ଥାନାନ୍ତର କରିବନି ହକି ଇଣ୍ଡିଆ

ନୂଆଦିଲ୍ଲୀ,୨୦।୫(ପି.ଟି.): ବେଙ୍ଗାଲୁରୁ ସ୍ଥିତ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ସେଣ୍ଟରରେ ଜଣେ କରୋନା ଭାଇରସ୍‌ ପଜିଟିଭ ସମ୍ପନ୍ନ କର୍ମଚାରୀ ତଥା ରୋଷେୟା ମୃତ୍ୟୁବରଣ କରିଛନ୍ତି।...

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଶୀର୍ଷରେ ରହି ବର୍ଷ ଶେଷ କଲେ କୋହଲି

ଦୁବାଇ, ୨୪।୧୨ (ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ମଙ୍ଗଳବାର ପ୍ରକାଶିତ ଟେଷ୍ଟ ବ୍ୟାଟିଂ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶୀର୍ଷ ସ୍ଥାନରେ...

ନାଡାଲଙ୍କୁ ରୋକିଲେ ଅଷ୍ଟ୍ରେଲିଆନ ଓପନ ସୁରକ୍ଷାକର୍ମୀ

ମେଲବୋର୍ନ,୨୯।୧- କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗୁ ବିଶ୍ୱର ନମ୍ବର ଓ୍ବାନ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ରାଫାଲ ନାଡାଲଙ୍କୁ ଅଷ୍ଟ୍ରେଲିଆନ ଓପନରେ ଏକ ଭିନ୍ନ ପରିସ୍ଥିତିର...

ଭାରତ ବିପକ୍ଷ ପ୍ରଥମ ଟେଷ୍ଟ: ମ୍ୟାଟ୍‌ ହେନ୍‌ରୀଙ୍କୁ ଡକରା

ଓ୍ବେଲିଂଟନ,୧୯।୨- ଆସନ୍ତା ୨୧ ତାରିଖରେ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ଲାଗି ନ୍ୟୁଜିଲାଣ୍ଡ ଦଳ ପେସର ମ୍ୟାଟ ହେନ୍‌ରୀଙ୍କୁ ଡକରା ଦେଇଛି।...

ପ୍ରଥମ ରାଉଣ୍ଡରୁ କର୍ବର ବିଦାୟ

ପ୍ୟାରିସ,୨୬।୫(ଏଏଫ୍‌ପି)- ଜର୍ମାନୀ ୫ମ ସିଡ୍‌ ତଥା ଓ୍ବିମ୍ବେଲଡନ ଓପନ ଚାମ୍ପିୟନ ଆଞ୍ଜେଲିକ୍‌ କର୍ବର ଏଠାରେ ଆରମ୍ଭ ହୋଇଥିବା ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନର ପ୍ରଥମ ରାଉଣ୍ଡରୁ...

ରସେଲଙ୍କୁ ଡାକରା

କଲମ୍ବୋ,୨୩।୨- ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ୍‌ ପାଇଁ ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର ଆଣ୍ଡ୍ରେ ରସେଲଙ୍କୁ ଡାକରା ଦେଇଛି। ୨୦୧୯ ବିଶ୍ୱକପ୍‌ ପରଠାରୁ ସେ...

ରଣଜୀ ଫାଇନାଲରେ ଖେଳିବେ ପୂଜାରା

ରାଜକୋଟ,୭।୩(ପି.ଟି.)- ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ସୌରାଷ୍ଟ ପକ୍ଷରୁ ବେଙ୍ଗଲ ବିପକ୍ଷ ରଣଜୀ ଫାଇନାଲରେ ଖେଳିବେ। ଏ ନେଇ ଶନିବାର ସ୍ପଷ୍ଟ ହୋଇଛି। ସୋମବାରଠାରୁ ସୌରାଷ୍ଟ୍ର...

ରାଞ୍ଚି ଟେଷ୍ଟରେ ଯୋଗଦେବେ ନାହିଁ ଗାଙ୍ଗୁଲି

କୋଲକାତା,୧୭।୧୦(ପି.ଟି.)- ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ନୂଆ ଅଧ୍ୟକ୍ଷ। ତାଙ୍କୁ ଦେଶର ଫୁଟ୍‌ବଲ ଲିଗ୍‌ ଆଇଏସ୍‌ଏଲ୍‌ର ଆମ୍ବାସାଡର କରାଯାଇଛି। ଆଗାମୀ ଆଇଏସ୍‌ଏଲ ରବିବାରଠାରୁ...

Leave a comment

Your email address will not be published. Required fields are marked *