Posted inଅପରାଧ

ଆନ୍ତଃରାଜ୍ୟ ହାଇଓ୍ବା, ଜେସିବି ଚୋର ଗ୍ୟାଙ୍ଗ ଠାବ

ଭୁବନେଶ୍ୱର,୧୩।୩ (ବ୍ୟୁରୋ): ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲାରୁ ଜେସିବି ଓ ହାଇଓ୍ବା ଟ୍ରକ ଚୋରି କରୁଥିବା ଆନ୍ତଃରାଜ୍ୟ ଚୋରି ଗ୍ୟାଙ୍ଗକୁ ଠାବ କରିଛି କମିଶନରେଟ ପୋଲିସ। ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ୍‌ ସମେତ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରଛି ସ୍ପେଶାଲ ସ୍କ୍ବାଡ୍‌। ଏଥିସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ ଜେସିବି, ୨ ହାଇଓ୍ବା ସହ ଚୋରିରେ ବ୍ୟବହୃତ କାରକୁ ଜବତ କରିଛି। ଗିରଫ ମାଷ୍ଟରମାଇଣ୍ଡ୍‌ ହେଲେ କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ ବାଆଁରା ଗ୍ରାମର ସୁଶାନ୍ତ କୁମାର ପାତ୍ର ଓରଫ ବଣ୍ଟି ଓ ସହଯୋଗୀ ଅଭିଯୁକ୍ତ ରାଜୁ ପାତ୍ର, ରାହୁଲ ରାଉତ ଓରଫ ତପୁ, କଟକ ସଦର ଥାନା ଅନ୍ତର୍ଗତ ଦଧିବାମନପୁର ଗ୍ରାମର ରାଜୁ ଦାସ ଓରଫ ରାଜ କିଶୋର। ଏଥିସହ ଚୋରି ଯାନବାହାନ କିଣିଥିବା ଆଠଗଡ ଥାନା କନ୍ତୋଲ ଅଞ୍ଚଳର ସୁବାସ ବେହେରା ଓରଫ କାଳିଆ ଓ ପଶ୍ଚିମବଙ୍ଗ ଜଲପାଇଗୁଡି ଅଞ୍ଚଳର କ୍ରୀଷ୍ଣା ସିଂ ଓ ତାଙ୍କ ଭାଇ ଚନ୍ଦନ ସିଂ।
ସୂଚନା ମୁତାବକ, ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପାଣ୍ଡରା ଅଞ୍ଚଳରେ ରହୁଥିବା ଶଖାନନ୍ଦ ବେହେରାଙ୍କ ଜେସିବି ଗତ ଫେବୃଆରୀ ୨୪ ରାତିରେ ନୟାପଲ୍ଲୀ ଥାନା ଅନ୍ତର୍ଗତ ମଇଳା ଟାଙ୍କୀ ନିକଟରୁ ଚୋରି ହୋଇଥିଲା। ଏ ନେଇ ଗତ ୩ ତାରିଖରେ ଅଭିଯୋଗ ହେବାପରେ ପୋଲିସ ୧୨୧/୨୦ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସେହିପରି ୨୦୧୯ ସେପ୍ଟେମ୍ବରରେ ନୟାପଲ୍ଲୀ ମଇଳା ଟାଙ୍କୀ ଛକ ନିକଟରେ ପାର୍କିଂ ହୋଇଥିବା ଏକ ହାଇଓ୍ବା ଚୋରି ଓ ଅକ୍ଟୋବରରେ କ୍ରାଉନ ହୋଟେଲ ସମ୍ମୁଖ ଜାତୀୟ ରାଜପଥ କଡରୁ ଆଉଏକ ହାଇଓ୍ବା ଚୋରି ନେଇ ଅଭିଯୋଗ ହୋଇଥିଲା। ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିଲା। ସେହିଭଳି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଜେସିବି ଚୋରି ନେଇ ୩୭୧/୧୯ ଓ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଏକ ଜେସିବି ଚୋରି ନେଇ ୫୩୭/୧୯ରେ ମାମଲା ରୁଜୁ ହୋଇଥିଲା। ବାରମ୍ବାର ଜେସିବି ଓ ହାଇଓ୍ବା ଚୋରି ହେବା ନେଇ ଅଭିଯୋଗ ଆସୁଥିବାରୁ ପୋଲିସର ଚିନ୍ତା ବଢ଼ିଥିଲା। ଗତ ମଙ୍ଗଳବାର ରାତିରେ କିଛି ସନ୍ଦିଗ୍ଧ ଯୁବକ ମଇଳା ଟାଙ୍କୀ ନିକଟରେ ଏକ ହାଇଓ୍ବା ବିକ୍ରି କରିବାକୁ ଯୋଜନା କରୁଥିବା ନେଇ ପୋଲିସକୁ ଖବର ମିଳିଥିଲା। ନୟାପଲ୍ଲୀ ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁଙ୍କ ନେତୃତ୍ୱରେ ଏକ ଟିମ ଚଢାଉ କରି ଅଭିଯୁକ୍ତଙ୍କୁ ଧରିବା ପରେ ର଼୍ୟାକେଟର ପର୍ଦ୍ଦାଫାଶ ହୋଇଥିଲା। ତେବେ ପଚରା ଉଚରା କରିବା ପରେ ସେମାନେ ଗଞ୍ଜାମରୁ ଚୋରି କରିଥିବା ଏକ ହାଇଓ୍ବା ବିକ୍ରୀ ପାଇଁ ଉଦ୍ୟମ କରୁଥିବା ନେଇ ପୋଲିସକୁ କହିଥିଲେ। ସେମାନେ ପୁରୀ, ଯାଜପୁର ଓ ଭୁବନେଶ୍ୱର ଅଞ୍ଚଳରୁ ଜେସିବି ଓ ହାଇଓ୍ବା ଚୋରି କରିଥିବା ସ୍ବୀକାର କରିଥିଲେ। ସେମାନଙ୍କ ବୟାନ ଆଧାରରେ ପୋଲିସ ଟିମ୍‌ ଢେଙ୍କାନଳ ସଦର ଥାନା ଅନ୍ତର୍ଗତ ଭାପୁର ଓ ଆଠଗଡ ଥାନା ଅନ୍ତର୍ଗତ କନ୍ତୋଲ ଗ୍ରାମରେ ଥିବା ଚୋରି ୩ ଜେସିବି ଓ ୨ ହାଇଓ୍ବା ଜବତ କରିଥିଲେ। ଏହାକୁ କିଣିଥିବା ସୁବାସ ବେହେରାଙ୍କୁ ଗିରଫ କରାଯାଇଥିଲା। ଗୋଟିଏ ହାଇଓ୍ବାକୁ ଅଭିଯୁକ୍ତମାନେ କାଟି ବିକ୍ରି କରିଦେଇଥିବା କହିଥିବାବେଳେ ପଶ୍ଚିମବଙ୍ଗ ଜଲପାଇଗୁଡି ଅଞ୍ଚଳର ୨ ଭାଇ କ୍ରୀଷ୍ଣା ଓ ଚନ୍ଦନ ସେମାନଙ୍କଠାରୁ ହାଇଓ୍ବା କିଣିଥିବା ପୋଲିସକୁ ସୂଚନା ମିଳିଥିଲା। ଏହାପରେ କମିଶନଟେ ପୋଲିସ ଟିମ୍‌ ସ୍ଥାନୀୟ ମଦାରିହାଟ ଥାନା ପୋଲିସ ସହାୟତାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସମସ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


All Right Reserved By Dharitri.Com

ଶାଶୁଙ୍କୁ ରକ୍ଷା କରିବାକୁ ଯାଇ ବୋହୂ ଖାଇଲେ ଖଣ୍ଡାଚୋଟ

ଆସିକା,୧୨ା୯(ଡି.ଏନ୍‌.ଏ.): ଆସିକା ଥାନା ଅନ୍ତର୍ଗତ କର୍ପୂରନୂଆଗାଁ ଗ୍ରାମରେ ଗୁରୁବାର ରାତି ପ୍ରାୟ ୮ଟାରେ ଖଣ୍ଡାଚୋଟରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଉକ୍ତ...

ଘରେପଶି ମାଡ଼ମାରି ସୁନାଗହଣା, ଟଙ୍କା ଚୋରିକଲେ ଦୁର୍ବୃତ୍ତ: ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଆରମ୍ଭ

ଦିଗପହଣ୍ଡି/ଚିକିଟି,୨୩।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିକିଟି ବ୍ଲକ ଗଡ଼ ଗୋବିନ୍ଦପୁର ପଞ୍ଚାୟତ ଡାବରାସିଙ୍ଗି ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ପ୍ରସନ୍ନ ପ୍ରଧାନଙ୍କ ଘରେ...

କରୋନା ପାଇଁ ନରବଳି ଦେଲେ ପୂଜକ, କଟୁରି ଜବତ

ନରସିଂହପୁର,୨୮ା୫(ଡି.ଏନ୍‌.ଏ.): କଟକ ଜିଲା ନରସିଂହପୁର ଥାନା ଅନ୍ତର୍ଗତ ବନ୍ଧହୁଡ଼ା ମା’ ବ୍ରାହ୍ମଣୀ ମନ୍ଦିରରେ ଜଣେ ପୂଜକ କରୋନା ପାଇଁ ନରବଳି ଦେଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର...

୩ ମାସରେ ୫୦୨ ଝିଅ ନିଖୋଜ : ଭୁବନେଶ୍ୱର, କଟକ ସ୍ଥିତି ଉଦ୍‌ବେଗଜନକ

ଭୁବନେଶ୍ୱର, ୨୨ା୭(ବ୍ୟୁରୋ) : ରାଜ୍ୟରେ ବଢୁଛି ନିଖୋଜ ଝିଅଙ୍କ ସଂଖ୍ୟା। ଚଳିତ ବର୍ଷ ଜାନୁୟାରୀରୁ ମାର୍ଚ୍ଚ ମାସ ମଧ୍ୟରେ ୫୦୨ଜଣ ଝିଅ ନିଖୋଜ ହୋଇଛନ୍ତି। ସେଥିମଧ୍ୟରୁ...

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ବୋମାମାଡ଼

ପୁରୀ ଅଫିସ,୧୫।୬: ପୁରୀ ଜିଲା ବାସେଳି ସାହି ଥାନା ଅଧୀନ ପଣାପିଆ ଲେନ୍‌ରେ ଶନିବାର ଅପରାହ୍ନରେ ଜଣେ ଯୁବକଙ୍କୁ ବୋମାମାଡ଼ ହୋଇଛି। ସେ ହେଲେ ଶିବରାମ...

ଭାଜପା ସମର୍ଥକଙ୍କୁ ହତ୍ୟା ଘଟଣାରେ ଜଣେ ଗିରଫ

ସୋରଡ଼ା,୧୮।୪(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ସୋରଡ଼ା ଥାନ ଲାଠିପଡ଼ା ପଞ୍ଚାୟତ କଦଳୀଝୋଳା ଗ୍ରାମରେ ବୁଧବାର ରାତିରେ ଜଣେ ଭାଜପା ସମର୍ଥକ ସନ୍ତୋଷ କୁମାର ପତିଙ୍କୁ ହତ୍ୟା କରାଯାଇଥିଲା। ଏହି...

ବରପାଲି ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଚୋରି ଘଟଣାରୁ ବନ୍ଧୁଙ୍କୁ ହତ୍ୟା କରିଥିଲେ ସାଙ୍ଗ

ବରଗଡ଼ ଅଫିସ,୧୮।୧୨- ବରଗଡ଼ ଜିଲା ବରପାଲି ଜଗନ୍ନାଥ ନଗରରେ ଗତ ୧୩ ତାରିଖରେ ଘଟିଥିବା ହତ୍ୟାକାଣ୍ଡ ଉପରୁ ପରଦା ହଟିଛି। ଚୋରି ଘଟଣାକୁ କେନ୍ଦ୍ର କରି...

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର ମାମଲା: ଦୋଷୀଙ୍କୁ ୧୦ ବର୍ଷ ଜେଲ

ଚମ୍ପୁଆ, ୩୦ା୯(ଡି.ଏନ.ଏ.)-ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରାଯାଇଥିଲା । ସେହି ମାମଲାର ବିଚାର କରି ଚମ୍ପୁଆ ଅତିରିକ୍ତ ଜିଲା ଦୌରାଜଜ ଅଭିଯୁକ୍ତ ଦୋଳ ଗୋବିନ୍ଦ ବାରିକଙ୍କୁ...

Leave a comment

Your email address will not be published. Required fields are marked *