ଅଜନା ରୋଗ୍‌ରେ ଖଟେ ପଡ଼ିଛନ୍‌ ଫୁଲ

ଖପ୍ରାଖୋଲ, ୧୩।୩ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଭାନପୁର ପଁଚେତ୍‌ ତୁର୍ଲା ଗଁାର ବୁଡୁ ଛତର(୭୧)କଁର ମାଏକିନା ଫୁଲ ଛତର(୬୦)। ସେ ଅନେକ ଦିନ ହେଲା କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ ଅଛନ୍‌। ବୁଡୁ ଧାରଉଧାର କରି ଆସରପାସର ଡାକ୍‌ତରଖାନାରେ ଫୁଲକଁର ଚିକିଛା କରେଇ ନିରାଶ ହେଇଛନ୍‌। ଏହେଦେ ଟଁକା ପଏସା ଅଭାବୁ ଫୁଲର ଚିକିଛା କରେଇ ନାଇଁ ପାରବାର। ସେନ୍‌ତା ଦମ୍ପତି ଅନେକ ପରକାର ସରକାରୀ ଯୋଜନାରୁ ବି ବଁଚିତ୍‌ ଥିବାର ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ବୁଡ଼ୁ ଛତରକଁର ପରିବାର କହେଲେ ମାଏକିନା ଫୁଲ ଗୁଟେ ପୁଓ, ଗୁଟେ ଝି’କେ ନେଇ ସଁସାର। ପରିବାରଟା ନିହାତି ଗରିବ୍‌, ସଁପତି ବଲି କିଛି ନାଇଁ। ବୁଡୁ ଦୁଖ୍‌ସୁଖ କରି ପୁଓକେ ବିହାଚୁରା କରିଛନ୍‌। ପୁଓ ବିହାଚୁରା ଉତାରୁ ନିଜର କୁଟୁମ ଧରି ଅଲଗେ ରହୁଛନ୍‌। ଏହେଦେ ଘରେ ବୁରୁଧ୍‌ ଦମ୍ପତି ସଂଗେ ଅବିହାରି ଝି’ ରହିଛନ୍‌। ପରିବାରଟା ମୂଲ ଦିନୁ କୁଲିମଜୁରି କରି ଚଲୁଥିଲାବେଲେ ଆଏଜ୍‌କେ ୫ ବଛର ହେଲା ଫୁଲ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ଖଟେ ପଡ଼ି ରହିଛନ୍‌। ଚାଲିବୁଲି ନାଇଁ ପାରବାର। ବୁଡୁ ଧାରଉଧାର କରି ଫୁଲକୁଁ ଆସରପାସର ଡାକ୍‌ତରଖାନାରେ ଚିକିଛା କରେଇ ନିରାଶ ହେଇଛନ୍‌। ଏହେଦେ ଟଁକା ପଏସା ଅଭାବୁ ସେ ତାକର ଚିକିଛା କରେଇ ନାଇଁପରୁଥିବାର କହିଛନ୍‌। ସେନ୍‌ତା ପରିବାରରେ ୩ ଝନ୍‌ ରହିଥିଲାବେଲେ ଜାତୀୟ ଖାଏଦ୍‌ ସୁରକ୍ଷା ଯୋଜନାରେ ରାଶନକାର୍ଡ ପାଏବାରୁ ବଁଚିତ୍‌ ହେଇଛନ୍‌। ହେଲେ ପଁଚେତ୍‌ କତୁରପକ୍ଷ ପରିବାରକେ ଅନ୍ନପୂର୍ଣ୍ଣା ଯୋଜନାରେ ମାସିକ ମାହାଲିଆ ୧୦ କେ.ଜି. ଚାଉଲ ଯୁଗେଇ ଦେଉଛନ୍‌। ସେନ୍‌ତା ଫୁଲକଁର ଭିନ୍ନକ୍ଷମ ପରମାନପତର ଥିଲାବେଲେ ବୁଡୁକଁର ବଏସ୍‌ ୭୦ ଟପି ଯାଇଛେ। ହେଲେ ଆଏଜ୍‌ ବି ବୁରୁଧ୍‌ ଦମ୍ପତି ଭତାରୁ ବଁଚିତ୍‌ ହେଇ ରହିଛନ୍‌। ଫୁଲ ରୋଗ୍‌ ପରଭାବରେ ଚାଲିବୁଲି ନାଇଁ ପାରବାର ଲାଗି ବୁଡୁ ତାହାକୁ ରଁାଧିବାଢ଼ି ଖାଏବାକେ ଦେଉଛନ୍‌। ଅବିହାରି ଝି’ ପରହର କୁଲିମଜୁରି କରି ଦୁଇ ପଏସା ଆନ୍‌ଲେ ଘରର ତେଲନୁନ୍‌ ଚଲୁଛେ। ଏନ୍‌ତାଥି ଫୁଲକଁର ଚିକିଛା କଥା କିଏ ପଚାରେ ବଲି ବୁଡୁ କହିଛନ୍‌। ଇ ଦିଗେ ଜିଲା ଆର ଥାନୀଅ ପରଶାସନ ଦୁରୁଷ୍‌ଟି ଦେଇ ବୁରୁଧ୍‌ ଦମ୍ପତିକୁଁ ଭତା ଆର ଫୁଲକୁଁ ଚିକିଛା ସାହାଯ୍‌ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌।


All Right Reserved By Dharitri.Com

ବନ୍ୟାର ୩ମାସ ପରେ ବି ସୁଧୁରିନି ସ୍ଥିତି

ବଲାଙ୍ଗୀର ଅଫିସ/ପୁଇଁତଲା, ୨୦ା୧୧ (ଡି.ଏନ୍‌.ଏ.)-ବଲାଙ୍ଗୀର ଜିଲାରେ ଗତ ଅଗଷ୍ଟ ମାସରେ ପ୍ରଳୟଙ୍କରୀ ବନ୍ୟା ବିତ୍ପାତ ଦେଖାଦେଇଥିଲା। ରାସ୍ତାଘାଟ ଧୋଇ ହୋଇଯିବା ସହ ଘରଦ୍ୱାର ଭାଙ୍ଗି ପ୍ରଭୁତ...

ବିଶ୍ୱ ଆଦିବାସୀ ଦିବସ ପାଳିତ: ଭାଷା,ସଂସ୍କୃତିର ସୁରକ୍ଷା ଉପରେ ଗୁରୁତ୍ୱ

ମୁରିବାହାଲ, ୧୮।୮ (ଡି.ଏନ.ଏ.):ବଲାଙ୍ଗୀର ଜିଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ମୁରିବାହାଲ ବ୍ଲକ ଆଦିବାସୀ ସଂଘ ପକ୍ଷରୁ ଜମିଦାରପଡାଠାରେ ରବିବାର ରାଜ୍ୟସ୍ତରୀୟ ବିଶ୍ୱ ଆଦିବାସୀ ଦିବସ...

ବ୍ୟଙ୍ଗ କବିତାରେ ହସର ଫୁଆରା

ବଲାଙ୍ଗୀର ଅଫିସ,୧୬।୧: ଜିଲା ଲେଖକ ପରିଷଦ ପକ୍ଷରୁ ଆୟୋଜିତ ବଲାଙ୍ଗୀର ବହିହାଟର ସପ୍ତମ ସନ୍ଧ୍ୟାରେ ଅନୁଷ୍ଠିତ ବ୍ୟଙ୍ଗ-ହାସ୍ୟ କବିତା ଆସରରେ ଦର୍ଶକ ହସର ଖୋରାକ ପାଇଥିଲେ।...

ଖାଉଟି ସାମଗ୍ରୀ ଚଢା ଦର ଉପରେ ଲାଗିଲା ଅଙ୍କୁଶ

ଗୁଡଭେଲା,୩୦।୩(ଡିଏନଏ):କରୋନା ପାଇଁ ବଲାଙ୍ଗୀର ଜିଲା ତୁଷୁରା ଓ ଗୁଡଭେଲା ବ୍ଳକର ବିଭିନ୍ନ ଅଞ୍ଚଳର ବଜାର ବନ୍ଦ ରହିଥିବା ବେଳେ ଖାଉଟି ସାମଗ୍ରୀ, ଔଷଧ ଓ ପନିପରିବା...

୨୦ ବଛର ହେଲା ଆବେଦନ କରିଆସୁଛନ୍‌: ଭତାରୁ ବଁଚିତ୍‌ ୯୦ ବଛରିଆ ବୁରୁଧ୍‌

  ଦେଓଗାଁ,୨୮ା୧(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଦେଓଗଁା ବ୍ଲକ ରାମଚନ୍ଦ୍ରପୁର ପଁଚେତ୍‌ ଲୁହାଖାନା ଗଁାର ୯୦ ବଛ୍‌ରିଆ ବୁରୁଧ୍‌ ମଧୁ ପଟେଲ। ବଏସର ଶେଷ ମୁଡ଼ସାକେ ପୁହୁଁଚି...

କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଗିରିଧାରୀ ଘଟନା: ସାହାଯ୍‌ର ହାତ୍‌ ବଢ଼ାଲା ଯୁବାମଞ୍ଚ, ଜାଗୃତି ଶାଖା

  ଗୁଡ଼ଭେଲା, ୨୫।୨ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ତୁଷୁରା ସହରର ପତିତପାବନ ପଡ଼ାର ଗିରିଧାରୀ କୁମ୍ଭାର(୩୫)। ପାଖାପାଖି ୩ ମାସ ହେଲା ସେ କିଡ଼୍‌ନୀ ରୋଗ୍‌ରେ...

କରୋନା ଲକ୍‌ଡାଉନ୍‌: ମହିଳା ଶ୍ରମିକଙ୍କ ଦୁର୍ଦ୍ଦଶା ବଢୁଛି

ବଲାଙ୍ଗୀର ଅଫିସ, ୧ା୪: ଲକ୍‌ଡାଉନ୍‌ ସମୟରେ ଗରିବଙ୍କ ଆୟପନ୍ଥା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବାରୁ ଏବେ ସେମାନେ ମହା ଅଡୁଆରେ ପଡିଛନ୍ତି। ବିଶେଷକରି ମହିଳା ଶ୍ରମିକମାନେ ଘୋର...

ତନ୍ତ୍ରସାଧକ ଭାଇର ନାରକୀୟ କାଣ୍ଡ ଘଟଣାର ପର୍ଦ୍ଦାଫାଶ : ଭଉଣୀର ତଣ୍ଟି କାଟି ବଳି ଦେଇଥିଲେ

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି/ବଙ୍ଗୋମୁଣ୍ଡା, ୭ା୧ (ଡି.ଏନ୍‌.ଏ.): ନିଜ ମାମୁପୁଅ ଭାଇକୁ ଅପହରଣ କରି ତଣ୍ଟି କାଟି ବଳି ଦେବାର ୧୪ ମାସ ପରେ ଅଭିଯୁକ୍ତ ତନ୍ତ୍ରସାଧକ ଜେଲରୁ...

Leave a comment

Your email address will not be published. Required fields are marked *