ମହିଳାଙ୍କୁ ଗୋଡ଼େଇ ପିଟିବା ଘଟଣାରେ ୨ ଗିରଫ

ପୁରୁଣା ଭୁବନେଶ୍ୱର,୧୩।୩ (ଡି.ଏନ.ଏ.): ଜମି ସୀମା ବିବାଦକୁ ନେଇ ସୋମବାର ଲିଙ୍ଗରାଜ ଥାନା ଅଧୀନ ବିନ୍ଦୁସାଗର ରାସ୍ତାରେ ସବିତା ସେଠୀଙ୍କୁ କେତେଜଣ ବ୍ୟକ୍ତି ବିଚ୍‌ ରାସ୍ତାରେ ଗୋଡ଼େଇ ଗୋଡ଼େଇ ମାଡ଼ ମାରିଥିଲେ। ଏହି ଘଟଣାରେ ପୋଲିସ ଗୁରୁବାର ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସ୍ଥାନୀୟ ହରଚଣ୍ଡୀ ସାହିର ପ୍ରକାଶ ମହାସୁଆର(୫୪) ଏବଂ ପଳାଶପଲ୍ଲୀ ଅଞ୍ଚଳର ପ୍ରଶାନ୍ତ ମହାପାତ୍ର(୩୪)। ପୋଲିସ ସୂଚନା ମୁତାବକ, ଏମାନଙ୍କ ସହ ୭ରୁ ଊର୍ଦ୍ଧ୍ୱ ଯୁବକ ମହିଳାଙ୍କୁ ଘଟଣା ଦିନ ଗୋଡ଼େଇ ଗୋଡ଼େଇ ମାଡ଼ ମାରିଥିଲେ। ମହିଳାଙ୍କ ଅଭିଯୋଗ ପରେ ପୋଲିସ ନଂ. ୪୫/୨୦ରେ ମାମଲା ରୁଜୁ କରିଥିଲା। ମାଡ ମାରିଥିବା ଅନ୍ୟମାନେ ଫେରାର ଅଛନ୍ତି। ଦୁଇଟି ସ୍ପେଶାଲ ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ଶରତ ପାତ୍ର କହିଛନ୍ତି।


All Right Reserved By Dharitri.Com

CORONAVIRUS UPDATE: ରାଜ୍ୟରେ ଆଉ ୮୦ କରୋନା ପଜିଟିଭ୍‌ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯କୁ ବୃଦ୍ଧି

ଭୁବନେଶ୍ୱର,୨୩।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଶନିବାର ସକାଳେ ରାଜ୍ୟରେ ଆଉ ୮୦ କରୋନା ପଜିଟିଭ୍‌ ଚିହ୍ନଟ...

ଗଠନ ହେଲା ଓବିସି କମିଶନ

ଭୁବନେଶ୍ୱର,୧୩ା୨(ବ୍ୟୁରୋ): ଓଡ଼ିଶାରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ଏବଂ ସାମାଜିକ, ଆର୍ଥିକ ପଛୁଆ ବର୍ଗ(ଏସ୍‌ଇବିସି)ଙ୍କ ପ୍ରକୃତ ସଂଖ୍ୟା କେତେ , ସେ ସମ୍ପର୍କରେ କୌଣସି ସରକାରୀ ହିସାବ...

ଜୁନ୍‌ ପହିଲାରୁ ସମୁଦ୍ରରେ ମାଛଧରା

ଭୁବନେଶ୍ୱର,୨୯।୫ (ବ୍ୟୁରୋ): ଜୁନ୍‌ ପହିଲାରୁ ପୂର୍ବ ଉପକୂଳ ସାମୁଦ୍ରିକ ଜଳସୀମାରେ ମାଛ ଧରିପାରିବେ ମତ୍ସ୍ୟଜୀବୀ। ଏନେଇ ଅନୁମତି ଦେଇଛି ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ...

କଟକଣା କୋହଳ ପରେ ବାପୁଜିନଗରରେ ଖୋଲିଲା ଦୋକାନ, ମାଇକ୍‌ ଯୋଗେ ସଚେତନ କଲା ପୋଲିସ

ଭୁବନେଶ୍ୱର,୨।୫(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଲକ୍‌ଡାଉନ୍‌ କଟକଣା କୋହଳ କରାଯିବା ପରେ ବାପୁଜିନଗରରେ କିଛି ଦୋକାନ ଖୋଲିଛି। ତେବେ ଏହି ଅଞ୍ଚଳରେ ସତର୍କତା ମୂଳକ...

ମାଟ୍ରିକ ପରୀକ୍ଷାରେ ଟି.ଏସ୍‌.ଜି. ଗୁରୁକୁଳର ଶତ ପ୍ରତିଶତ ସଫଳତା

ଭୁବନେଶ୍ୱର,୨୩।୫(ବ୍ୟୁରୋ) : ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଟି.ଏସ୍‌.ଜି ଗୁରୁକୁଳର ଓଡ଼ିଆ ମାଧ୍ୟମ ଛାତ୍ରୀଛାତ୍ର ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ଏହି ଧାରା ବିଗତ ୯ବର୍ଷ...

ଲକ୍‌ଡାଉନ୍‌ର ୩ୟ ଦିନ, ରାଜଧାନୀ ଜନଶୂନ୍ୟ

ଭୁବନେଶ୍ୱର,୨୪।୩ (ବ୍ୟୁରୋ)-ଲକ୍‌ଡାଉନ୍‌ର ତୃତୀୟ ଦିନରେ ରାଜଧାନୀ ରାଜରାସ୍ତା ଶୂନଶାନ ଦେଖିବାକୁ ମିଳିଛି। ପୋଲିସ ଏବଂ ଜରୁରୀ ସେବା ଯୋଗାଉଥିବା କର୍ମଚାରୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ଦେଖିବାକୁ ମିଳି...

ଅନିଶ୍ଚିତତା ମଧ୍ୟରେ ହାତଲେଖା କଳାକାରଙ୍କ ଭବିଷ୍ୟତ

ଭୁବନେଶ୍ୱର, ୨୮।୬ବ୍ୟୁରୋ) : ହାତଲେଖା କଳାକାରମାନେ ରଙ୍ଗ ତୁଳୀ ଧରି ହାତରେ ନିଜର କଳା ପ୍ରଦର୍ଶନ କରୁଥିଲେ। ହେଲେ ଫ୍ଲେକ୍ସ ଆସିବା ପରଠାରୁ ସେମାନଙ୍କ ସ୍ଥିତି...

କୋରାପୁଟରେ ହେବ ସିପେଟ୍‌

ଭୁବନେଶ୍ୱର, ୩୦-୧୦(ବ୍ୟୁରୋ):ଭୁବନେଶ୍ୱର ଭଳି କୋରାପୁଟରେ ସିପେଟ୍‌ (ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ୍‌ ପ୍ଲାଷ୍ଟିକ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି) ପ୍ରତିଷ୍ଠା ହେବ ବୋଲି କହିଛନ୍ତି ରସାୟନ ଓ ସାର...

Leave a comment

Your email address will not be published. Required fields are marked *