ୟୁରୋପ ଯାଇ ନ ଥିବା କହିଲେ ପ୍ରଦୀପ୍ତ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା ଘରୋଇ ୟେସ୍‌ ବ୍ୟାଙ୍କ୍‌ରେ ଜମା ରଖାଯାଇଛି। ୟେସ୍‌ ବ୍ୟାଙ୍କ୍‌ର ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇସାରିଛି। ଏଥିରେ ଥିବା ଜମାରାଶି ସୁରକ୍ଷା ନେଇ ପ୍ରଶ୍ନବାଚୀ ଉଠିଛି। ଏହି ସ୍ପର୍ଶକାତର ପ୍ରସଙ୍ଗ ରାଜ୍ୟ ବିଧାନସଭାରେ ବିତର୍କର ବିଷୟ ପାଲଟିଛି। ବିରୋଧୀମାନେ ବ୍ୟାଙ୍କ୍‌ ଅର୍ଥରେ ତତ୍କାଳୀନ ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଉପଦେଷ୍ଟା ବିଜୟ ସାହୁ ୟୁରୋପ ଭ୍ରମଣ କରିଥିବା ଅଭିଯୋଗ ଆଣିଛନ୍ତି। ଅପରପକ୍ଷରେ ଏହି ଅଭିଯୋଗକୁ ଆଇଏଏସ୍‌ ଅଧିକାରୀ ପ୍ରଦୀପ୍ତ ଖଣ୍ଡନ କରିଛନ୍ତି। ପ୍ରଦୀପ୍ତ କହିଥିଲେ, ବିଧାନସଭାରେ ଏହି ବିଷୟ ଆଲୋଚିତ ହୋଇଥିବାରୁ କୌଣସି ମତଦେବା ଉଚିତ ନୁହେଁ। ହେଲେ ବିଭିନ୍ନ ଗଣମାଧ୍ୟମରେ ତାଙ୍କର ବିଦେଶ ଭ୍ରମଣ ଖବର ପ୍ରକାଶ ପାଇଛି। ବିଗତ ୪ ବର୍ଷ ହେବ ସେ ୟୁରୋପ ଯାଇ ନ ଥିବା ମହାପାତ୍ର କହିଛନ୍ତି। ଅପରପକ୍ଷରେ ବିଜୟଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।


All Right Reserved By Dharitri.Com

୩ ପୋଲିସ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ଟୁଇଟ କରି ସୂଚନା ଦେଲେ ଡିଜିପି

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): କ୍ଷମତାର ଦୂରୁପୋଯୋଗ କରିବା ଅଭିଯୋଗରେ ଶୁକ୍ରବାର ୩ ପୋଲିସ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଅଧିକାରୀମାନେ ହେଲେ ଏସ୍‌ଆଇ ବନମାଳୀ ନାୟକ, ଏଏସ୍‌ଆଇ ବୀରବର...

ଲକ୍‌ଡାଉନ୍‌ ସମୟରେ ଦୁଇ ନିଆରା ସେବାକାରୀ

ଭଦ୍ରକ ଅଫିସ,୧୮।୪: ଲକ୍‌ଡାଉନ୍‌ ସମୟରେ ଦୁଇ ନିଆରା ସେବାକାରୀଙ୍କୁ ନେଇ ଏବେ ଭଦ୍ରକରେ ଚର୍ଚ୍ଚା ଜୋର ଧରିଛି। ଲକ୍‌ଡାଉନ୍‌ରେ ଘରେ ସମସ୍ତେ ବନ୍ଦୀ ହୋଇ ଥିବାବେଳେ...

ମଦ ବନ୍ଦ ପାଇଁ ମହିଳା ସଂଘର ମେଳି

ତୁମୁଡିବନ୍ଧ,୧୦।୬(ଡି.ଏନ୍‌.ଏ.)- ତୁମୁଡିବନ୍ଧ ଅଞ୍ଚଳରେ ଦେଶୀ ଓ ବିଦେଶୀ ମଦ ଚୋରା କାରବାର ବୃଦ୍ଧି ପାଉଛି। ଝିରିପାଣି ପଞ୍ଚାୟତର ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ ଏକାଠି ହୋଇ...

ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌: ନୂଆବର୍ଷରୁ ଜୋର୍‌ ଧରିବ ଉଚ୍ଛେଦ ଅଭିଯାନ

ପୁରୀ ଅଫିସ,୨୭।୧୨: ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ସକାଶେ ମେଘନାଦ ପାଚେରିକୁ ଲାଗି ୭୫ ମିଟର ପରିଧି ମଧ୍ୟରେ ସବୁ ନିର୍ମାଣ ଉଚ୍ଛେଦ ପାଇଁ ନିଷ୍ପତ୍ତି...

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହକଲା ଏବିଭିପି

ବ୍ରହ୍ମପୁର ଅଫିସ, ୨୭ା୭-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ରୀ ନିବାସ ଭୁଶୁଡ଼ିବା ଘଟଣାର ୨୪ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ପରେ ବି ତଦନ୍ତ ନେଇ କୌଣସି କମିଟି ଗଠନ...

କାର୍ଯ୍ୟକାଳ ସରିବା ପୂର୍ବରୁ ବଦଳିଲେ କୁଳସଚିବ

କଟକ ଅଫିସ,୨୧ା୩: ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ କୁଳସଚିବ ଭାବେ କାର୍ଯ୍ୟ କରୁଥିବା ଅଶୋକ କୁମାର ଦାଶଙ୍କୁ ରାଜ୍ୟ ସରକାରଙ୍କ ଜେନେରାଲ ଆଡମିନିଷ୍ଟ୍ରେଶନ ଆଣ୍ଡ ପର୍ସନାଲ ଗ୍ରିଭାନ୍ସ ବିଭାଗକୁ...

ଆରମ୍ଭ ହେଲା ଘୋଷଯାତ୍ରା: ଭକ୍ତମୟ ପୁରୀ; ପହଣ୍ଡି ବିଜେରେ ଆସିଲେଣି ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା, ପଛରେ ଆସୁଛନ୍ତି କାଳିଆ ସାଆନ୍ତ

ପୁରୀ ଅଫିସ,୪।୭: ରଥ ପ୍ରସ୍ତୁତ। ପଥ ପ୍ରସ୍ତୁତ। ଥିଲା ମହାପ୍ରଭୁଙ୍କୁ ଅପେକ୍ଷା। ଶେଷରେ ଅପେକ୍ଷାର ଅନ୍ତ ଘଟାଇ ଭକ୍ତମାନଙ୍କୁ ଦର୍ଶନ ଦେବାକୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସୁଛନ୍ତି...

୫-ଟି ସଚିବଙ୍କ ଅଚାନକ ଭୋଗରାଇ ଗସ୍ତ

ଭୋଗରାଇ, ୧୦।୨(ଡି.ଏନ.ଏ): ୫-ଟି ସଚିବ ଭି.କେ. ପାଣ୍ଡିଆନ ସୋମବାର ଅଚାନକ ବାଲେଶ୍ୱର ଜିଲା ଭୋଗରାଇ ଗସ୍ତ କରିଛନ୍ତି। ସକାଳ ୧୦.୩୦ରେ ତାଳସାରିରେ ସଚିବଙ୍କ ହେଲିକପ୍ଟର ଅବତରଣ...

Leave a comment

Your email address will not be published. Required fields are marked *